ମନୋରଞ୍ଜନ |

୮୩ ବର୍ଷରେ ପାଦ ଦେଲେ ଧର୍ମେନ୍ଦ୍ର

୮୩ ବର୍ଷରେ ପାଦ ଦେଲେ ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡ୍‌ର ବିଶିଷ୍ଟ ତଥା ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ୮୩ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ପତ୍ନୀ ତଥା ଚିରସବୁଜ ଅଭିନେତ୍ରୀ ହେମାମାଳିନୀ ତାଙ୍କୁ ‘ଦୀର୍ଘସ୍ଥାୟୀ ପ୍ରେମିକ’ ବୋଲି ଶୁଭେଚ୍ଛା ଜଣାଇଛନ୍ତି। ହେମା ଶନିବାର ଟୁଇଟରରେ ଲେଖିଛନ୍ତି, ଦୀର୍ଘସ୍ଥାୟୀ ପ୍ରେମିକଙ୍କ ପ୍ରତି ଜନ୍ମଦିନର ଶୁଭେଚ୍ଛା। ମୋ ପ୍ରିୟ କନ୍ୟାର ସବୁଠୁ ପ୍ରିୟତମ ପିତା ଏବଂ ଡାରିଏନ୍‌ ଓ ରାଧ୍ୟାଙ୍କ ଗର୍ବିତ ଜେଜେବାପା। ଧର୍ମେନ୍ଦ୍ରଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିବା ବହୁ ପ୍ରଶଂସକଙ୍କୁ ସେ ଧନ୍ୟବାଦ ଜଣାଇବା ସହିତ ପ୍ରଶଂସକଙ୍କ ଶୁଭେଚ୍ଛା ଧର୍ମେନ୍ଦ୍ରଙ୍କୁ ଜଣାଇ ଦେଇଛନ୍ତି।  ଧର୍ମେନ୍ଦ୍ର ଓ ହେମାମାଳିନୀ ‘ରାଜା ଜାନି’, ‘ସୀତା ଔର ଗୀତା’, ‘ଶରାଫତ୍‌’, ‘ଶୋଲେ’ ଏବଂ ‘ନୟା ଜମାନା’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ଦୁହିଁଙ୍କର ଈଶା ଏବଂ ଆହାନା ନାମ୍ନୀ ଦୁଇକନ୍ୟା ଅଛନ୍ତି। ଈଶା ତାଙ୍କ ପିତାଙ୍କୁ ଓ୍ବିଶ୍‌ କରିବା ପାଇଁ ସୋସିଆଲ୍‌ ମିଡିଆର ସାହାଯ୍ୟ ନେଇଛନ୍ତି। ସେ ଧର୍ମେନ୍ଦ୍ରଙ୍କ ଜନ୍ମଦିନ ପାଳନ ଉତ୍ସବର ଏକ ଫଟୋ ପୋଷ୍ଟ କରି ତା’ ତଳେ ‘ହାପି ବାର୍ଥଡେ ପାପା’ ଲେଖିଛନ୍ତି। ହେମାଙ୍କ ସହିତ ଧର୍ମେନ୍ଦ୍ର ସ୍ମିତହାସ୍ୟ କରୁଥିବାର ଫଟୋ ଶେୟାର ହୋଇଛି। ଧର୍ମେନ୍ଦ୍ର ବଲିଉଡ୍‌ର ସର୍ବାଧିକ ଆଦୃତ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ।  ସେ ବଲିଉଡ୍‌ରେ ଦୀର୍ଘ ୬୦ବର୍ଷ କାର୍ଯ୍ୟକରି ସବୁ ବର୍ଗର ଦର୍ଶକଙ୍କୁ ମୁଗ୍‌ଧ କରିପାରିଛନ୍ତି। ‘ବନ୍ଦିନୀ’ ଠାରୁ ଆରମ୍ଭ କରି ‘ସତ୍ୟକାମ’, ‘ରାଜା ଜାନି’, ‘ପ୍ରତିଜ୍ଞା’, ‘ଶୋଲେ’ ଏବଂ ‘ଚୁପ୍‌କେ ଚୁପ୍‌କେ’ ଭଳି ଫିଲ୍ମରେ ଧର୍ମେନ୍ଦ୍ର ଅଭିନୟ କରି ଦର୍ଶକଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।

All Right Reserved By

ମନୋରଞ୍ଜନ |

ଟୋଟାଲ ଧମାଲ

ଟୋଟାଲ ଧମାଲ

ପୁଣିଥରେ ଏକ କମେଡି ଫ୍ଲେଭର ନେଇ ବଡ଼ ପରଦା ଉପରକୁ ଆସୁଛନ୍ତି ଅଜୟ ଦେବଗନ। ଆକ୍ସନରୁ ସେ ଆରମ୍ଭ କରିଥିଲେ ନିଜ କ୍ୟାରିୟର। ଗତ କିଛିବର୍ଷ ହେଲା ସେ ବେଶ୍‌ କେତୋଟି କମେଡିଭିତ୍ତିକ ଫିଲ୍ମରେ ଅଭିନୟ କରି ଜଣେ କମେଡିଆନ୍‌ ଭାବରେ ଦର୍ଶକଙ୍କ ମନ ଜିଣିପାରିଛନ୍ତି।

ସତ ନୁହେଁ ଗୁଜବ

ସତ ନୁହେଁ ଗୁଜବ

ନର୍ଗିସ ଫକ୍ରିଙ୍କୁ ସତେଯେମିତି ଟେନ୍‌ସନ ଛାଡ଼ିବାକୁ ନାରାଜ। ଦେଖୁନାହାନ୍ତି, କେମିତି ଗୋଟିଏ ପରେ ଗୋଟିଏ କଥାକୁ ନେଇ ସେ ସଫେଇ ଦେବାରେ ଲାଗିଛନ୍ତି। ନିକଟରେ ଏକ ପ୍ରୋଗ୍ରାମକୁ ସେ ଢିଲା ପୋଷାକ ପିନ୍ଧି ଯାଇଥିଲେ। 

ସୁମନଙ୍କ କଥା ରହିଲା

ସୁମନଙ୍କ କଥା ରହିଲା

ସକାଳ ସୂର୍ଯ୍ୟ, ଶ୍ରାବଣୀ, ଅପା, ତୁଳସୀ ପରି ଲୋକପ୍ରିୟ ଧାରାବାହିକରୁ ଜଲିଉଡ୍‌କୁ ପ୍ରବେଶ କରିଥିବାସତ୍ୟ ଯାତ୍ରାପ୍ରେମୀଙ୍କ ନିକଟରେ ଅତି ପରିଚିତ। ଜଣେ ପ୍ରତିଶ୍ରୁତିସମ୍ପନ୍ନ ଅଭିନେତା ଭାବରେ ସେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି। ତେବେ ତାଙ୍କ ଜୀବନରେ ଘଟିଥିବା ଏହି ଘଟଣାଟି କୌଣସି ରୋମାଞ୍ଚକର ଉପନ୍ୟାସର କାହାଣୀଠୁ କିଛି କମ୍‌ ନୁହେଁ...

ନେଗେଟିଭ୍‌ ଭୂମିକାରେ ରିଙ୍କି

ନେଗେଟିଭ୍‌ ଭୂମିକାରେ ରିଙ୍କି

ଇଲା ଏକ ଉଗ୍ରମନା ଝିଅ। ସେ ସବୁବେଳେ ଚାହେଁ ଅନ୍ୟମାନଙ୍କ ଉପରେ ତା’ର ହାକିମାତି ରହୁ। ସେଥିଲାଗି ସେ କାହାରିକୁ ବରଦାସ୍ତ କରିପାରେନା। ଅନ୍ୟପକ୍ଷରେ ସେ ଯାହା ବି କରେ ନିଜ ବାପ ଇଚ୍ଛାରେ କରେ। 

କଙ୍ଗନାଙ୍କ ଧମକରେ ଡରିଗଲା କର୍ନି ସେନା

କଙ୍ଗନାଙ୍କ ଧମକରେ ଡରିଗଲା କର୍ନି ସେନା

ନୂଆଦିଲ୍ଲୀ, ୧୯।୧: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇଛି କର୍ନି ସେନା। ‘ମଣିକର୍ଣ୍ଣିକା: ଦ କ୍ୱିନ୍‌ ଅଫ୍‌ ଝାନ୍ସି’ ଫିଲ୍ମ ବିରୋଧରେ ହେଉଥିବା ପ୍ରଦର୍ଶନରେ କର୍ନି ସେନା ସାମିଲ ହେବ ନାହିଁ ବୋଲି ଜଣାପଡିଛି।

ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଫଟୋ ହେଉଛି ଭାଇରାଲ

ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଫଟୋ ହେଉଛି ଭାଇରାଲ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶହାରୁଖ ଖାଁଙ୍କ ଝିଅ ସୁହାନାଙ୍କର କିଛି ଫଟୋ କିଛିଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏବେ ପୁଅ ଆର୍ଯ୍ୟନଙ୍କର କିଛି ଫଟୋ ସୋସିଆଲ ମିଡିଆର ଟେମ୍ପରେଚର ବଢାଇ ଦେଇଛି।

କର୍ନି ସେନାଙ୍କ ଆଗରେ ନଇଁବି ନାହିଁ: କଙ୍ଗନା

କର୍ନି ସେନାଙ୍କ ଆଗରେ ନଇଁବି ନାହିଁ: କଙ୍ଗନା

ମୁମ୍ବାଇ: କର୍ନି ସେନାଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନାହିଁ ବୋଲି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ପ୍ରକାଶ କରିଛନ୍ତି। ଥିଏଟରରେ ରିଲିଜ ହେବା ପୂର୍ବରୁ ମଣିକର୍ଣ୍ଣିକାର ବିଷୟବସ୍ତୁ ପ୍ରଦର୍ଶନ ନ କରାଇଲେ ଏହାକୁ ବିରୋଧ କରାଯିବ ବୋଲି କର୍ନି ସେନା ଧମକ ଦେଇଥିଲା। ରିପୋର୍ଟ ଅନୁଯାୟୀ କର୍ନି ସେନାର ମହାରାଷ୍ଟ୍ର ଶାଖା ଗୁରୁବାର ଏହି ଫିଲ୍ମକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା।

ରିଲିଜ୍‌ ହେଲା ଟୋଟାଲ୍‌ ଧମାଲର ପ୍ରଥମ ପୋଷ୍ଟର

ରିଲିଜ୍‌ ହେଲା ଟୋଟାଲ୍‌ ଧମାଲର ପ୍ରଥମ ପୋଷ୍ଟର

ମୁମ୍ବାଇ,୧୮।୧: ବଲିଉଡ୍‌ ଫିଲ୍ମ ଧମାଲ ସିରିଜ୍‌ର ତୃତୀୟ ଫିଲ୍ମ ‘ଟୋଟାଲ ଧମାଲ’ର ପ୍ରଥମ ପୋଷ୍ଟର ଶୁକ୍ରବାର ରିଲିଜ୍‌ ହୋଇଛି। ଏହି ପୋଷ୍ଟରରେ ଅଜୟ ଦେବଗନ, ମାଧୁରୀ ଦୀକ୍ଷିତ, ଅନିଲ କପୁର, ରିତେଶ ଦେଶମୁଖ, ଜାଭେଜ ଜାଫ୍ରି, ସଞ୍ଜୟ ମିଶ୍ରା, ଆର୍ସାଦ ଓ୍ବାର୍ସିଙ୍କ ସହ ଆଉ କିଛି କଳାକାର ନଜର ଆସିଛନ୍ତି।

ହଟ୍‌ନେସ୍‌ରେ ମାଆଙ୍କୁ ପଛରେ ପକାଇଲେ ପଲକ

ହଟ୍‌ନେସ୍‌ରେ ମାଆଙ୍କୁ ପଛରେ ପକାଇଲେ ପଲକ

ମୁମ୍ବାଇ: ଟେଲିଭିଜନ ପରଦାର ନାମୀ ନାୟିକା ଶ୍ୱେତା ତିଓ୍ବାରିଙ୍କ ଝିଅ ପଲକ ତିଓ୍ବାରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ତାଙ୍କର କିଛି ଫଟୋ ଶୁଟକୁ ଦେଖି ଚର୍ଚ୍ଚା ଯୋର ଧରିଛି। କୁହାଯାଉଛି ହଟ୍‌ନେସ୍‌ରେ ସେ ନିଜ ମାଆ ଶ୍ୱେତାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

ଟେଲି ପରଦାକୁ ଫେରୁଛନ୍ତି ରାଖୀ, ମିଳିଛି ଡାହାଣୀ ଭୂମିକା

ଟେଲି ପରଦାକୁ ଫେରୁଛନ୍ତି ରାଖୀ, ମିଳିଛି ଡାହାଣୀ ଭୂମିକା

ବମ୍ବେ: ସାଧାରଣତଃ କଣ୍ଟ୍ରୋଭର୍ସି କୁଇନ୍‌ କହିଲେ ଅଭିନେତ୍ରୀ ତଥା ଆଇଟମ୍‌ ଗର୍ଲ ରାଖୀ ସାଓ୍ବନ୍ତଙ୍କୁ ବୁଝାଏ। ସେ ନିଜର ମନ୍ତବ୍ୟ ହେଉ ଅଥବା ନିଜର ଜୀବନଚର୍ଯ୍ୟାକୁ ନେଇ ରାଖୀ ସର୍ବଦା ଗଣମାଧ୍ୟମର ଶିରୋନାମା ପାଲଟିବାକୁ ଭଲ ପାଇଥାନ୍ତି।

ଏବେ ବିବାହ ଯୋଜନା ନାହିଁ

ଏବେ ବିବାହ ଯୋଜନା ନାହିଁ

ମୁମ୍ବାଇ: ନିକଟ ଭବିଷ୍ୟତରେ ବିବାହ କରିବାର ଯୋଜନା ନାହିଁ ବୋଲି ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା (୩୪) ପ୍ରକାଶ କରିଛନ୍ତି। ଗତବର୍ଷ ସୋନମ କପୁର, ପ୍ରିୟଙ୍କା ଚୋପ୍ରା, ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଭଳି ବଲିଉଡ ଷ୍ଟାର ବିବାହ କରିସାରିଛନ୍ତି। କିନ୍ତୁ ବିବାହ ବୟସରେ ପାଦ ଦେଇସାରିଥିବା ସିଦ୍ଧାର୍ଥଙ୍କୁ ବିବାହ କଥା ପଚାରିଲେ ସେ କହନ୍ତି, ବର୍ତ୍ତମାନ ସେଭଳି ଯୋଜନା ନାହିଁ। 

ମୋନିକାଙ୍କର ଥିଲା ଡନ୍‌ ଆବୁ ସାଲେମ୍‌ଙ୍କ ସହ ସମ୍ପର୍କ; ଜେଲରେ ଜେଲରଙ୍କୁ ବି କରିଥିଲେ ଦିଓ୍ବାନା

ମୋନିକାଙ୍କର ଥିଲା ଡନ୍‌ ଆବୁ ସାଲେମ୍‌ଙ୍କ ସହ ସମ୍ପର୍କ; ଜେଲରେ ଜେଲରଙ୍କୁ ବି କରିଥିଲେ ଦିଓ୍ବାନା

ମୁମ୍ବାଇ,୧୮।୧: ବଲିଉଡ୍‌ ଷ୍ଟାର ମୋନିକା ବେଦୀ ଶୁକ୍ରବାର ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୫ ଜାନୁୟାରୀ ୧୮ରେ ପଞ୍ଜାବ ହୋସିଆରପୁର ଜିଲା ଛେବଓ୍ବାଲଠାରେ ଜନ୍ମଗ୍ରହଣ କରିଥିଲେ।