ଫୁରସତ |

ପ୍ରଥମ ରୋଜଗାର ବାପାଙ୍କୁ ଦେଇଥିଲି

ପ୍ରଥମ ରୋଜଗାର ବାପାଙ୍କୁ ଦେଇଥିଲି

”ମା’ଲୋ ମଲି ବିଛା କାମୁଡିଲା ରାତିରେ କାଲି...“ ଏବଂ ”ଲେ ଲେଇଜା ଲଚକ ମଣି ଲବଙ୍ଗଦିଆ ପାନ“ ଭଳି ଏକାଧିକ ହିଟ୍‌ ଗୀତରେ କଣ୍ଠଦାନ କରିଥିବା ଲୋକପ୍ରିୟ କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଗାଁ ଖୋର୍ଦ୍ଧା ଜିଲା ବାଲୁଗାଁରେ ହୋଇଥିଲେ ହେଁ ଜନ୍ମ ଆଉ ପାଠପଢା ସବୁକିଛି ମୋର ରାଉରକେଲାରେ। କାରଣ ବାପା ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଚାକିରି କରିଥିଲେ। ଏନ୍‌ଏସି ଗଲର୍‌ସ ହାଇସ୍କୁଲ୍‌ରୁ ମାଟ୍ରିକ୍‌ ପାସ୍‌ କରି ରାଉରକେଲା ଓମେନ୍ସ କଲେଜରେ ପଢିଥିଲି। ବି.ଏ. ଦ୍ୱିତୀୟ ବର୍ଷରେ ମୋ ବାହାଘର ହେଲା। ସ୍ବାମୀ ମୁମ୍ବାଇରେ ରହୁଥିବାରୁ ମୋତେ ସେଠାକୁ ଯିବାକୁ ପଡିଲା। ତେଣୁ ପାଠରେ ଡୋରି ବନ୍ଧା ହେଲା। ପାଠ ସିନା ଅଧାରେ ରହିଗଲା କିନ୍ତୁ ଗୀତ ଗାଇବା ମୋର ସେମିତି ଚାଲିଲା। ସୂଚନାଯୋଗ୍ୟ, ପିଲାଦିନୁ ଗୀତ ପ୍ରତି ମୋର ଦୁର୍ବଳତା ଥିଲା। ରେଡିଓରୁ ଗୀତ ଶୁଣିଶୁଣି ବୋଲିବା ଶିଖିଥିଲି। କ୍ଲାସ୍‌-୧ରେ ପଢିଲା ବେଳେ ସ୍କୁଲ୍‌ରେ ଏକ ଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲି, ଯେଉଁଠାକୁ କଣ୍ଠଶିଳ୍ପୀ ଆଶାଲତା ଷଡଙ୍ଗୀ ଅତିଥି ହୋଇକି ଆସିଥିଲେ। ଏଥିରେ ମୁଁ ‘କାଳିଆ ଆସିଲା ଭାଇ କାଳିଆ ଆସିଲା’ ଗୀତଟି ଗାଇଲି। ଅତିଥିଙ୍କୁ ମୋ ସ୍ବର ଏତେ ଆକର୍ଷିତ କଲା ଯେ, ଏହାର କିଛିଦିନ ପରେ ରାଉରକେଲା ଉଦିତ୍‌ନଗରରେ ଅନୁଷ୍ଠିତ ହେଉଥିବା ଏକ ସଂଗୀତ ପ୍ରୋଗ୍ରାମ୍‌ରେ ଗୀତ ଗାଇବାକୁ ସେ ମୋତେ ଆମନ୍ତ୍ରିତ କଲେ। ବିନା କୌଣସି ଶିକ୍ଷାଦିକ୍ଷାରେ ଏତେ ସୁନ୍ଦର ଗାଉଥିବା କଥା ସେ ଜାଣି ମୋତେ ଗୀତ ଶିଖିବା ପାଇଁ ପରାମର୍ଶ ଦେଲେ। କିନ୍ତୁ ବାପାଙ୍କୁ ମୋର ଗୀତ ଗାଇବା ପସନ୍ଦ ନଥିଲା। ସେ ଚାହୁଁଥିଲେ ପାଠପଢି ମୁଁ ଚାକିରି କରେ। ହେଲେ ବାପାଙ୍କ ଅଫିସ୍‌ର କେତେଜଣ ଷ୍ଟାଫ୍‌ ବାପାଙ୍କୁ ବାଧ୍ୟ କରିବାରୁ ରାଉରକେଲା ଭଞ୍ଜକଳା କେନ୍ଦ୍ରରେ ମୋ ନାଁ ଲେଖାହେଲା। ତରଣୀ ରଞ୍ଜନ ଜେନା ଥିଲେ ମୋ ପ୍ରଥମ ଗୀତ ଗୁରୁ, ତାଙ୍କଠୁ ଓଡ଼ିଶୀ ଗୀତ ଶିଖିଥିଲି। ଆଉ ସେହି ଭଞ୍ଜକଳାରୁ ହିଁ ଓଡ଼ିଶୀରେ ବିଶାରଦ ଶେଷ କଲି। ତା’ପରେ ବି.ବୁଦ୍ଧ ପ୍ରସାଦ ରାଓଙ୍କଠାରୁ ହିନ୍ଦୁସ୍ତାନୀ ଏବଂ ରାଧାକୃଷ୍ଣ ଭଞ୍ଜ ଓ ଭାସ୍କର ପୁହାଣଙ୍କଠାରୁ ଆଧୁନିକ ଗୀତ ଗାଇବାର ଶୈଳୀ ଶିଖିଲି। ଅବଶ୍ୟ ତା’ଭିତରେ ଅନେକ ଭଜନ ଓ ଆଧୁନିକ କ୍ୟାସେଟ୍‌ ପାଇଁ ଗୀତ ବୋଲିବା ଆରମ୍ଭ କରିଦେଇଥିଲି। ଏପରି କି ଅନେକ ସମ୍ବଲପୁରୀ ଗୀତ ବି ବୋଲି ଥିଲି। ତା’ସହିତ ଷ୍ଟେଜ୍‌ ପ୍ରୋଗ୍ରାମ୍‌ ମଧ୍ୟ କରୁଥିଲି। ସେତେବେଳେ ପଇସା ଏତେ ମିଳୁ ନ ଥିଲା, କିନ୍ତୁ ଅନେକ ଗିଫ୍ଟ ପାଉଥିଲି। ସେହିପରି ମାତ୍ର ୧୫ ବର୍ଷ ବୟସରେ ଅଡିସନ୍‌ ଦେଇ ଆକାଶବାଣୀ, ସମ୍ବଲପୁରର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହେବାର ଗୌରବ ପାଇଲି। ଆକାଶବାଣୀରୁ ପ୍ରଥମ ରୋଜଗାର ୨୧୧ ଟଙ୍କା ହେଲା। ଟଙ୍କା ଆଣି ବାପାଙ୍କୁ ଦେଲି। ବାପା ଉପରେ କଠୋର ହୋଇଥିଲେ ହେଁ, ଆକାଶବାଣୀରୁ ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହୋଇ ଟଙ୍କା ରୋଜଗାର କରିଥିବାରୁ ସେ ସେଦିନ ବହୁତ ଖୁସି ହୋଇଥିଲେ। ବାସ୍‌ ତା’ପରଠୁ ସଫଳତା ଯେମିତି ମୋ ଭାଗ୍ୟ ସହ ଯୋଡି ହୋଇଗଲା। ‘ଦିବ୍ୟ କୁଣ୍ଡଳ ହାରମୁଜ୍ଜ୍ୱଳ ମସ୍ତକୋଜ୍ଜ୍ୱଳ ଶୋଭିତଂ...’, ‘ଆ ସଙ୍ଗାତ ହୋ...’, ‘ମା’ ସମଲେଇ ମୋ ମା’ ସମଲେଇ...(ସମ୍ବଲପୁରୀ ଭର୍ସନ)’ ତଥା ‘ମା’ ଲୋ ମଲି ବିଛା କାମୁଡ଼ିଲା ରାତିରେ କାଲି...’, ‘ଲେ ଲେଇଜା ଲଚକ ମଣି ଲବଙ୍ଗ ଦିଆ ପାନ...’ ଭଳି ଅନେକ ହିଟ୍‌ ଗୀତରେ କଣ୍ଠଦାନ କରି ଶ୍ରୋତାଙ୍କର ପ୍ରଶଂସା ସାଉଁଟିଥିଲି। ପାଖାପାଖି ୫୦ଟି କ୍ୟାସେଟ୍‌ (ଉଭୟ ଆଧୁନିକ ଓ ଭଜନ)ରେ ଗୀତ ବୋଲି ସାରିଥାଏ। ଚଳଚ୍ଚିତ୍ର ପାଇଁ ଅଫର୍‌ ମିଳିବାର ଥାଏ। କିନ୍ତୁ ହଠାତ୍‌ ବାହାଘର ହୋଇଯିବାରୁ ସବୁକିଛିକୁ ପଛରେ ଛାଡ଼ି ମୁମ୍ବାଇ ପଳେଇଲି। ସେଠାକୁ ଯାଇ ସୁରେଶ ଓ୍ବାଡକର୍‌ଙ୍କଠାରୁ ୨ ବର୍ଷ ଟ୍ରେନିଂ ନେଲି। ତା’ପରେ ଦମନ୍‌ ନାମକ ଏକ ଥ୍ରୀ ଷ୍ଟାର୍‌ ହୋଟେଲ୍‌ରେ ଗୀତ ବୋଲିବା ଆରମ୍ଭ କଲି। ଏପରି କି ଯେବେ ବି ତାଜ୍‌ ହୋଟେଲ୍‌ରେ ବଡ଼ ବଡ଼ ପ୍ରୋଗ୍ରାମ୍‌ ହେଉଥିଲା ସେଠାକୁ ବି ଗୀତ ଗାଇବାକୁ ଯାଉଥିଲି। ତା’ସହିତ ବଜରଙ୍ଗ୍‌ ବାଦ୍‌ଶାହା, ରାଜୁ ଶ୍ରୀବାସ୍ତବଙ୍କ ଭଳି କେତେଜଣ ନାମୀଦାମୀ କଳାକାର ମିଶି ଏକ ଅକେଷ୍ଟ୍ରା ଗ୍ରୁପ୍‌ କରିଥିଲେ, ସେଥିରେ ସାମିଲ ହୋଇ ଅନେକ ପ୍ରୋଗ୍ରାମ୍‌ରେ ଗୀତ ବୋଲି ଚାଲିଲି। ପ୍ରାୟ ୧୦ ବର୍ଷ ମୁମ୍ବାଇରେ ରହିଲି। ତା’ଭିତରେ ପୁଅ ହୋଇସାରିଥାଏ। ହଠାତ୍‌ ଗୋଟିଏ ଅଟୋ ଦୁର୍ଘଟଣାରେ ଆହତ ହୋଇ ବର୍ଷେ ଶଯ୍ୟାରେ ପଡିବା ପରେ ଓଡ଼ିଶା ଫେରି ଆସିବାକୁ ନିଷ୍ପତ୍ତି ନେଲି। ହେଲେ ସ୍ବାମୀ ଆସିପାରିଲେ ନାହିଁ। ୨୦୦୨ରେ ଭୁବନେଶ୍ୱର ଆସିଲି। ପୁଅ ଛୋଟ ଥିବାରୁ ଓଡିଶା ଫେରିବା ପରେ ବି ୧୦ ବର୍ଷ ଯାଏଁ କିଛି କଲି ନାହିଁ। ତା’ପରେ ସଙ୍ଗୀତ ଶିକ୍ଷୟିତ୍ରୀ ଭାବେ ନୂଆ କରି କ୍ୟାରିୟର୍‌ ଆରମ୍ଭ କଲି। ଏବେ ଜାଆଁଳାସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିବା ସହ ଷ୍ଟେଜ୍‌ ପ୍ରୋଗ୍ରାମ୍‌ ବି କରୁଛି। ତା’ସହିତ ଅଡିସନ୍‌ ଦେଇ ଏଇ କିଛିମାସ ତଳେ ପୁଣି ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହେବାର ସୌଭାଗ୍ୟ ମଧ୍ୟ ପାଇଛି। ଏହାସହ ଏଇ ନିକଟରେ ଏକ ଆଲବମ୍‌ ପାଇଁ ରେକର୍ଡିଂ କାମ ବି ଶେଷ କରିଛି। ମୋ ଭାଇ କଣ୍ଠଶିଳ୍ପୀ ପ୍ରଶାନ୍ତ ମୁଦାଲି(ଯିଏ କି ଆଉ ଏ ଦୁନିଆରେ ନାହାନ୍ତି)ଙ୍କର ଅଧୂରା ସ୍ବପ୍ନକୁ ପୂରା କରିବା ଏବେ ମୋ ଜୀବନର ଲକ୍ଷ୍ୟ ପାଲଟିଯାଇଛି।                     - ଅମ୍ବ୍ରିତା

All Right Reserved By

ଫୁରସତ |

ସବୁଦିନ ଗାଧୋଇବା ମନା...

ସବୁଦିନ ଗାଧୋଇବା ମନା...

ସବୁଦିନ ଗାଧୋଇବା ସ୍ବାସ୍ଥ୍ୟ ଲାଗି ହାନୀକାରକ। କଲମ୍ବିଆ ବିଶ୍ୱବିଦ୍ୟାଳୟର ନର୍ସିଂ ବିଭାଗରେ ହୋଇଥିବା ଗବେଷଣା ରିପୋର୍ଟରେ ଏହା କୁହାଯାଇଛି। ସବୁଦିନ ଗାଧୋଇଲେ ଦେହ ଓ ମନ ସୁସ୍ଥ ରହିଥାଏ ବୋଲି କୁହାଯାଇଥାଏ। ତେବେ ସବୁଦିନ ଗାଧୋଇବାକୁ ଏହି ଗବେଷଣା ରିପୋର୍ଟରେ ମନା କରାଯାଇଛି।

ଉପହାରରେ କେବେ ବି  ଦିଅନ୍ତୁନି ରୁମାଲ୍‌...

ଉପହାରରେ କେବେ ବି ଦିଅନ୍ତୁନି ରୁମାଲ୍‌...

ଉପହାର ଦେବା ସମୟରେ ସର୍ତକ ରହିବା ଆବଶ୍ୟକ। କାରଣ ଏଭଳି ଉପହାର ଅଛି ଯାହାକୁ ଉପହାର ଦେଉଥିବା ଏବଂ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଉପହାର ଦେବା ସମୟରେ ସତର୍କ ହେବା ଜରୁରୀ। ତେବେ ଏହି ଉପହାର ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ନିଜ ରକ୍ତରେ ପ୍ରସ୍ତୁତ ମଶ୍ଚରାଇଜର, କ୍ରିମ୍‌ ବ୍ୟବହାର କରନ୍ତି ଏହି ଲୋକପ୍ରିୟ ସେଲିବ୍ରିଟି

ନିଜ ରକ୍ତରେ ପ୍ରସ୍ତୁତ ମଶ୍ଚରାଇଜର, କ୍ରିମ୍‌ ବ୍ୟବହାର କରନ୍ତି ଏହି ଲୋକପ୍ରିୟ ସେଲିବ୍ରିଟି

ପ୍ରକୃତ ବୟସର ଛାପ ଲୁଚାଇବା ଲାଗି ଆଜିକାଲିର ଯୁବତୀ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ତେବେ ପ୍ରସାଧନ ସାମଗ୍ରୀ କିଣିବା ହେଉ ଅଥବା ପାର୍ଲର ଯାଇ କିଛି ଚିକିତ୍ସା ଗ୍ରହଣ କରିବା, ଏହା ଏବେ ମାମୁଲି ଘଟଣା ପାଲଟିଲାଣି। 

ଫୁଟବଲ ତାରକା ବେକହମ୍‌ଙ୍କ କୁକୁର ଘୋଡ଼େଇ ହୁଏ ସାଢ଼େ ୪ ଲକ୍ଷ ଟଙ୍କାର କମ୍ବଳ

ଫୁଟବଲ ତାରକା ବେକହମ୍‌ଙ୍କ କୁକୁର ଘୋଡ଼େଇ ହୁଏ ସାଢ଼େ ୪ ଲକ୍ଷ ଟଙ୍କାର କମ୍ବଳ

ଶୀତଦିନେ କମ୍ବଳ ଘୋଡ଼ାଇ ହୋଇ ଶୋଇବାକୁ କିଏ ବା ଭଲ ନ ପାଏ। ଶୀତଦିନ ଆରମ୍ଭ ହେବା ପୂର୍ବରୁ ଅନେକ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି। ଶୀତବସ୍ତ୍ର ସହ ଭଲ କମ୍ବଳ କିଣାଯାଇଥାଏ। ବଜାରରେ ମଧ୍ୟ ବିଭିନ୍ନ ଦାମ୍‌ର କମ୍ବଳ ଉପଲବ୍ଧ ହୁଏ।

ହଜାରେ କୋଟିଙ୍କ ପାଇଁ ଖାଦ୍ୟ ସମସ୍ୟା

ହଜାରେ କୋଟିଙ୍କ ପାଇଁ ଖାଦ୍ୟ ସମସ୍ୟା

ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ବିଶ୍ୱର ୧୦୦୦କୋଟି ଲୋକଙ୍କ ପାଇଁ ଖାଦ୍ୟ ସମସ୍ୟା ସୃଷ୍ଟି ହେବ। ମାନବ ଜଗତ ପାଇଁ ଏହା ଏକ ମୁଖ୍ୟ ସମସ୍ୟା ହୋଇଥିବାବେଳେ ଏହାର ସମାଧାନ ପାଇଁ ବୈଜ୍ଞାନିକମାନେ ଏକ ସମାଧାନର ବାଟ ପାଇଥିବା ଦାବି କରନ୍ତି। ସେମାନଙ୍କ କହିବାନୁଯାୟୀ, ଖାଦ୍ୟ ଉତ୍ପାଦନ ପାଇଁ ପୃଥିବୀର ପରିସର ସୀମିତ।

ଫିଲ୍ମ ସଂଗ୍ରହାଳୟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଫିଲ୍ମ ସଂଗ୍ରହାଳୟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନ୍ୟାଶନାଲ ମ୍ୟୁଜିୟମ ଅଫ୍‌ ଇଣ୍ଡିଆନ ସିନେମା (ଏନ୍‌ଏମ୍‌ଆଇସି) ଉଦ୍‌ଘାଟନ କରିବେ। ଦେଶର ଫିଲ୍ମ ରାଜଧାନୀରେ ପ୍ରତିଷ୍ଠିତ ଊନବିଂଶ ଶତାବ୍ଦୀର ଐତିହାସିକ ବଙ୍ଗଳା ଏବଂ ଆଧୁନିକ ଭବନ ଉଦ୍‌ଘାଟିତ ହେବ। ଉଦ୍‌ଘାଟନୀ ଉତ୍ସବରେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ସଲମାନ୍‌ ଖାନ୍‌, ଏ.ଆର. ରହମନ୍‌, ଡାଭିଡ ଧାଓ୍ବନ, ରୋହିତ ଶେଟ୍ଟୀ, ଓ୍ବାହିଦା ରହମନ୍‌, ଜିତେନ୍ଦ୍ର କପୁର, ଆଶା ପରେଖ, ରବିନା ଟଣ୍ଡନ, ପଙ୍କଜ କପୁର, ରାକେଶ ମେହରା ଏବଂ ଅନ୍ୟମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ଏହି ରାଶିର ବ୍ୟକ୍ତି ଜୀବନରେ ହୁଅନ୍ତି କୋଟିପତି...

ଏହି ରାଶିର ବ୍ୟକ୍ତି ଜୀବନରେ ହୁଅନ୍ତି କୋଟିପତି...

ଅନେକ କମ୍‌ ପରିଶ୍ରମରେ ଧନ ଲାଭ କରୁଥିବାବେଳେ କେତେକଙ୍କୁ ଏଥିଲାଗି ଦିନରାତି ପରିଶ୍ରମ କରିବାକୁ ପଡ଼ିଥାଏ। ଧନ ପ୍ରତି ସମସ୍ତଙ୍କର ରହିଥାଏ ଲୋଭ। ତେବେ ଜ୍ୟୋତିଷ ଶାସ୍ତ୍ରରେ କେତେକ ନିଦ୍ଦିଷ୍ଟ ରାଶିର ଲୋକ ସୌଭାଗ୍ୟଶାଳୀ ହୋଇଥାନ୍ତି ବୋଲି ଉଲ୍ଲେଖ ଅଛି।

ପ୍ରେମୀ ଯୁଗଳଙ୍କୁ ଓ୍ବେବସାଇଟ୍‌ ଯୋଗାଇ ଦେଉଛି ସୁରକ୍ଷିତ ରୁମ୍‌

ପ୍ରେମୀ ଯୁଗଳଙ୍କୁ ଓ୍ବେବସାଇଟ୍‌ ଯୋଗାଇ ଦେଉଛି ସୁରକ୍ଷିତ ରୁମ୍‌

ପ୍ରେମୀ ଯୁଗଳଙ୍କୁ ଏକାଠି ରହିବାରେ ରହିଛି ଅନେକ କାଇଦା କଟକଣା। ଏମାନଙ୍କ ଉପରେ ଥାଏ ପୋଲିସର କଡା ନଜର। ହେଲେ ଏବେ ଏହି ପ୍ରେମୀ ଯୁଗଳଙ୍କୁ  ସୁରକ୍ଷିତ ରୁମ୍‌ ଯୋଗାଇ ଦେଉଛି Stay uncle ନାମକ ଏକ ଓ୍ବେବ ସାଇଟ୍‌।

ଏଠି ବିଲେଇଙ୍କ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ୍‌

ଏଠି ବିଲେଇଙ୍କ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ୍‌

ଜାପାନର ଲୋକେ ବିଲେଇକୁ ଅଧିକ ପସନ୍ଦ କରନ୍ତି। ଏଠାରେ ପ୍ରାୟ ପ୍ରତ୍ୟେକ ଲୋକଙ୍କ ପାଖରେ ବିଲେଇ ରଖିଥାଆନ୍ତି। ନିକଟରେ ଏହି ବିଲେଇଙ୍କ ପାଇଁ ଚାଲିଥିଲା ଏକ ସ୍ବତନ୍ତ୍ର ଟ୍ରେନ୍‌। ଏହାର ଉଦ୍ଦେଶ୍ୟ ଥିଲା ଏମାନଙ୍କୁ ସୁରକ୍ଷା ଦେବା ଓ ଏମାନଙ୍କର ବଂଶ ବୃଦ୍ଧି କରିବା।

ଏ ବୟସରେ କାହିଁକି ଆଖିରୁ ହଜେ ନିଦ...

ଏ ବୟସରେ କାହିଁକି ଆଖିରୁ ହଜେ ନିଦ...

ଜୀବନର ଏକ ନିର୍ଦ୍ଦିଷ୍ଟ ବୟସରେ ମଣିଷ ମନରେ ବିପରୀତ ଲିଙ୍ଗଙ୍କ ପ୍ରତି ସୃଷ୍ଟି ହୋଇଥାଏ ଆକର୍ଷଣ। ସେହି ନିର୍ଦ୍ଦିଷ୍ଟ ବୟସ ପୂର୍ବରୁ କିମ୍ବା ପରେ ବିପରୀତ ଲିଙ୍ଗଙ୍କ ସହିତ ମିଳନ ପାଇଁ ସେତେଟା ଉନ୍ମାଦନା ମନରେ ଆସି ନ ଥାଏ । ସାମାଜିକ ଶାସ୍ତ୍ରରେ ଉଲ୍ଲେଖ ଅଛି ୧୪ ବର୍ଷଠାରୁ କିଶୋରୀ କିଶୋର ଖୋଜି ବସିଥାନ୍ତି ସାଥୀକୁ।

ସୌଭାଗ୍ୟ ଆଣେ କାନଫୁଲ...

ସୌଭାଗ୍ୟ ଆଣେ କାନଫୁଲ...

କାନଫୁଲ ସୌନ୍ଦର୍ଯ୍ୟ ବଢାଇବା ସହିତ ସୌଭାଗ୍ୟ ଆଣିଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଳେଖ ରହିଛି। ଏହା ଶରୀର ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଥାଏ। କାନଫୁଲ ଦ୍ୱାରା ପ୍ରଜନନ ଓ ମାସିକ ଋତୁସ୍ରାବ ସମସ୍ୟାକୁ ଦୂର ହୁଏ। 

ସୁନାମୀ ସମୟରେ ସମୁଦ୍ରରେ ଫସିଥିଲୁ

ସୁନାମୀ ସମୟରେ ସମୁଦ୍ରରେ ଫସିଥିଲୁ

୨୦୦୫ର କଥା। ଭାରତର ୨୫ଜଣ ଡାକ୍ତର ଏକ କନଫରେନ୍ସରେ ଯୋଗଦେବା ପାଇଁ ମାଳଦ୍ୱୀପ ଯାଇଥାଉ। ସମୁଦ୍ର ଭିତରେ ନୌକାବିହାର କରିବାକୁ ଇଚ୍ଛା ହେଲା। ଏକ ଛୋଟ ଜଳ ଜାହାଜରେ ଆମେ ସମସ୍ତେ ସମୁଦ୍ର ଭିତରକୁ ଯାଇଥିଲୁ। ଅନେକ ବାଟ ଯିବା ପରେ ହଠାତ୍‌ ଆମ ଜାହାଜଟି ଢେଉରେ ଭୟଙ୍କରଭାବେ ଦୋହଲିବାକୁ ଲାଗିଲା।