ରାଜ୍ୟ |

କଂଗ୍ରେସ କନ୍ଦଳ: ଶ୍ରୀକାନ୍ତ-ନିରଞ୍ଜନ ମୁହାଁମୁହିଁ

କଂଗ୍ରେସ କନ୍ଦଳ: ଶ୍ରୀକାନ୍ତ-ନିରଞ୍ଜନ ମୁହାଁମୁହିଁ

ଭୁବନେଶ୍ୱର,୯।୧୨(ବ୍ୟୁରୋ):ନିକଟତର ହୋଇଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଅପେକ୍ଷା ପ୍ରଦେଶ କଂଗ୍ରେସ କମିଟିରେ ଆରୋପ-ପ୍ରତ୍ୟାରୋପ ଅଧିକ ଦେଖିବାକୁ ମିଳୁଛି। ଖୋଦ୍‌ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ଶନିବାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିରଞ୍ଜନ କହିଛନ୍ତି ଯେ, ଶ୍ରୀକାନ୍ତ ବାବୁ କେତେବେଳେ କ’ଣ କହିଥାନ୍ତି, ତାହା କାହାକୁ ଜଣା ନ ଥାଏ। ସେ ଏମିତି ବହୁତ ଗପ କହିଥାନ୍ତି। ଅତୀତରେ ବିଜୁବାବୁଙ୍କ କ୍ଷେତ୍ରରେ ମଧ୍ୟ ସେ ଏଣୁତେଣୁ ଗପିଛନ୍ତି। କଂଗ୍ରେସରେ ସ୍ବଚ୍ଛତା ଅଛି ନା ନାହିଁ, ତାହା ସମୟ ଆସିଲେ ଜଣାପଡ଼ିବ ବୋଲି ନିରଞ୍ଜନ କହିଛନ୍ତି। 

ଅପରପକ୍ଷରେ ନିରଞ୍ଜନଙ୍କ ଏପରି ଆକ୍ଷେପକୁ ଜବାବ ଦେଇଛନ୍ତି ଶ୍ରୀକାନ୍ତ। ସେ କହିଛନ୍ତି, ଗପ କହିବା ପାଇଁ ବି ଅଭ୍ୟାସ ଦରକାର। ଖଣି ଲୁଟେରାଙ୍କ ନଁା ସର୍ବସାଧାରଣରେ ପ୍ରକାଶ ନ ହେବାରେ ରାଜ୍ୟ ସରକାରଙ୍କ ହାତ ରହିଛି। ଯଦି ସେ ବ୍ୟବସାୟ କରିନାହାନ୍ତି। ତେବେ ଏସବୁ କଥାକୁ ନେଇ ଉତ୍ତର କାହିଁକି ଦେଉଛନ୍ତି। କାହା ସହ ବ୍ୟକ୍ତିଗତ ଶତ୍ରୁତା ନାହିଁ। କଂଗ୍ରେସରୁ ବିମୁଖ ହୋଇଥିବା ବହୁଜନ ଭୋଟ୍‌କୁ ଫେରାଇ ଆଣିବା ପାଇଁ ନିରଞ୍ଜନ ବାବୁ ଉଦ୍ୟମ କରନ୍ତୁ। ନ ଡାକିଲେ ବି ତାଙ୍କ ପଛରେ ଛିଡ଼ା ହେବି ବୋଲି ଶ୍ରୀକାନ୍ତ କହିଛନ୍ତି। ଅପରପକ୍ଷରେ ତାଙ୍କ ନଁାରେ ଖଣି ନ ଥିବା ପିସିସି ସଭାପତି ନିରଞ୍ଜନ କହିବା ପରେ କିଛି ତଥ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି, ଯାହାକୁ ନେଇ କଂଗ୍ରେସ ରାଜନୀତି ଜୋର ଧରିଛି। ଭିତିରିସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଶ୍ରୀକାନ୍ତଙ୍କୁ ବିଦା କରିବା ପାଇଁ ନିରଞ୍ଜନ କ୍ଷେତ୍ର ପ୍ରସ୍ତୁତ କରିସାରିଛନ୍ତି। ମୟୂରଭଞ୍ଜ ବିଜାତଳା ଜିଲାପରିଷଦ ଉପନିର୍ବାଚନରେ କଂଗ୍ରେସ ଅମାନତ ହରାଇଛି। ଉକ୍ତ ପ୍ରସଙ୍ଗ ଯେପରି ଗଣମାଧ୍ୟମରେ ଚର୍ଚ୍ଚା ନ ରୁହେ, ସେଥିପ୍ରତି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। 

All Right Reserved By

ରାଜ୍ୟ |

ଘନ କୁହୁଡ଼ିରେ ବୁଡ଼ିଯିବ ଉପକୂଳ,  ୧୨ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଘନ କୁହୁଡ଼ିରେ ବୁଡ଼ିଯିବ ଉପକୂଳ, ୧୨ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୩।୧(ବ୍ୟୁରୋ)-ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାକୁ ଘନ କୁହୁଡି ଘେରିଯିବ। ୧୦୦ ମିଟର ଯାଏ ମଧ୍ୟ ଦେଖିବା ସମ୍ଭବ ହେବ ନାହିଁ।  ଯାନବାହନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ୧୨ ଜିଲାକୁ ସତର୍କ ସୂଚନା ଜାରି କରିଛି। ଦୁଇଦିନ ପର୍ଯ୍ୟନ୍ତ କୁହୁଡିର ପ୍ରଭାବ ଜାରି ରହିବ।

 କୋଷ୍ଟାଲ ହାଇୱେ ବାବଦରେ ଧର୍ମେନ୍ଦ୍ରଙ୍କ ଖବରଦାତା ସମ୍ମିଳନୀ  ପ୍ରାୟୋଜିତ, ‘ନିର୍ବାଚନୀ ଚାନ୍ଦା ପାଇଁ ଭାଜପାର ଅଭିସନ୍ଧି’: ପ୍ରତାପ ଜେନା

କୋଷ୍ଟାଲ ହାଇୱେ ବାବଦରେ ଧର୍ମେନ୍ଦ୍ରଙ୍କ ଖବରଦାତା ସମ୍ମିଳନୀ ପ୍ରାୟୋଜିତ, ‘ନିର୍ବାଚନୀ ଚାନ୍ଦା ପାଇଁ ଭାଜପାର ଅଭିସନ୍ଧି’: ପ୍ରତାପ ଜେନା

ଭୁବନେଶ୍ୱର,୨୩।୧(ବ୍ୟୁରୋ)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିଲ୍ଲୀରେ ଓଡ଼ିଶାର ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ବାବଦରେ କରିଥିବା ଖବରଦାତା ସମ୍ମିଳନୀ କେତେକ ଠିକାଦାରଙ୍କ ଦ୍ୱାରା ପ୍ରାୟୋଜିତ। ଭାଜପା ଏବଂ କେନ୍ଦ୍ରମନ୍ତ୍ରୀ ଅଭ୍ୟାସଗତ ଭାବେ ମିଛୁଆ। ତାଙ୍କ ଦ୍ୱାରା କୋଷ୍ଟାଲ ହାଇୱେ ସମ୍ପର୍କରେ ଦିଲ୍ଲୀରେ ରଖାଯାଇଥିବା ମନ୍ତବ୍ୟ ତାହା ଅମୂଳକ ଓ ଭିତ୍ତିହୀନ।

ସାଧାରଣ ନିର୍ବାଚନ ୨୦୧୯; ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ:ମୁଖ୍ୟମନ୍ତ୍ରୀ

ସାଧାରଣ ନିର୍ବାଚନ ୨୦୧୯; ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ସାଧାରଣ ନିର୍ବାଚନକୁ ପ୍ରାୟ ୧୦୦ ଦିନରୁ କମ୍‌ ସମୟ ରହିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୦୪ରୁ ଓଡ଼ିଶାରେ ଲୋକସଭା ସଙ୍ଗରେ ବିଧାନସଭା ନିର୍ବାଚନ ହୋଇଆସୁଛି। ତେଣୁ ରାଜ୍ୟରେ ନିର୍ବାଚନକୁ ନେଇ ଉତ୍ସାହ ଦେଖିବାକୁ ମିଳିଥାଏ। 

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

କଟକ ଅଫିସ,୨୩|୧- ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ। ଏହି ଉପଲକ୍ଷେ ନେତାଜୀଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଓଡ଼ିଆ ବଜାରସ୍ଥିତ ତାଙ୍କ ବାସଭବନ କୋଠା ପରିସର ସହରର ସବୁଠାରୁ ଆକର୍ଷଣୀୟ ସ୍ଥାନ ପାଲଟିଛି। 

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଲାଞ୍ଚ: ଭିଜିଲାନ୍ସକୁ ଆସିଛି ୧୧୧୧ ଫୋନ

କଟକ ଅଫିସ, ୨୩।୧- ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବ୍ଲକରେ ଲାଞ୍ଚ ନ ଦେଲେ ଫାଇଲ ଘୁଞ୍ଚୁନି। କାର୍ଯ୍ୟାଦେଶଠାରୁ ଆରମ୍ଭ କରି ଚୂଡ଼ାନ୍ତ ବିଲ୍‌ ପର୍ଯ୍ୟନ୍ତ ହିତାଧିକାରୀମାନେ ପ୍ରତି ପର୍ଯ୍ୟାୟରେ ହାତଗୁଞ୍ଜା ନିଆଯାଉଛି।

ନୌସେନା ଅଧିକାରୀଙ୍କୁ ନିଶାଦେଇ ଲୁଟ୍‌: ୩୦ ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ

ନୌସେନା ଅଧିକାରୀଙ୍କୁ ନିଶାଦେଇ ଲୁଟ୍‌: ୩୦ ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ

ଭୁବନେଶ୍ୱର, ୨୩ା୧(ବ୍ୟୁରୋ)- ନିଶାଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି ଜଣେ ନୌସେନା ଅଧିକାରୀ ଜିତେନ୍ଦ୍ର ବଳିଆ। ତାଙ୍କ ଘର ନୟାଗଡ଼ ଜିଲା ଓଡ଼ଗଁାରେ। ସେ ମୁମ୍ବାଇରେ ଚାକିରି କରନ୍ତି। 

ନାଇଟ୍‌ ବସ୍‌ରେ ନିଶା କାରବାର: ଗଞ୍ଜେଇ, ବ୍ରାଉନ ସୁଗାର ଚାଲାଣ କରୁଛନ୍ତି ବ୍ୟବସାୟୀ

ନାଇଟ୍‌ ବସ୍‌ରେ ନିଶା କାରବାର: ଗଞ୍ଜେଇ, ବ୍ରାଉନ ସୁଗାର ଚାଲାଣ କରୁଛନ୍ତି ବ୍ୟବସାୟୀ

ଭୁବନେଶ୍ୱର, ୨୩ା୧ (ବ୍ୟୁରୋ)- କେତେକ ନାଇଟ୍‌ ବସ୍‌ରେ ଚାଲିଛି ନିଶା କାରବାର। ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ ଗଞ୍ଜେଇ, ବ୍ରାଉନସୁଗାର ଭଳି ମାରାତ୍ମକ ନିଶାଦ୍ରବ୍ୟ ଚାଲାଣ କରାଯାଉଛି

ଘନକୁହୁଡ଼ି ଯୋଗୁ ପ୍ରଭାବିତ ହେବ ରେଳ ଚଳାଚଳ: ସମୟ ପରିବର୍ତ୍ତନ ସହ ବାତିଲ ହେବ ଅଧିକାଂଶ ଟ୍ରେନ୍‌

ଘନକୁହୁଡ଼ି ଯୋଗୁ ପ୍ରଭାବିତ ହେବ ରେଳ ଚଳାଚଳ: ସମୟ ପରିବର୍ତ୍ତନ ସହ ବାତିଲ ହେବ ଅଧିକାଂଶ ଟ୍ରେନ୍‌

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ଦିଲ୍ଲୀ ସହିତ ଉତ୍ତର ଭାରତ ଏବଂ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଯୋଗୁ କେତେକ ଟ୍ରେନ୍‌ର ଚଳାଚଳକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ।

ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିଜା ସେବା :ଅନ୍ତର୍ଜାତୀୟ ବିମାନ ସେବା ବଢ଼ିବା ଆଶା

ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିଜା ସେବା :ଅନ୍ତର୍ଜାତୀୟ ବିମାନ ସେବା ବଢ଼ିବା ଆଶା

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ବହୁ ପ୍ରତୀକ୍ଷିତ ଇ-ଭିଜା ସେବା ଭୁବନେଶ୍ୱର ବିମାନବନ୍ଦରରେ ଆରମ୍ଭ ହେବା ପରେ ରାଜ୍ୟ ପର୍ଯ୍ୟଟନ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଇ-ଭିଜା ସେବା ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର(ବିପିଆଇଏ)କୁ ଅନୁମତି ମିଳିଥିବା ବେଳେ ଜାନୁୟାରୀ ୧୬ରୁ ବିମାନବନ୍ଦର ପରିସରରେ ଆରମ୍ଭ ହୋଇଛି ଇ-ଭିଜା କାଉଣ୍ଟର। 

ସରକାରୀ ବସ୍‌ରୁ ୩୬ ବସ୍ତା ଗୁଟ୍‌ଖା ଜବତ: ବ୍ରହ୍ମପୁରରୁ କଟକ ଚାଲାଣ ହେଉଥିଲା

ସରକାରୀ ବସ୍‌ରୁ ୩୬ ବସ୍ତା ଗୁଟ୍‌ଖା ଜବତ: ବ୍ରହ୍ମପୁରରୁ କଟକ ଚାଲାଣ ହେଉଥିଲା

ଭୁବନେଶ୍ୱର, ୨୩ା୧(ବ୍ୟୁରୋ)- କିଛିଦିନ ତଳେ ଦୁଇଟି ଘରୋଇ ବସ୍‌ରୁ ପ୍ରାୟ ୪୬ ବସ୍ତା କଏନ ଜିଏସ୍‌ଟି ବିଭାଗ ଜବତ କରିଥିଲା। ତେବେ କେବଳ କଏନ୍‌ ନୁହେଁ, ବସ୍‌ରେ ଗୁଟ୍‌ଖା ମଧ୍ୟ ଚାଲାଣ ହେଉଛି।

ପୁରୀ ପୋଲିସକୁ ଅଜଣା ଚିଠି:  ଶ୍ରୀମନ୍ଦିରରେ ପଶିବେ ମୁସ୍‌ଲିମ ମହିଳା; ଫଟୋ ଧରି ସାଦା ପୋଷାକରେ ଜଗିଲା ପୋଲିସ

ପୁରୀ ପୋଲିସକୁ ଅଜଣା ଚିଠି: ଶ୍ରୀମନ୍ଦିରରେ ପଶିବେ ମୁସ୍‌ଲିମ ମହିଳା; ଫଟୋ ଧରି ସାଦା ପୋଷାକରେ ଜଗିଲା ପୋଲିସ

ପୁରୀ ଅଫିସ,୨୩ା୧: ହିନ୍ଦୁ ଧର୍ମର ଆସ୍ଥା ଓ ବିଶ୍ୱାସର ପୀଠ ଶ୍ରୀମନ୍ଦିରର ପବିତ୍ରତା ନଷ୍ଟ କରିବାକୁ ହୋଇଛି ଷଡ଼ଯନ୍ତ୍ର। ମଙ୍ଗଳବାର ମନ୍ଦିର ଭିତରକୁ ଜଣେ ମୁସ୍‌ଲିମ ସମ୍ପ୍ରଦାୟର ମହିଳା ପ୍ରବେଶ କରିବେ।

ଶ୍ରୀକ୍ଷେତ୍ରରେ କଂସ: ମହୋଦଧିରେ ସ୍ନାନ କରି ପ୍ରାୟଶ୍ଚିତ୍ତ କଲେ; ମହାପ୍ରଭୁଙ୍କୁ କ୍ଷମା ମାଗିଲେ, ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଶୀର୍ବାଦ ନେଲେ

ଶ୍ରୀକ୍ଷେତ୍ରରେ କଂସ: ମହୋଦଧିରେ ସ୍ନାନ କରି ପ୍ରାୟଶ୍ଚିତ୍ତ କଲେ; ମହାପ୍ରଭୁଙ୍କୁ କ୍ଷମା ମାଗିଲେ, ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଶୀର୍ବାଦ ନେଲେ

ପୁରୀ ଅଫିସ,୨୩ା୧: ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ସୋମବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପଧାନ ମଙ୍ଗଳବାର ପୁରୀ ଆସି ମହୋଦଧିରେ ସ୍ନାନକରି ନିଜ ପାପର ପ୍ରାୟଶ୍ଚିତ୍ତ କରିଛନ୍ତି।