ଉପକୂଳ ଓଡିଶା

କୃଷ୍ଣପ୍ରସାଦରେ କାଉ ମଡକ : ବାର୍ଡଫ୍ଲୁ ଆଶଙ୍କା କରି ଲୋକେ ଭୟଭୀତ

କୃଷ୍ଣପ୍ରସାଦରେ କାଉ ମଡକ : ବାର୍ଡଫ୍ଲୁ ଆଶଙ୍କା କରି ଲୋକେ ଭୟଭୀତ

କୃଷ୍ଣପ୍ରସାଦ,୯ା୧୨ (ଡି.ଏନ.ଏ.)- ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କିଛିଦିନ ଧରି କାଉ ମୃତ୍ୟୁ ହେଉଥିବା ଦେଖାଯାଉଛି। ଏହାକୁ ନେଇ ଲୋକେ ବାର୍ଡଫ୍ଲୁ ଆଶଙ୍କା କରି ଭୟଭୀତ ହୋଇପଡିଛନ୍ତି। ବ୍ଲକ ସଦର ସମେତ ମାଲୁଦ, ବୁଦ୍ଧିବର, ଡିଆକୁଦା, ମଲେଶ୍ୱରୀ, ସିଆଳ, ପଥରଗଞ୍ଜ, ଚାରିଛକ, ଚିଲିକା ନୂଆପଡା ଆଦି ଅଞ୍ଚଳରେ କାଉ ମୃତ୍ୟୁ ଘଟୁଛି। କେତେକ କୁକୁଡା ଫାର୍ମରେ ମଧ୍ୟ କୁକୁଡାଙ୍କ ମୃତ୍ୟୁ ଘଟୁଥିବା ଜଣାଯାଇଛି। ପ୍ରାୟ ପ୍ରତିଦିନ ଏଭଳି ଘଟଣା ଘଟୁଥିଲେ ମଧ୍ୟ ବିଭାଗୀୟ କର୍ମଚାରୀଙ୍କ ନିକଟରେ କୌଣସି ଖବର ନାହିଁ। ସ୍ଥାନୀୟ ଲୋକେ ବାର୍ଡଫ୍ଲୁ ଆଶଙ୍କା କରୁଥିବାବେଳେ ମୃତ କାଉ କିମ୍ବା କୁକୁଡାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉନାହିଁ ା ଫଳରେ ଆଗାମୀ ଦିନରେ ସାଧାରଣ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଏହାଛଡା ବର୍ତ୍ତମାନ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ହେଉଥିବାବେଳେ ବାର୍ଡଫ୍ଲୁ ବ୍ୟାପୀ ସେମାନଙ୍କ ଜୀବନ ହାନି ଘଟିବା ଆଶଙ୍କା ରହିଛି ା ଏଥିପ୍ରତି ପ୍ରାଣୀ ଚିକିତ୍ସକ, ବନ୍ୟପ୍ରାଣୀ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି। 

All Right Reserved By

ଉପକୂଳ ଓଡିଶା

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା କଳିଙ୍ଗ କାଲସିନର କାର୍ବନ କାରଖାନା

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା କଳିଙ୍ଗ କାଲସିନର କାର୍ବନ କାରଖାନା

ପାରାଦୀପ,୨୫ା୩(ସ୍ବ.ପ୍ର.): ପାରାଦୀପ ଦୋଛକିଠାରେ ମନିହର ଗ୍ରୁପ୍‌ ଦ୍ୱାରା ପରିଚାଳିତ ହେଉଥିବା କଳିଙ୍ଗ କାଲସିନର କାର୍ବନ କାରଖାନାରେ ଶନିବାର ରାତିରେ ବିସ୍ଫୋରଣ ଘଟିଥିଲା। ଉକ୍ତ ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିଲେ ହେଁ କାରଖାନାରେ ବ୍ୟାପକ କ୍ଷତ ହୋଇଥିବା ଜଣାଯାଇଛି। 

 ମେଳଣ ପଡିଆରେ ୨୦ରୁ ଊର୍ଦ୍ଧ୍ୱ ବିମାନ

ମେଳଣ ପଡିଆରେ ୨୦ରୁ ଊର୍ଦ୍ଧ୍ୱ ବିମାନ

କେନ୍ଦ୍ରାପଡା ଅଫିସ, ୨୫ା୩- କେନ୍ଦ୍ରାପଡ଼ା ସହରରେ ପଞ୍ଚୁଦୋଳ ଓ ରଙ୍ଗ  ଖେଳ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି ା ପଞ୍ଚୁଦୋଳ ମେଳଣ ପାଇଁ   ରବିବାର ରାତିରୁ ସହର ପୁରୁଣା ବସଷ୍ଟାଣ୍ଡରେ ଶ୍ରୀଜୀଉଙ୍କ ମେଳଣ ଆରମ୍ଭ ହୋଇଥିଲା

 ଧର୍ମଶାଳା ମୁନସୀ ମେଲଣ ଉଦ୍‌ଯାପିତ

ଧର୍ମଶାଳା ମୁନସୀ ମେଲଣ ଉଦ୍‌ଯାପିତ

ଧର୍ମଶାଳା,୨୫ା୩(ଡି.ଏନ୍‌.ଏ.)-  ପ୍ରସିଦ୍ଧ ଶତାୟୁ ଐତିହାସିକ ଧର୍ମଶାଳା ମୁନସୀ ମେଲଣ ସୋମବାର ଉଦ୍‌ଯାପିତ ହୋଇଯାଇଛି ।

କଲେଜ ଅଧ୍ୟକ୍ଷଙ୍କୁ ଉଠାଇ ନେଲେ ଯୁବକ

କଲେଜ ଅଧ୍ୟକ୍ଷଙ୍କୁ ଉଠାଇ ନେଲେ ଯୁବକ

ରଣପୁର,୨୫ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ଦର୍ପନାରାୟଣପୁର କଲେଜ ଅଧ୍ୟକ୍ଷଙ୍କୁ ସୋମବାର ଅପରାହ୍ନରେ ମୁହଁରେ କଳାକପଡ଼ା ବାନ୍ଧିଥିବା ଦୁଇ ଯୁବକ କଲେଜ ଭିତରୁ ଉଠାଇ ନେଇ ଇଟାମାଟି ଥାନା ଲାଠିପଡ଼ା ଗ୍ରାମରେ ଏକ କୋଠରିରେ ବନ୍ଦ କରି ରଖିଥିଲେ।

କଣିଆ-ଥାଇଳୋ ରାସ୍ତାରେ ଗୁଳିକାଣ୍ଡ : ଅଭିଯୁକ୍ତଙ୍କୁ ଗିରଫ ନ କଲେ ଥାନା ଘେରାଉ

କଣିଆ-ଥାଇଳୋ ରାସ୍ତାରେ ଗୁଳିକାଣ୍ଡ : ଅଭିଯୁକ୍ତଙ୍କୁ ଗିରଫ ନ କଲେ ଥାନା ଘେରାଉ

ବାଲିକୁଦା,୨୫ା୩(ସ୍ବ.ପ୍ର.): ବାଲିକୁଦା ଥାନା କଣିଆ-ଥାଇଳୋ ରାସ୍ତାରେ ୫ଦିନ ତଳେ ହୋଇଥିବା ଗୁଳିମାଡ଼ ଘଟଣାରେ ପୋଲିସ ଅଦ୍ୟାବଧି ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। 

ପିଡିଏର ଜାଗା ବିକ୍ରିକୁ ନେଇ ତୀବ୍ର ଉତ୍ତେଜନା : ନିର୍ମାଣ ବନ୍ଦ କଲେ ତହସିଲଦାର

ପିଡିଏର ଜାଗା ବିକ୍ରିକୁ ନେଇ ତୀବ୍ର ଉତ୍ତେଜନା : ନିର୍ମାଣ ବନ୍ଦ କଲେ ତହସିଲଦାର

କୁଜଙ୍ଗ,୨୫ା୩(ସ୍ବ.ପ୍ର.): କୁଜଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖ ଏକ ସରକାରୀ ଜାଗାକୁ ପିଡିଏ(ପାରାଦୀପ ଡେଭଲପ୍‌ମେଣ୍ଟ ଅଥରିଟି) ପକ୍ଷରୁ ବେଆଇନ ଭାବରେ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। 

ଠକାମୀ: ରେଲ୍‌ୱେ ଟିକେଟ୍‌ ଟଙ୍କା ଫେରସ୍ତ ଘଟଣା, ଜମାଖାତାରୁ ଲୁଟି ନେଲେ ୧ଲକ୍ଷ ୭ହଜାର ଟଙ୍କା

ଠକାମୀ: ରେଲ୍‌ୱେ ଟିକେଟ୍‌ ଟଙ୍କା ଫେରସ୍ତ ଘଟଣା, ଜମାଖାତାରୁ ଲୁଟି ନେଲେ ୧ଲକ୍ଷ ୭ହଜାର ଟଙ୍କା

ରଣପୁର,୨୪ା୩(ସ୍ବ.ପ୍ର.)-ଠକମାନେ ବିଭିନ୍ନ ଉପାୟରେ ବ୍ୟାଙ୍କ ଜମାଖାତାରୁ ଅନ୍ୟଜଣଙ୍କ ଟଙ୍କା ଉଠାଇ ଦେଇଥିବାବେଳେ ଏବେ ଏକ ଭିନ୍ନ ଉପାୟରେ ଠକାମୀର ଶିକାର ହୋଇଛନ୍ତି ଜଣେ ଜମାକାରୀ। ରେଲ୍‌ୱେ ଟିକେଟ୍‌ ଟଙ୍କା ତୁମ ଆକାଉଣ୍ଟରେ ଫେରସ୍ତ କରିବାକୁ କହି ନୟାଗଡ ଜିଲା ରଣପୁର ଥାନା ଲେଖନପୁର ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଜମାଖାତାରୁ ଶନିବାର ୧ଲକ୍ଷ ୭ହଜାର ୮୧୭ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। 

‘ଆତ୍ମଜୀବନୀ ସଂଘର୍ଷ, ସଂଗ୍ରାମ ପାଇଁ ଉତ୍ସାହ’

‘ଆତ୍ମଜୀବନୀ ସଂଘର୍ଷ, ସଂଗ୍ରାମ ପାଇଁ ଉତ୍ସାହ’

ଧର୍ମଶାଳା,୨୪।୩ (ଡି.ଏନ୍‌.ଏ.)-  ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକାସ୍ଥିତ କଳ୍ପତରୁ ଦାସ ଇଣ୍ଡୋର ଷ୍ଟାଡିୟମ ପରିସରରେ ରବିବାର କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଗୋକର୍ଣ୍ଣିକା ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ ଏକ ଜାତୀୟ ଆଲୋଚନାଚକ୍ର ଓ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ‘ଓଡ଼ିଆ ଜୀବନୀ ଓ ଆତ୍ମଜୀବନ ସାହିତ୍ୟ ଶୀର୍ଷକ’ ଆଲୋଚନା ସଭାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ଅବସରପ୍ରାପ୍ତ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଉଦ୍‌ଘାଟନ କରିଥିଲେ। 

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବରୀ,୨୪ା୩(ସ୍ବ.ପ୍ର.)- ବରୀ ଥାନା ଅଧୀନ ମେଦୁଆକୂଳ ଗ୍ରାମର ଏକ ନାଳରୁ ରବିବାର ଜଣେ ନିଖୋଜ ବୃଦ୍ଧ ଉଦ୍ଧାର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ଅଲେଖ ଚନ୍ଦ୍ର ଦାସ (୬୦)। ରବିବାର ସକାଳେ ଗ୍ରାମ ନିକଟ ଏକ ନାଳରେ ବୃଦ୍ଧା ଜଣକ ଭାସୁଥିବାର ଗ୍ରାମଲୋକେ ଦେଖିଥିଲେ। 

ଅଢଙ୍ଗଗଡ଼ ବରିଷ୍ଠ ନାଗରିକ ମଞ୍ଚ ଅଧିବେଶନ: ସାମାଜିକ ବିକାଶକୁ ଗୁରୁତ୍ୱ

ଅଢଙ୍ଗଗଡ଼ ବରିଷ୍ଠ ନାଗରିକ ମଞ୍ଚ ଅଧିବେଶନ: ସାମାଜିକ ବିକାଶକୁ ଗୁରୁତ୍ୱ

ବିରିଡି,୨୪।୩(ଡି.ଏନ.ଏ): ବିରିଡ଼ି ବ୍ଲକ ଅଢଙ୍ଗଗଡ଼ ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବାର୍ଷିକ ସାଧାରଣ ଅଧିବେଶନ ମହାପୁରୁଷ ଯଶୋବନ୍ତ ଦାସଙ୍କ ଦର୍ଶନ ମଣ୍ଡପଠାରେ ରବିବାର ଅନୁଷ୍ଠିତ ହୋଇଛି। ମଞ୍ଚର ସଭାପତି ପଦ୍ମନାଭ ଭୋଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଜଗତସିଂହପୁର ଜିଲା ବରିଷ୍ଠ ନାଗରିକ ସଂଘ ସେଲର ଆଇନ ଉପଦେଷ୍ଟା ଧୀରେନ୍ଦ୍ର ନାଥ ଆଚାର୍ଯ୍ୟ ଯୋଗ ଦେଇଥିଲେ। 

ଶ୍ୟାମସୁନ୍ଦରପୁର ଦୋଳ ମେଳଣ

ଶ୍ୟାମସୁନ୍ଦରପୁର ଦୋଳ ମେଳଣ

କେନ୍ଦ୍ରାପଡା ଅଫିସ, ୨୪ା୩- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ପ୍ରସିଦ୍ଧ ମହାନ୍ତି ସାହି ମେଳଣ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ୯ଟି ସୁସଜ୍ଜିତ ବିମାନରେ ଶ୍ରୀଜୀଉମାନେ ପ୍ରତ୍ୟୁଷରେ ବାହାରି ବାଜା ଓ ରୋଷଣୀ ସହ ମେଳଣ ପଡିଆରେ ପହଞ୍ଚତ୍ଥିଲେ ।

ଚଉଦକୁଲାଟ ଛାମୁ ମେଳଣ ଶେଷ

ଚଉଦକୁଲାଟ ଛାମୁ ମେଳଣ ଶେଷ

କେନ୍ଦ୍ରାପଡା ଅଫିସ, ୨୪ା୩- କେନ୍ଦ୍ରାପଡାର ଚଉଦକୁଲାଟସ୍ଥିତ ଶ୍ରୀ ଦଧିବାମନଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରବିବାର ଛାମୁ ମେଳଣ ଶେଷ ହୋଇଛି ା ଏହି ମେଳଣରେ ଆଖପାଖ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ୱ ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସାମିଲ ହୋଇଥିଲେ ା 


Model This Week

ରଶ୍ମି
Why Dharitri