ମନୋରଞ୍ଜନ |

ଟ୍ରାଜେଡି ଷ୍ଟାରଙ୍କ ଯାତ୍ରା

ଟ୍ରାଜେଡି ଷ୍ଟାରଙ୍କ ଯାତ୍ରା

ସତ୍ୟ କଳ୍ପନାଠାରୁ ବି ଭୟଙ୍କର! ଜଲିଉଡ୍‌ର ଟ୍ରାଜେଡି ଷ୍ଟାର ସୁବାସ ବେହେରାଙ୍କ କାହାଣୀ ଶୁଣିବା ପରେ ଠିକ୍‌ ଏମିତି ମନେହୁଏ। ବାପା ମାଟି ଖୋଳିଲେ ତାଙ୍କ ଘରେ ଚୁଲି ଜଳେ। ପାଠ ପାଇଁ ପଇସା ନ ଥିଲା। ତଥାପି ସେ ମାଟ୍ରିକ୍‌ ପାସ୍‌ କଲେ। ଭାବିଥିଲେ, ବାପାଙ୍କଠୁ କିଛି ଟଙ୍କା ନେଇ ଗ୍ୟାରେଜଟେ କରିବେ। ମାତ୍ର ବାପା କୋଉଠୁ ଆଣିବେ ଟଙ୍କା? ଅଭିମାନରେ ଘର ଛାଡ଼ିଦେଲେ। ଚାଲିଚାଲି ଭଦ୍ରକ, ପୁଣି ଜାମୁଝାଡ଼ି ଯାଏ ଚାଲିଆସିଲେ। ହେଲେ ଯିବେ କୁଆଡ଼େ? ରାସ୍ତାରେ ଠିଆହୋଇ କାନ୍ଦିଲେ। ପୁଣି ଫେରିଲେ ପଛକୁ। ରାଣିତାଲରେ ଏକ ଯାତ୍ରାପାର୍ଟି ପଡ଼ିଥାଏ। ଭାବିଲେ, ଯାତ୍ରାପାର୍ଟିରେ କାମ କରିବେ। ହେଲେ ଗୋଟେ ମାଟ୍ରିକ ପଢୁଆ ପିଲାକୁ କିଏ ବା ଯାତ୍ରାପାର୍ଟିରେ କି କାମ ଦେବ। ତଥାପି କିଛିଦିନ ସେ ସେଇଠି ରହିଲେ। କିଛି ନ ହେଉ ଖାଇବା ତ ମିଳିଗଲା। ବାପା ଖବର ପାଇ ଆସି ଘରକୁ ଫେରେଇନେଲେ। ଚାନ୍ଦବାଲି କଲେଜରେ ଆଡମିସନ ହେଲା।  କଲେଜର ଛାତ୍ର ରାଜନୀତିରେ ସେ ସମ୍ପୃକ୍ତ ହୋଇପଡ଼ିଲେ। ସେତେବେଳେ ଚାନ୍ଦବାଲି କଲେଜକୁ କମ୍ୟୁନିଷ୍ଟର ଗଡ଼ ବୋଲି ବିବେଚନା କରାଯାଉଥାଏ। ବିବାଦୀୟ ହୋଇ ଉଠିଲେ ସୁବାସ। ସେହିବର୍ଷ ଡିପ୍ଲୋମା ପଢ଼ିବା ପାଇଁ ଲେଟର ଆସିଥାଏ। ସେ ଚାଲିଗଲେ ରାଉରକେଲା। ଡିପ୍ଲୋମା ପଢ଼ିଲେ ଆଉ ରାଉରକେଲା ଷ୍ଟିଲ୍‌ପ୍ଲାଣ୍ଟରେ ଇଲେକ୍‌ଟ୍ରିକାଲ ଇଞ୍ଜିନିୟର ଭାବରେ ଚାକିରି ମଧ୍ୟ କଲେ। ସୁବାସ ଭାବୁଥିଲେ, ଏବେ ଜୀବନ ଠିକ୍‌ଠାକ୍‌ ଚାଲିବ। ମାତ୍ର ନା। ସେ ଷ୍ଟିଲ୍‌ପ୍ଲାଣ୍ଟରେ ଥିବା ବେଳେ ଅନିଚ୍ଛାକୃତ ଭାବରେ ଏକ ଦୁର୍ଘଟଣାରେ ଛନ୍ଦି ହୋଇଗଲେ। ସେ ଦୁର୍ଘଟଣା ତାଙ୍କଠୁ କେବଳ ଚାକିରି ଛଡ଼େଇ ନେଲାନି, ତା’ ସହିତ ବାପାମା’ ବନ୍ଧୁବାନ୍ଧବ ମଧ୍ୟ ଦୂରେଇଗଲେ। ବାପା ତାଙ୍କୁ ଏକପ୍ରକାର ତ୍ୟେଜ୍ୟପୁତ୍ର କରିଦେଲେ। ସୁବାସଙ୍କ ଜୀବନରେ ପୁଣି ବୈଶାଖର ତତଲା ଝାଞ୍ଜି ବହିଲା। ସମ୍ବଳ କହିଲେ, ଗୋଟେ ସିଟ୍‌ ଚିରି ଯାଇଥିବା ସାଇକେଲ। ହଳେ କି ଦୁଇହଳ ଚିରିଯାଇଥିବା ପ୍ୟାଣ୍ଟସାର୍ଟ। ହାତରେ କାଣି କଉଡ଼ିଟାଏ ବି ନାହିଁ। ରାଉରକେଲାରେ ଜଣେ ଗଁା ଲୋକ ରହୁଥାନ୍ତି। ସେ ଦୟା ପାଇ ତାଙ୍କୁ ପ୍ରତିଦିନ ସକାଳେ ମାତ୍ର ଶହେଗ୍ରାମର ଚୁଡ଼ା ଦିଅନ୍ତି। ସେଇଆକୁ ଖାଇ ସକାଳର ଭୋକ ମାରନ୍ତି ସୁବାସ। ଆଉ ଦିନରେ ଯାହା ଯୋଉଠି ମିଳେ! ନ ହେଲେ ଖାଡ଼ା ଉପାସ। 

- ରାଉରକେଲାରେ ଥିବାବେଳେ ସେ ବିଭିନ୍ନ ଜାଗାରେ ଡ୍ରାମା କରୁଥାନ୍ତି। ଖଳନାୟକ ଭୂମିକାରେ ତାଙ୍କର ଅଭିନୟ ଥାଏ ବେଶ୍‌ ବଳିଷ୍ଠ।  ସିନିୟର ଇଞ୍ଜିନିୟର ତଥା ଡ୍ରାମା ନିର୍ଦ୍ଦେଶକ ସଚିନ୍ଦ୍ର ସାହୁ (ଯାହାଙ୍କୁ ଗୁରୁ ବୋଲି ସ୍ବୀକାର କରନ୍ତି ସୁବାସ)ଙ୍କ ସହ ଦୋସ୍ତି ଥାଏ। ସେମାନେ ପ୍ରତିଦିନ ଖଟି କରନ୍ତି। ଚା’ ପିଅନ୍ତି। ସିଗାରେଟ୍‌ ଟାଣନ୍ତି। ସୁବାସ କହନ୍ତି , ମୁଁ ସିଗାରେଟ୍‌ ଟାଣିବିନି। ସେଇ ପଇସାରେ ବିସ୍କୁଟ୍‌ ଖାଇଦେଉଛି (କାରଣ, ଖାଇବା ପାଇଁ ତାଙ୍କ ପାଖରେ ପଇସା ନ ଥାଏ!)। ସେଇଆ ହୁଏ। ସେ ବିସ୍କୁଟ୍‌ ଖାଇଦିଅନ୍ତି। ବିସ୍କୁଟ ଖାଇବା ପରେ ସିଗାରେଟ୍‌ ଦି’ ଢୋକ ପାଇଁ ସଚିବାବୁଙ୍କୁ ହାତ ବଢ଼ାନ୍ତି। ଏମିତି କିଛିଦିନ ଯିବା ପରେ ଦିନେ ସଚିବାବୁ କହନ୍ତି, ତୁ ତ ବଡ଼ ଚାଲାକ ଅଛୁ ବେ। ବିସ୍କୁଟ ଖାଉଛୁ। ପୁଣି ମୋଠୁ ନେଇ ସିଗାରେଟ୍‌ ବି ଟାଣୁଛୁ! ସୁବାସଙ୍କୁ ଏକଥା ବାଧେ। ସେ ଭୋ ଭୋ ହୋଇ କାନ୍ଦନ୍ତି। ସବୁ କଥା କୁହନ୍ତି ସଚିନ୍ଦ୍ରବାବୁଙ୍କୁ। ପାଖରେ ଥାନ୍ତି ସଚିନ୍ଦ୍ରବାବୁଙ୍କର ଜଣେ ସାଙ୍ଗ। ସେ କହନ୍ତି, ”ମଡର୍ନ ଅପେରା’ରେ କଳାକାର ପାଇଁ ବିଜ୍ଞାପନ ବାହାରିଛି। ତମେ ସେଠି ଟ୍ରାଏ କର।“ ଟ୍ରାଏ କରନ୍ତି ସୁବାସ। ଆଉ ପାର୍ଟି ପାଇଁ ସିଲେକ୍ଟ ହୁଅନ୍ତି ମଧ୍ୟ। ଦରମା ବର୍ଷକୁ ୧୧ହଜାର ଟଙ୍କା। କହିବା ନିଷ୍ପ୍ରୟୋଜନ, ଏଇଠୁ ଆରମ୍ଭ ହୁଏ ଆଜିର କିଙ୍ଗ୍‌ ଷ୍ଟାର ସୁବାସ ବେହେରାଙ୍କର ପେସାଦାର ଯାତ୍ରାଜୀବନ। ଏହାର କିଛିବର୍ଷ ପରେ ସେ ଆସିଲେ ତାରିଣୀ ଗଣନାଟ୍ୟକୁ। ଅବଶ୍ୟ ସେତେବେଳକୁ ସେ ଖଳନାୟକରୁ ହିରୋ ଭୂମିକାକୁ ଆସି ସାରିଥାନ୍ତି।

- ଯାତ୍ରାରେ ସିନା ଆଗକୁ ଆଗକୁ ଯାଉଥାନ୍ତି ସୁବାସ। ହେଲେ ଘରକୁ ଫେରିପାରୁ ନ ଥାନ୍ତି। ୟା’ ମଧ୍ୟରେ ତିନିବର୍ଷ ଅତିକ୍ରାନ୍ତ ହୋଇସାରିଥାଏ। ଦିନେ ସେ ଖବର ପାଇଲେ ଘରର ଅବସ୍ଥା ଅତ୍ୟନ୍ତ ସଙ୍ଗିନ। ସାନଭଉଣୀ ପେଟରେ ଟ୍ୟୁମର। ଟଙ୍କା ନାହିଁ ବୋଲି ଅପରେଶନ ହୋଇପାରୁନି। ପୁଣି ବାପା ୨୨ଶହ ଟଙ୍କା ଲୋନ୍‌ କରିଥିଲେ ସୋସାଇଟିରୁ। ଶୁଝିପାରୁ ନ ଥିବା ହେତୁ ଜମିବାଡ଼ି ନିଲାମ କରି ନେବାକୁ ବସିଛି ସୋସାଇଟି। ପାର୍ଟି ପଡ଼ିଥାଏ କାକଟପୁରରେ। ସେଠାକୁ ଇଟା କାମ କରିବାକୁ ଯାଇଥିବା ଗଁାର କେତେଜଣ ଲୋକଙ୍କ ଠାରୁ ଏ ଖବର ପାଇ ପାଗଳପ୍ରାୟ ହୋଇଗଲେ ସେ। ମାଲିକକୁ ଅନୁରୋଧକରି ଘରକୁ ଫେରିଲେ। ପାଖରେ ଥାଏ ୩୫ହଜାର ଟଙ୍କା। ଆସିବା ବାଟରେ ତାଙ୍କର ଆଖିରୁ ସିନା ଲୁହ ବୋହୁ ନ ଥାଏ, ଛାତିର କୋହକୁ ଚାପିରଖି ପାରୁ ନ ଥାନ୍ତି। ଭଦ୍ରକରେ ଆସି ପହଞ୍ଚତ୍ବା ବେଳକୁ ରାତି ୧୧। ଶୂନ୍‌ଶାନ୍‌ ଭଦ୍ରକ ସହର, ସେତେବେଳକୁ ଶୋଇପଡ଼ିଥାଏ ନିଘୋଡ଼ ନିଦରେ। ଭଦ୍ରକରୁ ମତୋ (ଚାନ୍ଦବାଲି) ଆଖି ପାଉ ନ ଥିବା ବାଟ। କେମିତି ଯିବେ ବୋଲି ଭାବୁଥାନ୍ତି। ସେତିକିବେଳେ ପୀରହାଟର କେତେଜଣ ଲୋକ ଚରମ୍ପାରେ ଛେନା ଦେଇ ସେଇ ବାଟେ ଫେରିଲେ। ସେଇମାନଙ୍କ ସାଇକେଲରେ ଆସି ପହଞ୍ଚତ୍ଲେ ଘରେ। ବୋଉ ହାତରେ ଧରେଇଦେଲେ ୩୫ହଜାର ଟଙ୍କା। କହିଲେ, ଚୋରି କରିନି। ଏଥିରେ ଘରର ଅସୁବିଧା ଦୂରେଇଯିବ। ବୋଉ କଂସେ ପଖାଳ ବାଢ଼ିଦେଲା। ତା’ ସାଙ୍ଗକୁ ଚକୁଟିଦେଲା ତେନ୍ତୁଳି ଖଟା। ତିନିବର୍ଷ ପରେ ସେ ଖାଇଲେ ମା’ ହାତର ମହାପ୍ରସାଦ। ବାପା ଉଠିଆସିଲେ। ଜରାଜୀର୍ଣ୍ଣ ଅବସ୍ଥା। ଗାଳି ଦେଇଗଲେ : ଶଃ... ରଖିଥିଲୁ ଆସି ଖାଇଯାଉଛୁ! ସେ କାନ୍ଦୁଥାନ୍ତି। ଲୁହ ପଖାଳ କଂସାରେ ମିଶିଯାଉଥାଏ। ବୋଉକୁ ଥିରିଥିରି କରି କହୁଥାନ୍ତି, ବାପାଙ୍କୁ କହ ସେ କିଛି ନ କୁହନ୍ତୁ। ମୁଁ ପଖାଳ ଦି’ଟା ଖାଇ ପୁଣି ପଳେଇଯିବି। 

ସେଇଆ ହେଲା।  ସେ ସେଦିନ ଘରୁ ଫେରି ଆସିଥିଲେ। ଅବଶ୍ୟ ଏହାପରେ ଘରର ଦାୟିତ୍ୱ ବାପାଙ୍କର ନୁହେଁ; ଏଣିକି ତାଙ୍କର ବୋଲି ନୀରବ ପ୍ରତିଶ୍ରୁତି ଦେଇ ଆସିଥିଲେ।


All Right Reserved By

ମନୋରଞ୍ଜନ |

‘#ମିଟୂ’ ଆନ୍ଦୋଳନରେ ଲୋକେ ଉଭୟ ପକ୍ଷକୁ ଶୁଣନ୍ତୁ: ଅଜୟ ଦେବଗନ୍‌

‘#ମିଟୂ’ ଆନ୍ଦୋଳନରେ ଲୋକେ ଉଭୟ ପକ୍ଷକୁ ଶୁଣନ୍ତୁ: ଅଜୟ ଦେବଗନ୍‌

ମୁମ୍ବାଇ: ‘#ମିଟୂ’ ଆନ୍ଦୋଳନ ଉତ୍ପୀଡିତ ଲୋକଙ୍କ ମୁହଁ ଖୋଲିବାକୁ ସୁଯୋଗ ସୃଷ୍ଟି କରିଛି। ତେବେ ଏହି ପ୍ରସଙ୍ଗ ନେଇ ଲୋକେ ଉଭୟ ପକ୍ଷର ମତ ଶୁଣିବା ଉଚିତ ବୋଲି ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ପ୍ରକାଶ କରିଛନ୍ତି।

ସାହିଦଙ୍କ ପୂର୍ବରୁ 'ପଦ୍ମାବତ' ଚଳଚ୍ଚିତ୍ରର ଅଫର ମିଳିଥିଲା ଏହି ଅଭିନେତାଙ୍କୁ...

ସାହିଦଙ୍କ ପୂର୍ବରୁ 'ପଦ୍ମାବତ' ଚଳଚ୍ଚିତ୍ରର ଅଫର ମିଳିଥିଲା ଏହି ଅଭିନେତାଙ୍କୁ...

ସଞ୍ଜୟ ଲୀଲା ଭଁଶାଲୀ ନିର୍ମିତ ଚଳଚ୍ଚିତ୍ର "ପଦ୍ମାବତ"  ବକ୍ସ ଅଫିସରେ ସଫଳତା ପୂର୍ବକ ବ୍ୟବସାୟ କରିବା ସହ ସିନେପ୍ରେମୀମାନଙ୍କ ଦ୍ୱାରା ମଧ୍ୟ ଅନେକ ଆଦୃତ ହୋଇପାରିଛି। ଏଥିରେ ସାହିଦ କାପୁର, ଦୀପିକା ପାଦୁକନେ, ରଣବୀର ସିଂ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ।

ହୋଟେଲ କୋଠରୀ ହେଲା ସ୍ମୃତିସ୍ଥଳ: ‘ଚେନ୍ନାଇ ଏକ୍ସପ୍ରେସ୍‌’ ଶୁଟିଂ ବେଳେ ରହିଥିଲେ ଶାହାରୁଖ

ହୋଟେଲ କୋଠରୀ ହେଲା ସ୍ମୃତିସ୍ଥଳ: ‘ଚେନ୍ନାଇ ଏକ୍ସପ୍ରେସ୍‌’ ଶୁଟିଂ ବେଳେ ରହିଥିଲେ ଶାହାରୁଖ

ବମ୍ବେ: କିଙ୍ଗ ଖାନ୍‌ ଶାହରୁଖ ତାଙ୍କ ପ୍ରଶଂସକଙ୍କ ହୃଦୟର ରାଜା। ଦେଶ ତଥା ବିଦେଶରେ ଏହି ଖାନ୍‌ଙ୍କର ରହିଛି ବଡ଼ ଫ୍ୟାନ୍‌ ଫଲୋଇଙ୍ଗ୍‌। ତାଙ୍କର ଗୋଟିଏ ଝଲକ ପାଇବା ଲାଗି ‘ମନ୍ନତ୍‌’ ବାହାରେ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ଅପେକ୍ଷା କରି ରହିଥାନ୍ତି। ମାତ୍ର ଏବେ ଶାହରୁଖଙ୍କ ସମ୍ମାନରେ କେରଳର ଏକ ହୋଟେଲ କୋଠରୀକୁ ସ୍ମୃତିସ୍ଥଳରେ ପରିଣତ କରାଯାଇଛି। 

‘ଉରି..’ର ସର୍ଜିକାଲ ଷ୍ଟ୍ରାଇକ୍‌ ଜାରି: ରୋଜଗାର କଲାଣି ୧୧୫.୮୭ କୋଟି, ଏବେ ବି ଜିଣୁଛି ଦର୍ଶକଙ୍କ ମନ

‘ଉରି..’ର ସର୍ଜିକାଲ ଷ୍ଟ୍ରାଇକ୍‌ ଜାରି: ରୋଜଗାର କଲାଣି ୧୧୫.୮୭ କୋଟି, ଏବେ ବି ଜିଣୁଛି ଦର୍ଶକଙ୍କ ମନ

ବମ୍ବେ: ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌’। ଭାରତୀୟ ଯବାନଙ୍କ ଦ୍ୱାରା ପାକିସ୍ତାନ ଉପରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ବିଷୟବସ୍ତୁ ଉପରେ ଆଧାରିତ ଏହି ଫିଲ୍ମ ଏବେ ବି ନିଜର ଯାଦୁ ଜାରି ରଖିଛି। ରିଲିଜର ଦ୍ୱିତୀୟ ସପ୍ତାହ ତଥା ୧୧ ଦିନ ପରେ ମଧ୍ୟ ଏହା ବେଶ ଭଲ ରୋଜଗାର କରୁଥିବା ଜଣାପଡ଼ିଛି।

ମଲାଇକାଙ୍କ ବ୍ୟକ୍ତିଗତ ତଥ୍ୟ ବାହାରକୁ ଲିକ୍‌ କରୁଥିଲେ ଡ୍ରାଇଭର, ଚାକିରି ଗଲା

ମଲାଇକାଙ୍କ ବ୍ୟକ୍ତିଗତ ତଥ୍ୟ ବାହାରକୁ ଲିକ୍‌ କରୁଥିଲେ ଡ୍ରାଇଭର, ଚାକିରି ଗଲା

ବମ୍ବେ: ସଲମାନ୍‌ଙ୍କ ବଡ଼ଭାଇ ଅରବାଜ୍‌ଙ୍କ ଠାରୁ ଅଲଗା ହେବା ପରେ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ମଲାଇକା। ଉଭୟଙ୍କୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଫଟୋ ଓ ଖବର ଭାଇରାଲ ମଧ୍ୟ ହେଉଛି। ଯାହା ସେମାନଙ୍କ ସମ୍ପର୍କକୁ ସ୍ପଷ୍ଟ କରୁଛି ବୋଲି କୁହାଯାଇପାରେ। ତେବେ କିଛି ଦିନ ଧରି ମଲାଇକା ନିଜର ବ୍ୟକ୍ତିଗତ ତଥ୍ୟ ଲିକ୍‌ ହେଉଥିବା ଜାଣିବାକୁ ପାଇଥିଲେ।

୬୫ କୋଟିର ଫାର୍ମହାଉସ୍‌ରେ ସମୟ ବିତାନ୍ତି ବାହୁବଲୀ ଷ୍ଟାର ‘ପ୍ରଭାସ’: ରଖିଛନ୍ତି ରେଞ୍ଜ ରୋଭର୍‌, ବିଏମ୍‌ଡବ୍ଲୁ ଏକ୍ସ-୩ ଭଳି ଦାମୀ ଗାଡ଼ି

୬୫ କୋଟିର ଫାର୍ମହାଉସ୍‌ରେ ସମୟ ବିତାନ୍ତି ବାହୁବଲୀ ଷ୍ଟାର ‘ପ୍ରଭାସ’: ରଖିଛନ୍ତି ରେଞ୍ଜ ରୋଭର୍‌, ବିଏମ୍‌ଡବ୍ଲୁ ଏକ୍ସ-୩ ଭଳି ଦାମୀ ଗାଡ଼ି

ହାଇଦ୍ରାବାଦ: ସୁପରହିଟ୍‌ ଚଳଚ୍ଚିତ୍ର ବାହୁବଲୀରେ ନିଜ ବଳିଷ୍ଠ ଅଭିନୟକୁ ନେଇ ପ୍ରଭାସ ପାଲଟିଛନ୍ତି ଦେଶବିଦେଶର ଜଣେ ଚର୍ଚ୍ଚିତ ଚେହେରା। ଗୋଟିଏ ଫିଲ୍ମ ପାଇଁ ପ୍ରଭାସ ନିର୍ଦ୍ଦେଶକଙ୍କଠାରୁ ନେଉଛନ୍ତି ମୋଟା ଅଙ୍କର ଟଙ୍କା। ଗୋଟିଏ ବର୍ଷରେ ଏହି ୩୯ ବର୍ଷୀୟ ଅଭିନେତା ରୋଜଗାର କରନ୍ତି ୪୫ କୋଟି। ଏଥିପାଇଁ ତାଙ୍କ ଜୀବନଶୈଳୀ କୌଣସି ରାଜାଠାରୁ କମ୍‌ ନୁହେଁ।

ବଲିଉଡ୍‌ର ଗ୍ଲାମର ମା’ଝିଅ

ବଲିଉଡ୍‌ର ଗ୍ଲାମର ମା’ଝିଅ

ଅଧିକାଂଶ ସମୟରେ ଝିଅମାନଙ୍କୁ ସେମାନଙ୍କୁ ବେଷ୍ଟ୍‌ଫ୍ରେଣ୍ଡ ସହିତ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବାର ଦେଖିବାକୁ ମିଳିଥାଏ। କେତେକ ଝିଅ ନିଜ ଫ୍ରେଣ୍ଡକୁ ବେଷ୍ଟ ଫ୍ରେଣ୍ଡ ମଧ୍ୟ କହିଦେଇଥାନ୍ତି। ଆଉ କିଛି ଦିନ ପରେ ସେମାନେ ପରସ୍ପରର ମୁହଁ ମଧ୍ୟ ଦେଖିବାକୁ ଚାହିଁ ନ ଥାନ୍ତି। ମାତ୍ର ଗୋଟିଏ ଝିଅର ବେଷ୍ଟ ଫ୍ରେଣ୍ଡ୍‌ ହେଉଛି ତା’ର ମା’। ଝିଅ ସହିତ ମା’ର ଯେତେବି ପାଟିତୁଣ୍ଡ ହେଉ ନାଁ କାହିଁକି ସେମାନଙ୍କ ମଧ୍ୟରେ ଭଲପାଇବା କେବେ ହେଲେ କମ୍‌ ହୋଇ ନ ଥାଏ।

ବିବାହ ବନ୍ଧନରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି

ବିବାହ ବନ୍ଧନରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ: ଗତବର୍ଷ ବଲିଉଡ୍‌ରେ ବିବାହ ଋତୁ ଚାଲିଥିବା ବେଳେ ଏବର୍ଷ ଆରମ୍ଭରୁ ମଧ୍ୟ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଲାଣି ବଲିଉଡ୍‌ରେ। ମାୟାନଗରୀର ବରିଷ୍ଠ ଅଭିନେତା ରାଜ ବାବର ଓ ସ୍ମିତା ପାଟିଲଙ୍କ ପୁଅ ପ୍ରତିକ ବାବର ବିବାହ ବନ୍ଧରେ ଆବନ୍ଧ ହେବାକୁ ଯାଉଛନ୍ତି। 

କେବଳ ନିଜ ସ୍ତ୍ରୀଙ୍କୁ ଇମ୍ପ୍ରେସ କରିବାକୁ ସଲମାନଙ୍କ ପ୍ରଶଂସକ କରିଥିଲେ ପୁରା ଫିଲ୍ମହଲ ର ବୁକିଂ…

କେବଳ ନିଜ ସ୍ତ୍ରୀଙ୍କୁ ଇମ୍ପ୍ରେସ କରିବାକୁ ସଲମାନଙ୍କ ପ୍ରଶଂସକ କରିଥିଲେ ପୁରା ଫିଲ୍ମହଲ ର ବୁକିଂ…

ସଲମାନ ଖାଁ, ଯାହାଙ୍କୁ କି ତାଙ୍କ ଫ୍ୟାନମାନେ ଭାଇଜାନ ବୋଲି କୁହନ୍ତି ଏବଂ ଫିଲ୍ମ ର ଟିକେଟ ବ୍ଲାକରେ ବି କିଣି ସିନେମା ଦେଖିବାକୁ ପଛାନ୍ତି ନାହିଁ । ସାରା ଦେଶରେ ତାଙ୍କର ଅଗଣିତ ଫ୍ୟାନ। 

୪ ବର୍ଷ ଡେଟିଂ ପରେ ମହେଶ ବାବୁଙ୍କ ହାତ ଧରି ଥିଲେ ସୁନ୍ଦରୀ ନମ୍ରତା

୪ ବର୍ଷ ଡେଟିଂ ପରେ ମହେଶ ବାବୁଙ୍କ ହାତ ଧରି ଥିଲେ ସୁନ୍ଦରୀ ନମ୍ରତା

ମୁମ୍ବାଇ,୨୨।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ନମ୍ରତା ଶିରୋଦକର ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୨୨ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। 

କ୍ୟାରିୟରକୁ ପ୍ରଭାବିତ କରେନାହିଁ ବୟସ

କ୍ୟାରିୟରକୁ ପ୍ରଭାବିତ କରେନାହିଁ ବୟସ

ମୁମ୍ବାଇ: ମହିଳାଙ୍କ ବୟସ ଅଥବା ଜୀବନର ପର୍ଯ୍ୟାୟ ସେମାନଙ୍କ କ୍ୟାରିୟରକୁ ପ୍ରଭାବିତ କରେନାହିଁ ବୋଲି ବଲିଉଡ୍‌ ଅଭିନେତ୍ରୀ କରିନା କପୁର ପ୍ରକାଶ କରିଛନ୍ତି। ଆଗଧାଡିର ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ କରିନା ଅନ୍ୟତମ। 

ନିଜ ଫ୍ୟାନଙ୍କ ପାଇଁ ଏପରି ବି କରିବାକୁ ପଛାନ୍ତି  ନାହିଁ ଏହି ସେଲିବ୍ରିଟି....

ନିଜ ଫ୍ୟାନଙ୍କ ପାଇଁ ଏପରି ବି କରିବାକୁ ପଛାନ୍ତି ନାହିଁ ଏହି ସେଲିବ୍ରିଟି....

କ୍ୟାଟ୍ରିନା ଯିଏ କି ଏବେ ନିଜ ଅଭିନୀତ ଚଳଚିତ୍ର ଜିରୋ ପାଇଁ ଯେତେ ଚର୍ଚ୍ଚିତ ନୁହନ୍ତି ବରଂ ଏହି ଫଟୋ ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି। ସେ ନିଜର ଏକ କୁନି ଫ୍ୟାନଙ୍କ ସହ ଫଟୋ ପାଇଁ ପୋଜ ଦେଉଥିବାର ନଜର ଆସିଛନ୍ତି।