ମନୋରଞ୍ଜନ |

ମଡେପଡନ୍ତି ସଲିମ

ମଡେପଡନ୍ତି ସଲିମ

ବଲିଉଡ୍‌ର ବିଶିଷ୍ଟ ସଂଳାପକାର ତଥା ଚିତ୍ରନାଟ୍ୟ ରଚୟିତା ସଲିମ ଖଁା। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ସେ ହିନ୍ଦୀ ସିନେମାରେ ନିଜର ଆଧିପତ୍ୟ ବଜାୟ ରଖିଛନ୍ତି। ତାଙ୍କର ଆଉ ଏକ ପରିଚୟ ହେଲା ସେ ହେଲେ ବର୍ତ୍ତମାନର ଅନ୍ୟତମ ଲୋକପ୍ରିୟ ଅଭିନେତା ସଲମାନ ଖଁାଙ୍କ ପିତା। ସଲିମଙ୍କ ଅବଦାନକୁ ଏବେ ମଧ୍ୟ ସ୍ମରଣ କରିଥାଆନ୍ତି ଅମିତାଭ। ସେତେବେଳେ ଅମିତାଭ ବଲିଉଡ୍‌ରେ ଏଣ୍ଟ୍ରି କରିଥାଆନ୍ତି। କେତୋଟି ସିନେମା ଫ୍ଲପ ହେବା ପରେ ନିଜ କ୍ୟାରିୟରକୁ ନେଇ ଦୋଛକିରେ ପଡିଥାଆନ୍ତି ସେ। ଠିକ୍‌ ସେହି ସମୟରେ ଦେବଦୂତ ପରି ଉଭା ହୋଇଥିଲେ ସଲିମ। ‘ଜଞ୍ଜିର’, ‘ସୋଲେ’ ଏବଂ ‘ଦ୍ୱିଓ୍ବାର’ ପରି ସୁପରହିଟ୍‌ ସିନେମାର ସଂଳାପ ରଚନା କରିଥିଲେ ସେ। ଏହି ଫିଲ୍ମଗୁଡିକ ଅମିତାଭଙ୍କ କ୍ୟାରିୟରକୁ ନୂଆ ମୋଡ ଦେଇଥିଲା। ବାସ୍‌, ତା’ପରେ ଅମିତାଭଙ୍କ ପଛରେ ଲାଗିଯାଇଥିଲା ପ୍ରଯୋଜକଙ୍କ ଲମ୍ବା ଲାଇନ୍‌। ଆଉ ଏବେ ଯାହା ଘଟିଛି ତାହା କହିବା ବାହୁଲ୍ୟ। ହିନ୍ଦୀ ସିନେମାର ସେ ଜଣ ସ୍ମରଣୀୟ ବ୍ୟକ୍ତିତ୍ୱ, ଯାହାଙ୍କ ଅଭିନୟ ପଦାଙ୍କ ଅନୁସରଣ କରି ପରବର୍ତ୍ତୀ ସମୟରେ ଅନେକ କଳାକାର ଅଭିନୟକୁ କ୍ୟାରିୟର କରିବାକୁ ଆଗେଇ ଆସିଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ଅମିତାଭ ଏ ସମ୍ପର୍କରେ କିଛି ସୂଚନା ଦେଇଥିଲେ। କେବଳ ସେତିକି ନୁହେଁ, ସେଠାରେ ଉପସ୍ଥିତ କବୀର ବେଦୀ ମଧ୍ୟ ଅମିତାଭ-ସଲିମ ଯୋଡି ବିଷୟରେ ଅନେକ ଅଭୁଲା କଥାକୁ ବଖାଣୁଥିଲେ।


All Right Reserved By

ମନୋରଞ୍ଜନ |

୧୪ ବର୍ଷ ପରେ ଏତେ ବଦଳି ଯାଇଛନ୍ତି ତନୁଶ୍ରୀ

୧୪ ବର୍ଷ ପରେ ଏତେ ବଦଳି ଯାଇଛନ୍ତି ତନୁଶ୍ରୀ

୨୦୦୫ ମସିହାରେ ଫିଲ୍ମ ‘ଆଶିକ୍‌ ବନାୟା ଅପ୍‌ନେ’ ଯୋଗେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିବା ତନୁଶ୍ରୀ ଦତ୍ତ ପ୍ରଥମ ଫିଲ୍ମରେ ଦର୍ଶକଙ୍କ ହୃଦୟକୁ ଜିଣି ନେଇଥିଲେ। ଏହା ପରେ ‘ଚକୋଲେଟ୍‌’, ‘ରକିବ୍‌’ ‘ଢ଼ୋଲ’ ପରି ଫିଲ୍ମରେ ନଜର ଆସିଥିଲେ। ହଠାତ୍‌ ଇଣ୍ଡଷ୍ଟ୍ରିକୁ ଅଲବିଦା କହି ପରଦାରୁ ଗାଏବ ହୋଇଯାଇଥିଲେ। ୧୯୮୪ ମସିହା ମାର୍ଚ୍ଚ ୧୯ ତାରିଖରେ ଜାମସେଦପୁରରେ ଜନ୍ମିତ ତନୁଶ୍ରୀ ମିସ୍‌ ଇଣ୍ଡିଆ ୟୁନିଭର୍ସ ମଧ୍ୟ ହୋଇଛନ୍ତି। ୨୦୧୮ରେ ତନୁଶ୍ରୀ ଭାରତରେ ‘ମି-ଠୁ ଆନ୍ଦୋଳନକୁ ସକ୍ରିୟ କରିଥିଲେ। 

ରାଜ କପୁରଙ୍କ ହୋଲି ଉତ୍ସବରେ କେବେବି ଯୋଗ ଦେଇ ନ ଥିଲେ ଦେବ ଆନନ୍ଦ

ରାଜ କପୁରଙ୍କ ହୋଲି ଉତ୍ସବରେ କେବେବି ଯୋଗ ଦେଇ ନ ଥିଲେ ଦେବ ଆନନ୍ଦ

ମୁମ୍ବାଇ: ବଲିଉଡ୍‌ ଶୋ ମ୍ୟାନ ଭାବେ ପରିଚିତ ରାଜ କପୁର ପ୍ରଥମେ ଆର୍‌କେ ଷ୍ଟୁଡିଓରେ ପାଳନ କରୁଥିଲେ ହୋଲି। ଏହି ଉତ୍ସବକୁ ପ୍ରତିବର୍ଷ ଅପେକ୍ଷା ରଖିଥାଆନ୍ତି ବଲିଉଡ୍‌ର ସମସ୍ତ ସେଲିବ୍ରିଟି।

ଏକ୍ସ ବୟଫ୍ରେଣ୍ଡଙ୍କ ସହ ଦୀପିକା

ଏକ୍ସ ବୟଫ୍ରେଣ୍ଡଙ୍କ ସହ ଦୀପିକା

ରଣବୀର କପୁର-ଦୀପିକା ପାଦୁକୋନଙ୍କ ଲଭ୍‌ ଏବଂ ବ୍ରେକଅପ୍‌ ସମ୍ପର୍କରେ ପ୍ରଶଂସକମାନେ ଭଲ ଭାବେ ଜାଣିଛନ୍ତି। ଏହି ଦୁଇଜଣଙ୍କୁ ମିଶାଇବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ ପ୍ରଶଂସକ। ଶେଷରେ ଦୀପିକା ରଣବୀର ସିଂଙ୍କୁ ବିବାହ କରିନେଲେ। କିନ୍ତୁ ବ୍ରେକଅପ୍‌ ପରେ ଦୀପିକା-ରଣବୀର ଦୁଇଜଣଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି। ଯାହା ଏକ ଇଭେଣ୍ଟରେ ଦେଖିବାକୁ ମିଳିଛି। 

୨୫ ବର୍ଷ ସାନ ହିରୋଇନଙ୍କ ସହ ରୋମାନ୍ସ କରିବେ ସଲମାନ୍‌

୨୫ ବର୍ଷ ସାନ ହିରୋଇନଙ୍କ ସହ ରୋମାନ୍ସ କରିବେ ସଲମାନ୍‌

ସଞ୍ଜୟ ଲୀଲା ଭଂସାଲୀ କିଛିଦିନ ପରେ ‘ଇନ୍‌ସଲାହ’କୁ ନେଇ ଚର୍ଚ୍ଚାରେ। କିଛିଦିନ ପୂର୍ବରୁ ଜାଣିବାକୁ ମିଳିଥିଲା ଭଂସାଲୀ ତାଙ୍କର ଆଗାମୀ ଫିଲ୍ମରେ ସଲମାନ୍‌ଙ୍କୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏବେ ଏହା ସ୍ପଷ୍ଟ ହୋଇଛି। ସଲମାନ୍‌ ଏବଂ ଭଂସାଲୀ ୧୯୯୯ରେ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ରେ ମିଶି କାମ କରିଥିଲେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ଦ୍ୱିତୀୟ ପୋଷ୍ଟର ଟୁଇଟ୍‌ କଲେ ବିବେକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ଦ୍ୱିତୀୟ ପୋଷ୍ଟର ଟୁଇଟ୍‌ କଲେ ବିବେକ

ମୁମ୍ବାଇ,୧୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମାଣ କରାଯାଇଥିବା ବଲିଉଡ୍‌ ବାୟୋପିକ୍‌ ମୁଭି  ‘ପିଏମ୍‌ ନରେନ୍ଦ୍ର ମୋଦି’ର ଦ୍ୱିତୀୟ ପୋଷ୍ଟରକୁ ଏହାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ବିବେକ ଓବରଏ ମଙ୍ଗଳବାର ଟୁଇଟ୍‌ କରିଛନ୍ତି। 

ଡ୍ରାଇଭରଙ୍କୁ ଘର ଉପହାର ଦେଲେ ଆଲିଆ

ଡ୍ରାଇଭରଙ୍କୁ ଘର ଉପହାର ଦେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପର୍ସନାଲ ଓ ପ୍ରଫେଶନାଲ ଲାଇଫ୍‌ ଏବେ ଭଲ ଚାଲିଛି। ଗୋଟିଏ ପରେ ଗୋଟିଏ ସଫଳ ସିନେମା ଦର୍ଶକଙ୍କୁ ଭେଟି ଦେଇଥିବା ଆଲିଆ ଏବେ ବଲିଉଡ୍‌ର ଟପ୍‌ ଅଭିନେତ୍ରୀଙ୍କ ତାଲିକାରେ ସାମିଲ ହୋଇସାରିଛନ୍ତି।

୯୦ ହଜାର ଟଙ୍କାର ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ପ୍ରିୟଙ୍କା

୯୦ ହଜାର ଟଙ୍କାର ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ,୧୯।୩: ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଜାରି ରହିଛି। ପୂର୍ବରୁ ତାଙ୍କ ବିବାହ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ତାଙ୍କର ଦାମିକା ଡ୍ରେସ୍‌ ନେଇ ଆରମ୍ଭ ହୋଇଛି ଟୁପ୍‌ଟାପ୍‌।

ଇମରାନ୍‌ ହାସମୀ ଓ ତନୁଶ୍ରୀ ଦତ୍ତଙ୍କ ଲିପ୍‌ଲକ୍‌ ନେଇ ବଲିଉଡ୍‌ରେ ହୋଇଥିଲା ଚର୍ଚ୍ଚା...

ଇମରାନ୍‌ ହାସମୀ ଓ ତନୁଶ୍ରୀ ଦତ୍ତଙ୍କ ଲିପ୍‌ଲକ୍‌ ନେଇ ବଲିଉଡ୍‌ରେ ହୋଇଥିଲା ଚର୍ଚ୍ଚା...

ମୁମ୍ବାଇ,୧୯।୩: ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ମଙ୍ଗଳବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମାର୍ଚ୍ଚ ୧୯ରେ ଜାମ୍‌ସେଦ୍‌ପୁରଠାରେ ଜନ୍ମଗ୍ରହଣ କରିଥିଲେ। 

ଶାହାରୁଖଙ୍କ ସହ ସତରେ କ’ଣ ଏମିତି କରିଥିଲେ ଆକାଶ ଅମ୍ବାନୀ

ଶାହାରୁଖଙ୍କ ସହ ସତରେ କ’ଣ ଏମିତି କରିଥିଲେ ଆକାଶ ଅମ୍ବାନୀ

ଚଳିତମାସ ୯ ତାରିଖରେ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶଙ୍କ ବିବାହ ଶ୍ଳୋକା ମେହଟ୍ଟାଙ୍କ ସହ ସମ୍ପନ୍ନ ହୋଇଛି। ଏହି ରାଜକୀୟ ବାହାଘରର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। 

ମଲାଇକାଙ୍କ ହଟ୍‌ ଫଟୋରେ କମେଣ୍ଟ କରି ଚର୍ଚ୍ଚାକୁ ଆସିଲେ ଅର୍ଜୁନ

ମଲାଇକାଙ୍କ ହଟ୍‌ ଫଟୋରେ କମେଣ୍ଟ କରି ଚର୍ଚ୍ଚାକୁ ଆସିଲେ ଅର୍ଜୁନ

ମୁମ୍ବାଇ: ମଲାଇକା ଆରୋରା ଓ ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ହେଲେ ଉଭୟ ଏହାକୁ ଏଡ଼ାଇ ଯାଉଛନ୍ତି। ନିକଟରେ ମଲାଇକା ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିବା ପରେ ତାଙ୍କର ଫଲୋୟରର୍ସ ମାନେ ଫଟୋଟିକୁ ବେଶ୍‌ ପସନ୍ଦ କରିଥିଲେ।

ପିଏମ୍‌ ମୋଦିଙ୍କ ବାୟୋପିକ: ମୋଦିଙ୍କ ଚରିତ୍ରରେ ନଜର ଆସିବେ ବିବେକ ଓବରଏ, ଜାରି ହେଲା ୯ଟି ଲୁକ୍ସ୍‌

ପିଏମ୍‌ ମୋଦିଙ୍କ ବାୟୋପିକ: ମୋଦିଙ୍କ ଚରିତ୍ରରେ ନଜର ଆସିବେ ବିବେକ ଓବରଏ, ଜାରି ହେଲା ୯ଟି ଲୁକ୍ସ୍‌

ମୁମ୍ବାଇ: ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ ବାୟୋପିକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଫିଲ୍ମରେ ମୋଦିଙ୍କ ଚରିତ୍ରରେ ନଜର ଆସିବେ ବଲିଉଡ ଅଭିନେତା ବିବେକ ଓବରଏ। 

ସୋସିଆଲ ମିଡିଆରେ ଫଟୋ ପୋଷ୍ଟକରି ଚର୍ଚ୍ଚାରେ ଅମିଷା

ସୋସିଆଲ ମିଡିଆରେ ଫଟୋ ପୋଷ୍ଟକରି ଚର୍ଚ୍ଚାରେ ଅମିଷା

ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅମିଷା ପଟେଲ ଦୀର୍ଘଦିନ ଧରି ଦୂରେଇ ଯାଇଛନ୍ତି। କେବେ କେମିତି ତାଙ୍କୁ ପାର୍ଟିରେ ଦେଖିବାକୁ ମିଳୁଛି।  ଏବେ ସୋସିଆଲ ମିଡିଆରେ ସେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅମିଷା ଏକ ବାଥ୍‌ଟବ୍‌ରେ ଶୁଟିଂ କରୁଥିବା ଦେଖିବାକୁ ମିଳିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା