ବ୍ରହ୍ମପୁର

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଖଲ୍ଲିକୋଟ,୯ା୧୨(ଡି.ଏନ୍‌.ଏ.) -ଖଲ୍ଲିକୋଟ ବ୍ଲକ ମରେଇ ନୂଆଗାଁ  ଠିକା ବିଦ୍ୟୁତ୍‌ କର୍ମଚାରୀଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ସେ ହେଲେ  ଜଗମୋହନ ଶବର। ଖୋଜାପଲ୍ଲୀ ପଞ୍ଚାୟତର କେନ୍ଦୁଆଘାଇ ନିକଟରେ ବିଦ୍ୟୁତ୍‌ ତାର ଠିକ୍‌ କରୁଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ତାଙ୍କୁ ଖଲ୍ଲିକୋଟ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଏ ନେଇ ମେଡିକାଲରେ ଉତ୍ତେଜନା ଦେଖା ଦେଇଥିଲା। ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ପ୍ରମୋଦ କର ପହଞ୍ଚତ୍ ମୃତକଙ୍କ  ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପାରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି।

All Right Reserved By

ବ୍ରହ୍ମପୁର

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ (ନଂ. ୧୩୪) ନିମନ୍ତେ କଂଗ୍ରେସ ତାର ପ୍ରାର୍ଥୀ ବଦଳାଇଛି। 

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଶୁକ୍ରବାର ଆଉ ୨୨ଟି ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।

ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ବ୍ରହ୍ମପୁର,୨୨।୩- ସଦରଥାନା ପଦରବାଲି ଛକରେ ଶୁକ୍ରବାର ଅପରାହ୍ନରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ମୟୂରଭଞ୍ଜର ଶଚୀନ୍ଦ୍ର ମହନ୍ତ(୨୫) ବୋଲି ଥାନା ଅଧିକାରୀ ଭାବନାନନ୍ଦ ପ୍ରଧାନ କହିଛନ୍ତି। ଆହତ ଅର୍ଜୁନ ସିଂଙ୍କୁ  ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଭାଜପା ସମର୍ଥକଙ୍କ ଆକ୍ରମଣ: ୬ ବିଜେଡି ସମର୍ଥକ ଆହତ, ଜଣେ ଗୁରୁତର


ଦିଗପହଣ୍ଡି,୨୨।୩(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଶୁକ୍ରବାର ଭାଜପା ସମର୍ଥକମାନେ ବିଜେଡିର ୭ ସମର୍ଥକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ବିଜେଡି ସମର୍ଥକ ସୁଧୀର ପ୍ରଧାନ, ନକୁଳ ପ୍ରଧାନ, ତାପସେନ୍ଦ୍ର ପ୍ରଧାନ, ବଳରାମ ପ୍ରଧାନ, ଯୋଗୀନ୍ଦ୍ର ପ୍ରଧାନଙ୍କ ସହ ତାଙ୍କ ସ୍ତ୍ରୀ ଦମୟନ୍ତୀ, ଝିଅ ଦୀପ୍ତି ଆହତ ହୋଇଛନ୍ତି। ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୁଧୀରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଦୋଳଯାତ୍ରାରୁ ପ୍ରଚାର ଆରମ୍ଭ କଲେ ସୁବାସ

ଦୋଳଯାତ୍ରାରୁ ପ୍ରଚାର ଆରମ୍ଭ କଲେ ସୁବାସ

ଗଞ୍ଜାମ,୨୨।୩(ଡି.ଏନ୍‌.ଏ.)-ଛତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ନବୀନ ପଟ୍ଟନାୟକ ଜିଲା ପରିଷଦ ଅଧ୍ୟକ୍ଷ ସୁବାସ ବେହେରାଙ୍କୁ ଦଳୀୟ ବିଧାୟକ ପାର୍ଥୀ ଘୋଷଣା କରିବା ପରେ ନେତା ଓ କର୍ମୀଙ୍କ ମହଲରେ ଉତ୍ସାହ ଦେଖାଦେଇଛି। ବିଜେଡି ବିଧାୟକ ପ୍ରାର୍ଥୀ ସୁବାସ ଗୁରୁବାର ଗଞ୍ଜାମ ସହରରେ ଚାଲିଥିବା ଦୋଳଯାତ୍ରାରୁ ପ୍ରଚାର ଆରମ୍ଭ କରିଛନ୍ତି।

ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ

ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ

ତୁମୁଡ଼ିବନ୍ଧ,୨୨।୩(ଡି.ଏନ୍‌.ଏ.)- ତୁମୁଡ଼ିବନ୍ଧ ବ୍ଲକ ବିଜେଡି ପକ୍ଷରୁ ସଭାପତି ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ତ୍ୱରେ ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଗୁରୁବାର ପୂର୍ବାହ୍ନରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବାଲିଗୁଡ଼ା ବିଧାୟକ ରାଜିବ ପାତ୍ର, କନ୍ଧମାଳ ବିଜୁକୃଷକ ଜନତା  ଦଳର ସଭାପତି କୁନାଦଣ୍ଡ ସେନା, ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, ଜିଲା ଏସ୍‌ସି ସେଲ୍‌ର ଉପସଭାପତି ଅମୀୟ କୁମାର ପରାସେଟ୍‌, ସ୍ଥାନୀୟ ବ୍ଲକ ସଂଖ୍ୟାଲଘୁ ସେଲର ସଭାପତି ଅରୁଣ କୁମାର ପରାସେଟ୍‌, ବରିଷ୍ଠ କର୍ମୀ ଉମେଶ ଚନ୍ଦ୍ର ଦଣ୍ଡ ସେନା ପ୍ରମୁଖ ଯୋଗ ଦେଇଥିଲେ।

ମଦ ସହ କାର, ୨ ବାଇକ୍‌ ଜବତ: ୪ ଗିରଫ

ବ୍ରହ୍ମପୁର, ୨୨।୩- ସାଧାରଣ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ସନ୍ଧ୍ୟା ଓ ରାତ୍ରିକାଳୀନ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ହୋଲି ପୂର୍ବରୁ ମଦ ଚାଲାଣ ବେଳେ ଗୋଶାଣିନୂଆଗଁ। ପୋଲିସ ୪ ଜଣଙ୍କୁ ଗିରଫ କରିଛି।

ମଇଦାନରେ ଅନିତା, ପ୍ରମିଳା, ରାମକୃଷ୍ଣ

ମଇଦାନରେ ଅନିତା, ପ୍ରମିଳା, ରାମକୃଷ୍ଣ

ବେଗୁନିଆପଡା,୨୨।୩(ଡି.ଏନ୍‌.ଏ.)-ଆସିକା ସଂସଦୀୟ କ୍ଷେତ୍ର ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା କରାଯାଇଛି। ଭାଜପାରୁ ଅନିତା ଶୁଭଦର୍ଶିନୀ, ବିଜେଡିରୁ ପ୍ରମିଳା ବିଷୋଇ, କଂଗ୍ରେସ ସମର୍ଥିତ ସିପିଆଇରୁ ରାମକୃଷ୍ଣ ପଣ୍ଡା ପ୍ରାର୍ଥୀ ହୋଇ ଆଗାମୀ ନିର୍ବାଚନରେ ମଇଦାନରେ ଓହ୍ଲାଛନ୍ତି।

ବିଶ୍ୱ ବନ୍ୟ ଦିବସ ପାଳିତ

ବିଶ୍ୱ ବନ୍ୟ ଦିବସ ପାଳିତ

ଚନ୍ଦ୍ରଗିରି,୨୨ା୩(ଡି.ଏନ୍‌.ଏ.)-ଚନ୍ଦ୍ରଗିରିରେ ଗୁରୁବାର ବନ ବିଭାଗ ପକ୍ଷରୁ ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟ ପରିସରରେ ବିଶ୍ୱ ବନ୍ୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚନ୍ଦ୍ରଗିରି ରେଞ୍ଜରଠାରୁ ଆରମ୍ଭ କରି ଫରେଷ୍ଟର, ପୁରୁଷ ଗାର୍ଡ, ମହିଳା ଗାର୍ଡ ଏବଂ ବହୁ ଶୀକାରୀ ପ୍ରତିହାତ ଦଳ ଉପସ୍ଥିତ ଥିଲେ। ବନ ବିଭାଗ କାର୍ଯ୍ୟାଳୟରୁ ବିଭିନ୍ନ ପ୍ରକାର ପ୍ଲାକାର୍ଡ ଧରି ଜଙ୍ଗଲ ସୁରକ୍ଷା ଶ୍ଲୋଗାନ ଦେବା ସହ ଗ୍ରାମ ପରିକ୍ରମା କରି ଡାକାବଜି ଯନ୍ତ୍ରରେ ସଚେତନତା କରାଯାଇଥିଲା।

ବଜ୍ରପାରେ ୪ ଗୋରୁ ମୃତ

କନ୍ଧମାଳ,୨୨।୩(ଡି.ଏନ୍‌.ଏ.)- କ.ନୂଆଗଁା ବ୍ଲକ ସିର୍ତ୍ତିଗୁଡ଼ା ଗ୍ରାମପଞ୍ଚାୟତର ଜଙ୍ଗୁଗଁ।ରେ ଗୁରୁବାର ରାତି ୭ଟାରେ ବଜ୍ରପାତରେ ୪ ଗୋରୁଙ୍କ ମୃତ୍ୟୁ ଘଟିଛି।  ମୃତ ୩ଟି ଗୋରୁ ଉକ୍ତ ଗ୍ରାମର ଚାଷୀ ସମନାଥ ଦିଗାଳଙ୍କ ଥିବା ବେଳେ ଅନ୍ୟଟି ଚାଷୀ ଟୁମୁଡ଼ି ଶାଣ୍ଢ ଗ୍ରାମର ଜୁଗୁଙ୍ଗିଆଙ୍କର ବୋଲି ଜଣାପଡ଼ିଛି।

ବାଲିଗୁଡ଼ାରେ ହୋଲି ଉତ୍ସବ ପାଳିତ

ବାଲିଗୁଡ଼ାରେ ହୋଲି ଉତ୍ସବ ପାଳିତ

ବାଲିଗୁଡ଼ା,୨୨।୩(ଡି.ଏନ୍‌.ଏ.)- ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ରଙ୍ଗର ପର୍ବ ହୋଲି ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଉତ୍ସବରେ ସବୁବର୍ଗର ଜନସାଧାରଙ୍କ ସାମିଲ ଥିଲେ। ସରକାରୀ ଓ ବେସରକାରୀ କର୍ମଚାରୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀ ସହ ବରିଷ୍ଠ ନାଗରିକାମାନେ ଆନନ୍ଦରସହ ହୋଲି ଖେଳିଥିଲେ।

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନମଣ୍ଡଳୀର ସାଧାରଣ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥିନୀ ଅର୍ଚ୍ଚନା ପ୍ରଧାନଙ୍କୁ  ଗୁରୁବାର  ଭାଜପା ପକ୍ଷରୁ ଟିକେଟ୍‌ ମିଳିଛି। ଏ ନେଇ ଅର୍ଚ୍ଚନା ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ନେତା ଓ ସହଯୋଗୀମାନଙ୍କୁ ସାଧୁବାଦ ଜଣାଇଛନ୍ତି । 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା