ଅନଗୁଳ-ଢେଙ୍କାନାଳ

ବର୍ଷେ ହେଲା ପରିବାର କଲ୍ୟାଣ ଅସ୍ତ୍ରୋପଚାର ବନ୍ଦ: ଅପେକ୍ଷାରେ ୨ଶହ ମହିଳା

ବର୍ଷେ ହେଲା ପରିବାର କଲ୍ୟାଣ ଅସ୍ତ୍ରୋପଚାର ବନ୍ଦ: ଅପେକ୍ଷାରେ ୨ଶହ ମହିଳା

ବଅଁରପାଳ,୯।୧୨ (ଡି.ଏନ୍‌.ଏ.) ଛୋଟ ପରିବାର ଚାହୁଁଥିବା ଦମ୍ପତି ପରିବାର କଲ୍ୟାଣ ଅସ୍ତ୍ରୋପଚାର କଲେ ସେମାନଙ୍କୁ ମିଳିବ ପ୍ରୋତ୍ସାହନ ରାଶି। ମହିଳାଙ୍କ ପାଇଁ ଏହା କମ୍‌ ଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଅଧିକ ଅର୍ଥ ପ୍ରଦାନର ସରକାରୀ ବ୍ୟବସ୍ଥା ରହିଛି। ଜନସଂଖ୍ୟା ହ୍ରାସ ଦିଗରେ ସରକାର କରିଥିବା ଏହି ଯୋଜନା କିନ୍ତୁ ବଅଁରପାଳ ବ୍ଲକରେ ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏକ ବର୍ଷ ହେଲା ଅଞ୍ଚଳରେ ଏହି ଅସ୍ତ୍ରୋପଚାର କରାଯାଇ ନାହିଁ।

ପୂର୍ବରୁ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳାମାନେ ଏହ ଅସ୍ତ୍ରୋପଚାର  କରିପାରୁ ଥିଲେ। ମାତ୍ର ୩ ବର୍ଷ ହେଲା ଏହା ବନ୍ଦ ହୋଇଯାଇଛି। ପରେ ଏକ ଘରୋଇ ଚିକିତ୍ସା କେନ୍ଦ୍ରରେ ଅସ୍ତ୍ରୋପଚାର କରାଯାଉଥିଲା। କିନ୍ତୁ ସରକାରଙ୍କ ତରଫରୁ ଏ ବାବଦକୁ ଉପଯୁକ୍ତ ଅର୍ଥ ପଇଠ କରାଯାଇ ନ ଥିବାରୁ ସମ୍ପୃକ୍ତ ଘରୋଇ ଚିକିତ୍ସା କେନ୍ଦ୍ର ଆଉ ଏହି ଅପରେଶନ କରୁ ନ ଥିବା ଜଣାପଡ଼ିଛି। ଫଳରେ ୨୦୧୭ ଅକ୍ଟୋବରରୁ ଆଜି ପର୍ଯ୍ୟନ୍ତ ୧୪ ମାସ ହେଲା ଏହା ବନ୍ଦ ହୋଇଯାଇଛି। ୨୦୧୭ରେ ମୋଟ୍‌ ୧୬୨ ମହିଳା ପରିବାର କଲ୍ୟାଣ ଅପରେଶନ ହୋଇଥିଲେ। ଚଳିତ ବର୍ଷ ଜୁଲାଇରେ ଜନସଂଖ୍ୟା ସ୍ଥିରପକ୍ଷ ଅବସରରେ ମାତ୍ର ୪୨ ମହିଳା ଅସ୍ତ୍ରୋପଚାର କରିଛନ୍ତି। ସେବେଠାରୁ ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ବ୍ଲକ ଅଞ୍ଚଳରେ ପ୍ରାୟ ୨ ଶହରୁ ଊର୍ଦ୍ଧ୍ୱ ମହିଳା ପରିବାର କଲ୍ୟାଣ ଅସ୍ତ୍ରୋପଚାର ପାଇଁ ଅପେକ୍ଷାରତ ଥିବା ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଜଣାପଡ଼ିଛି। ଅପରେଶନ ହେଉଥିବା ମହିଳାଙ୍କ ପାଇଁ ୧୪ ଶହ ଟଙ୍କା ପ୍ରୋତ୍ସାହନ ରାଶି ଥିବାବେଳେ ପୁରୁଷଙ୍କ ନିମନ୍ତେ ୨ ହଜାର ଟଙ୍କା ରହିଛି। କିନ୍ତୁ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଏଥିପାଇଁ ୧ ହଜାର ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି। ତେବେ ୧ ବର୍ଷ ହେଲା ଏହି କାର୍ଯ୍ୟକ୍ରମ ବନ୍ଦ ହେବା ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖଦେଇଛି। ଏ ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନସ୍ବାସ୍ଥ୍ୟ ଅଧିକାରୀ ପୁଷ୍ପଲତା ପ୍ରଧାନ କୁହନ୍ତି, ୧ ବର୍ଷ ହେଲା ବ୍ଲକ ଅଞ୍ଚଳରେ ଏହି ଅସ୍ତ୍ରୋପଚାର ବନ୍ଦ ହୋଇଯାଇଛି। ତେଣୁ ଦୁଇ ଶହରୁ ଊର୍ଦ୍ଧ୍ୱ ମହିଳା ଅସ୍ତ୍ରୋପଚାର ନିମନ୍ତେ ଅପେକ୍ଷାରେ ରହିଛନ୍ତି। ଖୁବ୍‌ଶୀଘ୍ର ପୁନଶ୍ଚ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଯୋଜନା ରହିଛି।


All Right Reserved By

ଅନଗୁଳ-ଢେଙ୍କାନାଳ

ସମସ୍ତଙ୍କ ଉଦ୍ୟମରେ ସ୍ବାବଲମ୍ବୀ ହେବେ ଦିବ୍ୟାଙ୍ଗ

ସମସ୍ତଙ୍କ ଉଦ୍ୟମରେ ସ୍ବାବଲମ୍ବୀ ହେବେ ଦିବ୍ୟାଙ୍ଗ

ଭାପୁର, ୧୮।୧(ଡି.ଏନ୍‌.ଏ.)-ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ହେଲେ ସବୁସ୍ତରରୁ ଉଦ୍ୟମ ଜରୁରୀ। ସରକାରୀ ଯୋଜନା ଠିକ୍‌ ସମୟରେ ପହଞ୍ଚତ୍ ପାରିଲେ ସେମାନେ ସ୍ବାବଲମ୍ବୀ ହୋଇପାରିବେ। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଘଟିପିରିସ୍ଥିତ ଶଶିଭୂଷଣ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର  ଆୟୋଜିତ ଅର୍ନ୍ତର୍ନିବେଶୀ ଶିକ୍ଷା ସଚେତନତା କାର୍ଯ୍ୟକ୍ରମରେ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି। 

 ଜନହିତକର ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଅ

ଜନହିତକର ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଅ

ପରଜଙ୍ଗ,୧୮।୧(ଡି.ଏନ.ଏ.)- ପରଜଙ୍ଗ ପଞ୍ଚାୟତରେ ଶୁକ୍ରବାର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା,  ସମ୍ମାନିତ ଅତିଥି  ବିଡ଼ିଓ ବସନ୍ତ କୁମାର ମଲ୍ଲିକ, ସମିତିସଭ୍ୟ ମୀନକେତନ ସାମଲ, ଡବ୍ଲୁଓ ସ୍ବର୍ଣ୍ଣପ୍ରଭା ସେଠୀ, ପିଇଓ ଧୁର୍ବଚରଣ ନାୟକ, ନିର୍ମାଣ ଶ୍ରମିକ କୋଡ଼ିନେଟର ଦିଲୀପ ବର୍ମା, ଯୁବ ବିଜେଡି ସଭାପତି ସୁବ୍ରତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। 

ଆସନ୍ତା ୨୦ରେ ଫ୍ଲଡ ଲାଇଟ୍‌ ଫୁଟବଲ ଟୁର୍ନାମେଣ୍ଟ

ଅନୁଗୋଳ ଅଫିସ,୧୮।୧- ଅନୁଗୋଳ ଶିବା ଗ୍ରାଉଣ୍ଡରେ  ଆସନ୍ତା ୨୦ରେ  ଫ୍ଲଡ ଲାଇଟ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିରେ ୮ଟି ଦଳ ଅଶଂଗ୍ରହଣ କରିବେ। ମ୍ୟାଚ ଗୁଡ଼ିକ ନକ ଆଉଟ ପଦ୍ଧତିରେ ଖେଳାଯିବ। 

ଚକୋଲେଟ ଦେବାକୁ ଡାକିନେଇ  ୭ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କଲେ ଦାଦା

ଚକୋଲେଟ ଦେବାକୁ ଡାକିନେଇ ୭ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କଲେ ଦାଦା

ଛେଣ୍ଡିପଦା,୧୮।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା  ଅଞ୍ଚଳରେ ଜଣେ ୭ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କରାଯାଇଥିବା ନେଇ ଗୁରୁବାର ଥାନାରେ ଅଭିଯୋଗ ହୋଇଛି।

୩ରେ ଟାଟାଷ୍ଟିଲ ବିଏସ୍‌ଏଲ୍‌ର ‘ରନାଥନ୍‌’

୩ରେ ଟାଟାଷ୍ଟିଲ ବିଏସ୍‌ଏଲ୍‌ର ‘ରନାଥନ୍‌’

ଢେଙ୍କାନାଳ ଅଫିସ, ୧୮।୧: ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ବିଏସ୍‌ଏଲ୍‌ ପକ୍ଷରୁ ଫେବୃୟାରୀ ୩ରେ ଆୟୋଜିତ ହେବ ଗଣଦୌଡ଼ ‘ରନାଥନ୍‌’। କମ୍ପାନୀର ପ୍ରଥମ ସଂସ୍କରଣର ଏହି କାର୍ଯ୍ୟକ୍ରମ ଲାଗି ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । 

କାଠ ଚାଲାଣକାରୀଙ୍କୁ ଅନୁକମ୍ପା: ବଦଳିଲେ ଦଦରାଘାଟି ଫରେଷ୍ଟର

କାଠ ଚାଲାଣକାରୀଙ୍କୁ ଅନୁକମ୍ପା: ବଦଳିଲେ ଦଦରାଘାଟି ଫରେଷ୍ଟର

ପରଜଙ୍ଗ, ୧୮ା୧(ଡି.ଏନ୍‌.ଏ.) ଚୋରା କାଠ ଚାଲାଣକାରୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଦଦରାଘାଟି ଫରେଷ୍ଟର ରାମଚନ୍ଦ୍ର ରାଉତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଡିଏଫ୍‌ଓଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ  ଡିହଡୋଳ ସେକ୍ସନକୁ ବଦଳି କରାଯାଇଛି। 

ଅନୁଗୋଳ ବନମଣ୍ଡଳରେ ପକ୍ଷୀ, କୁମ୍ଭୀର ଗଣନା ଶେଷ:୧୬୩ ପ୍ରଜାତି ପକ୍ଷୀ, ୧୧୨ କୁମ୍ଭୀର

ଅନୁଗୋଳ ବନମଣ୍ଡଳରେ ପକ୍ଷୀ, କୁମ୍ଭୀର ଗଣନା ଶେଷ:୧୬୩ ପ୍ରଜାତି ପକ୍ଷୀ, ୧୧୨ କୁମ୍ଭୀର

ବନ୍ତଳା, ୧୮ା୧(ଡି.ଏନ.ଏ.)-ଅନୁଗୋଳ ଜିଲା ବନମଣ୍ଡଳ (ସର୍କଲ) ବା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଅଧୀନ ବନଖଣ୍ଡଗୁଡ଼ିକରେ ପକ୍ଷୀ ଓ କୁମ୍ଭୀର ଗଣନା ଶେଷହୋଇଛି। ଅନୁଗୋଳ ବନଖଣ୍ଡ, ସାତକୋଶିଆ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ, ଆଠମଲ୍ଲିକ, ଆଠଗଡ଼, କଟକ, ଯାଜପୁର ଆଦି ୭ ବନଖଣ୍ଡକୁ ନେଇ ଗଠିତ ଏହି ବନମଣ୍ଡଳରେ ୧୬୩ ପ୍ରଜାତିର ୬୨,୩୦୦ ପକ୍ଷୀ ରହିଛନ୍ତି। 

କାର୍ଯ୍ୟକାରୀ ହେଉନି ଆର୍‌ପିଡିଏସି ନିଷ୍ପତ୍ତି: ବୈଠକ ବର୍ଜନ କଲେ ଲୋକ ପ୍ରତିନିଧି

କାର୍ଯ୍ୟକାରୀ ହେଉନି ଆର୍‌ପିଡିଏସି ନିଷ୍ପତ୍ତି: ବୈଠକ ବର୍ଜନ କଲେ ଲୋକ ପ୍ରତିନିଧି

ଅନୁଗୋଳ ଅଫିସ,୧୮।୧: ଆର୍‌ପିଡିଏସି ବୈଠକରେ ହୋଇଥିବା ନିଷ୍ପତ୍ତିକୁ ଏନ୍‌ଟିପିସି କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରୁନାହାନ୍ତି। ଗୁରୁବାର ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ୮ମ ଆର୍‌ପିଡିଏସି ବୈଠକରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜନ ପ୍ରତିନିଧି। ସେମାନେ କମ୍ପାନୀର କାର୍ଯ୍ୟାବଳୀକୁ ଖୋଲାଖୋଲି ବିରୋଧ କରିବା ସହ ବୈଠକ ବର୍ଜନ କରିଛନ୍ତି।

ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ

ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ

ବନ୍ତଳା, ୧୮ା୧(ଡି.ଏନ.ଏ.)ଅନୁଗୋଳ ଥାନା ଶାବଳଭଙ୍ଗା ଶୈବ ପୀଠରେ ଗତ ୧୪ ତାରିଖରେ ଅନୁଷ୍ଠିତ ମକରମେଳାରେ କେତେଜଣ ମହିଳାଙ୍କୁ କମେଣ୍ଟ ମାରିବାକୁ କେନ୍ଦ୍ର କରି ଶାବଳଭଙ୍ଗା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଛି। ଏ ନେଇ ଗୁରୁବାର ଥାନାରେ ଅଭିଯୋଗ ହୋଇଛି। 

ଆମ୍ବେଡ୍‌କରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା: ଗର୍ଜିଲା ଆଞ୍ଚଳିକ ଦଳିତ ମହାସଂଘ

ଆମ୍ବେଡ୍‌କରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା: ଗର୍ଜିଲା ଆଞ୍ଚଳିକ ଦଳିତ ମହାସଂଘ


ପରଜଙ୍ଗ, ୧୭।୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବାବାସାହେବ ଆମ୍ବେଡ୍‌କରଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣା ପ୍ରତିବାଦରେ ଗର୍ଜିଛି ଆଞ୍ଚଳିକ ଦଳିତ ମହାସଂଘ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଗୁରୁବାର ବ୍ଲକ ଅଫିସ ସମ୍ମୁଖରେ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କର୍ମକର୍ତ୍ତାମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି। 

‘କାଳିଆ’ରୁ ବଞ୍ଚିତ ସହରାଞ୍ଚଳ ଚାଷୀ

‘କାଳିଆ’ରୁ ବଞ୍ଚିତ ସହରାଞ୍ଚଳ ଚାଷୀ

ଭୁବନ,୧୭ା୧(ଡି.ଏନ.ଏ.)-ଭୁବନ କୃଷକ ସମାଜର୨୦ତମ ବାର୍ଷକ ଉତ୍ସବ ସ୍ଥାନୀୟ ସଂଘ କାର୍ଯ୍ୟାଳୟରେ ଗୁରୁବାର ପାଳିତ ହୋଇଯାଇଛି। ସଭାପତି ବାସୁଦେବ ଗୁରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଚାଷୀ ଓ ଚାଷର ବିକାଶ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି କୃଷିଭିତ୍ତିକ ଯୋଜନା ‘କାଳିଆ’। ତେବେ ସହରାଞ୍ଚଳର ଚାଷୀଙ୍କୁ ଏହି ବହୁମୁଖୀ ଯୋଜନାରେ ସାମିଲ କରାଯାଉନାହିଁ। ଏ ନେଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ସେ କହିଥିଲେ।

ଟିଟିପିଏସ୍‌ ଫାଟକ ସମ୍ମୁଖରେ ଅନଶନ

ଟିଟିପିଏସ୍‌ ଫାଟକ ସମ୍ମୁଖରେ ଅନଶନ

ତାଳଚେର, ୧୭ା୧(ନି.ପ୍ର.)- ୩ ଦଫା ଦାବି ନେଇ ସାମାଜିକ କର୍ମୀ ବିଷ୍ଣୁମୋହନ ରଥ ସୋମବାର ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ(ଟିଟିପିଏସ) ମୁଖ୍ୟ ଫାଟକ ସମ୍ମୁଖରେ ଅନଶନରେ ବସିଛନ୍ତି ା