ଅନଗୁଳ-ଢେଙ୍କାନାଳ

ତଳମୂଳ ଅଞ୍ଚଳ ପରିଦର୍ଶନ ବେଳେ ଏମ୍‌ପିଙ୍କୁ ବିପୁଳ ସ୍ବାଗତ: ଲୋକମାନଙ୍କ ସହ ମିଶି ସମସ୍ୟା ବୁଝିଲେ

ତଳମୂଳ ଅଞ୍ଚଳ ପରିଦର୍ଶନ ବେଳେ ଏମ୍‌ପିଙ୍କୁ ବିପୁଳ ସ୍ବାଗତ: ଲୋକମାନଙ୍କ ସହ ମିଶି ସମସ୍ୟା ବୁଝିଲେ

ବଅଁରପାଳ,୯।୧୨ (ଡି.ଏନ୍‌.ଏ.) ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ଶନିବାର ବଅଁରପାଳ ବ୍ଲକ ତଳମୂଳ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏମ୍‌ପି ଅନୁଗୋଳ ସର୍କିଟ ହାଉସ୍‌ରୁ ବାହାରି ମହୀଧରପୁର ଛକ ଠାରେ ପହଞ୍ଚତ୍ବା ପରେ ବିଜୁ ଯୁବ ବାହିନୀ ପକ୍ଷରୁ ତାଙ୍କୁ ବିପୁଳ ସ୍ବାଗତ କରାଯାଇଥିଲା। ୩ ଶହରୁ ଊର୍ଦ୍ଧ୍ୱ ବାଇକ୍‌ ଶୋଭାଯାତ୍ରାରେ ଦଳୀୟ କର୍ମୀମାନେ ତାଙ୍କୁ ପାଛୋଟି ନେଇଥିଲେ। ଏହି ଅବସରରେ ଏମ୍‌ପି ସତପଥୀ ଲୋକମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ନବୀନ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନାର ସୁଫଳ ସେମାନେ ପାଉଛନ୍ତି କି ନାହିଁ, ସେ ସମ୍ପର୍କରେ ଆଲୋଚନା କରିଥିଲେ। ତଳମୂଳପାଟଣା, ଶାସନ, ଗଡ଼ତଳମୂଳ, ଚକୁରିଆପାଳ, ଶିମିଳିଛୁଇଁ ଆଦି ଗ୍ରାମ ପରିଦର୍ଶନ କରି ଏମ୍‌ପିଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି (ଏମ୍‌ପିଲାଡ୍‌)ରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦ୍‌ଘାଟନ କରିଥିଲେ। ତଳମୂଳ ଭୋଳେଶ୍ୱର ମନ୍ଦିର ରାସ୍ତାର ଉନ୍ନତୀକରଣ, କଲଭର୍ଟ ନିର୍ମାଣ, ମନ୍ଦିରରୁ ଚୋରି ହୋଇଥିବା କନକଦୁର୍ଗାଙ୍କ ମୂର୍ତ୍ତି ଉଦ୍ଧାର ପାଇଁ ଏମ୍‌ପିଙ୍କ ନିକଟରେ ଗ୍ରାମବାସୀ ଦାବି କରିଥିଲେ। ତଳମୂଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀକେନ୍ଦ୍ରର ମାନ୍ୟତା, ହାଇସ୍କୁଲରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି, ଗ୍ରାମର ନୂଆବନ୍ଧକୁ ଜଳସେଚନରେ ବ୍ୟବହାର ନିମନ୍ତେ ବ୍ୟବସ୍ଥା କରାଯିବାକୁ ଗ୍ରାମର ଶିଶିର ନନ୍ଦ ଏମ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯୁବନେତା ଅମରେଶ ଚନ୍ଦ୍ର ସାହୁଙ୍କ ତତ୍ତ୍ବାବଧାନରେ ଉକ୍ତ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପିଙ୍କ ଜିଲା ପ୍ରତିନିଧି ଭକ୍ତିପ୍ରସାଦ ଦାସ, ଜିଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ, ବଅଁରପାଳ ପ୍ରତିନିଧି ନରେଶ ଚନ୍ଦ୍ର ବେହେରା, ଅନୁଗୋଳ ବ୍ଲକ ଉପାଧ୍ୟକ୍ଷା ମମତା ପ୍ରଧାନ, ଅନୁଗୋଳ ସରପଞ୍ଚ ସଂଘ ସଭାପତି କନ୍ଦର୍ପ ମହାରଣା, ଯୁବ ବିଜେଡି ନେତା ମାନସ ରଞ୍ଜନ ଦେହୁରୀ, ଦୁର୍ଯ୍ୟୋଧନ ଅମାନ୍ତ, କୁମାର ନାୟକ, ଅଖିଳ ରାଉତ, ଭୀମ ଅମାନ୍ତ, ବଳରାମ ଜେନା, ବସନ୍ତ ପ୍ରଧାନ, ସୁସିତ ସାହୁ, ନିରୁପମା ସାହୁ, ରେଣୁ ଗୋଚ୍ଛାୟତ, ସମିତି ସଭ୍ୟା ଗୀତାଞ୍ଜଳି ବାରିକ, ତଳମୂଳ ସରପଞ୍ଚ ବିନୋଦ କୁମାର ବେହେରା, ସନ୍ଧ୍ୟାରାଣୀ ବିଶ୍ୱାଳ, ବିଶ୍ୱବାସିନୀ ପାଣି, ଶିଶିର କୁମାର ମାଝି, ମନୋଜ ଗଡ଼ନାୟକ ଓ ରଞ୍ଜିତ ସାହୁଙ୍କ ସମେତ ବହୁ ଗ୍ରାମବାସୀ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

ମହିମା ବ୍ରହ୍ମଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

ମହିମା ବ୍ରହ୍ମଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

ଢେଙ୍କାନାଳ ଅଫିସ, ୨୦ା୩: ମହିମାଧର୍ମର ମୌଳିକ ତତ୍ତ୍ୱକୁ ଜନମାନସରେ ପ୍ରଚାର କରିବା ଉଦ୍ଦେଶ୍ୟରେ  କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ପଞ୍ଚାୟତର କମଗରାପାଟଣା ମହିମା ଟୁଙ୍ଗିରୁ ବାହାରିଥିବା ମହିମା ବ୍ରହ୍ମଜ୍ୟୋତିକୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।  

ସ୍ବଂୟ ସହାୟିକା ସଭାନେତ୍ରୀଙ୍କଠାରୁ ଟଙ୍କା ଲୁଟ୍‌

ସ୍ବଂୟ ସହାୟିକା ସଭାନେତ୍ରୀଙ୍କଠାରୁ ଟଙ୍କା ଲୁଟ୍‌

ବଇଣ୍ଡା, ୨୦ା୩(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ବଇଣ୍ଡା ଚନ୍ଦନ ପୋଖରୀ ନିକଟରେ ଥିବା ସାହୁ ଲେଡିଜ କର୍ଣ୍ଣରଠାରୁ ଆନନ୍ଦମୁଣ୍ଡା ଗ୍ରାମ ମା’ ମହାଲକ୍ଷ୍ମୀ ସ୍ବଂୟ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଲକିନ ସାହୁ(୨୪)ଙ୍କଠାରୁ ୧ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ହୋଇଛି। 

ସ୍ବୟଂସହାୟିକା ସଭାନେତ୍ରୀଙ୍କଠାରୁ ଲୁଟ୍‌

ସ୍ବୟଂସହାୟିକା ସଭାନେତ୍ରୀଙ୍କଠାରୁ ଲୁଟ୍‌

ବଇଣ୍ଡା, ୨୦।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ପୋଖରୀ ନିକଟରେ ଥିବା ସାହୁ ଲେଡିଜ୍‌ କନର୍ର୍ର ନିକଟରୁ ଜଣେ ମହିଳାଙ୍କଠାରୁ ବୁଧବାର ଅପରାହ୍ନରେ ୧ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଆନନ୍ଦମୁଣ୍ଡା ଗ୍ରାମ ମା’ ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲକିନ୍‌ ସାହୁ(୨୪)। 

ଓଡିଶାକୁ କେନ୍ଦ୍ର କରିଛି ଅବହେଳା: ଛାତ୍ର ଓ ଯୁବ ବିଜେଡି ନେତା

ଓଡିଶାକୁ କେନ୍ଦ୍ର କରିଛି ଅବହେଳା: ଛାତ୍ର ଓ ଯୁବ ବିଜେଡି ନେତା

ପରଜଙ୍ଗ,୨୦।୩(ଡି.ଏନ.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ୩ ନଂ ଜୋନ୍‌ର ସାଆନ୍ଦା ପଞ୍ଚାୟତ ସାଆନ୍ଦା ହାଟ ପଡ଼ିଆରେ ବୁଧବାର ପରଜଙ୍ଗ ବ୍ଲକ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ  "ହକ୍‌ ମାଗୁଛି ଓଡିଶା"ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। 

ଢେଙ୍କାନାଳ ଲୋକ ସଭା : ବିଜେଡିରୁ  କେପିଙ୍କ ପୁତ୍ରବଧୂ ପ୍ରାର୍ଥୀ ହେବା ଚର୍ଚ୍ଚା

ଢେଙ୍କାନାଳ ଲୋକ ସଭା : ବିଜେଡିରୁ କେପିଙ୍କ ପୁତ୍ରବଧୂ ପ୍ରାର୍ଥୀ ହେବା ଚର୍ଚ୍ଚା

ଢେଙ୍କାନାଳ ଅଫିସ, ୨୦ା୩: ବିଜେଡିର ଅନ୍ୟତମ ହେଭିଓ୍ବେଟ ନେତା ତଥା ୪ ଥର ଏମ୍‌ପି ରହି ଆସିଥିବା ତଥାଗତ ସତପଥୀ ୨୦୧୯ ନିର୍ବାଚନରେ ଭାଗ ନେବେନାହିଁ ବୋଲି କହିବା ପରେ ଢେଙ୍କାନାଳରୁ ଶାସକ ଦଳରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଲାଗିରହିଛି କଳ୍ପନାଜଳ୍ପନା। ସହରର ଜନଗହଳିପୂର୍ଣ୍ଣ ସ୍ଥାନ, ଖଟି ପଏଣ୍ଟ ସବୁଠି ଏବେ ଗୋଟିଏ ପ୍ରସଙ୍ଗ, ତଥାଗତଙ୍କ ବିକଳ୍ପ ହେବେ କିଏ।

ଘୋଷିତ ପ୍ରାର୍ଥୀ ତାଲିକାକୁ ନେଇ ଆଗୁଆ ଅଙ୍କକଷା: ଅନୁଗୋଳ ରାଜନୀତି ପାଣିପାଗ ସରଗରମ

ଘୋଷିତ ପ୍ରାର୍ଥୀ ତାଲିକାକୁ ନେଇ ଆଗୁଆ ଅଙ୍କକଷା: ଅନୁଗୋଳ ରାଜନୀତି ପାଣିପାଗ ସରଗରମ

ଅନୁଗୋଳ ଅଫିସ, ୨୦।୩- ରାଜ୍ୟରେ ହେବାକୁ ଥିବା ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

ଟ୍ରକ୍‌ ଲୁଟ୍‌ ଉଦ୍ୟମ, ୨ ଗିରଫ

ଟ୍ରକ୍‌ ଲୁଟ୍‌ ଉଦ୍ୟମ, ୨ ଗିରଫ

ଛେଣ୍ଡିପଦା,୨୦ା୩(ଡି.ଏନ.ଏ.)(ସ୍ବ.ପ୍ର.)- ଛେଣ୍ଡିପଦା-ଅନୁଗୋଳ ପୂର୍ତ୍ତ ରାସ୍ତାର ପଳାଶବଣିଆ ଗ୍ରାମ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌ ଲୁଟ୍‌ ଉଦ୍ୟମ କରିଥିବା ଦୁଇ ରାଜପଥ ଲୁଟେରାଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି। ଏଥିସହ ଜଙ୍ଗଲ ମଧ୍ୟରେ ଲୁଚା ଯାଇଥିବା ଟ୍ରକ୍‌କୁ ପୋଲିସ ଉଦ୍ଧାର କରିଛି।

ନିର୍ବାଚନ ପାଇଁ ପୋଲିସର ବ୍ଲକିଂ: ବେଆଇନ ଅର୍ଥ, ଅପରାଧ ରୋକିବା ଉପରେ ନଜର

ନିର୍ବାଚନ ପାଇଁ ପୋଲିସର ବ୍ଲକିଂ: ବେଆଇନ ଅର୍ଥ, ଅପରାଧ ରୋକିବା ଉପରେ ନଜର

ଅନୁଗୋଳ ଅଫିସ, ୨୦।୩- ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁଗୋଳ ପୋଲିସ ପକ୍ଷରୁ ମଙ୍ଗଳବାରଠାରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ ଆରମ୍ଭ ହୋଇଛି।

ବାଙ୍କୁଆଳ ଘରପୋଡ଼ି ମାମଲା: ନ୍ୟାୟ ଦାବିରେ ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ

ବାଙ୍କୁଆଳ ଘରପୋଡ଼ି ମାମଲା: ନ୍ୟାୟ ଦାବିରେ ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଅଫିସ,୨୦।୩- ଢେଙ୍କାନାଳ ସଦର ଥାନା ବାଙ୍ଗୁଆଳ ଗ୍ରାମରେ ଟଙ୍କା ଧାର ନେବାକୁ କେନ୍ଦ୍ର କରି ସଙ୍ଗଠିତ ଘରପୋଡ଼ି ମାମଲାରେ ଛନ୍ଦି ହୋଇପଡ଼ିଥିବା ଗ୍ରାମବାସୀ ନ୍ୟାୟ ଦାବି କରିଛନ୍ତି। ଏ ନେଇ ସେମାନେ ମଙ୍ଗଳବାର ଏସ୍‌ପିଙ୍କୁ ଭେଟି ଗୁହାରି କରିଛନ୍ତି।

୬ଷ୍ଠ ମହିମା ଜ୍ୟୋତିଯାତ୍ରା: 'ବିଶ୍ୱକଲ୍ୟାଣ ମହିମାଧର୍ମର ମୂଳମନ୍ତ୍ର’

୬ଷ୍ଠ ମହିମା ଜ୍ୟୋତିଯାତ୍ରା: 'ବିଶ୍ୱକଲ୍ୟାଣ ମହିମାଧର୍ମର ମୂଳମନ୍ତ୍ର’

ଢେଙ୍କାନାଳ ଅଫିସ, ୨୦।୩- ଢେଙ୍କାନାଳ ଜିଲା ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମରେ ସୋମବାର ମଧ୍ୟାହ୍ନରେ ୬ଷ୍ଠ ମହିମା ଜ୍ୟୋତିଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

ବଢୁଛି ଚୋରା କାଠ ଚାଲାଣ:ଜିଲାପାଳଙ୍କୁ ଅଭିଯୋଗ କଲା ନାଗରିକ ମଞ୍ଚ

ବଇଣ୍ଡା,୨୦।୩(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ ଥିବା ମଇମୁରା, କେଞ୍ଚୁଆନାଳୀ, ବିପ୍ରଡ଼ିହ, କଂସାବ ଜଙ୍ଗଲରୁ କିଛି ମାସ ହେବ ମୂଲ୍ୟବାନ କାଠ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି।

ଚାଳକଙ୍କୁ ମାଡ଼ମାରି ଟ୍ରକ୍‌ ଲୁଟ୍‌

ଚାଳକଙ୍କୁ ମାଡ଼ମାରି ଟ୍ରକ୍‌ ଲୁଟ୍‌

ତାଳଚେର,୧୯ା୩(ନି.ପ୍ର.)- ତାଳଚେର ବ୍ଲକ ଚାଇଁପାଳ ଗ୍ରାମ ନିକଟରୁ ସୋମବାର ରାତିରେ ଏକ କୋଇଲା ବୋଝେଇ ଟ୍ରକ୍‌ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା