ଫୁରସତ |

ଏଜୁକେଶନ୍‌ ଆପ୍‌

ଏଜୁକେଶନ୍‌ ଆପ୍‌

ଦିନଥିଲା ପାଠ ସମ୍ବନ୍ଧିତ କୌଣସି ଆବଶ୍ୟକତା ଥିଲେ ବିଦ୍ୟାର୍ଥୀଙ୍କୁ ଶିକ୍ଷାନୁଷ୍ଠାନ ଯାଇ ଶିକ୍ଷୟିତ୍ରୀଶିକ୍ଷକଙ୍କ ସାହାଯ୍ୟ ନେବାକୁ ପଡୁଥିଲା। ଯେଉଁଥିରେ ପରିଶ୍ରମ ସହ ସମୟ ବି ନଷ୍ଟ ହେଉଥିଲା। ହେଲେ ବର୍ତ୍ତମାନର ଅତ୍ୟାଧୁନିକ ଜ୍ଞାନକୌଶଳ ଯୁଗରେ ଏହି ସମସ୍ୟାର ସମାଧାନ କରିବାରେ ବେଶ୍‌ ସହାୟକ ହୋଇପାରୁଛି ବିଭିନ୍ନ ଏଜୁକେଶନ୍‌ ଆପ୍‌। ଯାହାଦ୍ୱାରା ଛାତ୍ରୀଛାତ୍ରଙ୍କ ଠାରୁ ଆରମ୍ଭ କରି ଶିକ୍ଷୟିତ୍ରୀଶିକ୍ଷକ, ଶିକ୍ଷାନୁଷ୍ଠାନ ଏବଂ ଅଭିଭାବକଙ୍କ ପର୍ଯ୍ୟନ୍ତ ସମସ୍ତେ ଉପକୃତ ହେଉଛନ୍ତି। ଏହାକୁ ବ୍ୟବହାର କରିବା ଦ୍ୱାରା ଛାତ୍ରୀଛାତ୍ରମାନେ ପୂର୍ବାପେକ୍ଷା ଅଧିକ ଇଣ୍ଟରଆକ୍ଟିଭ୍‌ ହେଉଥିବା ଦେଖିବାକୁ ମିଳୁଛି...

ପାଲଟିଛି ଅନ୍‌ଲାଇନ୍‌ ସୂଚନା ସ୍ରୋତ: ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଲାଗି ଏଜୁକେଶନ୍‌ ଆପ୍‌ ବର୍ତ୍ତମାନ ଏକ ଉପଯୋଗୀ ସୂଚନା ସ୍ରୋତ ପାଲଟିଛି। ଏଥିରେ ଷ୍ଟଡି ମ୍ୟାଟେରିଆଲ୍‌ଠୁ  ଡାଉଟ୍‌ କ୍ଲିୟର ପର୍ଯ୍ୟନ୍ତ ସବୁ ପ୍ରକାରର ସୁବିଧା ଉପଲବ୍ଧ। ଏମିତି କି  ଶିକ୍ଷା ବିଭାଗ ପକ୍ଷରୁ ଜାରି ହେଉଥିବା କୋର୍ସ, ପରୀକ୍ଷା ତଥା ଏହି ସମ୍ବନ୍ଧୀୟ ଯେକୌଣସି  ସୂଚନା ଯଥା ସମୟରେ ମିଳିବା ସହଜ ହୋଇପାରିଛି। ଏହାଦ୍ୱାରା ପୂର୍ବଭଳି କୌଣସି ସୂଚନା ପାଇଁ ବାରମ୍ବାର ଅନ୍ୟ ଉପରେ ନିର୍ଭର କରିବା, ଶିକ୍ଷାନୁଷ୍ଠାନକୁ ବାରମ୍ବାର ଧାଇଁବା ବା ଘଣ୍ଟା ଘଣ୍ଟା ଅପେକ୍ଷା କରି ସମୟ ନଷ୍ଟ କରିବାର ଟେନ୍‌ଶନ୍‌ ଦୂର ହୋଇପାରିଛି।

ବଢାଉଛି ଜ୍ଞାନ: ବର୍ତ୍ତମାନ ବ୍ୟାଙ୍କ୍‌, ଫାଇନାନ୍ସ, ମାନୁଫାକ୍ଚର, ଏଣ୍ଟରଟେନ୍‌ମେଣ୍ଟ, ମିଡିଆ, ବିଜ୍‌ନେସ୍‌, ହେଲ୍‌ଥ ଆଦି ବିଭାଗ ସହିତ ଶିକ୍ଷା କ୍ଷେତ୍ରକୁ ମଧ୍ୟ ଅଧିକ ସହଜ ଏବଂ ସରଳ କରିବାରେ ସାହାଯ୍ୟ କରୁଛି ବିଭିନ୍ନ ଆପ୍‌। ବିଦ୍ୟାର୍ଥୀଙ୍କ ବିଭିନ୍ନ ଆବଶ୍ୟକତାକୁ ଆଖିଆଗରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ଯାହାଦ୍ୱାରା ନୂତନ ଜ୍ଞାନ ଆହରଣ କରିବା ସହ ସନ୍ଦେହ ଦୂର ନିମନ୍ତେ ବିଶେଷଜ୍ଞ ଶିକ୍ଷାବିତ୍‌ଙ୍କ ପରାମର୍ଶ ନେଇ ଏହାର ସମାଧାନ ବି ଖୁବ୍‌ ସହଜରେ କରିହେଉଛି। 

ପାଠ ପଢାକୁ କରୁଛି ମଜାଦାର: କ୍ଲାସ୍‌ରୁମ୍‌ ବ୍ୟତୀତ ଅନ୍ୟ ସମୟରେ ବହି ଧରି ଘଣ୍ଟା ଘଣ୍ଟା ବସି ପଢିବା କେତେକଙ୍କୁ ଖୁବ୍‌ ବୋର୍‌ କରିଥାଏ। ଯେଉଁଥିପାଇଁ ସେମାନେ ମଝିରେ ମଝିରେ ପଢା ଛାଡି ମାଇଣ୍ଡ ଫ୍ରି କରିବାକୁ ବିଭିନ୍ନ ଉପାୟ ଆପଣେଇଥାନ୍ତି। ହେଲେ ଏଜୁକେଶନ୍‌ ଆପ୍‌ ବର୍ତ୍ତମାନ ପାଠ ପଢାକୁ ଅଧିକ ମଜାଦାର କରିପାରିଛି। ପାଠକୁ ବିଭିନ୍ନ ଗେମ୍‌, ପଜଲ୍‌ ଏବଂ ଅନ୍ୟ ଚ୍ୟାଲେଞ୍ଜିଙ୍ଗ୍‌ ଟାକ୍ସ ମାଧ୍ୟମରେ ପ୍ରସ୍ତୁତ କରୁଥିବାରୁ ଛାତ୍ରୀଛାତ୍ରମାନେ ଏହାକୁ ସମାଧାନ କରିବାକୁ ଆଗ୍ରହର ସହ ଆଗେଇ ଆସୁଛନ୍ତି। କେବଳ ଏତିକି ନୁହେଁ ବିଭିନ୍ନ ଭିଡିଓ ଏବଂ ଗ୍ରାଫିକ୍ସ ମାଧ୍ୟମରେ ମଧ୍ୟ ବିଷୟବସ୍ତୁ ଉପଲବ୍ଧ ରହୁଥିବାରୁ ପ୍ରାକ୍ଟିକାଲ୍‌ ଜ୍ଞାନ ବୃଦ୍ଧିରେ ମଧ୍ୟ ଖୁବ୍‌ ସାହାଯ୍ୟ ହେଉଛି। ଏହାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନ ଥିବାରୁ ଦିନ ହେଉ ଅବା ରାତି ନିଜ ସୁବିଧାନୁସାରେ ଯେକୌଣସି ସମୟରେ ବ୍ୟବହାର କରାଯାଇପାରୁଛି।

ଟେନ୍‌ଶନ୍‌ ଫ୍ରି ହେଉଛି ପଢ଼ା: କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି ହେବା ସମୟରେ ଭିନ୍ନ ଭିନ୍ନ ଅଥରଙ୍କ ବହି କିଣିବା, ନୋଟ୍‌ସ ଯୋଗାଡ କରିବା ଆଦିରେ ଖର୍ଚ୍ଚ ସହ ଟେନ୍‌ଶନ୍‌ ବି ଖୁବ୍‌ ବେଶି। ଯାହାକୁ ଫ୍ରି କରିବାରେ ଏଜୁକେଶନ୍‌ ଆପ୍‌ ସବୁଠୁ ବେଷ୍ଟ ବିକଳ୍ପ ସାଜିଛି। କେବଳ  ଏତିକି ନୁହେଁ ଏଥିରେ ଆବଶ୍ୟକତା ଅନୁଯାୟୀ ପଢିବା ଲାଗି ପର୍ଯ୍ୟାପ୍ତ ବିଷୟବସ୍ତୁ ସହ ପ୍ରଶ୍ନଗୁଡିକର ସରଳ ସମାଧାନ ମଧ୍ୟ ରହିଛି। ତା’ଛଡା କୌଣସି କାର୍ଯ୍ୟରେ ବାହାରକୁ ଗଲେ ସାଙ୍ଗରେ ଅଧିକ ବହି, ଖାତାର ବୋଝ ମଧ୍ୟ ନେଇ ଯିବାକୁ ପଡୁନାହିଁ। ଫଳରେ ଯେଉଁ ସ୍ଥାନରେ ଫାଙ୍କା ସମୟ ମିଳିଲେ ଆରାମରେ ପାଠ ପଢା ଜାରି ରଖିହେଉଛି।   

ଶିକ୍ଷାର୍ଥୀଙ୍କ ସହ ଶିକ୍ଷାନୁଷ୍ଠାନର ବି ଫାଇଦା: ଏହି ଆପ୍‌ ଆସିବା ଦ୍ୱାରା ଶିକ୍ଷା କ୍ଷେତ୍ରରେ ଏକ ରଚନାତ୍ମକ ପରିବର୍ତ୍ତନ ଆସିଛି। ଶିକ୍ଷାନୁଷ୍ଠାନଗୁଡିକୁ ମଧ୍ୟ ଏହାଦ୍ୱାରା ଖୁବ୍‌ ଫାଇଦା ହେଉଛି। ଶିକ୍ଷାର୍ଥୀଙ୍କୁ  କୌଣସି ସୂଚନା ଦେବାକୁ ହେଲେ ପୂର୍ବଭଳି ନୋଟିସ୍‌ ବୋର୍ଡ ନୁହେଁ ବରଂ ଆପ୍‌ ସାହାଯ୍ୟରେ ଅପ୍‌ଡେଟ୍‌ ରଖିବା ଅଧିକ ସୁବିଧା ହେଉଛି। କ୍ଲାସ୍‌ ଟାଇମ୍‌, ଏକ୍ସଟ୍ରା କ୍ଲାସ୍‌, ଗେଷ୍ଟ କ୍ଲାସ୍‌, ସିଡ୍ୟୁଲ୍‌ରେ କୌଣସି ପରିବର୍ତ୍ତନ, ପରୀକ୍ଷା ତାରିଖ ଓ ସମୟ, ମାର୍କ, ରେଜଲ୍ଟ ଏବଂ ଅନ୍ୟାନ୍ୟ ଆକ୍ଟିଭିଟି ସମ୍ପର୍କରେ ଯଥା ସମୟରେ ଛାତ୍ରୀଛାତ୍ରମାନଙ୍କୁ ନୋଟିଫିକେଶନ୍‌ ସହ ଆଲର୍ଟ ପଠାଇ ଦିଆଯାଉଛି। କେବଳ ଏତିକି ନୁହେଁ ବର୍ତ୍ତମାନ ଏଭଳି ଆପ୍‌ ସାହାଯ୍ୟରେ ଅନେକ ଶିକ୍ଷାନୁଷ୍ଠାନ ସିଧାସଳଖ ବିଦ୍ୟାର୍ଥୀଙ୍କ ଅଭିଭାବକଙ୍କ ସହ ମଧ୍ୟ ଯୋଗାଯୋଗ ରଖିପାରୁଛି। 

କ’ଣ କୁହନ୍ତି ଏମାନେ...

ସତ୍ୟକାମ ସାହୁ (ଛାତ୍ର, ପୁରୀ)- ପିଲାଙ୍କ ଠାରୁ ବଡଙ୍କ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାର୍ଥୀଙ୍କ ଲାଗି  ବିଭିନ୍ନ ଏଜୁକେଶନ୍‌ ଆପ୍‌ ବର୍ତ୍ତମାନ ବରଦାନ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ନିଜ କଥା କହିବି, ବିଭନ୍ନ କମ୍ପିଟେଟିଭ୍‌ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବାରୁ ଏଭଳି ଆପ୍‌ ମୋତେ ପଢିବାରେ ବେଶ୍‌ ସାହାଯ୍ୟ କରୁଛି। ଏହା ବହୁତଗୁଡିଏ ବହି ଧରି ପଢି ପଢିବା, ପୂର୍ବ ବର୍ଷ ଗୁଡିକର ପ୍ରଶ୍ନୋତ୍ତର ସଂଗ୍ରହ କରି ରଖିବା ଆଦିର ଟେନ୍‌ଶନ୍‌ ବି ଦୂର କରୁଛି। ତେଣୁ ଦିନକୁ ୫-୬ ଘଣ୍ଟା ଆଡ୍ଡା ୨୪୭,  ଗ୍ରେଡ୍‌ ଅପ୍‌ ଭଳି ଆପ୍‌ ବ୍ୟବହାର କରୁଛି।


ସଂଘମିତ୍ରା ସେଠୀ (ଛାତ୍ରୀ, ପୁରୀ)- ଏଜୁକେଶନ୍‌ ଆପ୍‌ ବର୍ତ୍ତମାନ ପାଠ ପଢାକୁ ସହଜ ଏବଂ ସରଳ କରିପାରିଛି। ଏହା ପାଠ୍ୟକ୍ରମ ସହ ଆମକୁ ଅପ୍‌ଡେଟ୍‌ ରଖିବା ସହ ନୂଆ ନୂଆ ଜ୍ଞାନ ଆହରଣ କରିବାରେ ସାହାଯ୍ୟ କରୁଛି। କେବଳ ଏତିକି ନୁହେଁ ବିଭିନ୍ନ ଗେମ୍‌, ପଜଲ୍‌ ଆଦି ମାଧ୍ୟମରେ ହେଉ କିମ୍ବା ଭିଜୁଆଲ୍‌ ଦ୍ୱାରା ଦିଆଯାଉଥିବା ପାଠ ପଢିବାକୁ ଆଗ୍ରହ ସୃଷ୍ଟି ହେବା ସହ ଶୀଘ୍ର ମନେ ରହିବାରେ ସହଜ ହେଉଛି।    

All Right Reserved By

ଫୁରସତ |

ସବୁଦିନ ଗାଧୋଇବା ମନା...

ସବୁଦିନ ଗାଧୋଇବା ମନା...

ସବୁଦିନ ଗାଧୋଇବା ସ୍ବାସ୍ଥ୍ୟ ଲାଗି ହାନୀକାରକ। କଲମ୍ବିଆ ବିଶ୍ୱବିଦ୍ୟାଳୟର ନର୍ସିଂ ବିଭାଗରେ ହୋଇଥିବା ଗବେଷଣା ରିପୋର୍ଟରେ ଏହା କୁହାଯାଇଛି। ସବୁଦିନ ଗାଧୋଇଲେ ଦେହ ଓ ମନ ସୁସ୍ଥ ରହିଥାଏ ବୋଲି କୁହାଯାଇଥାଏ। ତେବେ ସବୁଦିନ ଗାଧୋଇବାକୁ ଏହି ଗବେଷଣା ରିପୋର୍ଟରେ ମନା କରାଯାଇଛି।

ଉପହାରରେ କେବେ ବି  ଦିଅନ୍ତୁନି ରୁମାଲ୍‌...

ଉପହାରରେ କେବେ ବି ଦିଅନ୍ତୁନି ରୁମାଲ୍‌...

ଉପହାର ଦେବା ସମୟରେ ସର୍ତକ ରହିବା ଆବଶ୍ୟକ। କାରଣ ଏଭଳି ଉପହାର ଅଛି ଯାହାକୁ ଉପହାର ଦେଉଥିବା ଏବଂ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଉପହାର ଦେବା ସମୟରେ ସତର୍କ ହେବା ଜରୁରୀ। ତେବେ ଏହି ଉପହାର ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ନିଜ ରକ୍ତରେ ପ୍ରସ୍ତୁତ ମଶ୍ଚରାଇଜର, କ୍ରିମ୍‌ ବ୍ୟବହାର କରନ୍ତି ଏହି ଲୋକପ୍ରିୟ ସେଲିବ୍ରିଟି

ନିଜ ରକ୍ତରେ ପ୍ରସ୍ତୁତ ମଶ୍ଚରାଇଜର, କ୍ରିମ୍‌ ବ୍ୟବହାର କରନ୍ତି ଏହି ଲୋକପ୍ରିୟ ସେଲିବ୍ରିଟି

ପ୍ରକୃତ ବୟସର ଛାପ ଲୁଚାଇବା ଲାଗି ଆଜିକାଲିର ଯୁବତୀ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ତେବେ ପ୍ରସାଧନ ସାମଗ୍ରୀ କିଣିବା ହେଉ ଅଥବା ପାର୍ଲର ଯାଇ କିଛି ଚିକିତ୍ସା ଗ୍ରହଣ କରିବା, ଏହା ଏବେ ମାମୁଲି ଘଟଣା ପାଲଟିଲାଣି। 

ଫୁଟବଲ ତାରକା ବେକହମ୍‌ଙ୍କ କୁକୁର ଘୋଡ଼େଇ ହୁଏ ସାଢ଼େ ୪ ଲକ୍ଷ ଟଙ୍କାର କମ୍ବଳ

ଫୁଟବଲ ତାରକା ବେକହମ୍‌ଙ୍କ କୁକୁର ଘୋଡ଼େଇ ହୁଏ ସାଢ଼େ ୪ ଲକ୍ଷ ଟଙ୍କାର କମ୍ବଳ

ଶୀତଦିନେ କମ୍ବଳ ଘୋଡ଼ାଇ ହୋଇ ଶୋଇବାକୁ କିଏ ବା ଭଲ ନ ପାଏ। ଶୀତଦିନ ଆରମ୍ଭ ହେବା ପୂର୍ବରୁ ଅନେକ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି। ଶୀତବସ୍ତ୍ର ସହ ଭଲ କମ୍ବଳ କିଣାଯାଇଥାଏ। ବଜାରରେ ମଧ୍ୟ ବିଭିନ୍ନ ଦାମ୍‌ର କମ୍ବଳ ଉପଲବ୍ଧ ହୁଏ।

ହଜାରେ କୋଟିଙ୍କ ପାଇଁ ଖାଦ୍ୟ ସମସ୍ୟା

ହଜାରେ କୋଟିଙ୍କ ପାଇଁ ଖାଦ୍ୟ ସମସ୍ୟା

ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ବିଶ୍ୱର ୧୦୦୦କୋଟି ଲୋକଙ୍କ ପାଇଁ ଖାଦ୍ୟ ସମସ୍ୟା ସୃଷ୍ଟି ହେବ। ମାନବ ଜଗତ ପାଇଁ ଏହା ଏକ ମୁଖ୍ୟ ସମସ୍ୟା ହୋଇଥିବାବେଳେ ଏହାର ସମାଧାନ ପାଇଁ ବୈଜ୍ଞାନିକମାନେ ଏକ ସମାଧାନର ବାଟ ପାଇଥିବା ଦାବି କରନ୍ତି। ସେମାନଙ୍କ କହିବାନୁଯାୟୀ, ଖାଦ୍ୟ ଉତ୍ପାଦନ ପାଇଁ ପୃଥିବୀର ପରିସର ସୀମିତ।

ଫିଲ୍ମ ସଂଗ୍ରହାଳୟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଫିଲ୍ମ ସଂଗ୍ରହାଳୟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନ୍ୟାଶନାଲ ମ୍ୟୁଜିୟମ ଅଫ୍‌ ଇଣ୍ଡିଆନ ସିନେମା (ଏନ୍‌ଏମ୍‌ଆଇସି) ଉଦ୍‌ଘାଟନ କରିବେ। ଦେଶର ଫିଲ୍ମ ରାଜଧାନୀରେ ପ୍ରତିଷ୍ଠିତ ଊନବିଂଶ ଶତାବ୍ଦୀର ଐତିହାସିକ ବଙ୍ଗଳା ଏବଂ ଆଧୁନିକ ଭବନ ଉଦ୍‌ଘାଟିତ ହେବ। ଉଦ୍‌ଘାଟନୀ ଉତ୍ସବରେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ସଲମାନ୍‌ ଖାନ୍‌, ଏ.ଆର. ରହମନ୍‌, ଡାଭିଡ ଧାଓ୍ବନ, ରୋହିତ ଶେଟ୍ଟୀ, ଓ୍ବାହିଦା ରହମନ୍‌, ଜିତେନ୍ଦ୍ର କପୁର, ଆଶା ପରେଖ, ରବିନା ଟଣ୍ଡନ, ପଙ୍କଜ କପୁର, ରାକେଶ ମେହରା ଏବଂ ଅନ୍ୟମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ଏହି ରାଶିର ବ୍ୟକ୍ତି ଜୀବନରେ ହୁଅନ୍ତି କୋଟିପତି...

ଏହି ରାଶିର ବ୍ୟକ୍ତି ଜୀବନରେ ହୁଅନ୍ତି କୋଟିପତି...

ଅନେକ କମ୍‌ ପରିଶ୍ରମରେ ଧନ ଲାଭ କରୁଥିବାବେଳେ କେତେକଙ୍କୁ ଏଥିଲାଗି ଦିନରାତି ପରିଶ୍ରମ କରିବାକୁ ପଡ଼ିଥାଏ। ଧନ ପ୍ରତି ସମସ୍ତଙ୍କର ରହିଥାଏ ଲୋଭ। ତେବେ ଜ୍ୟୋତିଷ ଶାସ୍ତ୍ରରେ କେତେକ ନିଦ୍ଦିଷ୍ଟ ରାଶିର ଲୋକ ସୌଭାଗ୍ୟଶାଳୀ ହୋଇଥାନ୍ତି ବୋଲି ଉଲ୍ଲେଖ ଅଛି।

ପ୍ରେମୀ ଯୁଗଳଙ୍କୁ ଓ୍ବେବସାଇଟ୍‌ ଯୋଗାଇ ଦେଉଛି ସୁରକ୍ଷିତ ରୁମ୍‌

ପ୍ରେମୀ ଯୁଗଳଙ୍କୁ ଓ୍ବେବସାଇଟ୍‌ ଯୋଗାଇ ଦେଉଛି ସୁରକ୍ଷିତ ରୁମ୍‌

ପ୍ରେମୀ ଯୁଗଳଙ୍କୁ ଏକାଠି ରହିବାରେ ରହିଛି ଅନେକ କାଇଦା କଟକଣା। ଏମାନଙ୍କ ଉପରେ ଥାଏ ପୋଲିସର କଡା ନଜର। ହେଲେ ଏବେ ଏହି ପ୍ରେମୀ ଯୁଗଳଙ୍କୁ  ସୁରକ୍ଷିତ ରୁମ୍‌ ଯୋଗାଇ ଦେଉଛି Stay uncle ନାମକ ଏକ ଓ୍ବେବ ସାଇଟ୍‌।

ଏଠି ବିଲେଇଙ୍କ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ୍‌

ଏଠି ବିଲେଇଙ୍କ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ୍‌

ଜାପାନର ଲୋକେ ବିଲେଇକୁ ଅଧିକ ପସନ୍ଦ କରନ୍ତି। ଏଠାରେ ପ୍ରାୟ ପ୍ରତ୍ୟେକ ଲୋକଙ୍କ ପାଖରେ ବିଲେଇ ରଖିଥାଆନ୍ତି। ନିକଟରେ ଏହି ବିଲେଇଙ୍କ ପାଇଁ ଚାଲିଥିଲା ଏକ ସ୍ବତନ୍ତ୍ର ଟ୍ରେନ୍‌। ଏହାର ଉଦ୍ଦେଶ୍ୟ ଥିଲା ଏମାନଙ୍କୁ ସୁରକ୍ଷା ଦେବା ଓ ଏମାନଙ୍କର ବଂଶ ବୃଦ୍ଧି କରିବା।

ଏ ବୟସରେ କାହିଁକି ଆଖିରୁ ହଜେ ନିଦ...

ଏ ବୟସରେ କାହିଁକି ଆଖିରୁ ହଜେ ନିଦ...

ଜୀବନର ଏକ ନିର୍ଦ୍ଦିଷ୍ଟ ବୟସରେ ମଣିଷ ମନରେ ବିପରୀତ ଲିଙ୍ଗଙ୍କ ପ୍ରତି ସୃଷ୍ଟି ହୋଇଥାଏ ଆକର୍ଷଣ। ସେହି ନିର୍ଦ୍ଦିଷ୍ଟ ବୟସ ପୂର୍ବରୁ କିମ୍ବା ପରେ ବିପରୀତ ଲିଙ୍ଗଙ୍କ ସହିତ ମିଳନ ପାଇଁ ସେତେଟା ଉନ୍ମାଦନା ମନରେ ଆସି ନ ଥାଏ । ସାମାଜିକ ଶାସ୍ତ୍ରରେ ଉଲ୍ଲେଖ ଅଛି ୧୪ ବର୍ଷଠାରୁ କିଶୋରୀ କିଶୋର ଖୋଜି ବସିଥାନ୍ତି ସାଥୀକୁ।

ସୌଭାଗ୍ୟ ଆଣେ କାନଫୁଲ...

ସୌଭାଗ୍ୟ ଆଣେ କାନଫୁଲ...

କାନଫୁଲ ସୌନ୍ଦର୍ଯ୍ୟ ବଢାଇବା ସହିତ ସୌଭାଗ୍ୟ ଆଣିଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଳେଖ ରହିଛି। ଏହା ଶରୀର ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଥାଏ। କାନଫୁଲ ଦ୍ୱାରା ପ୍ରଜନନ ଓ ମାସିକ ଋତୁସ୍ରାବ ସମସ୍ୟାକୁ ଦୂର ହୁଏ। 

ସୁନାମୀ ସମୟରେ ସମୁଦ୍ରରେ ଫସିଥିଲୁ

ସୁନାମୀ ସମୟରେ ସମୁଦ୍ରରେ ଫସିଥିଲୁ

୨୦୦୫ର କଥା। ଭାରତର ୨୫ଜଣ ଡାକ୍ତର ଏକ କନଫରେନ୍ସରେ ଯୋଗଦେବା ପାଇଁ ମାଳଦ୍ୱୀପ ଯାଇଥାଉ। ସମୁଦ୍ର ଭିତରେ ନୌକାବିହାର କରିବାକୁ ଇଚ୍ଛା ହେଲା। ଏକ ଛୋଟ ଜଳ ଜାହାଜରେ ଆମେ ସମସ୍ତେ ସମୁଦ୍ର ଭିତରକୁ ଯାଇଥିଲୁ। ଅନେକ ବାଟ ଯିବା ପରେ ହଠାତ୍‌ ଆମ ଜାହାଜଟି ଢେଉରେ ଭୟଙ୍କରଭାବେ ଦୋହଲିବାକୁ ଲାଗିଲା।