ରାଜ୍ୟ | ଉପକୂଳ ଓଡିଶା

ଜିଲାରେ ଏକମାତ୍ର ଶିଳ୍ପ କାରଖାନାରେ ତାଲା : ୪ବର୍ଷ ହେଲା ବନ୍ଦ ପଡ଼ିଛି

ଜିଲାରେ ଏକମାତ୍ର ଶିଳ୍ପ କାରଖାନାରେ ତାଲା : ୪ବର୍ଷ ହେଲା ବନ୍ଦ ପଡ଼ିଛି

ନୟାଗଡ଼ ଅଫିସ,୯ା୧୨- ନୟାଗଡ଼ ଜିଲାରେ ଏକମାତ୍ର ଶିଳ୍ପ ଭାବେ ପରିଗଣିତ ହେଉଥିବା ଚିନିକଳରେ ୨୦୧୪ ମସିହାରୁ ତାଲା ପଡ଼ିଛି। ଏହାକୁ ଖୋଲିବା ନେଇ ନା ଅଛି ରାଜନୈତିକ ଇଚ୍ଛାଶକ୍ତି ନା ପ୍ରଶାସନିକ ଆନ୍ତରିକତା। ଫଳରେ ଲୋକମାନେ ପୂର୍ବଭଳି ରାଜ୍ୟ ବାହାରକୁ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ କାରଖାନା ସୁରକ୍ଷା ନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ପଡ଼ି ନଷ୍ଟ ହେଉଛି। ୫ଟି ସେକ୍ସନରେ ଥିବା ମେଶିନ୍‌ ଖତ ଖାଉଥିବାବେଳେ ଏହା ପରିସରରେ ଥିବା ମୂଲ୍ୟବାନ କାଠ ଚୋରି ହେବାରେ ଲାଗିଛି। କିଛିଦିନ ତଳେ ଏଠାରୁ ଜଣେ ବ୍ୟକ୍ତି ଯନ୍ତ୍ରାଂଶ ଚୋରି କରି ଗିରଫ ହୋଇଥିଲେ। ସୁରକ୍ଷା ପାଇଁ ଜଣେ ସିକ୍ୟୁରିଟି ଥିଲେ ମଧ୍ୟ ଚୋର ସୁଯୋଗ ଉଣ୍ଡି ଚୋରି କରିବାରେ ଲାଗିଛନ୍ତି। 

   ନୟାଗଡ଼ ଜିଲାର ଜଳବାୟୁ ଓ ମାଟି ଆଖୁଚାଷ ପାଇଁ ଅନୁକୂଳ ହୋଇଥିବାରୁ ଜିଲାର ବହୁ ଜମିରେ ଚାଷୀମାନେ ଆଖୁଚାଷ କରୁଥିଲେ। ଜିଲାରେ ଉପତ୍ାଦିତ ଆଖୁ ତା’ର ଗୁଣବତ୍ତା ପାଇଁ ସମଗ୍ର ଭାରତବର୍ଷରେ ବେଶ ନାଁ କମାଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଖୁଚାଷୀଙ୍କୁ ଅଧିକ ଲାଭ ଦେବା ଉଦ୍ଦେଶ୍ୟରେ ୮୦ ଦଶକରେ ନୟାଗଡ଼ରେ ସମବାୟ ଭିତ୍ତିରେ ଏକ ଚିନିକଳ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ୧୯୮୧ ମସିହାରେ ନୟାଗଡ଼ରେ ଚିନିକଳ ପ୍ରତିଷ୍ଠା ପ୍ରସ୍ତାବକୁ ରାଜ୍ୟ ଶିଳ୍ପ ବିଭାଗ ଅନୁମୋଦନ କରିଥିଲା। ୧୯୮୪ ଏପ୍ରିଲ ମାସରେ ନୟାଗଡ଼ ସହରଠାରୁ ୫ କିଲୋମିଟର ଦୂର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ପାଣିପୋଇଲାଠାରେ ୧୪୩ ଏକର ଜାଗାରେ ଶିଳାନ୍ୟାସ କରାଗଲା। ୧୯୮୫ରୁ ୧୯୮୮ ମସିହା ମଧ୍ୟରେ ୧୮କୋଟି ଟଙ୍କା ବ୍ୟୟରେ ଚିନିକଳ ପ୍ରତିଷ୍ଠା ହେଲା। ୧୯୮୮ରେ ଏଥିରୁ ଉପତ୍ାଦନ ଆରମ୍ଭ ହେଲା। କିନ୍ତୁ ପରିଚାଳନାଗତ ତ୍ରୁଟି ଯୋଗୁ ଚିନିକଳ ବାରମ୍ବାର କ୍ଷତିରେ ଚାଲିବା ସହ ଆଖୁଚାଷୀ ଓ କାରଖାନା କର୍ମଚାରୀମାନେ ତାଙ୍କ ପ୍ରାପ୍ୟ ପାଇପାରିଲେ ନାହିଁ । ମାତ୍ର ୨ବର୍ଷ ଚାଲିବା ପରେ ଚିନିକଳ ବନ୍ଦ ହେବା ଅବସ୍ଥାକୁ ଚାଲିଆସିବାରୁ ସରକାର ଏହାକୁ ତାମିଲନାଡ଼ୁର ଧରଣୀ ସୁଗାର୍ସ ନାମକ ଏକ କମ୍ପାନୀକୁ ଲିଜ୍‌ ସୂତ୍ରରେ ୧୨ବର୍ଷ ପାଇଁ ହସ୍ତାନ୍ତର କରିଦେଲେ। ଧରଣୀ ସୁଗାର୍ସ କିଛିବର୍ଷ ଏହାକୁ ଚଳାଇବା ପରେ ଆଖୁଚାଷୀ ଓ କର୍ମଚାରୀମାନଙ୍କ କୋଟି କୋଟି ଟଙ୍କା ନ ଦେଇ ରାତିଅଧିଆ ଚମ୍ପଟ ମାରିଲା। ପରେ ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଏହା ବନ୍ଦ ରହିଲା। ୨୦୦୪ ଜୁନ୍‌ ମାସରେ ସରକାର ଚିନିକଳକୁ ମାତ୍ର ୫ କୋଟି ଟଙ୍କାରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କୁ ହସ୍ତାନ୍ତର କଲେ। ହେଲେ ଶିଳ୍ପପତି ମିଶ୍ର ୨୦୧୨ରୁ ୨୦୧୪ ମସିହା ମଧ୍ୟରେ ଚିନିକଳ କର୍ମଚାରୀ ଓ ଆଖୁ ଦେଇଥିବା ଚାଷୀଙ୍କର ପ୍ରାୟ ୪ କୋଟି ଟଙ୍କା ନ ଦେଇ ୨୦୧୪ ମାର୍ଚ୍ଚ ୪ ତାରିଖ ରାତିରେ ଚିନି କଳରେ ତାଲା ଝୁଲାଇ ଦେଇଥିଲେ। ସେହି ଦିନଠାରୁ ନୟାଗଡ଼ ଚିନିକଳ ବନ୍ଦ ପଡ଼ିଛି। ଯେଉଁମାନେ ଆଖୁଚାଷ କରୁଥିଲେ ସେମାନେ ସେଠାରେ କିଛିବର୍ଷ ଧାନଚାଷ କଲେ। ହେଲେ ଲାଭ ନ ହେବାରୁ ବିଲ ପଡ଼ିଆ ପକାଇ ବାହାରକୁ ଦାଦନ ଖଟିବାକୁ ଚାଲିଗଲେଣି। ଅନ୍ୟପଟେ ଯେଉଁମାନେ ଆଖୁଚାଷ କରିଛନ୍ତି ସେମାନେ ନିଜେ ଗୁଡ଼ ତିଆରି କରି ବିକ୍ରି କରୁଥିବା ଦେଖିବାକୁ ମିଳୁଛି।  ଚିନି କଳ ଚଳାଇବା ସହ ଆଖୁ ଚାଷୀ ଓ କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ରାଜ୍ୟ ସଚିବାଳୟରେ ଏକାଧିକ ଥର ତ୍ରିପାକ୍ଷିକ ଆଲୋଚନା ହୋଇଛି। ବିଧାନସଭାରେ ମଧ୍ୟ ଆଲୋଚନା ହୋଇଛି। କିନ୍ତୁ ସବୁ ଫସର ଫାଟିଛି। ଯାହାକୁ ନେଇ ଆଖୁଚାଷୀଙ୍କ ମଧ୍ୟରେ ହତାଶା ଭାବ ଦେଖାଦେଇଛି। ଏହାର ସମାଧାନ ପାଇଁ କେହି ମୁହଁ ଫିଟାଇବାକୁ ନାହାନ୍ତି। କହିଲେ କହୁଛନ୍ତି ରାଜ୍ୟ ସରକାର ଏ ବାବଦରେ ବୁଝୁଛନ୍ତି।

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା କଳିଙ୍ଗ କାଲସିନର କାର୍ବନ କାରଖାନା

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା କଳିଙ୍ଗ କାଲସିନର କାର୍ବନ କାରଖାନା

ପାରାଦୀପ,୨୫ା୩(ସ୍ବ.ପ୍ର.): ପାରାଦୀପ ଦୋଛକିଠାରେ ମନିହର ଗ୍ରୁପ୍‌ ଦ୍ୱାରା ପରିଚାଳିତ ହେଉଥିବା କଳିଙ୍ଗ କାଲସିନର କାର୍ବନ କାରଖାନାରେ ଶନିବାର ରାତିରେ ବିସ୍ଫୋରଣ ଘଟିଥିଲା। ଉକ୍ତ ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିଲେ ହେଁ କାରଖାନାରେ ବ୍ୟାପକ କ୍ଷତ ହୋଇଥିବା ଜଣାଯାଇଛି। 

ରାସ୍ତା ଉପରେ ନିର୍ମାଣ ସାମଗ୍ରୀ: ଯାତାୟତ ବାଧାପ୍ରାପ୍ତ

ରାସ୍ତା ଉପରେ ନିର୍ମାଣ ସାମଗ୍ରୀ: ଯାତାୟତ ବାଧାପ୍ରାପ୍ତ

ଖୋର୍ଦ୍ଧା ଅଫିସ,୨୫ା୩: ଖୋର୍ଦ୍ଧା ସହରର ହଡାଛକ ଠାରୁ ବରୁଣେଇ ସାହି ରାସ୍ତାର ଗୋପିନାଥ ମନ୍ଦିର ସମ୍ମୁଖରେ ଗୋଡି ଓ ଲୁହା ରଡ ଗଦା ହୋଇଛି। 

ଜବରଦଖଲରେ ବିଶ୍ରାମାଗାର  ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ଧାରଣା

ଜବରଦଖଲରେ ବିଶ୍ରାମାଗାର ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ଧାରଣା

ଭୋଗରାଇ,୨୫।୩(ଡି.ଏନ.ଏ.)-ସରକାରୀ ଗୃହ ଜବରଦଖଲମୁକ୍ତ ଦାବିରେ ଭୋଗରାଇ ବ୍ଲକ ଜୟରାମପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସୋମବାର ଭୋଗରାଇ ତହସିଲ କାର୍ଯ୍ୟାଳୟରେ ୪ ଘଣ୍ଟା ପ୍ରତୀକ ଧାରଣା ଦେଇଥିଲେ। 

ଖୁମକୁଟ୍‌ଠାରେ ହାତୀଛୁଆ ମୃତ

ଖୁମକୁଟ୍‌ଠାରେ ହାତୀଛୁଆ ମୃତ

ସଜନାଗଡ଼, ୨୫।୩(ଡି.ଏନ.ଏ.)-ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଅଭୟାରଣ୍ୟର ଖୁମକୁଟ୍‌ଠାରେ ଏକ ଛୁଆହାତୀର ମୃତ୍ୟୁ ଘଟିଛି। ଏହା ଏକ ଅଣ୍ଡିରା ହାତୀ ଛୁଆ ଏବଂ ଏହାର ବୟସ ୧୦ବର୍ଷ। ଛୁଆହାତୀର ମୃତ୍ୟୁ ରକ୍ତହୀନତା କାରଣରୁ ହୋଇପାରେ ବୋଲି ଅନୁମାନ କରାଯାଉଛି। 

ଧାମରା ବନ୍ଦରରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଧାମରା ବନ୍ଦରରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଚାନ୍ଦବାଲି, ୨୫।୩ (ଡି.ଏନ.ଏ) - ଭଦ୍ରକ ଜିଲା ଧାମରା ବନ୍ଦରରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କର ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। 

ଅତାବିରା ଆସନ ପାଇଁ ସ୍ନେହାଙ୍ଗିନୀ ଭରିଲେ ନାମାଙ୍କନ

ଅତାବିରା ଆସନ ପାଇଁ ସ୍ନେହାଙ୍ଗିନୀ ଭରିଲେ ନାମାଙ୍କନ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ସୋମବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ତଥା ଏଥରର ଦଳୀୟ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ କରିଛନ୍ତି ।

ନାମାଙ୍କନ ଭରିଲେ ସୁରେଶ ପୂଜାରୀ

ନାମାଙ୍କନ ଭରିଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ୍‌, ୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

  ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ସୋମବାର ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଜିଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ କଲେ ପ୍ରସନ୍ନ

ନାମାଙ୍କନ ଦାଖଲ କଲେ ପ୍ରସନ୍ନ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ପାଟଣାଗଡ଼,୨୫।୩(ଡି.ଏନ୍‌.ଏ.):  ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ମଧ୍ୟାହ୍ନ ୧୨ ଟାରେ କନକ ବର୍ଦ୍ଧନ ସିଂଦେଓ ପାଟଣାଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 

ବିଜେପୁର ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ

ବିଜେପୁର ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ

ପଦ୍ମପୁର,୨୫।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ପ୍ରାର୍ଥିପତ୍ର ଦାଖଲ କଲେ ଅଚ୍ୟୁତ ସାମନ୍ତ

ପ୍ରାର୍ଥିପତ୍ର ଦାଖଲ କଲେ ଅଚ୍ୟୁତ ସାମନ୍ତ

ଫୁଲବାଣୀ ଅଫିସ, ୨୫।୩: କନ୍ଧମାଳ ଲୋକ ସଭା ଆସନ ପାଇଁ  ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଜିଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 


Model This Week

ରଶ୍ମି
Why Dharitri