ରାଜ୍ୟ | ବ୍ରହ୍ମପୁର

ମାଓବାଦୀଙ୍କ ପ୍ରତିରୋଧ ଦିବସ ପାଳନ: ପୁଣି ମାରିଲେ ବ୍ୟାନର ଓ ପୋଷ୍ଟର

ମାଓବାଦୀଙ୍କ ପ୍ରତିରୋଧ ଦିବସ ପାଳନ: ପୁଣି ମାରିଲେ ବ୍ୟାନର ଓ ପୋଷ୍ଟର

ଦାରିଙ୍ଗବାଡ଼ି,୯।୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଠାରେ ରବିବାର ମାଓବାଦୀ ବ୍ୟାନର ସହ ପୋଷ୍ଟର ଛପାଯାଇଥିବା ଦେଖିବାକୁ ମିଳିଛିା ସପ୍ତାହକ ମଧ୍ୟରେ ଏହା ମାଓବାଦୀଙ୍କ ଦ୍ୱିତୀୟ ଥର ପାଇଁ ବ୍ୟାନର, ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛିା ସିମନବାଡ଼ି ବଜାରଠାରୁ ମାତ୍ର ୨ଶହ ମିଟର ପରିତ୍ୟକ୍ତ ପମ୍ପହାଉସରେ ଏହା ଲାଗିଛିା ସକାଳୁ ସକାଳୁ ଏହା ଦେଖିବା ପରେ ଲେଶକଙ୍କ ମନରେ ଭୟ ସୃଷ୍ଟି ହୋଇଛିା ଉକ୍ତ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଜାହିର ହେବା ସହ ଲୋକଙ୍କ ମଧ୍ୟରେ ଭୟ ଆତଙ୍କ ଦେଖାଯାଇଛି। ଏଭଳି ଗୁରୁବାର ଦିନ ମଧ୍ୟ କିରିକୁଟି ଏବଂ ପାଟାଙ୍ଗିଠାରେ ମଧ୍ୟ ମାଓବାଦୀମାନେ ବ୍ୟାନର ଓ ପୋଷ୍ଟର ଲାଗାଇଥିଲୋ ଫଳରେ ସନ୍ଧ୍ୟା ହେଲେ ତାଟିକବାଟ ପଡ଼ିଯାଉଛିା ଉକ୍ତ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କରୁଥିଲେ ସୁଦ୍ଧା ସଂନ୍ଧ୍ୟା ସମୟରେ ଏହା ହେଉନଥିବାରୁ ଭୟ ଲୋକଙ୍କ ମନରେ ଦ୍ୱିଗୁଣିତ ହୋଇଛିା ସିମନବାଡ଼ିରେ ଲଗାଯାଇଥିବା ବ୍ୟାନର ପୋଷ୍ଟରରେ ମଧ୍ୟ ପୁର୍ବରୁ କରିକୁଟିଠାରେ  ଲାଗାଯାଇଥିବା ବ୍ୟାନର ପୋଷ୍ଟରରେ ଲେଖାଯାଇଥିବା କଥାକୁ ମାଓବାଦୀ ମାନେ ପୁଣି ଦୋହରାଇଛନ୍ତି। ପ୍ରକାଶ ଯେ, ମାଓବାଦୀଙ୍କ ପକ୍ଷରୁ ଲଗାଯାଇଥିବା ବ୍ୟାନର ଓ ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ଗେରୁଆ ଆତଙ୍କବାଦୀ ସଂଘ ପରିବାରର ତାଣ୍ଡବଲିଳା ବିରୁଦ୍ଧରେ ଚଳିତ ମାସ ୬ ତାରିଖଠାର ୧୨ ପର୍ଯ୍ୟନ୍ତ ପ୍ରତିରୋଧ ଦିବସ ପାଳନ କରିବାକୁ ନିବେଦନ କରାଯାଇଛି ା  ଇତି ମଧ୍ୟରେ ଏହା ୪ ଦିନ ବିତାଯାଇଥିବା ଜଣାପଡ଼ିଛି ା ସେହିପରି ବ୍ରାହ୍ମଣୀୟ ଫାଶିବାଦ ବିରୁଦ୍ଧରେ ଏକଜୁଟ ହୋଇ ସଂଗ୍ରାମ କରିବାକୁ ଆହ୍ବାନ କରାଯାଇଛି ା ଧର୍ମ ନାମରେ ବିଦ୍ୱେଷ ଓ ଦଙ୍ଗା ବନ୍ଦ କରିବାକୁ ନିବେଦନ କରାଯିବା ସହ ଗୋରକ୍ଷା ନାମରେ ଭିଡ଼ ଦ୍ୱାରା ମୁସଲମାନ, ଖ୍ରୀଷ୍ଟିଆନ, ଦଳିତ ଓ ଆଦିବାସୀଙ୍କ ଉପରେ ଆକ୍ରମଣ ବନ୍ଦ କରିବାକୁ ନିବେଦନ କରାଯାଇଛିା ରାମ ମନ୍ଦିର ନିର୍ମାଣ ପାଇଁ ମୋହନ ଭାଗବତ ଓ ପ୍ରବୀଣ ତୋଗାଡ଼ିଆର ପଦଯାତ୍ରାଓ ଦାବିକୁ ବିରୋଧ କରୁଥିବା ଉଲ୍ଲେଖ ରହିଛିା ଗେରୁଆ ଆରଏସଏସ ଓ ଭିଏଚପି ସଂଗଠନ, ବଜରଙ୍ଗ ଦଳ ସଂଘ ପରିବାରର ଉନମାଦକୁ ପ୍ରତିରୋଧ କରିବାକୁ ଉଲ୍ଲେଖ ରହିଛିା ସେହିପରି ମୋଦି ସରକାରର ନିପାତ ଅଭିଯାନ ସମାଧାନ ଯୋଜନାକୁ ପରାସ୍ତ କରିବାକୁ ଚେତାବନୀ ଓ ଆହ୍ବାନ ଦିଆଯାଇଛି ା ସେହିପରି ଧାର୍ମିକ ସଂହତି ବଜାୟ ରଖିବାକୁ ଓଡ଼ିଶାରେ ସଂଘ ପରିବାର ଓ ବିଜେପିର ପ୍ରଭାବକୁ ରୋକିବା ପାଇଁ ଆଦି ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ମାଓବାଦୀଙ୍କ ସହିଦ ସପ୍ତାହ ପରେ ପ୍ରତିରୋଧ ଦିବସ ପ୍ରଥମଥର ପାଇଁ ଏହି ଅଞ୍ଚଳରେ ପାଳନ କରାଯାଉଥିବା ଜଣାପଡ଼ିଛିା ପ୍ରତିଥର ମାଓବାଦୀ ଲାଲ୍‌ ବ୍ୟାନର ଲଗାଉଥିବାବେଳେ ପ୍ରଥମଥର ପାଇଁ ଅଞ୍ଚଳରେ କଳା ବ୍ୟାନର ଲାଗାଯାଇଥିବା ଦେଖିବାକୁ ମିଳିଛିା ଏଠାରେ ସୁଚନାଯୋଗ୍ୟ, ୨୦୧୭ ମସିହା ସେପ୍ଟେମ୍ବରରେ ସିମନବାଡ଼ି ଅଞ୍ଚଳରେ ପ୍ରଥମଥର ପାଇଁ ମାଓବାଦୀଙ୍କ ପକ୍ଷରୁ ଲାଲ୍‌ ବ୍ୟାନର ଲଗାଯାଇଥିଲା ସେହି ସମୟରେ ଉଲ୍ଲେଖ ରହିଥିଲା ଯେ, ସେପ୍ଟେମ୍ବର ୨୧ଠାରୁ ସିପିଆଇ ମାଓବାଦୀ ପ୍ରତିଷ୍ଠା ସପ୍ତାହ ପାଳନ କରିବାକୁ ଆହ୍‌ତ୍ାନ ଦିଆଯାଇଥିଲାା ସେହିପରି ଶୋଷିତ, ଅବହେଳିତ ଶ୍ରେଣୀର ମୁକ୍ତି ପାଇଁ ଆନ୍ଦୋଳନ, ଚୋରାମଦ କାରବାରକୁ ବିରୋଧ, ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରିବାକୁ ପୋଷ୍ଟରରେ ଆହ୍ନାନ ଦିଆଯାଇଛିା ଦୀର୍ଘକାଳୀନ ଜନଯୁଦ୍ଧ ଜିନ୍ଦାବାଦ ବୋଲି ଉଲ୍ଲେଖ ରହିଥିଲା ା ଶେଷରେ ବଂଶଧାରା ଘୁମୁଷର ନାଗାବଳୀ ଡିଭିଜନାଲ କମିଟି ସିପିଆଇ (ମାଓବାଦୀ) ଉଲ୍ଲେଖ ରହିଥିଲା  କିନ୍ତୁ ଏହି କଳା ବ୍ୟାନରେ ବିପ୍ଳବ ଅଭିନନ୍ଦନ ସହ ଓଡ଼ିଶା ରାଜ୍ୟ କମିଟି ଭାରତର କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ବୋଲି ଉଲ୍ଲେଖ ରହିଛି ା 


All Right Reserved By

ରାଜ୍ୟ | ବ୍ରହ୍ମପୁର

ବଦଳିଲେ କଂଗ୍ରେସର ୨ ପ୍ରାର୍ଥୀ

ବଦଳିଲେ କଂଗ୍ରେସର ୨ ପ୍ରାର୍ଥୀ

ଭୁବନେଶ୍ୱର,୨୫।୩(ବ୍ୟୁରେ): କଂଗ୍ରେସ ପକ୍ଷରୁ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସୋମବାର ୪ ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛିି। 

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା କଳିଙ୍ଗ କାଲସିନର କାର୍ବନ କାରଖାନା

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା କଳିଙ୍ଗ କାଲସିନର କାର୍ବନ କାରଖାନା

ପାରାଦୀପ,୨୫ା୩(ସ୍ବ.ପ୍ର.): ପାରାଦୀପ ଦୋଛକିଠାରେ ମନିହର ଗ୍ରୁପ୍‌ ଦ୍ୱାରା ପରିଚାଳିତ ହେଉଥିବା କଳିଙ୍ଗ କାଲସିନର କାର୍ବନ କାରଖାନାରେ ଶନିବାର ରାତିରେ ବିସ୍ଫୋରଣ ଘଟିଥିଲା। ଉକ୍ତ ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିଲେ ହେଁ କାରଖାନାରେ ବ୍ୟାପକ କ୍ଷତ ହୋଇଥିବା ଜଣାଯାଇଛି। 

ରାସ୍ତା ଉପରେ ନିର୍ମାଣ ସାମଗ୍ରୀ: ଯାତାୟତ ବାଧାପ୍ରାପ୍ତ

ରାସ୍ତା ଉପରେ ନିର୍ମାଣ ସାମଗ୍ରୀ: ଯାତାୟତ ବାଧାପ୍ରାପ୍ତ

ଖୋର୍ଦ୍ଧା ଅଫିସ,୨୫ା୩: ଖୋର୍ଦ୍ଧା ସହରର ହଡାଛକ ଠାରୁ ବରୁଣେଇ ସାହି ରାସ୍ତାର ଗୋପିନାଥ ମନ୍ଦିର ସମ୍ମୁଖରେ ଗୋଡି ଓ ଲୁହା ରଡ ଗଦା ହୋଇଛି। 

ଜବରଦଖଲରେ ବିଶ୍ରାମାଗାର  ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ଧାରଣା

ଜବରଦଖଲରେ ବିଶ୍ରାମାଗାର ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ଧାରଣା

ଭୋଗରାଇ,୨୫।୩(ଡି.ଏନ.ଏ.)-ସରକାରୀ ଗୃହ ଜବରଦଖଲମୁକ୍ତ ଦାବିରେ ଭୋଗରାଇ ବ୍ଲକ ଜୟରାମପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସୋମବାର ଭୋଗରାଇ ତହସିଲ କାର୍ଯ୍ୟାଳୟରେ ୪ ଘଣ୍ଟା ପ୍ରତୀକ ଧାରଣା ଦେଇଥିଲେ। 

ଖୁମକୁଟ୍‌ଠାରେ ହାତୀଛୁଆ ମୃତ

ଖୁମକୁଟ୍‌ଠାରେ ହାତୀଛୁଆ ମୃତ

ସଜନାଗଡ଼, ୨୫।୩(ଡି.ଏନ.ଏ.)-ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଅଭୟାରଣ୍ୟର ଖୁମକୁଟ୍‌ଠାରେ ଏକ ଛୁଆହାତୀର ମୃତ୍ୟୁ ଘଟିଛି। ଏହା ଏକ ଅଣ୍ଡିରା ହାତୀ ଛୁଆ ଏବଂ ଏହାର ବୟସ ୧୦ବର୍ଷ। ଛୁଆହାତୀର ମୃତ୍ୟୁ ରକ୍ତହୀନତା କାରଣରୁ ହୋଇପାରେ ବୋଲି ଅନୁମାନ କରାଯାଉଛି। 

ଧାମରା ବନ୍ଦରରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଧାମରା ବନ୍ଦରରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଚାନ୍ଦବାଲି, ୨୫।୩ (ଡି.ଏନ.ଏ) - ଭଦ୍ରକ ଜିଲା ଧାମରା ବନ୍ଦରରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କର ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। 

ଅତାବିରା ଆସନ ପାଇଁ ସ୍ନେହାଙ୍ଗିନୀ ଭରିଲେ ନାମାଙ୍କନ

ଅତାବିରା ଆସନ ପାଇଁ ସ୍ନେହାଙ୍ଗିନୀ ଭରିଲେ ନାମାଙ୍କନ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ସୋମବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ତଥା ଏଥରର ଦଳୀୟ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ କରିଛନ୍ତି ।

ନାମାଙ୍କନ ଭରିଲେ ସୁରେଶ ପୂଜାରୀ

ନାମାଙ୍କନ ଭରିଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ୍‌, ୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

  ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ସୋମବାର ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଜିଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ କଲେ ପ୍ରସନ୍ନ

ନାମାଙ୍କନ ଦାଖଲ କଲେ ପ୍ରସନ୍ନ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ପାଟଣାଗଡ଼,୨୫।୩(ଡି.ଏନ୍‌.ଏ.):  ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ମଧ୍ୟାହ୍ନ ୧୨ ଟାରେ କନକ ବର୍ଦ୍ଧନ ସିଂଦେଓ ପାଟଣାଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 

ବିଜେପୁର ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ

ବିଜେପୁର ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ

ପଦ୍ମପୁର,୨୫।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।


Model This Week

ରଶ୍ମି
Why Dharitri