ରାଜ୍ୟ | ରାୟଗଡା

ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବା ବାଟରେ ଆମ୍ବୁଲାନ୍ସ ଦୁର୍ଘଟଣା

ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବା ବାଟରେ ଆମ୍ବୁଲାନ୍ସ ଦୁର୍ଘଟଣା

ଝରିଗାଁ, ୯।୧୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଗର୍ଭବତୀ ମହିଳାଙ୍କୁ ଶନିବାର ବିଳମ୍ବ ରାତିରେ ମେଡିକାଲକୁ ଆଣିବା ସମୟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ହୋଇ ଗର୍ଭବତୀ ମହିଳା ସମେତ ଡ୍ରାଇଭର, ଆଶାକର୍ମୀ ଏବଂ ଫାରମାସିଷ୍ଟ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଝରିଗାଁ ବ୍ଲକ ବଡଟେମରା ପଞ୍ଚାୟତ ମୁଣ୍ଡାପଦର ଗ୍ରାମର ମନ ଜାନିଙ୍କ ସ୍ତ୍ରୀ ଲକ୍ଷ୍ମୀ ଜାନୀ( ୩୫)ଙ୍କୁ ଶନିବାର ରାତି ପ୍ରାୟ ୧୧ଟାରେ ପ୍ରସବକାଳୀନ ଯନ୍ତ୍ରଣା ହୋଇଥିବାରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଝରିଗାଁଠାରେ ଆମ୍ବୁଲାନ୍ସଟି ନଥିବା ହେତୁ ୧୦୮ ଆମ୍ବୁଲାନ୍ସଟି(ଓଡି୦୨ଏନ୍‌୪୫୯୩) ଉମରକୋଟଠାରୁ ମୁଣ୍ଡାପଦର ଗାଁକୁ ଯିବାକୁ ପଡିଥିଲା। ସେଠାରେ ଆଶାକର୍ମୀଙ୍କ ସହାୟତାରେ ଗର୍ଭବତୀ ମହିଳାଙ୍କୁ ଧରି ଝରିଗାଁ ଅଭିମୁଖେ ଆସିବା ସମୟରେ ରାତି ପ୍ରାୟ ୨ଟାରେ କୁଟ୍ରିଛାପର ପଞ୍ଚାୟତ ଗୌଡଗୁଡା ଗ୍ରାମ ନିକଟରେ କଲଭଟ୍ଟ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଗର୍ଭବତୀ ମହିଳା ଲକ୍ଷ୍ମୀ ଜାନି, ମୁଣ୍ଡାପଦର ଆଶାକର୍ମୀ ମନିକା ଜାନୀ, ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଫାରମାସିଷ୍ଟ ଜୟରାମ ମାଝୀ ଆହତ ହୋଇଥିବାବେଳେ ସେମାନଙ୍କୁ ପ୍ରଥମେ ଝରିଗାଁ ଏବଂ ଏହାପରେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ୍ରାଇଭର ଏବଂ ଫାରମାସିଷ୍ଟଙ୍କୁ ଚିକିସତ୍ା କରାଯାଉଥିବାବେଳେ ଆଶାକର୍ମୀଙ୍କ ମୁଣ୍ଡ ଏବଂ ଆଖିରେ ଆଘାତ ହୋଇଥିଭା ବେଳେ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଅଛି। ସେଠାରେ ଗର୍ଭବତୀ ମହିଳାଙ୍କୁ ଛୁଆ ନଷ୍ଟ ହୋଇଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇଥିବା ଯୋଗୁଁ ପ୍ରସବ କରାଇବା ନେଇ ଲକ୍ଷ୍ମୀଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଅଛି। ଦୁର୍ଘଟଣାସ୍ଥଳେ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ, ଏସଆଇ ଅଭୟ ପ୍ରଧାନ, ଏସ୍‌ଆଇ ଦେଓଙ୍କ ସହ ଅଗ୍ନିଶମ ବିଭାଗୀୟ କର୍ମଚାରୀ ପହଞ୍ଚି ଆମୁଲାନ୍ସଟିକୁ ରାସ୍ତାକଡରୁ ଉଦ୍ଧାର କରି ଥାନାକୁ ଅଣାଯାଇଅଛି। 


All Right Reserved By

ରାଜ୍ୟ | ରାୟଗଡା

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା କଳିଙ୍ଗ କାଲସିନର କାର୍ବନ କାରଖାନା

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା କଳିଙ୍ଗ କାଲସିନର କାର୍ବନ କାରଖାନା

ପାରାଦୀପ,୨୫ା୩(ସ୍ବ.ପ୍ର.): ପାରାଦୀପ ଦୋଛକିଠାରେ ମନିହର ଗ୍ରୁପ୍‌ ଦ୍ୱାରା ପରିଚାଳିତ ହେଉଥିବା କଳିଙ୍ଗ କାଲସିନର କାର୍ବନ କାରଖାନାରେ ଶନିବାର ରାତିରେ ବିସ୍ଫୋରଣ ଘଟିଥିଲା। ଉକ୍ତ ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିଲେ ହେଁ କାରଖାନାରେ ବ୍ୟାପକ କ୍ଷତ ହୋଇଥିବା ଜଣାଯାଇଛି। 

ରାସ୍ତା ଉପରେ ନିର୍ମାଣ ସାମଗ୍ରୀ: ଯାତାୟତ ବାଧାପ୍ରାପ୍ତ

ରାସ୍ତା ଉପରେ ନିର୍ମାଣ ସାମଗ୍ରୀ: ଯାତାୟତ ବାଧାପ୍ରାପ୍ତ

ଖୋର୍ଦ୍ଧା ଅଫିସ,୨୫ା୩: ଖୋର୍ଦ୍ଧା ସହରର ହଡାଛକ ଠାରୁ ବରୁଣେଇ ସାହି ରାସ୍ତାର ଗୋପିନାଥ ମନ୍ଦିର ସମ୍ମୁଖରେ ଗୋଡି ଓ ଲୁହା ରଡ ଗଦା ହୋଇଛି। 

ଜବରଦଖଲରେ ବିଶ୍ରାମାଗାର  ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ଧାରଣା

ଜବରଦଖଲରେ ବିଶ୍ରାମାଗାର ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ଧାରଣା

ଭୋଗରାଇ,୨୫।୩(ଡି.ଏନ.ଏ.)-ସରକାରୀ ଗୃହ ଜବରଦଖଲମୁକ୍ତ ଦାବିରେ ଭୋଗରାଇ ବ୍ଲକ ଜୟରାମପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସୋମବାର ଭୋଗରାଇ ତହସିଲ କାର୍ଯ୍ୟାଳୟରେ ୪ ଘଣ୍ଟା ପ୍ରତୀକ ଧାରଣା ଦେଇଥିଲେ। 

ଖୁମକୁଟ୍‌ଠାରେ ହାତୀଛୁଆ ମୃତ

ଖୁମକୁଟ୍‌ଠାରେ ହାତୀଛୁଆ ମୃତ

ସଜନାଗଡ଼, ୨୫।୩(ଡି.ଏନ.ଏ.)-ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଅଭୟାରଣ୍ୟର ଖୁମକୁଟ୍‌ଠାରେ ଏକ ଛୁଆହାତୀର ମୃତ୍ୟୁ ଘଟିଛି। ଏହା ଏକ ଅଣ୍ଡିରା ହାତୀ ଛୁଆ ଏବଂ ଏହାର ବୟସ ୧୦ବର୍ଷ। ଛୁଆହାତୀର ମୃତ୍ୟୁ ରକ୍ତହୀନତା କାରଣରୁ ହୋଇପାରେ ବୋଲି ଅନୁମାନ କରାଯାଉଛି। 

ଧାମରା ବନ୍ଦରରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଧାମରା ବନ୍ଦରରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଚାନ୍ଦବାଲି, ୨୫।୩ (ଡି.ଏନ.ଏ) - ଭଦ୍ରକ ଜିଲା ଧାମରା ବନ୍ଦରରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କର ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। 

ଅତାବିରା ଆସନ ପାଇଁ ସ୍ନେହାଙ୍ଗିନୀ ଭରିଲେ ନାମାଙ୍କନ

ଅତାବିରା ଆସନ ପାଇଁ ସ୍ନେହାଙ୍ଗିନୀ ଭରିଲେ ନାମାଙ୍କନ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ସୋମବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ତଥା ଏଥରର ଦଳୀୟ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ କରିଛନ୍ତି ।

ନାମାଙ୍କନ ଭରିଲେ ସୁରେଶ ପୂଜାରୀ

ନାମାଙ୍କନ ଭରିଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ୍‌, ୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

  ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ସୋମବାର ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଜିଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ କଲେ ପ୍ରସନ୍ନ

ନାମାଙ୍କନ ଦାଖଲ କଲେ ପ୍ରସନ୍ନ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ପାଟଣାଗଡ଼,୨୫।୩(ଡି.ଏନ୍‌.ଏ.):  ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ମଧ୍ୟାହ୍ନ ୧୨ ଟାରେ କନକ ବର୍ଦ୍ଧନ ସିଂଦେଓ ପାଟଣାଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 

ବିଜେପୁର ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ

ବିଜେପୁର ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ

ପଦ୍ମପୁର,୨୫।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ପ୍ରାର୍ଥିପତ୍ର ଦାଖଲ କଲେ ଅଚ୍ୟୁତ ସାମନ୍ତ

ପ୍ରାର୍ଥିପତ୍ର ଦାଖଲ କଲେ ଅଚ୍ୟୁତ ସାମନ୍ତ

ଫୁଲବାଣୀ ଅଫିସ, ୨୫।୩: କନ୍ଧମାଳ ଲୋକ ସଭା ଆସନ ପାଇଁ  ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଜିଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 


Model This Week

ରଶ୍ମି
Why Dharitri