ଫୁରସତ |

ମୂଷାଙ୍କ ପାଇଁ ଗାଁ

ମୂଷାଙ୍କ ପାଇଁ ଗାଁ

ଫଟୋଗ୍ରାଫର୍‌ ସିମୋନ୍‌ ଡେଲ୍‌ ଦିନେ ନିଜ ବଗିଚାକୁ ପକ୍ଷୀମାନଙ୍କର ଫଟୋ ଉଠାଇବାକୁ ଆସିଥାଆନ୍ତି। ଏତିକିବେଳେ ତାଙ୍କର ନଜର ପଡିଲା ଏକ ସୁନ୍ଦର ମୂଷା ପରିବାର ଉପରେ। ଯେଉଁମାନେ ନେଉଳ ଭଳି ପଛ ଦୁଇଗୋଡରେ ଠିଆ ହୋଇ ଚାରିଆଡେ ବୁଲି ଦେଖୁଥିଲେ। ଏହି ଦୃଶ୍ୟ ତାଙ୍କ ମନକୁ ବେଶ୍‌ ଛୁଇଁଥିଲା। ଆଉ ସେହି ମୂଷା ପରିବାରକୁ ସୁରକ୍ଷା ଦେବା ଲାଗି ଘର ତିଆରି କରିବାକୁ ଚାହିଁଲେ।  ପ୍ରଥମେ ଛୋଟ ଛୋଟ କାଠକୁ ଏକ ବାକ୍ସ ଚାରିପଟେ ରଖି ତା’ଉପରେ ଘାସ ପକାଇ ଘରଟିଏ କଲେ। ଏହା ଚାରିପଟେ ତାରବାଡ ଘେରାଇଲେ। ଯେମିତି କି ବିଲେଇ ତାହା ମଧ୍ୟକୁ ଯାଇପାରିବ ନାହିଁ। ସେହି ଘରେ ଖାଦ୍ୟର ବ୍ୟବସ୍ଥା ବି କଲେ। କିଛିଦିନ ପରେ ଆହୁରି ଅଧିକ ମୂଷା ଉକ୍ତ ଘରେ ଥିବାର ସିମୋନ୍‌ ଦେଖିଲେ। ତେଣୁ ମୂଷାଙ୍କ ପାଇଁ ସେ ଆହୁରି ଅଧିକ ଘର ତିଆରି କଲେ। ଆଉ ସେସବୁ ଥିଲା ବେଶ୍‌ ଆକର୍ଷକ। ଦିନକୁ ଦିନ ମୂଷା ସଂଖ୍ୟା ବଢିଲା ଓ ସେ ବିଭିନ୍ନ ପ୍ରକାରର ସାମଗ୍ରୀ ବ୍ୟବହାର କରି ଘର ତିଆରି କଲେ। ଆଉ ନିଜର ଫଟୋଗ୍ରାଫିର ସଉକ ବି ପୂରଣ କଲେ। ସେହି ଘରଗୁଡିକରେ ଥିବା ମୂଷାଙ୍କର ଖୁବ୍‌ ସୁନ୍ଦର ସୁନ୍ଦର ଫଟୋ ଉଠାଇଲେ। ଏହି ଫଟୋଗୁଡିକ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚିତ ହେଲା।

All Right Reserved By

ଫୁରସତ |

ଯେଉଁଠି ଫୋନ୍‌ କଲେ ମିଳେ ସେକ୍ସ ଡଲ୍‌

ଯେଉଁଠି ଫୋନ୍‌ କଲେ ମିଳେ ସେକ୍ସ ଡଲ୍‌

ଆଧୁନିକ ସମାଜରେ ଏବେ ସବୁ ମିଳୁଛି ହାତ ପାହାନ୍ତାରେ। ସେମିତି ଚାଇନାରେ କେହି ଯଦି ଜଣେ ସେକ୍ସ ଡଲ୍‌ ନିଜ ପାଖକୁ ଆଣିବାକୁ ଚାହୁଁଛନ୍ତି ତାହା ମଧ୍ୟ ଅତି ସହଜରେ ମିଳି ପାରୁଛନ୍ତି। ମାତ୍ର ଗୋଟିଏ ଫୋନ୍‌ କଲରେ ଏମାନଙ୍କୁ ବୁକ୍‌ କରାଯାଇ ପାରୁଛି। 

ଯେଉଁଠି ଝିଅମାନଙ୍କୁ ଇଚ୍ଛା ବିରୋଧରେ କରାଯାଏ ଗର୍ଭବତୀ

ଯେଉଁଠି ଝିଅମାନଙ୍କୁ ଇଚ୍ଛା ବିରୋଧରେ କରାଯାଏ ଗର୍ଭବତୀ

ନାଇଜେରିଆରେ ଥିବା ଏମିତି ଏକ ଲୁଚାଛପା ପ୍ରଥା ସମ୍ପର୍କରେ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏଠାରେ ଥିବା ବେବି ଫାର୍ମିଂର ଅସଲ କାହାଣୀ ଶୁଣିଲେ ଲୋମ ଟାଙ୍କୁରି ଉଠିବ। ଆଫ୍ରିକା ମହାଦେଶରେ ଥିବା ନାଇଜେରିଆର କେତେକ ଅଞ୍ଚଳରେ ଏମିତି କିଛି ଘୃଣ୍ୟ କାମ କରାଯାଇଥାଏ। 

ପ୍ରେମରେ ପ୍ରତାରଣା ପାଇଥିବା ମହିଳା କରନ୍ତି ଅଧିକ ଶପିଂ...

ପ୍ରେମରେ ପ୍ରତାରଣା ପାଇଥିବା ମହିଳା କରନ୍ତି ଅଧିକ ଶପିଂ...

ପ୍ରେମରେ ପ୍ରତାରଣା ପାଇଥିବା ମହିଳା ଅଧିକ ଶପିଂ କରିଥାନ୍ତି। ତେବେ ଭଙ୍ଗା ହୃଦୟ ନେଇ ଶପିଂ କଲେ ଅଧିକ ଖର୍ଚ୍ଚ ହୋଇଥାଏ ବୋଲି ନିକଟରେ ବେଜିଂ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

ଏସବୁ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି କରନ୍ତି ପ୍ରେମ ବିବାହ...

ଏସବୁ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି କରନ୍ତି ପ୍ରେମ ବିବାହ...

ଯୁବବର୍ଗଙ୍କ ମଧ୍ୟରେ ବିବାହ ନେଇ ରହିଥାଏ ଆଗ୍ରହ। ବିବାହ ଆରେଞ୍ଜ ହେବ ନା ପ୍ରେମ ବିବାହ ହେବ ସେନେଇ ରହିଥାଏ ଉତ୍ସୁକତା। ତେବେ କେଉଁମାନେ ପ୍ରେମ ବିବାହ କରିବେ ତାହା ତାଙ୍କର ଜନ୍ମ ତାରିଖରୁ ହିଁ ଜଣାପଡ଼ିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। 

ଚେୟାରରେ ବସିଲେ ହୋଇଯାଏ ମୃତ୍ୟୁ

ଚେୟାରରେ ବସିଲେ ହୋଇଯାଏ ମୃତ୍ୟୁ

ସାଧାରଣତଃ ଆମେ ଜାଣିଛେ, ବହୁ ପୁରୁଣା କୋଠା, ଶଶ୍ମାନ, ସମାଧିସ୍ଥଳରେ ମୃତବ୍ୟକ୍ତିଙ୍କ ଆତ୍ମା ଘୂରିବୁଲେ। କିନ୍ତୁ ଏମିତି ଏକ ଚେୟାର ରହିଛି ଯେଉଁଠି ଆତ୍ମା ଆସ୍ଥାନ ଜମାଇଛି। ଫଳରେ ଏହି ଚେୟାରରେ ଯିଏ ବସିଛି ତା’ର ମୃତ୍ୟୁ ଘଟିଛି। ଆଜି ଏହି ଚେୟାର ବିଷୟରେ ଏମିତି ଏକ କଥା କହିବୁ ଯାହା ଶୁଣି ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏହା ଏକ ଅଭିଶପ୍ତ ଚେୟାର। 

ରାତିପାହିଲେ ଦୁଆରମୁହଁରୁ ମିଳୁଛି ଟଙ୍କା

ରାତିପାହିଲେ ଦୁଆରମୁହଁରୁ ମିଳୁଛି ଟଙ୍କା

ଆଜିର ଯୁଗରେ ଯେଉଁଠି ଆପଣାର ଲୋକମାନେ ସାହାଯ୍ୟ କରୁନାହାନ୍ତି ସେଠି ଜଣେ ଅଜଣା ବ୍ୟକ୍ତି ନିଜର ଦୟାଳୁ ଗୁଣ ଯୋଗୁ ଜଣେ ନୁହେଁ ଗୋଟିଏ ଗାଁର ସମସ୍ତ ଲୋକଙ୍କୁ ରାତି ପାହିଲେ ସହାୟତା କରୁଛନ୍ତି। ତାହା ପୁଣି ଲୋକଙ୍କ ଫାଟକରେ ଏକ ଲଫାପାରେ ଟଙ୍କା ଭର୍ତ୍ତି କରି। ଗ୍ରାମବାସୀ ଆଶ୍ଚର୍ଯ୍ୟ ହେବା ସହ ପ୍ରଥମେ ଭାବୁଥିଲେ କେହି ଅଜଣା ବ୍ୟକ୍ତି କୌଣସି ସ୍ବାର୍ଥ ରଖି ଏମିତି କରୁଛି। ସ୍ପେନ୍‌ର ଏକ ଛୋଟ ଗାଁ ଭିଲାରାମିୟଲ। ଏହି ଗାଁଁର ଲୋକସଂଖ୍ୟା ପ୍ରାୟ ୮୦୦। ଗାଁଁରେ ଏହି ଘଟଣା ବାରମ୍ବାର ଘଟୁଥବାରୁ ଲୋକେ ଏ ସମ୍ପର୍କରେ ଜାଣିବା ପାଇଁ ବହୁ ଉତ୍ସୁକ ଅଛନ୍ତି

ଯେଉଁ ମନ୍ଦିରରେ ଦିନକୁ ତିଆରି ହୁଏ ୨ ଲକ୍ଷ ରୁଟି...

ଯେଉଁ ମନ୍ଦିରରେ ଦିନକୁ ତିଆରି ହୁଏ ୨ ଲକ୍ଷ ରୁଟି...

ଭାରତରେ ବିଭିନ୍ନ ମନ୍ଦିରରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ପଞ୍ଚାବର ଅମୃତସରଠାରେ ଥିବା ହରମନ୍ଦିର ସାହିବ ଗୁରୁଦ୍ୱାରକୁ ଲୋକ ସ୍ବର୍ଣ୍ଣମନ୍ଦିର ବୋଲି କହିଥାନ୍ତି। ଅମୃତ ସରୋବର ମଝିରେ ହିଁ ଏହି ମନ୍ଦିରକୁ ନିର୍ମାଣ କରାଯାଇଛି ।

ଯେଉଁ ସ୍କୁଲରେ ପ୍ରେମପାଇଁ ମିଳେ ଛୁଟି

ଯେଉଁ ସ୍କୁଲରେ ପ୍ରେମପାଇଁ ମିଳେ ଛୁଟି

ସ୍କୁଲରେ ପ୍ରେମ ପାଇଁ ମିଳେ ଛୁଟି। କଥାଟା ଶୁଣିବାକୁ ଭାରି ଅଡୁଆ ଲାଗୁଛି। ହେଲେ ଚାଇନାର ଜୋହିଆଙ୍ଗ ସହରରେ ରହିଛି ଏମିତି ଏକ ସ୍କୁଲ ଯେଉଁଠି ପ୍ରେମ କରିବାକୁ ଛୁଟି ମିଳିଥାଏ। 

ଏସବୁ ପାଇଁ ଆକୃଷ୍ଟ ହୁଅନ୍ତି ପୁରୁଷ...

ଏସବୁ ପାଇଁ ଆକୃଷ୍ଟ ହୁଅନ୍ତି ପୁରୁଷ...

କେତେକ ଭାବନ୍ତି ଯେ,ପୁରୁଷମାନେ ଶାରିରୀକ ସମ୍ପର୍କକୁ ଅଧିକ ଗୁରୁତ୍ୱ ଦିଅନ୍ତି। ମାତ୍ର ପୁରୁଷମାନେ ସ୍ତ୍ରୀମାନଙ୍କ ସହିତ କଥା ହେବାକୁ ଅଧିକ ଭଲ ପାଆନ୍ତି। ସ୍ତ୍ରୀ

ଚାଇନାରେ ଅଜବ ଘଟଣା: ସ୍ତ୍ରୀଙ୍କ ପ୍ରେମ ପରୀକ୍ଷା ନେବା ଲାଗି ଚଳନ୍ତା ଗାଡ଼ି ଆଗକୁ ଡେଇଁଲେ ସ୍ବାମୀ

ଚାଇନାରେ ଅଜବ ଘଟଣା: ସ୍ତ୍ରୀଙ୍କ ପ୍ରେମ ପରୀକ୍ଷା ନେବା ଲାଗି ଚଳନ୍ତା ଗାଡ଼ି ଆଗକୁ ଡେଇଁଲେ ସ୍ବାମୀ

ସ୍ତ୍ରୀଙ୍କ ପ୍ରେମ ପରୀକ୍ଷା କରିବାକୁ ଯାଇ ଚଳନ୍ତା ଗାଡ଼ି ସାମ୍ନାକୁ ଡେଇଁ ପଡ଼ିଲେ ସ୍ବାମୀ। ଅଜବ ଲାଗିଲେ ବି କଥାଟି ସତ। ଚାଇନାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ସୁନ୍ଦରୀ ଯୁବତୀଙ୍କ ପସନ୍ଦ ରୋମାଣ୍ଟିକ୍‌ ଯୁବକ

ସୁନ୍ଦରୀ ଯୁବତୀଙ୍କ ପସନ୍ଦ ରୋମାଣ୍ଟିକ୍‌ ଯୁବକ

ସୁନ୍ଦରୀ ଯୁବତୀ ରୋମାଣ୍ଟିକ୍‌ ଯୁବକଙ୍କୁ ଅଧିକ ପସନ୍ଦ କରିଥାନ୍ତି। ଏନେଇ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। 

ମୃତ ବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖିବା ଶୁଭ ନା ଅଶୁଭ

ମୃତ ବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖିବା ଶୁଭ ନା ଅଶୁଭ

ଶୋଇଥିବା ସମୟରେ ଅନେକ ସ୍ବପ୍ନ ଦେଖଥାନ୍ତି। ସେଥିମଧ୍ୟରୁ କେତେକ  ଭଲ ସ୍ବପ୍ନ ହୋଇଥିବା ବେଳେ ଅନେକ ଖରାପ ସ୍ବପ୍ନ ହୋଇଥାଏ। ଭଲ ସ୍ବପ୍ନକୁ ଦେଖି ଅନେକ ଖୁସି ହେଉଥିବା ବେଳେ ଦୁସ୍ବପ୍ନ ଦେଖିବା ପରେ ଡରିଯାଇଥାନ୍ତି। ତେବେ ଅନେକ ସମୟରେ ଲୋକେ ମୃତ ବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖିଥାନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା