ସମ୍ପାଦକୀୟ |

ବନ୍ୟପ୍ରାଣୀ ସୁରକ୍ଷା ଓ ପ୍ରକାଶ ଆମ୍‌ତେ

ବନ୍ୟପ୍ରାଣୀ ସୁରକ୍ଷା ଓ ପ୍ରକାଶ ଆମ୍‌ତେ
ଡ. ଛାୟାକାନ୍ତ ଷଡ଼ଙ୍ଗୀ କିଛିଦିନ ତଳେ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଜଙ୍ଗଲ ବିଭାଗ ତଥା ବିଭିନ୍ନ ବେସରକାରୀ ସଂସ୍ଥା ତରଫରୁ ସଚେତନତା ସଭା ଆୟୋଜିତ ହୋଇଛି। ଗୁଣୀ ଜ୍ଞାନୀ, ବିଭିନ୍ନ ପଦାଧିକାରୀ ଓ ମନ୍ତ୍ରୀ ବନ୍ୟଜନ୍ତୁ ସୁରକ୍ଷା ଉପରେ ଉଦ୍‌ବୋଧନ ଦେଇଛନ୍ତି। ମାତ୍ର ଏହି ସୁରକ୍ଷା କାର୍ଯ୍ୟକ୍ରମ କେବଳ ସଭାସମିତି ଆୟୋଜନରେ ସୀମିତ ହୋଇ ରହିଛି। ମହାତ୍ମା ଗାନ୍ଧୀଙ୍କ ମତରେ ପଶୁମାନଙ୍କ ପ୍ରତି ବ୍ୟବହାର ପ୍ରଦର୍ଶନରୁ ଗୋଟିଏ ଜାତିର ମହାନତା ଓ ତା’ର ନୈତିକ ପ୍ରଗତି ଜାଣିହୁଏ। ଜର୍ମାନ ଦାର୍ଶନିକ ଆର୍ଥର ସୋପେନହର କହିଛନ୍ତି, ପଶୁମାନଙ୍କ ପ୍ରତି ଦୟା ମଣିଷ ଚରିତ୍ରର ସଦ୍‌ଗୁଣ ସହ ସମ୍ପୃକ୍ତ ଓ ଜୋର ଦେଇ କୁହାଯାଇପାରେ ଯେ, ଯିଏ ପଶୁମାନଙ୍କ ପ୍ରତି ନିର୍ଦ୍ଦୟ ସେ କେବେ ଜଣେ ଭଲ ମଣିଷ ହୋଇପାରେ ନାହିଁ। ବନ୍ୟଜନ୍ତୁ ସୁରକ୍ଷା ପ୍ରସଙ୍ଗରେ ମନେପଡନ୍ତି ମହାରାଷ୍ଟ୍ରର ବାବାସାହେବ ଆମ୍‌ତେଙ୍କ ପୁତ୍ର ଡକ୍ଟର ପ୍ରକାଶ ଆମ୍‌ତେ ଓ ତାଙ୍କ ପତ୍ନୀ ଡ. ମନ୍ଦାକିନୀ ଆମ୍‌ତେ। ଡ. ପ୍ରକାଶ ଆମ୍‌ତେ ତାଙ୍କ ନିଜ ଘର ଅଗଣାରେ ନିର୍ମାଣ କରିଛନ୍ତି ଏକ ବନ୍ୟପ୍ରାଣୀ ଆଶ୍ରୟସ୍ଥଳ। ମହାରାଷ୍ଟ୍ରର ହେମାଲକାଶା ଅଞ୍ଚଳରେ ଡ. ପ୍ରକାଶ ଓ ତାଙ୍କ ପତ୍ନୀ ମନ୍ଦାକିନୀ ବନବାସୀ ଓ ପଶୁସମ୍ପଦର ରକ୍ଷା ନିମିତ୍ତ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଗୋଟିଏ ସମ୍ବେଦନଶୀଳ ଘଟଣା ପ୍ରକାଶ ଆମ୍‌ତେଙ୍କ ଜୀବନଧାରାକୁ ପରିବର୍ତ୍ତନ କରିଦେଇଥିଲା। ଗତ ସତୁରି ଦଶକରେ ଏହି ଦମ୍ପତି ଗଡ଼ଚିରୋଳି ଅରଣ୍ୟରେ ଯାଉଥିବା ବେଳେ ଗୋଟିଏ ମାଙ୍କଡ ଶିକାର କରି ଫେରୁଥିବା ମିଡିଆଗଣ୍ଡ ନାମକ ଏକ ଜନଜାତି ସମ୍ପ୍ରଦାୟକୁ ଭେଟିଲେ। ସେମାନେ ଦେଖିଲେ ଗୋଟିଏ ଛୁଆମାଙ୍କଡ ତା’ର ମୃତା ମା’ମାଙ୍କଡର ସ୍ତନ୍ୟପାନ କରିବା ପାଇଁ ଚେଷ୍ଟା କରୁଛି। ସେ ଜାଣେ ନାହିଁ ତା’ର ମା’ ମୃତ। ଏହି ହୃଦୟବିଦାରକ ଦୃଶ୍ୟ ଡ. ପ୍ରକାଶଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ସେ ଶିକାର କରିଥିବା ଜନଜାତିର ଲୋକଙ୍କୁ ପଚାରିଲେ ତୁମେ ଏହି ମୃତ ମାଙ୍କଡକୁ ନେଇ କ’ଣ କରିବ? ସେମାନେ କହିଲେ, ଆମେ ଏହାର ମାଂସ ଖାଇବୁ। ଡ. ପ୍ରକାଶ ପୁଣି ପଚାରିଲେ, ଏହି ଛୁଆମାଙ୍କଡକୁ ନେଇ କ’ଣ କରିବ? ସେମାନଙ୍କ ଉତ୍ତର ଥିଲା, ତାକୁ ମଧ୍ୟ ଖାଇବୁ। ଡ. ପ୍ରକାଶଙ୍କ ଦୟା ହେଲା ସେହି ଛୁଆମାଙ୍କଡ଼ ପ୍ରତି। ସେ ଚିନ୍ତା କଲେ ଅନ୍ତତଃ ଶିଶୁ ବନ୍ୟପ୍ରାଣୀମାନଙ୍କୁ ରକ୍ଷା କରିବା ପାଇଁ ଚେଷ୍ଟା କରିବେ। ସେ କିଛି ଖାଦ୍ୟ ଓ ବସ୍ତ୍ର ବଦଳରେ ସେହି ଛୁଆମାଙ୍କଡଟିକୁ ତାଙ୍କୁ ଦେବା ପାଇଁ ସେମାନଙ୍କୁ ଅନୁରୋଧ କଲେ। ଅନିଚ୍ଛାପୂର୍ବକ ସେମାନେ ମାଙ୍କଡଟିକୁ ଡ. ପ୍ରକାଶଙ୍କୁ ହସ୍ତାନ୍ତର କଲେ। ସେହିଦିନଠାରୁ ଛୁଆମାଙ୍କଡଟି ବବଲି ନାମରେ ପ୍ରକାଶ ଆମ୍‌ତେଙ୍କ ପରିବାରର ଏକ ସଦସ୍ୟ ପାଲଟିଗଲା। ପରବର୍ତ୍ତୀ ସମୟରେ ଡ. ପ୍ରକାଶ ସେହି ମଡିଆଗଣ୍ଡ ଜନଜାତି ସହିତ ଗୋଟିଏ ବୁଝାମଣା କଲେ। ତାହା ହେଲା ଖାଦ୍ୟ ଓ ବସ୍ତ୍ର ବିନିମୟରେ ସେମାନେ ପିତୃମାତୃହୀନ ଓ କ୍ଷତାକ୍ତ ପଶୁମାନଙ୍କୁ ନ ମାରି ଡ. ପ୍ରକାଶଙ୍କୁ ହସ୍ତାନ୍ତର କରିବେ। ଏହି ବୁଝାମଣା ଅନୁସାରେ କ୍ରମେ ଶହ ଶହ ବନ୍ୟପଶୁ ପ୍ରକାଶଙ୍କ ବନ୍ୟପ୍ରାଣୀ ଆଶ୍ରୟସ୍ଥଳରେ ସ୍ଥାନ ପାଇଲେ। ଏବେ ସେଠାରେ ଅଛନ୍ତି ଚିତାବାଘ, ବିଲୁଆ, ଭାଲୁ, ସାପ, କୁମ୍ଭୀର, ହରିଣ ଆଦି ବିଭିନ୍ନ ପ୍ରକାର ଜୀବଜନ୍ତୁ। ଡ. ଆମ୍‌ତେ ଏହି ବନ୍ୟପ୍ରାଣୀମାନଙ୍କ ସହ ବନ୍ଧୁ ଭଳି ଜୀବନଯାପନ କରନ୍ତି। ମଣିଷଙ୍କ ସହ ବନ୍ୟପ୍ରାଣୀ ସ୍ନେହ ଡୋରିରେ ବାନ୍ଧି ହୋଇ ଅହିଂସ୍ର ପାଲଟିଯିବା ଏହି ଆଶ୍ରୟସ୍ଥଳର ଏକ ଚମତ୍କାର। ହିଂସ୍ର ପ୍ରାଣୀମାନଙ୍କୁ ଜନବସତି ନିକଟରେ ଖୋଲା ଅଗଣାରେ ରଖାଯାଇଥିଲା। ପ୍ରତିବାଦ ହେବାରୁ ପରବର୍ତ୍ତୀ ସମୟରେ ସେମାନଙ୍କୁ ପିଞ୍ଜରାରେ ରଖାଯାଇଛି। ତାଙ୍କ ପୁତ୍ର ଅନିକେତ ଓ ନାତି ଅର୍ଣ୍ଣବ ମଧ୍ୟ ଏହି ହିଂସ୍ର ପ୍ରାଣୀଙ୍କ ସହ ନିର୍ଭୟରେ ଖେଳୁଥିବାର ଦୃଶ୍ୟ ସମସ୍ତଙ୍କୁ ଚମତ୍କୃତ କରେ। ଦିନ ଥିଲା ଏହି ବନ୍ୟପ୍ରାଣୀ ଆଶ୍ରୟସ୍ଥଳରେ ତିନିଶହ ଜୀବଜନ୍ତୁ ଥିଲେ। ମାତ୍ର ଜନଜାତିର ଜୀବନଶୈଳୀ ପରିବର୍ତ୍ତନ ହେବାରୁ ସେମାନଙ୍କ ଶିକାର ସଂଖ୍ୟା କମିଗଲା ଓ କ୍ଷତାକ୍ତ ମାତୃପିତୃହୀନ ବନ୍ୟପ୍ରାଣୀ ବେଶି ସଂଖ୍ୟାରେ ସଂଗୃହୀତ ହୋଇପାରିଲେ ନାହିଁ। ଏବେ ଏମାନଙ୍କ ସଂଖ୍ୟା ୯୦। ସେତେବେଳେ ହେମାଲକାଶା ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଣ ନ ଥିଲା କି ଭଲ ରାସ୍ତା ବି ନ ଥିଲା। ଏହି ମଡିଆଗଣ୍ଡ ଜନଜାତି ସେଠାରେ ଦାରିଦ୍ର୍ୟର ସୀମାରେଖା ତଳେ ରହୁଥିଲେ। ଖାଦ୍ୟ ପାଇଁ ସେମାନେ ଜଙ୍ଗଲ ଉପରେ ନିର୍ଭର କରୁଥିଲେ। ସେମାନଙ୍କୁ କୃଷିବିଦ୍ୟା ଜଣା ନ ଥିଲା। ସେମାନେ ଥିଲେ ସ୍ବାସ୍ଥ୍ୟସେବାର ବହୁ ଦୂରରେ। ଅନେକ ଲୋକ ଅପପୁଷ୍ଟିର ଶିକାର ହୋଇ ଅକାଳ ମୃତ୍ୟୁବରଣ କରୁଥିଲେ। ଡ. ଆମ୍‌ତେ ଓ ତାଙ୍କ ପତ୍ନୀ ମନ୍ଦାକିନୀ ଆଜି ଏହି ଜନଜାତି ପାଇଁ ଦେବଦୂତ ସାଜିଛନ୍ତି। ଏମାନେ ସେଠାରେ ଏକ ହସ୍ପିଟାଲ ପ୍ରତିଷ୍ଠା କରି ସମସ୍ତଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ଏହାସଙ୍ଗେ ଏକ ଗଛ ତଳେ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ସେମାନେ ପ୍ରତିଷ୍ଠା କରିଛନ୍ତି ଏକ ସ୍କୁଲ। ସେଠି ଏବେ ୪୦୦ ଛାତ୍ରୀଛାତ୍ର ଅଧ୍ୟୟନରତ। ଏହି ଜନଜାତିର ଲୋକେ ଏବେ କୃଷିବିଦ୍ୟା ଶିଖିଲେଣି ଓ ବନ୍ୟପ୍ରାଣୀ ଶିକାର କମିଲାଣି। ଡ. ପ୍ରକାଶ ଓ ଡ. ମନ୍ଦାକିନୀଙ୍କ ପୁତ୍ର, ପୁତ୍ରବଧୂ ଓ ନାତିନାତୁଣୀ ମଧ୍ୟ ଏବେ ସମାଜସେବାରେ ବ୍ରତୀ। ସମାଜସେବା ଏହି ପରିବାରର ଏକ ସଂସ୍କାର ଭାବେ ପ୍ରତିପାଦିତ ହୋଇ ଅନ୍ୟମାନଙ୍କ ପାଇଁ ଏକ ନିଦର୍ଶନ ହୋଇଛି। ଉଭୟ ପତିପତ୍ନୀ ହେଉଛନ୍ତି ଡାକ୍ତର। ମାତ୍ର ସେମାନେ ସେମାନଙ୍କର ଡାକ୍ତରୀ ବିଦ୍ୟାକୁ ଅର୍ଥ ଉପାର୍ଜନର ମାଧ୍ୟମ ଭାବରେ ବ୍ୟବହାର ନ କରି ସମାଜସେବାରେ ନିୟୋଜିତ କରିଛନ୍ତି। ଆଜିର ଅର୍ଥଲୋଭୀ ଡାକ୍ତରମାନଙ୍କ ପାଇଁ ଏମାନେ ପ୍ରେରଣାର ଉତ୍ସ। ମହାରାଷ୍ଟ୍ରର ଡ. ପ୍ରକାଶ ଆମ୍‌ତେ ବନ୍ୟପ୍ରାଣୀ ସୁରକ୍ଷା ଓ ଜନଜାତିଙ୍କ ସେବା କାର୍ଯ୍ୟରେ ନିଜକୁ ସମର୍ପିତ କରିଥିବାବେଳେ ଆମେ ନିଜକୁ ସଭ୍ୟ ବୋଲି ଦାବିକରି ବି ଜିଭର ଲାଳସା ମେଣ୍ଟାଇବା ପାଇଁ ପ୍ରତ୍ୟହ ଅସଂଖ୍ୟ ପଶୁପକ୍ଷୀ ହତ୍ୟା କରୁଛୁ। ପରିବେଶବିତ୍‌ମାନଙ୍କ ମତରେ ପ୍ରତିଦିନ ପୃଥିବୀପୃଷ୍ଠରୁ ପାଞ୍ଚପ୍ରକାର ପଶୁ, ପକ୍ଷୀ ଓ ପତଙ୍ଗ ନିଶ୍ଚିହ୍ନ ହେଉଛନ୍ତି। ଏବେ ଶବ ଖାଇବା ପାଇଁ ଶାଗୁଣା ନାହାନ୍ତି। ମାତ୍ର ଛାଲ ଉତାରି କଣ୍ଟାରେ ଲଟକା ହୋଇଥିବା ଶବ ଚାରିପଟେ ମଣିଷଙ୍କ ଭିଡ ବଢୁଛି। ଭାରତୀୟ ସଂସ୍କୃତିରେ ବାଘ, ସିଂହ, ବୃଷଭ, ମୟୂର, ମୂଷା, ପେଚା ଆଦି ଅନେକ ବନ୍ୟପ୍ରାଣୀ ବିଭିନ୍ନ ଦେବଦେବୀଙ୍କ ବାହନ ରୂପେ ପୂଜା ପାଉଛନ୍ତି। ଶିବଙ୍କୁ ପଶୁପତି ବୋଲି କୁହାଯାଇଛି। ମତ୍ସ୍ୟ, କଚ୍ଛପ ଓ ବରାହ ଭଗବାନଙ୍କ ଅବତାର ଭାବେ ସ୍ବୀକୃତ ହୋଇଛନ୍ତି। ମାତ୍ର ତଥାକଥିତ ସଭ୍ୟ ମଣିଷକୁ ମାଂସ ନ ହେଲେ ଭାତ ରୁଚେ ନାହିଁ। ସେମାନେ ଭୁଲିଯାନ୍ତି ଯେ ଏହି ବନ୍ୟପ୍ରାଣୀମାନେ ମଧ୍ୟ ଭଗବାନଙ୍କ ସୃଷ୍ଟି। ଏ ପୃଥିବୀରେ ସେମାନଙ୍କର ମଧ୍ୟ ବଞ୍ଚିବାର ଅଧିକାର ଅଛି। ଏଣୁ ବେଦ ପଶୁରକ୍ଷା ଓ ପଶୁପାଳନ ପାଇଁ ମଣିଷକୁ ପରାମର୍ଶ ଦେଇଛନ୍ତି- ଅଭୟଂ ନଃ ପଶୁଭ୍ୟଃ (ଯଜୁଃ ୩୬, ୨୨) ଅର୍ଥାତ୍‌ ଆମ୍ଭମାନଙ୍କ ପଶୁ ଅଭୟ ରହନ୍ତୁ। ଊର୍ଜଂ ନୋ ଧେହି ଦ୍ୱିପଦେ ଚତୁଷ୍ପଦେ (ଯଜୁଃ ୨୧, ୩୮) ଅର୍ଥାତ୍‌ ଦ୍ୱିପଦ ଓ ଚତୁଷ୍ପଦ ବଳପ୍ରାପ୍ତ ହୁଅନ୍ତୁ। ମା ହିଂସୀସ୍ତନ୍ବା ପ୍ରଜା (ଯଜୁଃ ୧୨, ୩୨) ଅର୍ଥାତ୍‌ କୌଣସି ଜୀବର ଦେହ ପ୍ରତି ହିଂସା କରନାହିଁ। ଅନ୍ତକାୟଂ ଗୋଘାତକଂ (ଯଜୁଃ ୩୦, ୧୮) ଅର୍ଥାତ୍‌ ଗୋଘାତକକୁ ପ୍ରାଣଦଣ୍ଡ ଦିଅ। ପଶୂନ୍‌ ମେ ପାହ୍ୟଥର୍ଜ ମେ ପାହି (ଯଜୁଃ ୩୩୭) ଅର୍ଥାତ୍‌ ତୁମେ ସକଳ ପଶୁସମ୍ପଦର ରକ୍ଷା କର। ବେଦର ଏଭଳି ପରାମର୍ଶ ସତ୍ତ୍ୱେ ପଶୁସମ୍ପଦର ସୁରକ୍ଷା ସମ୍ଭବ ହୋଇପାରୁ ନାହିଁ। ଜଗନ୍ନାଥ ଦାସ ଶ୍ରୀମଦ୍‌ଭାଗବତ୍‌ରେ କହିଛନ୍ତି- ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର, ଏ ସର୍ବ କୃଷ୍ଣଙ୍କ ଶରୀର। ଏହା ସତ୍ତ୍ୱେ ମଣିଷ ଜୀବଜନ୍ତୁଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କରି ଚାଲିଥିବା ଓ ବର୍ଷକୁ ଥରେ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ କରୁଥିବା ଏକ ବିଡମ୍ବନାର ବିଷୟ। କାର୍ତ୍ତିକ ପୂର୍ଣ୍ଣିମା ବାସି କେତେ ନିରୀହ ପ୍ରାଣୀଙ୍କ ଜୀବନ ଯିବ ତା’ର ଠିକଣା ନାହିଁ। ଅଧ୍ୟକ୍ଷ, ଡିଏଭି ସ୍ବୟଂଶାସିତ କଲେଜ, ଟିଟିଲାଗଡ, ମୋ-୯୪୩୭୩୨୯୨୬୩
All Right Reserved By

ସମ୍ପାଦକୀୟ |

ଦୋଷ ଲଦାଲଦି

ଦୋଷ ଲଦାଲଦି

ଭାରତ ଏଭଳି ଏକ ଦେଶ ହୋଇଗଲାଣି, ଯେଉଁଠାରେ ଅଧିକାଂଶ ନିଜ ଦୋଷ ସ୍ବୀକାର କରିବାକୁ ରାଜି ହେଉନାହାନ୍ତି। ଦୋଷ ମୁଣ୍ଡ ଉପରେ ପଡ଼ିଲେ ତାହାକୁ ଅନ୍ୟ ଉପରକୁ କିଭଳି ଥୋଇଦେଇ ହେବ ସେ ଦିଗରେ ଲାଗିପଡ଼ନ୍ତି। 

ପାଇଖାନା ବିପଦ ଓ ତା’ର ପ୍ରତିକାର

ପାଇଖାନା ବିପଦ ଓ ତା’ର ପ୍ରତିକାର

ଆଜିକାଲି ଖବରକାଗଜ ଦେଖିଲେ ବହୁ ସମୟରେ ନଜରକୁ ଆସୁଛି ଶ୍ରମିକମାନେ ନୂଆ କିମ୍ବା ପୁରୁଣା ପାଇଖାନା କାମ କଲାବେଳେ ଅଜ୍ଞତାବଶତଃ ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି।

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...