ସମ୍ପାଦକୀୟ |

ଚନ୍ଦ୍ରପୃଷ୍ଠର ଗାତୁଆ ମଣିଷ

ଚନ୍ଦ୍ରପୃଷ୍ଠର ଗାତୁଆ ମଣିଷ
ଡ. ପ୍ରମୋଦ କୁମାର ମହାପାତ୍ର ଏକବିଂଶ ଶତାବ୍ଦୀରେ ଚନ୍ଦ୍ର ଆମ ନିକଟରେ ଆଉ ଏବେ ‘ଜହ୍ନମାମୁ’ ହୋଇ ରହିନାହିଁ। ଚନ୍ଦ୍ର ଆମଠାରୁ ୪ଲକ୍ଷ କିଲୋମିଟର ଦୂରତାରେ ଥିବାବେଳେ ପ୍ରକୃତରେ ଏହାର ପୃଷ୍ଠଦେଶ କଳା କିନ୍ତୁ ସୂର୍ଯ୍ୟାଲୋକର ପ୍ରତିଫଳନ ତଥା ଆମ ଚକ୍ଷୁର ଏହା ପୃଷ୍ଠର ଆଲୋକକୁ ଗ୍ରହଣ କରିବା ପଦ୍ଧତି ପାଇଁ ଏହା ଆମକୁ ସଫା ଆଲୋକିତ ପିଣ୍ଡଟିଏ ଭଳି ଦେଖାଯାଏ। ୪୮ବର୍ଷ ତଳେ ନିଲ୍‌ ଆର୍ମଷ୍ଟ୍ରଙ୍ଗଙ୍କ ପାଦ ଚନ୍ଦ୍ରପୃଷ୍ଠରେ ପଡିବା ପରେ ଚନ୍ଦ୍ର ସମ୍ପର୍କରେ ପୃଥିତ୍ବୀର ବିଭିନ୍ନ ଅଞ୍ଚଳର ଲୋକଙ୍କ ମଧ୍ୟରେ ରହିଆସିଥିବା ଭିନ୍ନ ଭିନ୍ନ ଧାରଣାର ଅବସାନ ଘଟିଛି। ଏବେ ପୃଥିବୀର ଅଧିକାଂଶ ଲୋକ ଏପରି କି ସ୍କୁଲ ପିଲାଏ ମଧ୍ୟ ଚନ୍ଦ୍ର ଜଳ, ବାୟୁ, ଜୀବନ ନ ଥିବା ଏକ ପରିତ୍ୟକ୍ତ ଅଞ୍ଚଳ ଭଳି ନୀରବ, ଶୁଷ୍କ ମହାକାଶ ପିଣ୍ଡ ବୋଲି ଜାଣିଛନ୍ତି। କେବଳ ନିଲ୍‌ ଆର୍ମଷ୍ଟ୍ରଙ୍ଗ ନୁହନ୍ତି ବର୍ତ୍ତମାନ ସୁଦ୍ଧା ପୃଥିବୀର ୧୨ଜଣ ମଣିଷ ଚନ୍ଦ୍ରପୃଷ୍ଠରେ ଭିନ୍ନ ଭିନ୍ନ ସମୟରେ ପାଦ ଦେଇ ସାରିଛନ୍ତି ଓ ଏମାନେ ସମସ୍ତେ ଚନ୍ଦ୍ରପୃଷ୍ଠରେ ମୋଟ ଯେତେ ସମୟ ବିତାଇଛନ୍ତି ତାହା ହେଉଛି ପୃଥିବୀର ଦୁଇଦିନରୁ ସାମାନ୍ୟ କମ୍‌। ତେବେ ଚନ୍ଦ୍ରକୁ ନେଇ ପୃଥିବୀବାସୀଙ୍କ ମଧ୍ୟରେ କାହିଁ କେଉଁ କାଳରୁ ଅନେକ କଳ୍ପନା ଜଳ୍ପନା ଚଳିଆସିଛି। ଚନ୍ଦ୍ରରେ ମଣିଷ ପାଦ ଦେବା ପରେ ଏହା ପୃଷ୍ଠରେ ମଣିଷର ବସତି ସ୍ଥାପନ ପାଇଁ ଅନେକ ବୈଜ୍ଞାନିକଙ୍କ ଘୋଷଣା ସାଧାରଣ ଲୋକଙ୍କୁ କୌତୂହଳୀ କରିଛି। ଚନ୍ଦ୍ର ଆମର ସବୁଠାରୁ ନିକଟରେ ଥିବାରୁ ଏଠାକୁ ଯାତ୍ରା ସହଜ, ସ୍ବଳ୍ପ ସମୟସାପେକ୍ଷ ତଥା ଅନ୍ୟ ଗ୍ରହାନ୍ତର ଯାତ୍ରା ଅପେକ୍ଷା ନିରାପଦ। ସେଥିପାଇଁ ଚନ୍ଦ୍ରକୁ ସମସ୍ତେ ପ୍ରାଧାନ୍ୟ ଦେବା ଏକ ସାଧାରଣ କଥା। ଅତୀତରେ ଚନ୍ଦ୍ରରେ ଘରକରି ମାନବର ବସତି ପାଇଁ ସୁଯୋଗ ସୃଷ୍ଟି କରିବାକୁ ଯେଉଁ ଦେଶଗୁଡ଼ିକ ଘୋଷଣା କରିଛନ୍ତି ସେମାନେ ହେଲେ ଆମେରିକା, ଜାପାନ ଓ ୟୁରୋପ। ୧୯୯୪ମସିହାରେ ୟୁରୋପୀୟ ସଂଘ ପକ୍ଷରୁ ଚନ୍ଦ୍ରପୃଷ୍ଠରେ ଗୃହନିର୍ମାଣ ୨୦୨୦ ମସିହା ମଧ୍ୟରେ ରୋବଟ ସହାୟତାରେ କରାଯିବାକୁ ସଂସ୍ଥାର ନିର୍ଦ୍ଦେଶକ ରୋଜର ବୋନେଟ ଯେଉଁ ଘୋଷଣା କରିଥିଲେ ତାହା ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳପ୍ରଦ ହେବା ଭଳି ଜଣାପଡୁନାହିଁ। କାରଣ ଏଥିପାଇଁ ଆବଶ୍ୟକ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଆମେରିକା ୨୦୨୫ ମଧ୍ୟରେ ଓ ଜାପାନ ୨୦୨୪ ମଧ୍ୟରେ ଚନ୍ଦ୍ରରେ ଗୃହନିର୍ମାଣ ପାଇଁ ଘୋଷଣା କରିଛନ୍ତି। ଏଥିପାଇଁ କେତେକ ବେସରକାରୀ ସଂସ୍ଥାକୁ କାର୍ଯ୍ୟରେ ଲଗାଯିବ ବୋଲି ଆମେରିକା ପକ୍ଷରୁ ଘୋଷଣା କରାଯାଇଛି। ତେବେ ନିକଟରେ ଜାପାନ ପକ୍ଷରୁ ପ୍ରେରିତ ସେରିନ ମହାକାଶଯାନ ଚନ୍ଦ୍ରରେ ଏକ ସୁଡଙ୍ଗ ଠାବ କରିବା ପରେ ସେଠାରେ ଜାପାନ ଖୁବ୍‌ଶୀଘ୍ର ମଣିଷର ବସତିକ୍ଷେତ୍ର ତଥା ଗବେଷଣା କେନ୍ଦ୍ର ସ୍ଥାପନ କରିବ ବୋଲି ଘୋଷଣା କରିବା ଉଲ୍ଲେଖଯୋଗ୍ୟ। ଚନ୍ଦ୍ରରେ ଯଦି ବି ଭବିଷ୍ୟତରେ ମଣିଷ ବସତି ପାଇଁ ଗୃହନିର୍ମାଣ କରେ ତେବେ ଏହା ହୁଏତ ଚନ୍ଦ୍ରର ପୃଷ୍ଠଦେଶରେ ହେବନାହିଁ, ଏହା ପୃଷ୍ଠରେ ଥିବା ଅନେକ ଗହ୍ବର ଭିତରେ ହିଁ ହେବ। ଅତୀତରେ ଲାଭା ଉଦ୍‌ଗିରଣରୁ ହେଉ ବା ବୃହତ୍‌ ଉଲ୍‌କାପାତ ଇତ୍ୟାଦି ଯୋଗୁଁ ଚନ୍ଦ୍ରପୃଷ୍ଠରେ ଅନେକ ବୃହତ୍‌ ଗର୍ତ୍ତ ରହିଛି। ଏହିସବୁ ଗର୍ତ୍ତ ହିଁ ମଣିଷର ବସତି ପାଇଁ ଉତ୍କୃଷ୍ଟ କ୍ଷେତ୍ର, କାରଣ ଚନ୍ଦ୍ରର ପୃଷ୍ଠଦେଶରେ ମଣିଷ ବସତି ସ୍ଥାପନ ପ୍ରମୁଖତଃ ୩ଟି କାରଣ ପାଇଁ ବିପଦପୂର୍ଣ୍ଣ। ପ୍ରଥମତଃ ଏହାର ତାପମାତ୍ରା, ଯାହା ଦିନରେ ୧୨୦ଡିଗ୍ରୀ ଓ ରାତ୍ରିରେ ବିଯୁକ୍ତ ୧୮୦ଡିଗ୍ରୀ ସେଲସିୟସରେ ପହଞ୍ଚତ୍ଥାଏ। ଦ୍ୱିତୀୟରେ ଏଠାରେ ଚାଲିଥିବା ଘନ ଘନ ଗ୍ରହାଣୁ ମାଡ଼। ତୃତୀୟତଃ କ୍ଷତିକାରକ ବିକିରଣ ତଥା କମ୍‌ ମାଧ୍ୟାକର୍ଷଣ ଶକ୍ତି ଇତ୍ୟାଦି। ଇତିମଧ୍ୟରେ ଚନ୍ଦ୍ରର ଦକ୍ଷିଣମେରୁ ନିକଟରେ ୩ଟି ଗର୍ତ୍ତ ଠାବ କରାଯାଇଛି। ଏଥିମଧ୍ୟରୁ ଗୋଟିଏ ଗାତ ହେଉଛି ସାକେଲଟନ ଗହ୍ବର। ଏହାର ଲମ୍ବ ଅଧ କିଲୋମିଟରରୁ ଅଧିକ। ଚନ୍ଦ୍ରର ମାରିୟସ ହିଲ ଅଞ୍ଚଳରେ ୬୫ ମିଟର ବ୍ୟାସର ଅନ୍ୟ ଏକ ଗାତ ମଧ୍ୟ ଠାବ କରାଯାଇଛି। ଆମ ଦେଶର ଅହମଦାବାଦ ସ୍ପେଶ୍‌ ସେଣ୍ଟରର ବୈଜ୍ଞାନିକମାନେ ମଧ୍ୟ ଚନ୍ଦ୍ରର ଓସିଆନସ ପ୍ରୋସିଲାରମ୍‌ ଅଞ୍ଚଳରେ ୧.୭କିଲୋମିଟର ଲମ୍ବାର ଏକ ଗାତ ଠାବ କରିଛନ୍ତି, ଯାହାର ମୁଖର ବ୍ୟାସ ୧୨୦ମିଟର ଓ ପ୍ରସ୍ଥ ୩୬୦ମିଟର। ଛାତର ମୋଟା ପ୍ରାୟ ୪୦ ମିଟର, ଗଭୀର ୮୦ ମିଟର। ଜାପାନୀ ବୈଜ୍ଞାନିକମାନେ ନିକଟରେ ଅନ୍ୟ ଏକ ମାନବ ବାସୋପଯୋଗୀ ଗାତ ଠାବ କରିଛନ୍ତି। ଚନ୍ଦ୍ରପୃଷ୍ଠରେ ମଣିଷ ପାଇଁ ତାପମାତ୍ରା ଦିନରେ ସର୍ବାଧିକ ଓ ରାତିରେ ସର୍ବନିମ୍ନ ସ୍ତରରେ ରହୁଥିବାବେଳେ ଗାତ ଭିତରେ ତାପମାତ୍ରାକୁ ବିଯୁକ୍ତ ୨୦ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ନିୟନ୍ତ୍ରିତ କରାଯାଇପାରିବ। ତେବେ ମଣିଷ ଯଦି ବା କେବେ ଚନ୍ଦ୍ରରେ ବସତି ସ୍ଥାପନ କରେ ସେ ଗାତ ଭିତରେ ପୃଥିବୀପୃଷ୍ଠର ଗାତୁଆ ମୂଷା ଭଳି ସ୍ବତନ୍ତ୍ର ପୋଷାକ ପିନ୍ଧି ହିଁ ରହିବ। ପଦାକୁ ବାହାରିବା ବେଳେ ତା’ ଦେହରେ ସ୍ବତନ୍ତ୍ର ପୋଷାକ ରହିବ। ପୃଥିବୀ ଭଳି ସ୍ବାଧୀନତା ସେଠାରେ କାହିଁ? ଶୂନ୍ୟ ମାଧ୍ୟାକର୍ଷଣରେ ମହାକାଶଯାତ୍ରା ମଧ୍ୟ ଆମ ଶରୀର ପାଇଁ ଉପଯୋଗୀ ନୁହେଁ। ଏହାର ପ୍ରଭାବରେ ଆମ ହାଡରୁ କ୍ୟାଲସିୟମ୍‌ କ୍ଷୟ ହୋଇ ହାଡ ପାମ୍ପରା ହୋଇଥାଏ। ମୋଟ ଉପରେ ପୃଥିବୀର ସ୍ଥିତି ଓ ପରିବେଶ ହିଁ ଆମ ପାଇଁ ସର୍ବାଧିକ ଉପଯୋଗୀ ବସତି ସ୍ଥାନ। ହୁଏତ ଗବେଷଣା ପାଇଁ ଚନ୍ଦ୍ର ବା ଅନ୍ୟ ଗ୍ରହରେ ସାମୟିକ ବସତି ସ୍ଥାପନ ମଣିଷର ସ୍ବପ୍ନ ହୋଇପାରେ, ମାତ୍ର ପୃଥିବୀଭଳି ସୁବିଧା, ସୁଯୋଗ, ଆମୋଦପ୍ରମୋଦ ଏଠାରେ ମିଳିବା ସମ୍ଭବ ନୁହେଁ। ମୋ- ୯୮୬୧୨୪୯୨୦୨
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଉତ୍ତମ ରାୟ

ସମ୍ପାଦକୀୟ/ ଉତ୍ତମ ରାୟ

ଭାରତୀୟ ରାଜନୀତିରେ ଅପରାଧୀକରଣ ପ୍ରସଙ୍ଗ ଦୀର୍ଘ ବର୍ଷ ଧରି ରହିଆସିଛି। ଅତୀତକୁ ଦେଖିଲେ ଉତ୍ତର ଭାରତରେ ରାଜନେତାଙ୍କୁ ଆପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିମାନେ ସମର୍ଥନ କରିଆସୁଥିଲେ। କିନ୍ତୁ  ଏହି ବ୍ୟକ୍ତିମାନେ ଯେତେବେଳେ ସିଧାସଳଖ ରାଜନୀତିକୁ ଆସିବା ପାଇଁ ମନ ବଳାଇଲେ, ସେତେବେଳେ ନେତାମାନେ ସେମାନଙ୍କୁ ଅଟକାଇ ପାରିଲେ ନାହିଁ। ଫଳରେ ଲୋକ ସଭା ଓ ରାଜ୍ୟ ...

ସମ୍ପଦର ଯାତନା

ସମ୍ପଦର ଯାତନା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

ବଙ୍କାତେଢ଼ା ଏକ ବାଡ଼ି ସାହାରାରେ ବଡ଼ କଷ୍ଟରେ ଚାଲୁଛନ୍ତି ଅଶୀତିପର ବୃଦ୍ଧ ସୁନା ପ୍ରଧାନ। ଘରେ ତାଙ୍କର ଯୁବତୀ ବୋହୂ ପାଞ୍ଚବର୍ଷରୁ ଅଧିକ କାଳ ହେଲାଣି ସମ୍ପୂର୍ଣ୍ଣ ଶଯ୍ୟାଶାୟୀ। ପାଣି ଗଳୁଥିବା ନୁଆଁଣିଆ ଚାଳଘରଟିରୁ ଦାରିଦ୍ର୍ୟର ଚିତ୍ର ପୂରା ବାରି ହୋଇଯାଉଛି। ସୁନା ପ୍ରଧାନ ବାରମ୍ବାର ଦୌଡ଼ନ୍ତି ପଞ୍ଚାୟତକୁ, ଏପରି କି କେତେଥର ଦୌଡ଼ିଛନ୍ତି ତାଙ୍କ ଗାଁ ତଳକାଇଁସାରିରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ବାଂଶପାଳ ବ୍ଲକ୍‌ ଅଫିସକୁ। କେବଳ ଗୋଟିଏ ଆଶାରେ ଯେ, ବାର୍ଦ୍ଧକ୍ୟ ଭତ୍ତାଟିଏ ପାଇଁ ସେ ହକ୍‌ଦାର ବୋଲି ସରକାର ମାନିବେ।...

ଆମ ପୋଲିସ ଓ ଆମେ

ଆମ ପୋଲିସ ଓ ଆମେ

ରୁଦ୍ର ପ୍ରସନ୍ନ ରଥ

ଓଡ଼ିଆରେ ଗୋଟିଏ ଢଗ ଅଛି- ଚାକିରି କରିବ ପୋଲିସି, ମାଛ ଖାଇବ ଇଲିଶି। ପୋଲିସ ଚାକିରିର ରାଜକୀୟ ଠାଣିକୁ ନେଇ କୁହାଯାଇଥିଲା ଏ କଥା। ଆଉ ସେହି ଧାରାକୁ ଧରି ଆମେ ପୋଲିସ ଚାକିରିକୁ ଅନେକ ଦିନ ଧରି ଶ୍ରେଷ୍ଠ ବୋଲି ମନେ କରିଆସିଥିଲେ। ଅନେକଙ୍କ ପାଇଁ ପୋଲିସ ହେଉଛି କ୍ଷମତାର ପ୍ରତୀକ, ଆଉ ଥୋକେଙ୍କ ପାଇଁ ଏହା ଏକ ବର୍ବର ଏବଂ ବିଫଳ ବ୍ୟବସ୍ଥା। କିନ୍ତୁ ପ୍ରକୃତରେ ଆମ ପୋଲିସକୁ ଆମେ କିପରି ଦେଖିବାକୁ ଚାହଁୁଛେ, ତାହା ଅନେକାଂଶରେ ଆମ ମାନସିକତା ଉପରେ ନିର୍ଭରଶୀଳ।...

ଏଇ ଭାରତରେ

ଏଇ ଭାରତରେ

ଅନେକ ସମୟରେ ଇସ୍ରାଏଲ୍‌ ପୋଲିସ ଅଫିସରମାନେ କେରଳର କନ୍ନୁର ସହରକୁ ବୁଲି ଆସନ୍ତି। ଏହି ସହରର ଏକ ପୋଷାକ ତିଆରି କାରଖାନାରେ ଇସ୍ରାଏଲ୍‌ ପୋଲିସ ନିମନ୍ତେ ହାଲୁକା ନୀଳରଙ୍ଗର ୟୁନିଫର୍ମ ତିଆରି ହୁଏ। ହସ୍ତତନ୍ତର ସୁନ୍ଦର କାରିଗରି ଏବଂ ବସ୍ତ୍ର ...

ସମ୍ପାଦକୀୟ/କୃତ୍ରିମ ଜାତୀୟତା

ସମ୍ପାଦକୀୟ/କୃତ୍ରିମ ଜାତୀୟତା

ଭାରତ ଯୁଦ୍ଧପ୍ରିୟ ଦେଶ ନୁହେଁ। ଅଦ୍ୟାବଧି ବିଶ୍ୱପ୍ରସିଦ୍ଧ ଯୁଦ୍ଧ ଜିତିଥିବାର ଇତିହାସ ମଧ୍ୟ ଏହା ନାମରେ ନାହିଁ। ୧୯୭୧ରେ ବାଂଲାଦେଶକୁ ସ୍ବାଧୀନ କରିବା ଲାଗି ପାକିସ୍ତାନ ବିରୋଧରେ ହୋଇଥିବା ଯୁଦ୍ଧ  ଏବଂ ୧୯୮୮ରେ  ମାଳଦ୍ୱୀପରେ ମୌମୁନ୍‌ ଅବଦୁଲ୍‌ ଗୟୁମ୍‌ଙ୍କୁ ଗାଦିଚ୍ୟୁତ କରିବା ସକାଶେ ଅବଦୁଲା ଲୁଥୁପିଙ୍କ ଦ୍ୱାରା କରାଯାଇଥିବା ସାମରିକ ବିଦ୍ରୋହକୁ ପଣ୍ଡ କରିବାରେ ଭାରତୀୟ ସେନା ସକ୍ଷମ

ଧନୀ ବଢ଼ୁଛନ୍ତି, କମୁନି ଗରିବୀ

ଧନୀ ବଢ଼ୁଛନ୍ତି, କମୁନି ଗରିବୀ

ସହଦେବ ସାହୁ

ବିଶ୍ୱ ଆର୍ଥିକ ମଞ୍ଚ (ୱାଲର୍‌ଡ ଇକୋନୋମିକ୍‌ ଫୋରମ୍‌) ସୁଇଜରଲାଣ୍ଡର ଡାଭୋସ୍‌ଠାରେ ତା’ର ଅଧିବେଶନ ଆରମ୍ଭ କରିବା ପୂର୍ବରୁ ୧୦୩ଟି ଦେଶର ଏକ ଅର୍ଥନୈତିକ ସର୍ଭେ କରି ଯେଉଁ ଇନ୍‌କ୍ଲୁସିଭ୍‌ ଡେଭ୍‌ଲପମେଣ୍ଟ ଇଣ୍ଡେକ୍ସ (ସାର୍ବଜନୀନ ବିକାଶ ସୂଚକାଙ୍କ) ପ୍ରକାଶ କରିଥିଲା ତହିଁରେ ଭାରତର ସ୍ଥାନ ୬୨ତମ। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ୧୮୯ ରାଷ୍ଟ୍ରକୁ ସର୍ଭେ କରି ଏହି ସେପ୍ଟେମ୍ବର ମାସରେ ଯେଉଁ ହ୍ୟୁମାନ୍‌ ଡେଭ୍‌ଲପମେଣ୍ଟ ଇଣ୍ଡେକ୍ସ (ମାନବ ବିକାଶ ସୂଚକାଙ୍କ) ପ୍ରକାଶ କରିଛି ତହିଁରେ ଭାରତର ସ୍ଥାନ ୧୩୦। ଦାରିଦ୍ର୍ୟ ...

ପରମଶାସ୍ତ୍ର ଭାଗବତ

ପରମଶାସ୍ତ୍ର ଭାଗବତ

ଡ. ହେମନ୍ତ କୁମାର ଛୋଟରାୟ

ଅଷ୍ଟାଦଶ ପୁରାଣ ମଧ୍ୟରେ ଶ୍ରୀମଦ୍‌ଭାଗବତ ହେଉଛି ଏକ ପବିତ୍ର ଗ୍ରନ୍ଥ। ବେଦ, ବ୍ରହ୍ମସୂତ୍ର ଓ ଉପନିଷଦାଦି ଗ୍ରନ୍ଥରେ ବିଷ୍ଣୁଙ୍କ ମହିମା ବର୍ଣ୍ଣିତ ହୋଇଥିଲେ ହେଁ ପରଂବ୍ରହ୍ମ ଶ୍ରୀକୃଷ୍ଣଙ୍କ ଚରିତ ଓ ଲୀଳାମାନ ଶ୍ରୀମଦ୍‌ଭାଗବତରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଭଗବାନ ବିଷ୍ଣୁ ବ୍ରହ୍ମାଙ୍କୁ ଭାଗବତ ତତ୍ତ୍ୱ ଶୁଣାଇଥିଲେ। ବ୍ରହ୍ମା ନିଜର ମାନସପୁତ୍ର ନାରଦଙ୍କୁ ଭାଗବତ ତତ୍ତ୍ୱ ଉପଦେଶ ଦିଅନ୍ତେ, ସେ ମହର୍ଷି ବ୍ୟାସଦେବଙ୍କ ଆଗରେ ଭାଗବତର ମହିମା ବ୍ୟାଖ୍ୟାନ କରି ତା’ର ପ୍ରସାର ନିମନ୍ତେ ପରାମର୍ଶ ଦେଇଥିଲେ। ବ୍ୟାସଦେବଙ୍କଠାରୁ ତାଙ୍କ ପୁତ୍ର ଶୁକଦେବ...

ଏଇ ଭାରତରେ

ଏଇ ଭାରତରେ

ଟଙ୍କାର ଲୋଭ ମଣିଷ ମନକୁ ପରିବର୍ତ୍ତନ କରିଦିଏ। ଅଭିଯୋଗ କରୁଥିବା ବ୍ୟକ୍ତି ଲୋଭର ବଶବର୍ତ୍ତୀ ହୋଇ ନିଜେ ଅଭିଯୁକ୍ତ ପାଲଟିଯାଏ। ଜଣେ ବାଳିକାଙ୍କୁ ତାଙ୍କ ପ୍ରଧାନଶିକ୍ଷକ ଯୌନ ଉତ୍ପୀଡନ ଦେଇଥିବା ନେଇ ବାଳିକାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ମାମଲା ପ୍ରତ୍ୟାହାର ପାଇଁ ଉକ୍ତ ଅର୍ଥଲୋଭୀ ପିତା ପ୍ରଧାନଶିକ୍ଷକଙ୍କଠାରୁ ପ୍ରଚୁର ଟଙ୍କା ନେବାକୁ ଚାହିଁଥିଲେ। ଏହି ଘଟଣାରେ ବାଳିକାଙ୍କ ପିତାଙ୍କୁ ...

‘ବନ୍ଦ’ର ବିକଳ୍ପ ଜରୁରୀ

‘ବନ୍ଦ’ର ବିକଳ୍ପ ଜରୁରୀ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ ଗତ ୯ ତାରିଖରେ କଂଗ୍ରେସ ଦ୍ୱାରା ବନ୍ଦ ଡାକରା ଦିଆଯାଇଥିଲା। ଗୋଟେ ଛୁଟି ମିଳିଗଲା ସଭିଙ୍କ ପାଇଁ- ମୂଲିଆ ମଜୁରିଆଠୁ ହାକିମଙ୍କ ଯାଏ।

ରାଫାଲ ଧୂଆଁ

ରାଫାଲ ଧୂଆଁ

ଭାରତର ଯୁଦ୍ଧ ସମ୍ପର୍କିତ ପ୍ରସ୍ତୁତି ବିଷୟରେ ଯେତେ ଅଳ୍ପ ଆଲୋଚନା ହେବ ସେତେ ଭଲ। ଏହାର ମୁଖ୍ୟ କାରଣ ହେଲା ଯେଉଁସବୁ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ସମୟରେ କ୍ଷମତା ହାସଲ କରି କେନ୍ଦ୍ରରେ ସରକାର ଗଢ଼ିଛନ୍ତି, ସେମାନେ ସମସ୍ତେ ପ୍ରତିରକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଆସିଛନ୍ତି। 

ମହିଳାଙ୍କ ପ୍ରତିନିଧିତ୍ୱ

ମହିଳାଙ୍କ ପ୍ରତିନିଧିତ୍ୱ

ଆକାର ପଟେଲ

ପ୍ରତିରକ୍ଷା ସମ୍ବନ୍ଧିତ ଦୁଇଟି ବିଷୟରେ ଏବେ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି। ଗୋଟିଏ ହେଉଛି ଫ୍ରାନ୍ସଠାରୁ ଭାରତ ରାଫେଲ ଯୁଦ୍ଧବିମାନ କିଣିବା ଏବଂ ଅନ୍ୟଟି ହେଉଛି ଆମେରିକା ସହ ଭାରତର ୨+୨ କଥାବର୍ତ୍ତା। ମୁଁ ଦ୍ୱିତୀୟଟି ଉପରେ ଆଲୋଚନା କରୁଛି। ପ୍ରତିରକ୍ଷା ପ୍ରସଙ୍ଗରେ ସାଧାରଣତଃ ଖୁବ୍‌ କମ୍‌ ଲୋକଙ୍କର ଆଗ୍ରହ ଥାଏ। ବିଶେଷତଃ ଯେଉଁମାନେ ଏହା...

ସ୍କୁଲ ନୁହେଁ ମନ୍ଦିର

ସ୍କୁଲ ନୁହେଁ ମନ୍ଦିର

ପ୍ରକାଶ ତ୍ରିପାଠୀ

ଚଳିତ ମାସ ଦ୍ୱିତୀୟ ଶନିବାର ଦିନ ସକାଳୁ ମନଟା ଚଞ୍ଚଳ ହୋଇ ଉଠୁଥିଲା। ସରକାରୀ ଛୁଟି ସତ୍ତ୍ୱେ  ଅନ୍ୟ ଦିନଗୁଡ଼ିକ ପରି ନିତ୍ୟକର୍ମରେ ମୋର ତତ୍ପରତା ବିସ୍ମୟ ସୃଷ୍ଟି କରୁଥିଲା ଘର ଲୋକଙ୍କ ମନରେ। ମୁଁ କ୍ରମଶଃ ବ୍ୟଗ୍ର ହୋଇପଡୁଥିଲି କେତେ ଶୀଘ୍ର ସେଇ ମନ୍ଦିରରେ ଯାଇ ପହଞ୍ଚତ୍ ପାରିବି। ଏ ସେହି ମନ୍ଦିର, ଯେଉଁଠି ଦୀର୍ଘ ୩୭ ବର୍ଷ ତଳେ ମୋ ଭବିଷ୍ୟତ ପାଇଁ ମୂଳଦୁଆର ଭିତ୍ତିପ୍ରସ୍ତର ପଡ଼ିଥିଲା। ଏ ସେହି ମନ୍ଦିର, ଯାହା ପାଇଁ ଆଜି ମୁଁ ମୋର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏ ସେହି ମନ୍ଦିର, ଯାହାର ଅବଦାନ ମୋର ସ୍ଥିତି, ପ୍ରତିଷ୍ଠା ଓ ବ୍ୟକ୍ତିତ୍ୱର ପ୍ରତିଟି ଅଣୁରେ ଭରିରହିଛି। ଏହି ମନ୍ଦିର ହେଉଛି ମୋ ସ୍କୁଲ, ମୋ ନିଜ ସ୍କୁଲ। ମୋ ସ୍କୁଲର ପୁରାତନ ଛାତ୍ର ଅନୁଜମାନଙ୍କ ...