ବ୍ରହ୍ମପୁର

ସ୍କୁଟି ଡିକିରୁ ଟଙ୍କା, ଚେକ୍‌ ଲୁଟ୍‌ ମାମଲା : ୨ ଭାଇ ଗିରଫ

ସ୍କୁଟି ଡିକିରୁ ଟଙ୍କା, ଚେକ୍‌ ଲୁଟ୍‌ ମାମଲା : ୨ ଭାଇ ଗିରଫ

ବ୍ରହ୍ମପୁର ଅଫିସ୍‌,୮ା୧୨-ବ୍ରହ୍ମପୁର ଧର୍ମନଗର କର୍ନାଟକ ବ୍ୟାଙ୍କ ସମ୍ମୁଖରୁ ନକଲି ଚାବିରେ ସ୍କୁଟି ଡିକିରୁ ଟଙ୍କା ଓ ଚେକ୍‌ ଲୁଟ୍‌ ମାମଲାରେ ଟାଉନ ଥାନା ପୋଲିସ ଅଭିଯୁକ୍ତ ୨ ଭାଇଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସଦର ଥାନା ଅଧୀନ ଲାଠି ଗ୍ରାମ ଗୌଡ ସାହିର ରାମ ଗୌଡ ଏବଂ ତାଙ୍କ ସମ୍ପର୍କୀୟ ଭାଇ ବଳରାମ ଗୌଡ।  ଟାଉନ ଥାନା ପୋଲିସ ନଂ. ୨୪୯/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ।  

ସେମାନଙ୍କ ନିକଟରୁ ଚୋରି ହୋଇଥିବା ନଗଦ ୧ ଲକ୍ଷ ୧୨ ହଜାର ଟଙ୍କା ଏବଂ ୩ ଲକ୍ଷ ୮୯ ହଜାର ୭୮୩ ଟଙ୍କାର  ଚେକ୍‌ ପୋଲିସ ଜବତ କରିଛି ।   

ପ୍ରକାଶଯେ, ଗତ ୬ ତାରିଖରେ ହିମାଳୟ ହ୍ୟାଣ୍ଡଲୁମ୍‌ର ମ୍ୟାନେଜର୍‌ ନିର୍ମଳ ସିଂ ସ୍କୁଟି ନଂ ଓଡି ୦୭ କେ ୩୯୨୦ରେ ଜବତ ହୋଇଥିବା ସମସ୍ତ ଚେକ୍‌ ଓ ଟଙ୍କାକୁ ନେଇ ବ୍ରଜନଗରସ୍ଥିତ ବ୍ୟାଙ୍କ ଅଫ୍‌ ବରୋଦାକୁ ଜମା କରିବାକୁ ଯାଉଥିଲେ। ସେତେବେଳେ ନିର୍ମଳ ମାଲିକଙ୍କଠାରେ ଡ୍ରାଇଭର୍‌ ଭାବେ କାର୍ଯ୍ୟରତ ରାମ ତାଙ୍କର ଧର୍ମନଗର ସ୍ଥିତ କର୍ନାଟକ ବ୍ୟାଙ୍କ୍‌ରେ ୫ ଶହ ଟଙ୍କା ଜମା କରିବାରେ ନିର୍ମଳଙ୍କୁ ସାହାଯ୍ୟ କରିବା ଲାଗି ଅନୁରୋଧ କରିଥିଲେ।  ରାମ ବ୍ୟାଙ୍କ ଜମା ଓ ଉଠାଣ ସମ୍ପର୍କରେ ଅବଗତ ନ ଥିବାରୁ ନିର୍ମଳ ତାଙ୍କୁ ସାହାଯ୍ୟ କରିବା ପାଇଁ ଧର୍ମନଗର କର୍ନାଟକ ବ୍ୟାଙ୍କକୁ ଯାଇଥିଲେ। ବ୍ୟାଙ୍କ ସମ୍ମୁଖରେ ସ୍କୁଟିକୁ ପାର୍କିଂ କରିବା ପରେ ରାମଙ୍କ ଟଙ୍କା ଜମା କରିଥିଲେ।  ସେଠାରୁ ଫେରି ବ୍ରଜନଗରସ୍ଥିତ ବ୍ୟାଙ୍କ ଅଫ୍‌ ବରୋଦାକୁ ଯାଇ ଡିକି ଖୋଲିବା ବେଳେ ସମସ୍ତ ଟଙ୍କା ଓ ଚେକ୍‌ କେହି ଚୋରି କରି ନେଇଯାଇଥିବା ଜାଣିବାକୁ ପାଇଥିଲେ । ଟାଉନଥାନାକୁ ଯାଇ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ।  ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ଜଣେ ଯୁବକ ହଠାତ୍‌ ଏକ ଟିଭିଏସ ମୋପେଡ୍‌ରେ ଆସି ନିର୍ମଳଙ୍କ ସ୍କୁଟି ଡିକି ଖୋଲି ନଗଦ ଟଙ୍କା ଏବଂ ଚେକ୍‌ ଭର୍ତ୍ତି ବ୍ୟାଗ୍‌କୁ ନେଇ ଯାଇଥିଲେ।  ସିସି ଟିଭିକୁ ଆଧାର କରି ପୋଲିସ ବଳରାମଙ୍କ ନିକଟରେ  ପହଞ୍ଚିଥିବା ବେଳେ ଡ୍ରାଇଭର୍‌ ରାମଙ୍କୁ ମଧ୍ୟ ସନ୍ଦେହ କରିଥିଲା।  ଉଭୟଙ୍କୁ ଥାନାକୁ ଆଣି ଜେରା କରିବା ସମୟରେ ସେମାନେ ଚୋରି କରି ଥିବା ସ୍ବୀକାର କରିଥିଲେ।  ବୟାନକୁ ଆଧାର କରି ପୋଲିସ ସମସ୍ତ ସମ୍ପତ୍ତି ଜବତ କରିଥିବା ବେଳେ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି ବୋଲି ଟାଉନ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଶାନ୍ତନୁ ଦାସ ସୂଚନା ଦେଇଛନ୍ତି।  ଅନ୍ୟମାନଙ୍କ ମଧ୍ୟରେ  ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ, ପ୍ରବେସନାରୀ ଡିଏସ୍‌ପି ସାନ୍ତା ନୂତନ ସାମଦ୍‌, ଆଇଆଇସି ନୀହାର ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।  

All Right Reserved By

ବ୍ରହ୍ମପୁର

ସାଧାରଣ ନିର୍ବାଚନ ପ୍ରସ୍ତୁତି:  ବଦଳିବେ ୩ ବର୍ଷରୁ ଅଧିକ ଥିବା ଅଧିକାରୀ

ସାଧାରଣ ନିର୍ବାଚନ ପ୍ରସ୍ତୁତି: ବଦଳିବେ ୩ ବର୍ଷରୁ ଅଧିକ ଥିବା ଅଧିକାରୀ

ଛତ୍ରପୁର,୨୩ା୧(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। 

ଚାଷୀ ସମାବେଶରେ ଖୋଲିବ ୨୨ ଷ୍ଟଲ୍‌

ଚାଷୀ ସମାବେଶରେ ଖୋଲିବ ୨୨ ଷ୍ଟଲ୍‌

ବ୍ରହ୍ମପୁର ଅଫିସ,୨୩ା୧-ନବଗଠିତ ଗଞ୍ଜାମ ଜିଲା ବିଜୁ କୃଷକ ଜନତା ଦଳର ପ୍ରଥମ ବୈଠକ ମଙ୍ଗଳବାର ବ୍ରହ୍ମପୁର ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୭ ତାରିଖରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ନିକଟରେ ହେବାକୁ ଥିବା କୃଷକ ମହାସମାବେଶକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। 

ନଦୀରେ ବୁଡ଼ି ଯୁବତୀ ମୃତ

ପୁରୁଷୋତ୍ତମପୁର,୨୩୧(ଡି.ଏନ୍‌.ଏ.) -ପୁରୁଷୋତ୍ତମପୁର ଥାନା ରଣଝାଲି ଗ୍ରାମ ଋଷିକୁଲ୍ୟା ନଦୀରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ସେ ହେଲେ ରିଲି ଦାସ। 

ମହିଳାଙ୍କୁ ବିଏମ୍‌ସିର ରାଜମିସ୍ତ୍ରି ତାଲିମ

ମହିଳାଙ୍କୁ ବିଏମ୍‌ସିର ରାଜମିସ୍ତ୍ରି ତାଲିମ

ବ୍ରହ୍ମପୁର ଅଫିସ,୨୩ା୧-ମହିଳାମାନେ ଅବଳା ଦୁର୍ବଳା ନୁହନ୍ତି ା ସେମାନେ ମଧ୍ୟ ପୁରୁଷ ସହ ସମକକ୍ଷ। ସେମାନେ ହୋଇଛନ୍ତି ସଶକ୍ତ ଓ ଆତ୍ମନିର୍ଭରଶୀଳ। 

ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ, ଏସ୍‌ପିଙ୍କୁ ଅଭିଯୋଗ

ବ୍ରହ୍ମପୁର ଅଫିସ୍‌/କନିଷି,୨୩ା୧-ବ୍ରହ୍ମପୁର ଗୋଳନ୍ଥରା ଥାନା  ପଞ୍ଚମା ଗ୍ରାମରେ ସୋମବାର ଜଣେ ଦମ୍ପତିଙ୍କ ଘରେ ପଶି କେତେକ ଦୃର୍ବୃତ୍ତ ଦୁର୍ବବ୍ୟବହାର କରିବା ସହିତ ମାଡ ମାରିଥିବା ଅଭିଯୋଗ ହୋଇଛି| 

ଟାଟା ବିସ୍ଥାପିତଙ୍କ ପ୍ରତିଶ୍ରୁତି ପୂରଣ ଦାବି:  ଶିବସେନାର ବିକ୍ଷୋଭ, ଆରଡିସିଙ୍କୁ ଦାବିପତ୍ର

ଟାଟା ବିସ୍ଥାପିତଙ୍କ ପ୍ରତିଶ୍ରୁତି ପୂରଣ ଦାବି: ଶିବସେନାର ବିକ୍ଷୋଭ, ଆରଡିସିଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୩ା୧-ଟାଟା କମ୍ପାନୀ ଦ୍ୱାରା ବିସ୍ଥାପିତ ଲୋକଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ପ୍ରତିବାଦରେ  ଶିବସେନାର ଯୁବସେନା  ପକ୍ଷରୁୂ ମଙ୍ଗଳବାର ଏକ ବିକ୍ଷୋଭ ଶୋଭାଯାତ୍ରା ଆୟୋଜିତ ହୋଇଥିଲା| 

ଅଭିଯୋଗ ପରେ ମଣ୍ଡିରୁ ଧାନ ଉଠାଇବାକୁ ନିର୍ଦ୍ଦେଶ

ଅଭିଯୋଗ ପରେ ମଣ୍ଡିରୁ ଧାନ ଉଠାଇବାକୁ ନିର୍ଦ୍ଦେଶ

ବୁଗୁଡ଼ା,୨୩।୧(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଖୋଳଖାଳି ଓ ମୋଟାବାଡ଼ି ମଣ୍ଡିରେ ଧାନ ବସ୍ତା ପଡି ରହିଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ମଣ୍ଡିରେ ଅବ୍ୟବସ୍ଥା ଓ ଧାନର ପ୍ରକୃତ ମୂଲ୍ୟ ନ ଦେବା ପ୍ରତିବାଦରେ ସୋମବାର ବଳଦେବ କୃଷକ ସଂଘର ସଭାପତି ବିପିନ ବିହାରୀ ସ୍ବାଇଁ, ସମ୍ପାଦକ ସନ୍ତୋଷ କୁମାର ସାହୁ ଏନେଇ ଭଞ୍ଜନଗର ଜିଲାପାଳଙ୍କ ଅଭିଯୋଗ ଶୁଣାଣି କକ୍ଷରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଖୋଳଖାଳି ମଣ୍ଡିରେ ଭଞ୍ଜନଗର ନିୟନ୍ତ୍ରଣ ବଜାର କମିଟି ପହଞ୍ଚତ୍ ସେଠାରେ ଥିବା ୫୦ ବସ୍ତା ଧାନର ଉପଯୁକ୍ତ ନିର୍ଣ୍ଣାୟକ ମାନ ପରୀକ୍ଷା କରି ଏହା ସରକାରୀ ମୂଲ୍ୟ ପାଇଁ ପ୍ରଯୁଜ୍ୟ ବୋଲି କହିଥିଲେ। ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଧାନ ଉଠି ନ ଥିବା ଜଣାପଡିଛି।

ରାତିରେ ଦୁର୍ଗମ ଅଞ୍ଚଳକୁ ଯିବନି ମହାପ୍ରୟାଣ ଗାଡି

ରାତିରେ ଦୁର୍ଗମ ଅଞ୍ଚଳକୁ ଯିବନି ମହାପ୍ରୟାଣ ଗାଡି

ଭଞ୍ଜନଗର, ୨୩।୧(ଡି.ଏନ.ଏ.)- ଭଞ୍ଜନଗର ମେଡିକାଲ ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରୀ କମିଟି ବୈଠକ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେଡିକାଲ ଅଧୀକ୍ଷକ ଡ. ପୀତାମ୍ବର ଦାସ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମେଡିକାଲର ଉନ୍ନୟନ, ଗତମାସର ଖର୍ଚ୍ଚ, ମଶାରି ବ୍ୟବସ୍ଥା, ସମନ୍ବିତ ପରାମର୍ଶ କେନ୍ଦ୍ର, ସଫେଇ, ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଫେବୃୟାରୀ ୮,୯ ଓ ୧୦ତାରିଖ ୩ଦିନ ବାତ ରୋଗ ନିରାକରଣ ଅଭିଯାନ କାର୍ଯ୍ୟକ୍ରମ ହେବ। ଅଙ୍ଗନୱାଡି କର୍ମୀମାନେ ଘରକୁ ଘର ବୁଲି ଔଷଧ ବଣ୍ଟନ କରିବ।

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ପୋଲସରା,୨୨।୧(ଡି.ଏନ.ଏ.)-ପୋଲସରା ବ୍ଲକ ସୋଡ଼କ ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାଳୀ ଚରଣ ନାୟକଙ୍କୁ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପ୍ରକାଶ ଯେ, ଉକ୍ତ ଗ୍ରାମର ଜଣେ ବ୍ୟକ୍ତି କଳାକାର ଭତ୍ତା ଲାଗି କାଳୀଚରଣଙ୍କୁ ୬ ଶହ ଟଙ୍କା ଦେଉଥିଲେ।  ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ଉକ୍ତ ଟଙ୍କା ଗ୍ରହଣ କରିବା ସମୟରେ ଷ୍ଟେଟ୍‌ବ୍ୟାଙ୍କ ଛକ ନିକଟରେ ପୂର୍ବରୁ ଲୁଚି ରହିଥିବା ଦୁର୍ନୀତି ନିବାରଣ ବିଭାଗ ଅଧିକାରୀମାନେ ଧରିଥିଲେ। ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ନାୟକଙ୍କୁ ବ୍ରହ୍ମପୁର ନେଇ ଚାଲି ଯାଇଥିଲେ। ଉକ୍ତ ଘଟଣାକୁ ନେଇ ବିଡିଓ ଶମ୍ଭୁନାଥ ନନ୍ଦି କଳାକାର ଭତ୍ତା ଲାଗି ୬ ଶହ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ସୋଡ଼କ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଧରି ନେଇଥିଲେ ବୋଲି କହିଥିଲେ।

ପିଲାଙ୍କୁ ମିଳିଲାନି ମଧ୍ୟାହ୍ନ ଭୋଜନ

ପିଲାଙ୍କୁ ମିଳିଲାନି ମଧ୍ୟାହ୍ନ ଭୋଜନ

ବୁଗୁଡା,୨୨।୧(ଡି.ଏନ.ଏ.) -ବୁଗୁଡା ବ୍ଲକ କରସିଙ୍ଗି ଉଚ୍ଚ ବିଦ୍ୟାଳୟରେ ସୋମବାର ଓ ମଙ୍ଗଳବାର ୨ଦିନ ହେଲା ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳି ନ ଥିବା ଅଭିଯୋଗ ହୋଇଛି। ଛାତ୍ରୀଛାତ୍ରମାନେ ୨ଦିନ ହେଲା ଭୋକରେ ଫେରୁଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୫୦ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା।  କିନ୍ତୁ ସୋମବାର ଓ ମଙ୍ଗଳବାର ପ୍ରଧାନ ଶିକ୍ଷକ ସ୍କୁଲକୁ ଆସି ନ ଥିବାରୁ ମଧ୍ୟାହ୍ନ ଭୋଜନ ବନ୍ଦ ଥିବା ଜଣାପଡିଛି। ପ୍ରଧାନ ଶିକ୍ଷକ ମଧ୍ୟାହ୍ନଭୋଜନ ଦାୟିତ୍ୱ କାହାକୁ ଦେଇ ନ ଥିବା ଜଣାପଡିଛି। ଏନେଇ ବିଇଓ ରସାନନ୍ଦ କରଙ୍କୁ ପଚାରିବାରୁ ମଙ୍ଗଳବାର ଅପରାହ୍ନ ୩ଟାରେ ବିଦ୍ୟାଳୟରେ ପହଞ୍ଚତ୍ ତଦନ୍ତ କରି ଫେରିଛି। ଅଭିଭାବକଙ୍କ ସହ ମଧ୍ୟ ଆଲୋଚନା କରିଛି। ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ

ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ

ଖଜୁରିପଡା,୨୨।୧(ଡି.ଏନ୍‌.ଏ.)-  ଖଜୁରିପଡା ବ୍ଲକର ୧୪ ପଞ୍ଚାୟତ ମଧ୍ୟରୁ ୪ ପଞ୍ଚାୟତ ବଲସ୍‌କୁମ୍ପା, ଟିଟ୍ରାପଙ୍ଗା, ଦୂତିପଡା, ଆଡାଶିପଡାର ଜନସାଧାରଣ ଫୁଲବାଣୀଠାରୁ ବ୍ରହ୍ମପୁର ସଂଯୋଗ କରୁଥିବା ଜାତୀୟ ରାଜପଥ ପକନାଗଁାଠାରୁ ସଂଯୋଗ କରୁଥିବା ଫୁଲବାଣୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ବାରପୁଲିଆ ପର୍ଯ୍ୟନ୍ତ ରାସ୍ତା ଉପରେ ନିର୍ଭର କରନ୍ତି।

ବନ୍ଧୁକ ଦେଖାଇ ଲୁଟ ଘଟଣା, ୨ ଗିରଫ

ବନ୍ଧୁକ ଦେଖାଇ ଲୁଟ ଘଟଣା, ୨ ଗିରଫ


ଦାରିଙ୍ଗବାଡ଼ି,୨୨।୧(ଡି.ଏନ.ଏ): ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଡିସେମ୍ବର ୧୮ ତାରିଖରେ ବନ୍ଧୁକ ଦେଖାଇ ହୋଇଥିବା ଲୁଟ ଘଟଣାରେ ପୋଲିସ ମଙ୍ଗଳବାର ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଅଜୁ କୁମାର ପ୍ରଧାନ, ପାଉସ୍ତିନ ପ୍ରଧାନ। ସେମାନଙ୍କଠାରୁ ଏକ ବାଇକ, ୨ଟି ମୋବାଇଲ ଫୋନ୍‌, ଏକ ଟାବଲେଟ ଏବଂ  ୮ ହଜାର ଟଙ୍କା ଜବତ ହୋଇଥିବା ଦାରିଙ୍ଗବାଡି ଥାନା ଆଇଆଇସି ଅଲେଖ ଗରଡ଼ିଆ ଖବରଦାତା ସମ୍ମଳିନୀରେ କହଛନ୍ତି।