ଅନଗୁଳ-ଢେଙ୍କାନାଳ

ହଣ୍ଡପା, ଠାକୁରଗଡରେ ଚାଲିଛି ଗଞ୍ଜେଇ ଚାଷ: ସୁହାଉଛି ଅପହଞ୍ଚ ଇଲାକା

ହଣ୍ଡପା, ଠାକୁରଗଡରେ ଚାଲିଛି ଗଞ୍ଜେଇ ଚାଷ: ସୁହାଉଛି ଅପହଞ୍ଚ ଇଲାକା

(ପରିକ୍ଷିତ ସାହୁ) ବଇଣ୍ଡା, ୯।୧୨- ଅନୁଗୋଳ ଜିଲା ହଣ୍ଡପା ଓ ଠାକୁରଗଡ ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲର ପାହାଡିଆ ଜମିରେ ଭର୍ତ୍ତି ଗଞ୍ଜେଇ ଗଛ। ଏଥିରେ ରୋକ ଲଗାଯାଉ ନ ଥିବାରୁ ଜିଲା ତଥା ରାଜ୍ୟ ବାହାରର ବେପାରୀ ବେଧକଡ ଚଲାଇଛନ୍ତି ଏହି ଚାଷ। ସ୍ଥାନୀୟ ଚାଷୀଙ୍କୁ ଅର୍ଥ ଲୋଭ ଦେଖାଇ ଗଞ୍ଜେଇ ଚାଷ କରିବା ସହ ସେଗୁଡିକୁ ବାହାରକୁ ଚାଲାଣ କରୁଛନ୍ତି ସମ୍ପୃକ୍ତ ବ୍ୟବସାୟୀ। ଏହି ଘଞ୍ଚ ଜଙ୍ଗଲ ଇଲାକା ଅପହଞ୍ଚ ହୋଇପଡୁଥିବାରୁ ଚାଷୀ ତଥା ବେପାରୀଙ୍କୁ ଏହା ବେଶ୍‌ ସୁହାଉଛି। ସେହିପରି ବିଭାଗ ତଥା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଅଭାବରୁ ନିର୍ଭୟରେ ଏଠାରେ ଚାଷ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଥିବାବେଳେ ଏ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। 

ପ୍ରତି ବର୍ଷ ଏହି ଅଞ୍ଚଳରେ ଗଞ୍ଜେଇ ଚାଷ କରାଯାଉଛି। ବିଭିନ୍ନ ଘରୋଇ ଜମିରେ ଚାଷ କରି ବାରମ୍ବାର ଗିରଫ ହେବାପରେ ଏବେ ସରକାରୀ ଜଙ୍ଗଲ ଜମିରେ ବେପାରୀଙ୍କ ନଜର। ୨୦୧୪ରେ ଏହି ୨ ଥାନାର ବିଭିନ୍ନ ଇଲାକାରେ ଅବକାରୀ ଓ ପୋଲିସ ପକ୍ଷରୁ ଚଢାଉ କରାଯାଇ ୫୨ ଲକ୍ଷ ୧୦ ହଜାର ଗଛ ନଷ୍ଟ କରାଯିବା ସହ ୬ ଜଣ ଗିରଫ ହୋଇଥିଲେ। ଏଥିସହିତ ୩୧ ଜଣଙ୍କ ନାମରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ୨୦୧୫ରେ ୫୯ ଲକ୍ଷ ୨୦ ହଜାର  ୭ଶହ ଗଛ ନଷ୍ଟ କରାଯିବା ସହ ୧୦ ଜଣଙ୍କୁ ଗିରଫ ଓ ୨୫ ଜଣଙ୍କ ନାମରେ ମାମଲା କରାଯାଇଥିଲା। ୨୦୧୬ରେ  ୬୦ ଲକ୍ଷ ୩୦ ହଜାର  ଗଛ ନଷ୍ଟ କରାଯାଇ ୧୨ ଜଣଙ୍କୁ  ଗିରଫ କରାଯାଇଥିଲା। ସେହିପରି ୧୭ ଜଣଙ୍କ ନାମରେ ମାମଲା ରୁଜୁ  ହୋଇଥିଲା। ୨୦୧୭ରେ ୩୦ ଲକ୍ଷ  ୩୯ ହଜାର  ୬ ଶହ  ଗଛ ପୋଡ଼ାଯିବା ସହ ୧୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା।  ଅଞ୍ଚଳର କେତେଜଣ ବ୍ୟକ୍ତି ନାମ ଗୋପନ ରଖି ପ୍ରକାଶ କରିଛନ୍ତି, ବ୍ୟବସାୟୀମାନେ ସ୍ଥାନୀୟ ଚାଷୀଙ୍କ ସହ ମିଶି ଗଞ୍ଜେଇ ଚାଷ କରୁଛନ୍ତି। ବିଶେଷ କରି ଜଙ୍ଗଲ ତଥା ନାଳ ନିକଟସ୍ଥ ଅଞ୍ଚଳରେ ଥିବା ଜମିକୁ ଟାର୍ଗେଟ୍‌ କରାଯାଉଛି। ହଣ୍ଡପା ଥାନା ଚାରଖମଣ, ବାଲିଆମ୍ବ, ଗୁଣ୍ଡୁରୀଝରଣ, ହିଞ୍ଜିରିଡ଼ା, ରାଜନପାଳ, ପୁରୁଣାପାଣି, କୁଣ୍ଢଳି, ଜୟଗଡ଼, ମାଧପୁର, ଟକବା, ମାମୁରିଝରଣ, ହଗିରିନାଳ, ଠାକୁରଗଡ଼ ଥାନାର ବିପ୍ରଡ଼ିହ, ଖଳିତଇଳା, କେଞ୍ଜୁଆନାଳୀ, କଂସାବ, କୋରାବ, ଝାଟିକିବାହାଳ, ଲକ୍ଷ୍ମୀପୁର, ଘଟିଟେଣ୍ଟୁଲୀ, ରାଇନାଳୀ, ବାତ୍ରାଖୋଳ, ହେମାମୁରା ଆଦି ଗ୍ରାମ୍ୟ ଜଙ୍ଗଲ ଜମିରେ  ବିପୁଳ ମାତ୍ରାରେ ଗଞ୍ଜେଇ ଚାଷ ହୋଇଛି। ଅଗଷ୍ଟ ମାସରେ ଚାରା ରୋପଣ କରାଯାଇଥିବାବେଳେ ଏବେ ହଜାର ହଜାର ଗଛରେ ଗଞ୍ଜେଇ ଫଳିଛି। ଆଉ ମାସେ ପରେ ସେଗୁଡିକ ଅମଳ ହେବ। ସେଥିପାଇଁ  ବ୍ୟବସାୟୀମାନେ  ଆସି ବିଭିନ୍ନ ଅଞ୍ଚଳରେ  ଘର ଭଡ଼ା ନେଇ ଜଗି ରହିଛନ୍ତି। ଅପରପକ୍ଷେ ଠାକୁରଗଡ଼ ଥାନା ଇଲାକାରେ ୩ ବର୍ଷ ହେଲା ମାଓବାଦୀ ଚଳପ୍ରଚଳ କରୁଥିବା ଯୋଗୁ ପ୍ରଶାସନିକ ଅଧିକାରୀ ସେଠାକୁ ଯିବାକୁ ନିରାପଦ ମଣୁ ନ ଥିବା ଅଭିଯୋଗ ହୋଇଛି। ଏହାର ସୁଯୋଗ ନେଇ ଗଞ୍ଜେଇ ବ୍ୟବସାୟୀ ଚାଷ ସମୟରେ  ବିଭିନ୍ନ ଗ୍ରାମରେ  ମାଓବାଦୀମାନେ  ଜଙ୍ଗଲରେ ପଇଁତରା ମାରୁଛନ୍ତି ବୋଲି ଗୁଜବ ପ୍ରଚାର କରୁଛନ୍ତି। ତୁରନ୍ତ ଏଥିପ୍ରତି ଜିଲା ପୋଲିସ ଓ  ଅବକାରୀ  ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି  ହୋଇଛି।

ଏ ସମ୍ପର୍କରେ ଠାକୁରଗଡ଼ ଆଇଆଇସି ଗବାକ୍ଷ ନାୟକ କହିଛନ୍ତି, ତୁରନ୍ତ ଚାଷ ଏରିଆ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବ। ଏ ନେଇ ହଣ୍ଡପା ଆଇଆଇସି ଡାନିଏଲ କେରେକେଟା କହିଛନ୍ତି, ହଣ୍ଡପା ଥାନା ଅଞ୍ଚଳରେ ଗଞ୍ଜେଇ ଚାଷ ନ କରିବା ପାଇଁ ପୋଲିସ ପକ୍ଷରୁ ଅନେକ ଗ୍ରାମରେ ସଚେତନ କରାଯାଇଛି। ଏବେ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

All Right Reserved By

ଅନଗୁଳ-ଢେଙ୍କାନାଳ

 କଂଗ୍ରେସ ଆଶାୟୀ ପ୍ରାର୍ଥୀଙ୍କ   ଫେସବୁକ୍‌ ଆକାଉଣ୍ଟ ହ୍ୟାକ ଅଭିଯୋଗ

କଂଗ୍ରେସ ଆଶାୟୀ ପ୍ରାର୍ଥୀଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ ଅଭିଯୋଗ

ପରଜଙ୍ଗ,୧୮ା୩(ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ଆଶାୟୀ ବିଧାୟକ ପ୍ରାର୍ଥୀ ସନ୍ତୋଷ ରାଉତଙ୍କ ଫେସବୁକ୍‌ ଆକାଉଣ୍ଟକୁ କେହି ଦୃର୍ବୃତ୍ତ ହ୍ୟାକ କରିଥିବା ସୋମବାର ପରଜଙ୍ଗ ଥାନାରେ ଅଭିଯୋଗ ହୋଇଛି। 

୫୩ ନଂ ରାଜପଥ ପାଲଟିଛି ମରଣଯନ୍ତା

୫୩ ନଂ ରାଜପଥ ପାଲଟିଛି ମରଣଯନ୍ତା

କଣିହାଁ,୧୮ା୩(ଡି.ଏନ.ଏ)- ଅନୁଗୁଳ ଜିଲା କଣିହାଁ ବ୍ଲକ ଦେଇ ଯାଇଥିବା ୫୩ ନଂ. ରାଜପଥ କଣିହାଁ ହାଟ ପଡ଼ିଆ ନିକଟ ରାସ୍ତା ଉପରେ ଖାଲଖମା ସୃଷ୍ଟି ହୋଇଛି।

ଜଳଖିଆ ଦୋକାନୀଙ୍କୁ  ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ  କୋର୍ଟ ଚାଲାଣ

ଜଳଖିଆ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ କୋର୍ଟ ଚାଲାଣ

ଭୁବନ,୧୮।୩(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ଗୁଜୁରିହାଟରେ ଜଳଖିଆ ଦୋକାନୀ ପ୍ରଫୁଲ୍ଲ ପୃଷ୍ଟି (୩୬)ଙ୍କୁ ରବିବାର ବିଳମ୍ବିତ ରାତିରେ  ମରଣାନ୍ତକ ଆକ୍ରମଣ ହୋଇଥିଲା। 

 ଦୋକାନୀକୁ ମରଣାତ୍ମକ ଆକ୍ରମଣ, ୨ କୋର୍ଟ ଚାଲାଣ

ଦୋକାନୀକୁ ମରଣାତ୍ମକ ଆକ୍ରମଣ, ୨ କୋର୍ଟ ଚାଲାଣ

ଭୁବନ,୧୮।୩(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଗୁଜୁରିହାଟରେ  ଜଳଖିଆ ଦୋକାନୀ ପ୍ରଫୁଲ୍ଲ ପୃଷ୍ଟି (୩୬)ଙ୍କୁ ଆକ୍ରମଣ ଘଟଣାରେ ସୋମବାର  ପୋଲିସ  ନିରଞ୍ଜନ ମହାପାତ୍ର (୪୯)ଓ ତାଙ୍କ ପୁଅ ଆକାଶ ମହାପାତ୍ର (୧୯)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। 

 ”ହକ୍‌ ମାଗୁଛି ଓଡିଶା“ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ: କେନ୍ଦ୍ର ବିରୋଧରେ ବର୍ଷିଲେ ଛାତ୍ର ଓ ଯୁବ ବିଜେଡି ନେତା

”ହକ୍‌ ମାଗୁଛି ଓଡିଶା“ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ: କେନ୍ଦ୍ର ବିରୋଧରେ ବର୍ଷିଲେ ଛାତ୍ର ଓ ଯୁବ ବିଜେଡି ନେତା

ପରଜଙ୍ଗ,୧୮।୩(ଡି.ଏନ.ଏ.): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ୧ନଂ ଜୋନର କୋଆଳୁ ପଞ୍ଚାୟତ ପରମହଂସ ପୁର ଛକ ନିକଟରେ ସୋମବାର ପରଜଙ୍ଗ ବ୍ଲକ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ”ହକ୍‌ ମାଗୁଛି ଓଡିଶା“ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି। 

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପରିବା ନଷ୍ଟ

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପରିବା ନଷ୍ଟ

ବଅଁରପାଳ,୧୮।୩(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସନ୍ତ୍ରୀ ଛକଠାରେ ଥିବା ଏକ ପରିବା ଦୋକାନରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି।

ଓକିଲ ସଂଘ ନିର୍ବାଚନ ପାଇଁ  ନାମାଙ୍କନପତ୍ର ଦାଖଲ

ଓକିଲ ସଂଘ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ

ଅନୁଗୁଳ ଅଫିସ୍‌ ୧୮।୩: ଅନୁଗୁଳ କୋର୍ଟ କାର୍ଯ୍ୟାଳୟରେ ଥିବା ନିର୍ବାଚନୀ କକ୍ଷରେ  ସୋମବାର ଓକିଲ ସଂଘର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି। 

ତାପମାତ୍ରା କମାଇବ ବାୟୋ ଆଜବେଷ୍ଟସ୍‌: ଶ୍ରୀୟଙ୍କାଙ୍କ ପ୍ରକଳ୍ପକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ତାପମାତ୍ରା କମାଇବ ବାୟୋ ଆଜବେଷ୍ଟସ୍‌: ଶ୍ରୀୟଙ୍କାଙ୍କ ପ୍ରକଳ୍ପକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ଢେଙ୍କାନାଳ ଅଫିସ, ୧୮।୩: ଗୁଜରାଟ ଗାନ୍ଧୀନଗରସ୍ଥିତ ନ୍ୟାଶନାଲ ଇନୋଭେଶନ ଫାଉଣ୍ଡେଶନ ସେଣ୍ଟରରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀ ‘ଫାଇନ୍‌ ଫେଷ୍ଟିଭାଲ ଅଫ୍‌ ଇନୋଭେଶନ ଆଣ୍ଡ ଇଣ୍ଟରପ୍ରିନ୍ୟୁଅରଶିପ୍‌’ରେ ପ୍ରକଳ୍ପ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଖଲିବୋରେଇସ୍ଥିତ ଉତ୍କଳ ଭାରତୀ ବିଦ୍ୟାପୀଠର ୧୦ମ ଶ୍ରେଣୀ ଛାତ୍ରୀ ଶ୍ରୀୟଙ୍କା ସାମଲ।

ଶିଳ୍ପାନୁଷ୍ଠାନ ଉପରେ ପ୍ରଶାସନର କର୍ତ୍ତୃତ୍ୱ ନାହିଁ: ହାତଟେକା ପାଣିକୁ ଚାହିଁ ବସିଛନ୍ତି  ଶିଳ୍ପ ପ୍ରଭାବିତ

ଶିଳ୍ପାନୁଷ୍ଠାନ ଉପରେ ପ୍ରଶାସନର କର୍ତ୍ତୃତ୍ୱ ନାହିଁ: ହାତଟେକା ପାଣିକୁ ଚାହିଁ ବସିଛନ୍ତି ଶିଳ୍ପ ପ୍ରଭାବିତ

ତାଳଚେର, ୧୮ା୩(ନି.ପ୍ର.)- ଖରାର ତେଜ ବଢିବା ସହ ଖଣି ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକରେ ଉତ୍କଟ ହେଲାଣି ପାଣି ସମସ୍ୟା। ଅନୁଗୋଳ ଜିଲା ତାଳଚେରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲାଣି।

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ପୌର କର୍ମଚାରୀଙ୍କୁ ଡେପୁଟେଶନରେ ପଠାଇଲେ

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ପୌର କର୍ମଚାରୀଙ୍କୁ ଡେପୁଟେଶନରେ ପଠାଇଲେ

ଅନୁଗୋଳ ଅଫିସ, ୧୮।୩: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ହେଁ ଅନୁଗୋଳ ପୌରପାଳିକାରେ ଏହାର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। 

ନିର୍ମାଣ ଶେଷ, କାର୍ଯ୍ୟକ୍ଷମ ହେଉନି

ନିର୍ମାଣ ଶେଷ, କାର୍ଯ୍ୟକ୍ଷମ ହେଉନି

ତାଳଚେର,୧୮ା୩(ନି.ପ୍ର.) କଣିହାଁ ବ୍ଲକ ବଡହୀରା ଗ୍ରାମରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବରରୁ ଶେଷ ହୋଇଥିଲେ ହେଁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। 

କଂଗ୍ରେସମୁହାଁ ନବୀନ ନନ୍ଦ: ଦଳରେ ବିଦ୍ରୋହ ସ୍ବର

କଂଗ୍ରେସମୁହାଁ ନବୀନ ନନ୍ଦ: ଦଳରେ ବିଦ୍ରୋହ ସ୍ବର

ଢେଙ୍କାନାଳ ଅଫିସ, ୧୮ା୩: ପୂର୍ବତନ ବିଧାୟକ ନବୀନ ନନ୍ଦ କଂଗ୍ରେସ ଟିକେଟରୁ ନିର୍ବାଚନରେ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା