ଜୀବନଚର୍ଯ୍ୟା |

ଅଜବ ବାଥ୍‌ଟବ୍‌

ଅଜବ ବାଥ୍‌ଟବ୍‌

ଆଜିକାଲିର ମଡର୍ନ ବାଥ୍‌ରୁମ୍‌ରେ ବାଥ୍‌ଟବ୍‌ର ସ୍ଥାନ ସ୍ବତନ୍ତ୍ର। ତା’ମଧ୍ୟରେ ସ୍ନାନ କଲେ ଦିନତମାମ ତାଜା ଲାଗେ। ଆଉ କାମ କରି ଥକି ଆସିଥିବା ବ୍ୟକ୍ତି ଏହାମଧ୍ୟରେ ପାଏ ବେଶ୍‌ ଆରାମ। ତେବେ ସାଧାରଣ ବାଥ୍‌ଟବ୍‌ଠୁ କିଛି ଭିନ୍ନ ଓ ଅଜବ ବାଥ୍‌ଟବ୍‌ ବି ରହିଛି, ଯାହାକୁ ନିଜ ବାଥ୍‌ରୁମ୍‌ରେ ରଖିପାରିଲେ ଆରାମ ପାଇବା ସହ ଆପଣଙ୍କ ବାଥ୍‌ରୁମ୍‌ ହୋଇଯିବ କିଛି ଖାସ୍‌...

ଶୁ ବାଥ୍‌ଟବ୍‌: ଇଟାଲୀୟ ଡିଜାଇନର୍‌ ମାସିମିଲିଆନୋ ଡେଲା ମୋନାକା ହେଉଛନ୍ତି ଏହି ଅଜବ ତଥା ଆକର୍ଷକ ବାଥ୍‌ଟବ୍‌ର ଡିଜାଇନର୍‌। ଏହା ଦେଖିବାକୁ ଏକ ସାଣ୍ଡେଲ ପରି, ଯାହାର ଏକ ବିରାଟକାୟ ହିଲ୍‌ ରହିଛି। ଏହାକୁ ଡେକୋରେଟ୍‌ କରାଯାଇଛି ଦାମୀ କାଚର ମୋଜାଇକ୍‌ରେ। ଆଉ ମୂଲ୍ୟ ହେଉଛି ୧୭,୦୦୦ ଡଲାର୍‌।

ରେଡ୍‌ ଡାଇମଣ୍ଡ ବାଥ୍‌ ଟବ୍‌- ଏହା ହେଉଛି ପୃଥିବୀର କିଛି ଦାମୀ ବାଥ୍‌ଟବ୍‌ ମଧ୍ୟରେ ଅନ୍ୟତମ। ଏଥିରେ ରହିଛି ଅନେକ ଲକ୍‌ଜ୍ୟୁରିୟସ୍‌ ଫିଚର୍ସ। ଯେମିତି କି- ଦୁଇଟି ଓ୍ବାଟରପ୍ରୁଫ୍‌ ଏଚ୍‌ଡି ଟିଭି, ଜିଏସ୍‌ଏମ୍‌ ରିମୋଟ୍‌ କଣ୍ଟ୍ରୋଲ୍‌, ୪୨ ଗ୍ରାମ ବିଶିଷ୍ଟ ୧୮ କ୍ୟାରେଟ୍‌ ସୁନାର ଫ୍ରେମ୍‌ ଏବଂ ସ୍ବରଭୋସ୍କି କ୍ରିଷ୍ଟାଲ ବି ଏଥିରେ ଖଚିତ ହୋଇଛି। ଏହାର ଦାମ୍‌ ହେଉଛି ୪୭,୨୦୦ଡଲାର।

ବାଥ୍‌ଟବ୍‌ ବୁକ୍‌କେସ୍‌- ଡିଜାଇନର୍‌ ଅଣ୍ଟୋନିଓ ଲୁପି, ବିବଲିଓ ନାମକ ଏକ ଅଜବ ବାଥଟବ୍‌ ପ୍ରୋଜେକ୍ଟ ଡିଜାଇନ୍‌ କରିଛନ୍ତି। ଏହା ଖାସ୍‌୍‌କରି ପୁସ୍ତକ ପ୍ରେମୀଙ୍କୁ ନଜରରେ ରଖି କରାଯାଛି। କାରଣ ଉକ୍ତ ବାଥ୍‌ଟବ୍‌ର ପଛଭାଗରେ ରହିଛି ବୁକ୍‌ କେଶ୍‌। ବାଥ୍‌ଟବ୍‌ଟି ରେଜିନ୍‌ ଓ କାଠରେ ନିର୍ମିତ। ଯେଉଁମାନେ ଏହି ବାଥଟବ୍‌ ଚାହୁଁଛନ୍ତି ତାଙ୍କୁ କିନ୍ତୁ ୧୭,୩୦୦ ଡଲାର ଖର୍ଚ୍ଚ କରିବାକୁ ହେବ।

ଗୋଲ୍ଡେନ୍‌ ବାଥଟବ୍‌- ୧୮ କ୍ୟାରେଟ୍‌ ସୁନା ଓ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ରେ ନିର୍ମିତ ଏହି ବାଥଟବ୍‌ ଏକ ଜାପାନୀ ହୋଟେଲ୍‌ ଚେନ୍‌ ଦ୍ୱାରା ନିର୍ମିତ। ୨୮ ଇଞ୍ଚର ଉକ୍ତ ବାଥ୍‌ଟବ୍‌ର ଓଜନ ୮୦ କି.ଗ୍ରା. ଓ ଏହାର ମୂଲ୍ୟ ହେଉଛି ୧ ମିଲିୟନ ଡଲାର୍‌। ତେବେ ୨୦୦୭ରେ ଏହି ବାଥ୍‌ଟବ୍‌ ଉକ୍ତ ରିସର୍ଟରୁ ଚୋରି ହୋଇଯାଇଥିଲା।

ଲକ୍‌ଜ୍ୟୁରିୟସ୍‌ ବାଥ୍‌ଟବ୍‌- ପାଓଲା ପେରିଆ ହେଉଛନ୍ତି ଏହି ବାଥ୍‌ଟବ୍‌ର ଡିଜାଇନର୍‌। କଳା ଓ ଧଳା ରଙ୍ଗର ଉକ୍ତ ବାଥ୍‌ଟବ୍‌ର ଲୁକ୍‌ ବହୁତ ଆକର୍ଷକ ଓ ମଡର୍ନ। ଏଥିରେ ଏକ ବିଲ୍ଟ ଇନ୍‌ କମ୍ପ୍ୟୁଟର ରହିଛି, ଯାହା ମିନେରାଲ୍ସକୁ ନାଚୁରାଲ୍‌ ଏସେନ୍ସ ସହ ମିଶ୍ରଣ କରିଥାଏ। ଏଥିରେ ୬ ପ୍ରକାରର ପ୍ରିସେଟ୍‌ ସ୍ପା ପ୍ରଦାନ କରିପାରୁଥିବା ହାଇଡ୍ରୋଥର୍ମାଲ୍‌ ସ୍ପାର ସୁବିଧା ରହିଛି। ଏହି ବାଥ୍‌ଟବ୍‌ରେ ଆବଶ୍ୟକତା ଅନୁସାରେ ରିଲାକ୍ସିଂଠୁ ଆରମ୍ଭ କରି ଏନ୍‌ରଜାଇଜିଂ ସ୍ପାର ଚୟନ କରି ତା’ର ମଜା ଉଠାଇପାରିବେ।

ବୋଟ୍‌ ବାଥ୍‌ଟବ୍‌- ଡଚ୍‌ ଡିଜାଇନର୍‌ ଓ୍ବିକି ସୋମର୍ସ ତିଆରି କରିଛନ୍ତି ଏହି ଡଙ୍ଗାକୃତିର ବାଥ୍‌ଟବ୍‌କୁ। ତାଙ୍କ ମତରେ- ପାଣି ଉପରେ ଭାସିବା ଓ ପହଁରିବାର ଅନୁଭୂତି ପ୍ରାୟ ଏକାପ୍ରକାରର। ତେଣୁ ଉଭୟର ମିଶ୍ରଣରେ ମୁଁ ଏହି ବୋଟ୍‌ ଭଳି ଦେଖା ଯାଉଥିବା ବାଥ୍‌ଟବ୍‌ ତିଆରି କରିଛି।  

ଲଗୁନା ପର୍ଲ ଉଡେନ୍‌ ବାଥ୍‌ଟବ୍‌- ସ୍ବିଜରଲାଣ୍ଡର ଅଲେଗ୍ନା ନାମକ ଏକ କମ୍ପାନୀ ଉକ୍ତ ବାଥ୍‌ଟବ୍‌କୁ ଉନ୍ମୋଚନ କରିଛି। କଳା ରଙ୍ଗର କାଠରେ ତିଆରି ଏହି ବାଥ୍‌ଟବ୍‌ ଏତେ ମାତ୍ରାରେ ଚକ୍‌ ଚକ୍‌ କରେ ଲାଗେ ସତେ ଯେମିତି ତାହା ମଣିମୁକ୍ତା।

All Right Reserved By

ଜୀବନଚର୍ଯ୍ୟା |

ଜାମୁକୋଳି ଆଣେ ତ୍ୱଚାରେ ଚମକ...

ଜାମୁକୋଳି ଆଣେ ତ୍ୱଚାରେ ଚମକ...

ସ୍ବାଦରେ ଜାମୁକୋଳି ଖଟାମିଠା। ହେଲେ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ। ମଧୁମେହ ରୋଗୀଙ୍କ ଲାଗି ଏହା ମହୌଷଧୀ ସଦୃଶ କାମ କରେ। ମଧୁମେହ ରୋଗୀ ପ୍ରତିଦିନ ଜାମୁ କୋଳି ଖାଇବା ଦ୍ୱାରା ରୋଗ ନିୟନ୍ତ୍ରଣରେ ରହିଥାଏ।

ସକାଳେ କପେ ରେଡ୍‌ ଟି ରଖେ ମେଦବହୁଳତାରୁ ଦୂରେଇ...

ସକାଳେ କପେ ରେଡ୍‌ ଟି ରଖେ ମେଦବହୁଳତାରୁ ଦୂରେଇ...

ସକାଳେ ରେଡ୍‌ ପିଇଲେ ଅନେକ ଉପକାର ମିଳିଥାଏ। ରେଡ୍‌ ଟିରେ ଲୌହ, ପୋଟାସିୟମ୍‌, ଜିଙ୍କ୍‌, ମାଙ୍ଗାନିଜ୍‌, କପର, କ୍ୟାଲସିୟମ୍‌, ସୋଡ଼ିୟମ୍‌, ମ୍ୟାଗ୍ନେସିୟମ୍‌, ଫ୍ଲୋରାଇଡ୍‌, କ୍ୟୁରସେଟିନ୍‌ ଆଦି ତତ୍ତ୍ୱ ରହିଥାଏ।

ଅବସାଦଠୁ ଦୂରେଇ ରହବାକୁ ଚାହୁଁଛନ୍ତି କି, ସାଇକେଲ ଚଲାନ୍ତୁ

ଅବସାଦଠୁ ଦୂରେଇ ରହବାକୁ ଚାହୁଁଛନ୍ତି କି, ସାଇକେଲ ଚଲାନ୍ତୁ

ବ୍ୟାୟାମ୍‌ର ସବୁଠୁ ସହଜ ଏବଂ ସରଳ ଉପାୟ ହେଉଛି ସାଇକେଲିଂ। ଏହା ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଏହା ଆପଣଙ୍କୁ ଫିଟ୍‌ ରଖିଥାଏ।

ଫିଟ୍‌ ରଖେ ଯୋଗାସନ

ଫିଟ୍‌ ରଖେ ଯୋଗାସନ

ଦୈନିକ ଯୋଗାସନ କରିବା ମହିଳାଙ୍କ ଲାଗି ବେଶ୍‌ ଲାଭପ୍ରଦ। ଏହା ଶରୀରକୁ ଫିଟ୍‌ ଏବଂ ରୋଗମୁକ୍ତ ରଖିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ...


ଶୀତରେ ବି  ରହିବ ଗ୍ଲୋ

ଶୀତରେ ବି ରହିବ ଗ୍ଲୋ

ଶୀତଦିନେ ଅଧିକାଂଶ ଗାଧୋଇବା ଲାଗି ଗରମ ପାଣି ବ୍ୟବହାର କରିଥାନ୍ତି। ଯଦିଓ ଏହା ଆରାମଦାୟକ, ହେଲେ ଏଥି ଯୋଗୁ ତ୍ୱଚା ଡ୍ରାଏ ହେବା, ଫାଟିବା ଏବଂ କଳା ପଡିବା ସମସ୍ୟା ଦେଖା ଦେଇଥାଏ। ତେଣୁ କେଉଁ ଉପାୟ ଆପଣାଇଲେ ଆପଣ ଗରମ ପାଣିରେ ଗାଧେଇବାର ସୁବିଧା ନେବା ସହ ପୂର୍ବ ପରି ତ୍ୱଚାର ଗ୍ଲୋ ରକ୍ଷା କରିପାରିବେ, ଜାଣି ରଖନ୍ତୁ ସେ ସମ୍ପର୍କରେ...

ଡାଇବେଟିସ୍‌ରୁ ଏହା ବି ରଖେ ଦୂରେଇ...

ଡାଇବେଟିସ୍‌ରୁ ଏହା ବି ରଖେ ଦୂରେଇ...

ରସୁଣରେ ଥିବା ଔଷଧୀୟ ଗୁଣ ଆମ ଶରୀରରୁ ବହୁ ରୋଗ ଦୂର କରିଦିଏ। ପ୍ରତିଦିନ  ଦୁଇକୋଲା ରସୁଣ ଖାଇଲେ ମିଳିଥାଏ ଅନେକ ସୁଫଳ।

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଗ୍ଲାସେ ବାସି ପାଣି...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଗ୍ଲାସେ ବାସି ପାଣି...

ସକାଳେ ଶଯ୍ୟାତ୍ୟାଗ ପରେ ଏକ ଗ୍ଲାସ୍‌ ବାସି ପାଣି ପିଇଲେ ହୋଇଥାଏ ଅନେକ ଉପକାର। ଏହାକୁ କୁହାଯାଏ ଉଷାପାନ । 

ଧୂମପାନ ପରିତ୍ୟାଗ  କରିବାର ନୂଆ ଉପାୟ

ଧୂମପାନ ପରିତ୍ୟାଗ କରିବାର ନୂଆ ଉପାୟ

ଧୂମପାନ ଏପରି ଏକ ଅଭ୍ୟାସ ଯାହା ପରୋକ୍ଷରେ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ତଥାପି ଅନେକେ ଏହାକୁ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବେ ଭାବି ନିଅନ୍ତି ଏବଂ ଏହି ସାଇଲେଣ୍ଟ କିଲରକୁ ଆପଣାର କରିନିଅନ୍ତି।

ଅଲ୍‌ରାଉଣ୍ଡର ସ୍ପେଶଶିପ୍‌

ଅଲ୍‌ରାଉଣ୍ଡର ସ୍ପେଶଶିପ୍‌

ମହାକାଶ ହେଉ ଅବା ପୃଥିବୀ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ବିଭିନ୍ନ ଦେଶର ମହାକାଶ ବିଜ୍ଞାନୀ ଗବେଷଣା ଜାରି ରଖିଛନ୍ତି। ନିକଟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ବୈଜ୍ଞାନିକମାନେ ଏକ ଅତ୍ୟାଧୁନିକ ସ୍ପେଶଶିପ୍‌ ପ୍ରସ୍ତୁତ କରିଛନ୍ତି।

ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରାଏ ସନ୍ତୁଳିତ ଖାଦ୍ୟ

ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରାଏ ସନ୍ତୁଳିତ ଖାଦ୍ୟ

ମସ୍ତିଷ୍କ ଯଦି ଠିକ୍‌ ଭାବରେ କାର୍ଯ୍ୟ କରେ ତେବେ ଆମେ କେତେକ ପ୍ରମୁଖ ସ୍ବାସ୍ଥ୍ୟଜନିତ ସମସ୍ୟାଠାରୁ ନିଜକୁ ଦୂରେଇ ରଖିଥାଉ। ବିଶେଷଭାବରେ ଏଥିପାଇଁ ଆମକୁ ନିଜର ଦୈନନ୍ଦିନ ଜୀବନଶୈଳୀ, ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡିଥାଏ।

ପ୍ରାକୃତିକ ପେନ୍‌କିଲର

ପ୍ରାକୃତିକ ପେନ୍‌କିଲର

”ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନରେ ଚିକିତ୍ସା ଦ୍ୱାରା କେତେକ ରୋଗରୁ ସାମୟିକ ଉପଶମ ମିଳୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଆଶା କ୍ଷୀଣ। କିନ୍ତୁ ଏପରି ଆୟୁର୍ବେଦ ଶାସ୍ତ୍ରରେ ଲକ୍ଷାଧିକ ଔଷଧ ଦ୍ରବ୍ୟର ବର୍ଣ୍ଣନା ରହିଅଛି ଯାହାକି ବ୍ୟକ୍ତିଙ୍କୁ ଜରାବ୍ୟାଧିରୁ ମୁକ୍ତି ଦେଇ ନୀରୋଗ କରିପାରିବ, ଏହା ମୁନି ଋଷିମାନଙ୍କ ଦିବ୍ୟ ଦୃଷ୍ଟି ଓ ସାଧନା ବଳରେ ସମ୍ଭବ ହୋଇପାରିଛି, ଯାହାକି ଦୁରାରୋଗ୍ୟ ବ୍ୟାଧି ମଧ୍ୟ ଚିର ଆରୋଗ୍ୟ ହୋଇପାରିବ।“

ଡେଙ୍ଗା ହେବା ପାଇଁ କରନ୍ତୁ ଏହି ସହଜ ଯୋଗାସନ...

ଡେଙ୍ଗା ହେବା ପାଇଁ କରନ୍ତୁ ଏହି ସହଜ ଯୋଗାସନ...

ସମସ୍ତେ ଡେଙ୍ଗା ଓ ଫିଟ୍‌ଫାଟ୍‌ ରହିବାକୁ ଚାହଁ।ନ୍ତି। କିନ୍ତୁ କେତେକଙ୍କର ଆବଶ୍ୟକ ଉଚ୍ଚତା ନ ଥିବାରୁ ସେମାନେ ମନ ଦୁଃଖ କରିଥାନ୍ତି।