ବ୍ରହ୍ମପୁର

ଅବକାରୀ, ଗୁଇନ୍ଦା ବିଭାଗ ଚଢ଼ାଉ, ୩ ଗିରଫ

ଅବକାରୀ, ଗୁଇନ୍ଦା ବିଭାଗ ଚଢ଼ାଉ, ୩ ଗିରଫ

ଗୋପାଳପୁର,୯ା୧୨-ଅବକାରୀ ଗୁଇନ୍ଦା ବିଭାଗ, ଜିଲା ଷ୍ଟ୍ରାଇକିଂ ଫୋର୍ସ,  ଚିକିଟି ଓ ଗୋଳନ୍ଥରା ଅବକାରୀ ବିଭାଗ  ପକ୍ଷରୁ ୩ଟି ଗ୍ରାମରେ ଚଢ଼ାଉ କରାଯାଇ ମଦ ଜବତ ସହ ୩ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ନରସିଂହ ସାହୁ, ଶିବରାମ ସାହୁ, ରଘୁନାଥ ପାତ୍ର।  କନିଷି ହାଟ ଢାବାରେ ଚଢ଼ାଉ କରି ନରସିଂହ ସାହୁଙ୍କଠାରୁ ୩ ଲିଟର ୨୫୦ ଏମ୍‌ଏଲ୍‌, ଜାଗପୁର ଶିବରାମ ସାହୁଙ୍କ ଘରୁ ୧୧ ଲିଟର ୬୪୦ ଏମ୍‌ଏଲ୍‌ ଓ ବିୟର ୮ ଲିଟର ୪୫୦ ଏମ୍‌ଏଲ୍‌ ଏବଂ ଭାଲିଆଗଡ଼ ଗ୍ରାମର ଏକ ହୋଟେଲରୁ ରଘୁନାଥ ପାତ୍ରଙ୍କଠାରୁ ୬ ଲିଟର ୬୬୦ ଏମ୍‌ଏଲ୍‌ ବିଦେଶୀ ମଦ ଜବତ ହୋଇଥିଲା। ଏ ନେଇ ଚିକିଟି ଅବକାରୀ ବିଭାଗ ନଂ. ୨୧/୧୮-୧୯, ଗୋଳନ୍ଥରା ବିଭାଗର ନଂ. ୨୬/୧୮-୧୯ ଓ ଅବକାରୀ ଗୁଇନ୍ଦା ବିଭାଗର ୧୦୭/୧୮-୧୯ରେ ମାମଲା ରୁଜୁ ହୋଇଛି । ଚୋରା ବ୍ୟବସାୟୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବାବେଳେ ଅବକାରୀ ବିଭାଗ ଚଢ଼ାଉ କରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

All Right Reserved By

ବ୍ରହ୍ମପୁର

କନ୍ଧମାଳ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା: ଆସିଲେନି ମନ୍ତ୍ରୀ ରମେଶ, ପ୍ରଫୁଲ୍ଲ

କନ୍ଧମାଳ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା: ଆସିଲେନି ମନ୍ତ୍ରୀ ରମେଶ, ପ୍ରଫୁଲ୍ଲ

ଫୁଲବାଣୀ ଅଫିସ, ୨୦ା୧-ଫୁଲବାଣୀ କରୋନେସନ ପଡିଆରେ ଆରମ୍ଭ ହୋଇଥିବା କନ୍ଧମାଳ ମହୋତ୍ସବ ଶନିବାର ଦ୍ୱିତୀୟ ଦିନରେ ପହଞ୍ଚତ୍ଛି। 

ନବଜାତ ଶିଶୁ ଆଖି ବୁଜିବା ଘଟଣା: ଭାଜପା ସହାୟତାରେ ପରିବାର ଲୋକଙ୍କ ଥାନାରେ ଅଭିଯୋଗ

ନବଜାତ ଶିଶୁ ଆଖି ବୁଜିବା ଘଟଣା: ଭାଜପା ସହାୟତାରେ ପରିବାର ଲୋକଙ୍କ ଥାନାରେ ଅଭିଯୋଗ

ଦାରିଙ୍ଗବାଡ଼ି,୨୦।୧(ଡି.ଏନ.ଏ)-ଦାରିଙ୍ଗବାଡ଼ିର ଏକ ସେବାଶ୍ରମରେ ନାବଳିକା ଅଷ୍ଟମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା ଓ ପରେ ନବଜାତ ଶିଶୁକନ୍ୟା ଆଖିବୁଜିବା ଘଟଣାକୁ ନେଇ ଶନିବାର ଭାଜପା ପକ୍ଷରୁ ନାବାଳିକାଙ୍କ ପରିବାର ସହ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରାଯାଇଛି|

ଆସିକା ମହୋତ୍ସବର ଚତୁର୍ଥ ସନ୍ଧ୍ୟା:  ନାଚଗୀତରେ ଝୁମିଲେ ଦର୍ଶକ

ଆସିକା ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ନାଚଗୀତରେ ଝୁମିଲେ ଦର୍ଶକ

ଆସିକା,୨୦ା୧(ଡି.ଏନ୍‌.ଏ.)-ଆସିକା ସହର କଳିଙ୍ଗା ରୋଡଠାରେ ପ୍ରଥମ ଥର ଲାଗି ଆସିକା ମହୋତ୍ସବ ଗତ ବୁଧବାର ଠାରୁ ଆରମ୍ଭ ହୋଇଛି। 

ସୁଡ୍ରାଠାରେ ମାଓବାଦୀ ପୋଷ୍ଟର: ପୋଲିସର ଖବରଦାତାଙ୍କୁ ମୃତ୍ୟୁଦଣ୍ଡ ଧମକ

ସୁଡ୍ରାଠାରେ ମାଓବାଦୀ ପୋଷ୍ଟର: ପୋଲିସର ଖବରଦାତାଙ୍କୁ ମୃତ୍ୟୁଦଣ୍ଡ ଧମକ

ବାଲିଗୁଡା,୨୦ା୧(ଡି.ଏନ୍‌.ଏ.) -କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତରେ ମାଓବାଦୀମାନେ ନିଜ ସ୍ଥିତି ଜାହିର କରିଛନ୍ତି। ସୁଡ୍ରା ହାଇସ୍କୁଲ୍‌ ଗେଟ୍‌ ଓ ବିଭିନ୍ନ କାନ୍ଥରେ ଶନିବାର ସକାଳୁ କେକେବିଏନ୍‌ ମାଓବାଦୀ ସଙ୍ଗଠନର କାନ୍ଥ ପତ୍ରିକା ମରାଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ପୋଲିସ ଖବରଦାତା ସନ୍ଦେହରେ ଜଣଙ୍କୁ ମୃତ୍ୟୁଦଣ୍ଡ ଧମକ ମଧ୍ୟ ଦେଇଛନ୍ତି। 

କ୍ଷେତ୍ରପ୍ରଚାର ବିଭାଗର ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ: ଶୌଚାଳୟ, ଡଷ୍ଟବିନ୍‌ ବ୍ୟବହାର କରିବାକୁ ପରାମର୍ଶ

କ୍ଷେତ୍ରପ୍ରଚାର ବିଭାଗର ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ: ଶୌଚାଳୟ, ଡଷ୍ଟବିନ୍‌ ବ୍ୟବହାର କରିବାକୁ ପରାମର୍ଶ

ବ୍ରହ୍ମପୁର ଅଫିସ,୨୦ା୧-ଭାରତ ସରକାରଙ୍କ କ୍ଷେତ୍ରପ୍ରଚାର ବ୍ରହ୍ମପୁର କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମହାନଗର ୧୭ ନଂ. ୱାର୍ଡ ମିଲିଟାରୀଲାଇନ ଭିମାରାଓପେଟା ସାହିରେ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି|

୮ମ ଶ୍ରେଣୀ ନାବାଳିକା ଛାତ୍ରୀ ମା’ ହେବା ଓ ନବଜାତ ଶିଶୁକନ୍ୟା ମୃତ୍ୟୁ ଘଟଣାର ପ୍ରତିବାଦ: ଜିଲା ମହିଳା କଂଗ୍ରେସର ବିକ୍ଷୋଭ

୮ମ ଶ୍ରେଣୀ ନାବାଳିକା ଛାତ୍ରୀ ମା’ ହେବା ଓ ନବଜାତ ଶିଶୁକନ୍ୟା ମୃତ୍ୟୁ ଘଟଣାର ପ୍ରତିବାଦ: ଜିଲା ମହିଳା କଂଗ୍ରେସର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୦ା୧-ଗଞ୍ଜାମ ଜିଲା ମହିଳା କଂଗ୍ରେସ ପକ୍ଷରୁ ଶନିବାର ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା ଦିଆଯାଇଥିଲା। 

ବିବାହ ବନ୍ଧନରେ ବାନ୍ଧିହେଲେ ଛ’ ଦମ୍ପତି

ବିବାହ ବନ୍ଧନରେ ବାନ୍ଧିହେଲେ ଛ’ ଦମ୍ପତି

ବ୍ରହ୍ମପୁର ଅଫିସ୍‌,୨୦ା୧-ସେମାନଙ୍କ ମଧ୍ୟରେ କେହି ଥିଲେ ମା’ ବାପା ଛେଉଣ୍ଡ । କିଏ ଥିଲେ ଦିବ୍ୟାଙ୍ଗ  ଆଉ କିଏ  ଦୃଷ୍ଟିହୀନ, ଆଉ କିଏ ଆର୍ଥିକ ଅନଗ୍ରସର। ପେଟ ପାଇଁ ମୁଠେ ଦାନା ମିଳିଯାଉଥିଲା, କିନ୍ତୁ ବାହା ଘର ଭୋଜି ଦେବାକୁ ପାଖରେ ନ ଥିଲା ଆବଶ୍ୟକ ଅର୍ଥ । 

ପିଠା ବାସି ହେବାକୁ ନେଇ ପାଟିତୁଣ୍ଡ

ପିଠା ବାସି ହେବାକୁ ନେଇ ପାଟିତୁଣ୍ଡ

ପାତ୍ରପୁର,୧୯।୧(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଘୁଞ୍ଚିଘୁଞ୍ଚି ଯାଉଛି। ଶାସକ ଦଳର ୨ଗୋଷ୍ଠୀଙ୍କ ମଧ୍ୟରେ ବାଦବିବାଦରୁ ଏଭଳି ହେଉଥିବା ଜଣାପଡିଛି। ବାରମ୍ବାର କାର୍ଯ୍ୟକ୍ରମ ତାରିଖ ବଦଳୁ ଥିବାରୁ ମହିଳାମାନେ ଖର୍ଚ୍ଚାନ୍ତ ହୋଇ ପିଠା କରୁଥିବାବେଳେ ଏହା ବାସି ହେବାକୁ ନେଇ ଜିଲୁଣ୍ଡାରେ ମହିଳାମାନେ ପାଟିତୁଣ୍ଡ କରିଥିଲେ।

ଘୋଷିତ ହେଲା ଆଖୁ ଦର, ଚାଷୀ ଖୁସ୍‌

ଘୋଷିତ ହେଲା ଆଖୁ ଦର, ଚାଷୀ ଖୁସ୍‌

ଆସିକା,୧୯।୧(ଡି.ଏନ୍‌.ଏ.)- ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ଚଳିତ ବର୍ଷ ଲାଗୁ ଆଖୁଦର ଘୋଷଣାକୁ କେନ୍ଦ୍ରକରି ଆଖୁଚାଷୀଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ଦୂର ହୋଇଛି। ଶନିବାର ଦିନ ବ୍ରହ୍ମପୁର ମୁନିସପାଲିଟି କର୍ପୋରେସନ ହଲରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଚଳିତ ବର୍ଷ କାରଖାନା ପକ୍ଷରୁ ଆଖୁ ଟନ୍‌ ପ୍ରତି ୨ହଜାର ୯୫୦ଟଙ୍କା ଦେବା ଲାଗି ନିଷ୍ପତ୍ତି ହୋଇଛି।

ଆସିକା ବନାଞ୍ଚଳରେ ପହଚିଂଲେ ହାତୀପଲ

ଆସିକା,୧୯।୧(ଡି.ଏନ୍‌.ଏ.)- ଆସିକା ବନାଞ୍ଚଳର ପାକିଡି ପାହାଡରେ ଶନିବାର ଭୋର ପ୍ରାୟ ୪ଟା ସମୟରେ ଏକ ବଣୁଆ ହାତୀଦଳ ପହଞ୍ଚତ୍ଛନ୍ତି। ଶେରଗଡ ସେକ୍ସନ ଅନ୍ତର୍ଗତ ଟାକିଡି ସଂଲଗ୍ନ ନରେନ୍ଦ୍ରପୁର-ପଥରପୁଞ୍ଜି ରାସ୍ତାର ଏକ ପାଣି ଖାଲୁଆ ନିକଟରେ ଏହି ହାତୀଦଳ ରହିଥିବା ଜଣାପଡିଛି।

ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ସମସ୍ୟା

ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ସମସ୍ୟା

ପାରଳାଖେମୁଣ୍ଡି, ୧୯।୧(ସ୍ବ.ପ୍ର.)- ଗଜପତି ଜିଲାରେ ଗତ ଦୁଇଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଏଥିସହ ସକାଳ ୮ଟା ପର୍ଯ୍ୟନ୍ତ ଘନ କୁହୁଡି ଆଚ୍ଛାଦିତ ହୋଇରହୁଛି। ଫଳରେ ଗାଡ଼ି ଚଳାଚଳ ନେଇ ସମସ୍ୟା ଉପୁଜୁଥିବାବେଳେ ଦୁର୍ଘଟଣା ଆଶଙ୍କା ସୃଷ୍ଟି ହେଉଛି।

ପାହାଡ଼ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ

ପାହାଡ଼ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ

ଆସିକା,୧୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହରଣପଦର ପଞ୍ଚାୟତ ନିକଟରେ ଥିବା ମାଗୁରା ପାହାଡ଼ ନିକଟରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ସେ ହେଲେ ରବୀନ୍ଦ୍ର ନାହାକ। ତାଙ୍କ ଘର ଭେଙ୍କଟରାଇପଲ୍ଲୀ ଗାଁରେ ବୋଲି ଜଣାପଡ଼ିଛି।