ରାଜ୍ୟ | ଉପକୂଳ ଓଡିଶା

ନୟାଗଡ଼ରେ କଙ୍ଗାରୁ କୋର୍ଟ: ଜରିମାନା ନ ଦେବାରୁ ପରିବାର ବାସନ୍ଦ

ନୟାଗଡ଼ରେ  କଙ୍ଗାରୁ କୋର୍ଟ: ଜରିମାନା ନ ଦେବାରୁ ପରିବାର ବାସନ୍ଦ

ରଣପୁର,୯।୧୨(ସ୍ବ.ପ୍ର.)-ନୟାଗଡ଼ ଜିଲାରେ କଙ୍ଗାରୁ କୋର୍ଟ କରାଯାଇ ଗୋଟିଏ ପରିବାରକୁ ବାସନ୍ଦ କରାଯାଇଛି। ଜରିମାନା ଟଙ୍କା ନ ଦେବାରୁ ଉକ୍ତ ପରିବାରକୁ ଏକଘରକିଆ କରାଯାଇ ଘର ଆଗରେ କଣ୍ଟାବାଡ଼ ପକାଯିବାକୁ ଧମକ ଦିଆଯାଉଥିବା ଥାନାରେ ଅଭିଯୋଗ ହୋଇଛି। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି ଘଟଣା ଘଟିଛି ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଖତିଆ ପଞ୍ଚାୟତର ଖତିଆ ଗ୍ରାମ ମଠସାହିରେ।  

  ଯେ, ଖତିଆ ଗ୍ରାମ ମଠସାହିର ସର୍ବେଶ୍ୱର ସାହୁଙ୍କ ପରିବାର ସହ ସେହି ସାହିର ବିଦୁଲତା ପ୍ରଧାନଙ୍କ ପରିବାର ମଧ୍ୟରେ ସୁସର୍ମ୍ପକ ରହିବା ସହିତ ଗୁଆ ଚଳା ବନ୍ଧୁ ହୋଇଥିଲେ ା ଗତ କିଛି ମାସ ତଳେ ବିଦୁଲତାଙ୍କ ସ୍ବାମୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ା କୌଣସି କାରଣକୁ ନେଇ ବିଦୁଲତାଙ୍କ ପରିବାର ସହିତ କୌଣସି ସମ୍ପର୍କ ରଖିବାକୁ ସାହିବାସିନ୍ଦା ସର୍ବେଶ୍ୱରଙ୍କୁ  ବାରଣ କରିଥିଲେ। ହେଲେ ଦଶାହ କାର୍ଯ୍ୟରେ ସର୍ବେଶ୍ୱର ବନ୍ଧୁ ହିସାବରେ ବିଦୁଲତାଙ୍କ ପରିବାରକୁ ହାଣ୍ଡିଚାଉଳ ପ୍ରଦାନ କରିଥିଲେ ା ଏହାକୁ ବିରୋଧ କରି ୩ମାସ ତଳେ ସାହିରେ କଙ୍ଗାରୁ କୋର୍ଟ କରାଯାଇ ସର୍ବେଶ୍ୱରଙ୍କୁ ୯୦ହଜାର ଟଙ୍କା ଜରିମାନା କରାଯାଇଥିଲା ା ଯଦି ଏହି ଟଙ୍କା ୧ମାସ ଭିତରେ ସର୍ବେଶ୍ୱର ନ ଦିଅନ୍ତି ତାହେଲେ  ପ୍ରତ୍ୟେକ ମାସରେ ୧୦% ସୁଧ ସହିତ ଟଙ୍କା ଦେବାକୁ କଙ୍ଗାରୁ କୋର୍ଟରେ କୁହାଯାଇଥିଲା ା ଏନେଇ ସର୍ବେଶ୍ୱର ଦର୍ପନାରାୟଣପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା । ଅପରପକ୍ଷେ ସାହି ବାସିନ୍ଦାମାନେ ସର୍ବେଶ୍ୱରଙ୍କ ପରିବାରକୁ ବାସନ୍ଦ କରିଥିଲେ ା ଫଳରେ ସେ ଗତ ଆକ୍ଟୋବର ୩୦ ତାରିଖରେ ୫୨୦୦ଟଙ୍କା ପ୍ରଦାନ କରିଥିଲେ ଆଉ ଅବଶିଷ୍ଟ ଟଙ୍କା ଦେଇ ପାରିବେ ନାହିଁ ବୋଲି ସର୍ବେଶ୍ୱର କଙ୍ଗାରୁ କୋର୍ଟରେ କହିଥିଲେ । ହେଲେ ସେମାନେ କିଛି ଶୁଣି ନ ଥିଲେ ା ତୁରନ୍ତ ଅବଶିଷ୍ଟ ଟଙ୍କା ନ ଦେଲେ ତାଙ୍କ ଦୁଆରେ କଣ୍ଟା ବିଚ୍ଛା ଯିବା ସହିତ ନିଆଁପାଣି ବନ୍ଦ କରାଯିବ ବୋଲିି କଙ୍ଗାରୁ କୋର୍ଟରେ ତାଙ୍କୁ ଧମକ ଦିଆଯାଇଥିଲା । ଏ ନେଇ ସର୍ବେଶ୍ୱର ଶୁକ୍ରବାର ୧୦ରୁ ଊର୍ଦ୍ଧ୍ୱ ସାହିବାସୀଙ୍କ ନାମରେ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ା ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ା   

ସୂଚନାଯୋଗ୍ୟ, ନୟାଗଡ ଜିଲାରେ ବିଭିନ୍ନ ସମୟରେ ଆଇନକୁ ହାତକୁ ନେଇ କଙ୍ଗାରୁ କୋର୍ଟ ମାଧ୍ୟମରେ ଲୋକମାନଙ୍କୁ ଅଯଥା ଦଣ୍ଡିତ କରାଯାଉଛି।  

                                                                                                                                                                                                                                                                                   

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା କଳିଙ୍ଗ କାଲସିନର କାର୍ବନ କାରଖାନା

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା କଳିଙ୍ଗ କାଲସିନର କାର୍ବନ କାରଖାନା

ପାରାଦୀପ,୨୫ା୩(ସ୍ବ.ପ୍ର.): ପାରାଦୀପ ଦୋଛକିଠାରେ ମନିହର ଗ୍ରୁପ୍‌ ଦ୍ୱାରା ପରିଚାଳିତ ହେଉଥିବା କଳିଙ୍ଗ କାଲସିନର କାର୍ବନ କାରଖାନାରେ ଶନିବାର ରାତିରେ ବିସ୍ଫୋରଣ ଘଟିଥିଲା। ଉକ୍ତ ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିଲେ ହେଁ କାରଖାନାରେ ବ୍ୟାପକ କ୍ଷତ ହୋଇଥିବା ଜଣାଯାଇଛି। 

ରାସ୍ତା ଉପରେ ନିର୍ମାଣ ସାମଗ୍ରୀ: ଯାତାୟତ ବାଧାପ୍ରାପ୍ତ

ରାସ୍ତା ଉପରେ ନିର୍ମାଣ ସାମଗ୍ରୀ: ଯାତାୟତ ବାଧାପ୍ରାପ୍ତ

ଖୋର୍ଦ୍ଧା ଅଫିସ,୨୫ା୩: ଖୋର୍ଦ୍ଧା ସହରର ହଡାଛକ ଠାରୁ ବରୁଣେଇ ସାହି ରାସ୍ତାର ଗୋପିନାଥ ମନ୍ଦିର ସମ୍ମୁଖରେ ଗୋଡି ଓ ଲୁହା ରଡ ଗଦା ହୋଇଛି। 

ଜବରଦଖଲରେ ବିଶ୍ରାମାଗାର  ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ଧାରଣା

ଜବରଦଖଲରେ ବିଶ୍ରାମାଗାର ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ଧାରଣା

ଭୋଗରାଇ,୨୫।୩(ଡି.ଏନ.ଏ.)-ସରକାରୀ ଗୃହ ଜବରଦଖଲମୁକ୍ତ ଦାବିରେ ଭୋଗରାଇ ବ୍ଲକ ଜୟରାମପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସୋମବାର ଭୋଗରାଇ ତହସିଲ କାର୍ଯ୍ୟାଳୟରେ ୪ ଘଣ୍ଟା ପ୍ରତୀକ ଧାରଣା ଦେଇଥିଲେ। 

ଖୁମକୁଟ୍‌ଠାରେ ହାତୀଛୁଆ ମୃତ

ଖୁମକୁଟ୍‌ଠାରେ ହାତୀଛୁଆ ମୃତ

ସଜନାଗଡ଼, ୨୫।୩(ଡି.ଏନ.ଏ.)-ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଅଭୟାରଣ୍ୟର ଖୁମକୁଟ୍‌ଠାରେ ଏକ ଛୁଆହାତୀର ମୃତ୍ୟୁ ଘଟିଛି। ଏହା ଏକ ଅଣ୍ଡିରା ହାତୀ ଛୁଆ ଏବଂ ଏହାର ବୟସ ୧୦ବର୍ଷ। ଛୁଆହାତୀର ମୃତ୍ୟୁ ରକ୍ତହୀନତା କାରଣରୁ ହୋଇପାରେ ବୋଲି ଅନୁମାନ କରାଯାଉଛି। 

ଧାମରା ବନ୍ଦରରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଧାମରା ବନ୍ଦରରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଚାନ୍ଦବାଲି, ୨୫।୩ (ଡି.ଏନ.ଏ) - ଭଦ୍ରକ ଜିଲା ଧାମରା ବନ୍ଦରରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କର ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। 

ଅତାବିରା ଆସନ ପାଇଁ ସ୍ନେହାଙ୍ଗିନୀ ଭରିଲେ ନାମାଙ୍କନ

ଅତାବିରା ଆସନ ପାଇଁ ସ୍ନେହାଙ୍ଗିନୀ ଭରିଲେ ନାମାଙ୍କନ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ସୋମବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ତଥା ଏଥରର ଦଳୀୟ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ କରିଛନ୍ତି ।

ନାମାଙ୍କନ ଭରିଲେ ସୁରେଶ ପୂଜାରୀ

ନାମାଙ୍କନ ଭରିଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ୍‌, ୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

  ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ସୋମବାର ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଜିଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ କଲେ ପ୍ରସନ୍ନ

ନାମାଙ୍କନ ଦାଖଲ କଲେ ପ୍ରସନ୍ନ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ପାଟଣାଗଡ଼,୨୫।୩(ଡି.ଏନ୍‌.ଏ.):  ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ମଧ୍ୟାହ୍ନ ୧୨ ଟାରେ କନକ ବର୍ଦ୍ଧନ ସିଂଦେଓ ପାଟଣାଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 

ବିଜେପୁର ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ

ବିଜେପୁର ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ

ପଦ୍ମପୁର,୨୫।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ପ୍ରାର୍ଥିପତ୍ର ଦାଖଲ କଲେ ଅଚ୍ୟୁତ ସାମନ୍ତ

ପ୍ରାର୍ଥିପତ୍ର ଦାଖଲ କଲେ ଅଚ୍ୟୁତ ସାମନ୍ତ

ଫୁଲବାଣୀ ଅଫିସ, ୨୫।୩: କନ୍ଧମାଳ ଲୋକ ସଭା ଆସନ ପାଇଁ  ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଜିଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 


Model This Week

ରଶ୍ମି
Why Dharitri