ବ୍ରହ୍ମପୁର

ହିଞ୍ଜିଳି, ଦିଗପହଣ୍ଡିରେ ପ୍ରାର୍ଥୀ ହେବାକୁ ୭ ଆଶାୟୀ

ହିଞ୍ଜିଳି, ଦିଗପହଣ୍ଡିରେ ପ୍ରାର୍ଥୀ ହେବାକୁ ୭ ଆଶାୟୀ

ବ୍ରହ୍ମପୁର ଅଫିସ,୯ା୧୨-ନିର୍ବାଚନୀ ବିଗୁଲ ବଜାଇଛି ଗଞ୍ଜାମ ଜିଲା କଂଗ୍ରେସ। ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଦଳ ଗୁରୁତ୍ୱ ଦେଇଛି । ଏହି ଜିଲାରେ କଂଗ୍ରେସର ସ୍ଥିତି ସୁଦୃଢ଼ ନ ଥିଲେ ମଧ୍ୟ ପ୍ରାର୍ଥୀ ହେବା ପାଇଁ ସବୁ ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ଧାଡ଼ି ଲାଗିବା ଆରମ୍ଭ ହୋଇଯାଇଛି । ବ୍ରହ୍ମପୁର ଲୋକସଭା ଆସନରେ ଦଳୀୟ ଟିକେଟ ପାଇଁ ବରିଷ୍ଠ ନେତା ତଥା ବିଧାନସଭାର ପୂର୍ବତବ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରା ପ୍ରୟାସ ଚଳାଇଥିବା ବେଳେ ଆଉ କେତେକ ମଧ୍ୟ ଆଶାୟୀ ହୋଇଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ବିଧାନସଭା କ୍ଷେତ୍ରର କଂଗ୍ରେସ ଟିକେଟ ପାଇବା ପାଇଁ ପଦ୍ମଚରଣ ସାହୁ, ନିରଞ୍ଜନ ପାଣିଗ୍ରାହୀ, ଶମ୍ଭୁ ପାଣିଗ୍ରାହୀ ଓ ରାମକୃଷ୍ଣ ପଣ୍ଡାଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସେହିପରି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଲଗାତର ଭାବେ ବିଧାୟକ ହୋଇଥିବା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ୩ ଜଣଙ୍କ ମଧ୍ୟରେ ୨୦୧୪ ନିର୍ବାଚନରେ ପରାଜିତ ପ୍ରାର୍ଥୀ ତଥା ଜିଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ସାକା ସୁଜିତଙ୍କ ସମେତ ପ୍ରଫୁଲ୍ଲ ପଣ୍ଡା ଓ ବଡ଼ଖେମୁଣ୍ଡି ରାଜ ପରିବାରର ଶ୍ରୀଧର ଦେଓ ଅଛନ୍ତି । 

  ପ୍ରଦେଶ କଂଗ୍ରେସ କମିଟି (ପିସିସି) ଉପସଭାପତି ତଥା ଗଞ୍ଜାମ ଜିଲା ପ୍ରଭାରୀ ଶୁଭେନ୍ଦୁ ମହାନ୍ତି ବ୍ରହ୍ମପୁର ଗସ୍ତରେ ଶୁକ୍ରବାର ଆସି କେବଳ ହିଞ୍ଜିଳି ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ ପ୍ରକିୟା କରିଥିଲେ। ଜିଲା କଂଗ୍ରେସ ସଭାପତି ଡ଼ା. ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ଓ ବିଜୟ ସାହୁଙ୍କ ଉପସ୍ଥିତିରେ ଉପରୋକ୍ତ ଦୁଇ ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ଚୟନ ନେଇ ଆଶାୟୀ ୭ ଜଣଙ୍କୁ ପୃଥକ ଭାବେ ଡ଼ାକି ମତାମତ ନେଇଥିଲେ।

All Right Reserved By

ବ୍ରହ୍ମପୁର

କନ୍ଧମାଳ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା: ଆସିଲେନି ମନ୍ତ୍ରୀ ରମେଶ, ପ୍ରଫୁଲ୍ଲ

କନ୍ଧମାଳ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା: ଆସିଲେନି ମନ୍ତ୍ରୀ ରମେଶ, ପ୍ରଫୁଲ୍ଲ

ଫୁଲବାଣୀ ଅଫିସ, ୨୦ା୧-ଫୁଲବାଣୀ କରୋନେସନ ପଡିଆରେ ଆରମ୍ଭ ହୋଇଥିବା କନ୍ଧମାଳ ମହୋତ୍ସବ ଶନିବାର ଦ୍ୱିତୀୟ ଦିନରେ ପହଞ୍ଚତ୍ଛି। 

ନବଜାତ ଶିଶୁ ଆଖି ବୁଜିବା ଘଟଣା: ଭାଜପା ସହାୟତାରେ ପରିବାର ଲୋକଙ୍କ ଥାନାରେ ଅଭିଯୋଗ

ନବଜାତ ଶିଶୁ ଆଖି ବୁଜିବା ଘଟଣା: ଭାଜପା ସହାୟତାରେ ପରିବାର ଲୋକଙ୍କ ଥାନାରେ ଅଭିଯୋଗ

ଦାରିଙ୍ଗବାଡ଼ି,୨୦।୧(ଡି.ଏନ.ଏ)-ଦାରିଙ୍ଗବାଡ଼ିର ଏକ ସେବାଶ୍ରମରେ ନାବଳିକା ଅଷ୍ଟମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା ଓ ପରେ ନବଜାତ ଶିଶୁକନ୍ୟା ଆଖିବୁଜିବା ଘଟଣାକୁ ନେଇ ଶନିବାର ଭାଜପା ପକ୍ଷରୁ ନାବାଳିକାଙ୍କ ପରିବାର ସହ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରାଯାଇଛି|

ଆସିକା ମହୋତ୍ସବର ଚତୁର୍ଥ ସନ୍ଧ୍ୟା:  ନାଚଗୀତରେ ଝୁମିଲେ ଦର୍ଶକ

ଆସିକା ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ନାଚଗୀତରେ ଝୁମିଲେ ଦର୍ଶକ

ଆସିକା,୨୦ା୧(ଡି.ଏନ୍‌.ଏ.)-ଆସିକା ସହର କଳିଙ୍ଗା ରୋଡଠାରେ ପ୍ରଥମ ଥର ଲାଗି ଆସିକା ମହୋତ୍ସବ ଗତ ବୁଧବାର ଠାରୁ ଆରମ୍ଭ ହୋଇଛି। 

ସୁଡ୍ରାଠାରେ ମାଓବାଦୀ ପୋଷ୍ଟର: ପୋଲିସର ଖବରଦାତାଙ୍କୁ ମୃତ୍ୟୁଦଣ୍ଡ ଧମକ

ସୁଡ୍ରାଠାରେ ମାଓବାଦୀ ପୋଷ୍ଟର: ପୋଲିସର ଖବରଦାତାଙ୍କୁ ମୃତ୍ୟୁଦଣ୍ଡ ଧମକ

ବାଲିଗୁଡା,୨୦ା୧(ଡି.ଏନ୍‌.ଏ.) -କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତରେ ମାଓବାଦୀମାନେ ନିଜ ସ୍ଥିତି ଜାହିର କରିଛନ୍ତି। ସୁଡ୍ରା ହାଇସ୍କୁଲ୍‌ ଗେଟ୍‌ ଓ ବିଭିନ୍ନ କାନ୍ଥରେ ଶନିବାର ସକାଳୁ କେକେବିଏନ୍‌ ମାଓବାଦୀ ସଙ୍ଗଠନର କାନ୍ଥ ପତ୍ରିକା ମରାଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ପୋଲିସ ଖବରଦାତା ସନ୍ଦେହରେ ଜଣଙ୍କୁ ମୃତ୍ୟୁଦଣ୍ଡ ଧମକ ମଧ୍ୟ ଦେଇଛନ୍ତି। 

କ୍ଷେତ୍ରପ୍ରଚାର ବିଭାଗର ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ: ଶୌଚାଳୟ, ଡଷ୍ଟବିନ୍‌ ବ୍ୟବହାର କରିବାକୁ ପରାମର୍ଶ

କ୍ଷେତ୍ରପ୍ରଚାର ବିଭାଗର ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ: ଶୌଚାଳୟ, ଡଷ୍ଟବିନ୍‌ ବ୍ୟବହାର କରିବାକୁ ପରାମର୍ଶ

ବ୍ରହ୍ମପୁର ଅଫିସ,୨୦ା୧-ଭାରତ ସରକାରଙ୍କ କ୍ଷେତ୍ରପ୍ରଚାର ବ୍ରହ୍ମପୁର କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମହାନଗର ୧୭ ନଂ. ୱାର୍ଡ ମିଲିଟାରୀଲାଇନ ଭିମାରାଓପେଟା ସାହିରେ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି|

୮ମ ଶ୍ରେଣୀ ନାବାଳିକା ଛାତ୍ରୀ ମା’ ହେବା ଓ ନବଜାତ ଶିଶୁକନ୍ୟା ମୃତ୍ୟୁ ଘଟଣାର ପ୍ରତିବାଦ: ଜିଲା ମହିଳା କଂଗ୍ରେସର ବିକ୍ଷୋଭ

୮ମ ଶ୍ରେଣୀ ନାବାଳିକା ଛାତ୍ରୀ ମା’ ହେବା ଓ ନବଜାତ ଶିଶୁକନ୍ୟା ମୃତ୍ୟୁ ଘଟଣାର ପ୍ରତିବାଦ: ଜିଲା ମହିଳା କଂଗ୍ରେସର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୦ା୧-ଗଞ୍ଜାମ ଜିଲା ମହିଳା କଂଗ୍ରେସ ପକ୍ଷରୁ ଶନିବାର ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା ଦିଆଯାଇଥିଲା। 

ବିବାହ ବନ୍ଧନରେ ବାନ୍ଧିହେଲେ ଛ’ ଦମ୍ପତି

ବିବାହ ବନ୍ଧନରେ ବାନ୍ଧିହେଲେ ଛ’ ଦମ୍ପତି

ବ୍ରହ୍ମପୁର ଅଫିସ୍‌,୨୦ା୧-ସେମାନଙ୍କ ମଧ୍ୟରେ କେହି ଥିଲେ ମା’ ବାପା ଛେଉଣ୍ଡ । କିଏ ଥିଲେ ଦିବ୍ୟାଙ୍ଗ  ଆଉ କିଏ  ଦୃଷ୍ଟିହୀନ, ଆଉ କିଏ ଆର୍ଥିକ ଅନଗ୍ରସର। ପେଟ ପାଇଁ ମୁଠେ ଦାନା ମିଳିଯାଉଥିଲା, କିନ୍ତୁ ବାହା ଘର ଭୋଜି ଦେବାକୁ ପାଖରେ ନ ଥିଲା ଆବଶ୍ୟକ ଅର୍ଥ । 

ପିଠା ବାସି ହେବାକୁ ନେଇ ପାଟିତୁଣ୍ଡ

ପିଠା ବାସି ହେବାକୁ ନେଇ ପାଟିତୁଣ୍ଡ

ପାତ୍ରପୁର,୧୯।୧(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଘୁଞ୍ଚିଘୁଞ୍ଚି ଯାଉଛି। ଶାସକ ଦଳର ୨ଗୋଷ୍ଠୀଙ୍କ ମଧ୍ୟରେ ବାଦବିବାଦରୁ ଏଭଳି ହେଉଥିବା ଜଣାପଡିଛି। ବାରମ୍ବାର କାର୍ଯ୍ୟକ୍ରମ ତାରିଖ ବଦଳୁ ଥିବାରୁ ମହିଳାମାନେ ଖର୍ଚ୍ଚାନ୍ତ ହୋଇ ପିଠା କରୁଥିବାବେଳେ ଏହା ବାସି ହେବାକୁ ନେଇ ଜିଲୁଣ୍ଡାରେ ମହିଳାମାନେ ପାଟିତୁଣ୍ଡ କରିଥିଲେ।

ଘୋଷିତ ହେଲା ଆଖୁ ଦର, ଚାଷୀ ଖୁସ୍‌

ଘୋଷିତ ହେଲା ଆଖୁ ଦର, ଚାଷୀ ଖୁସ୍‌

ଆସିକା,୧୯।୧(ଡି.ଏନ୍‌.ଏ.)- ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ଚଳିତ ବର୍ଷ ଲାଗୁ ଆଖୁଦର ଘୋଷଣାକୁ କେନ୍ଦ୍ରକରି ଆଖୁଚାଷୀଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ଦୂର ହୋଇଛି। ଶନିବାର ଦିନ ବ୍ରହ୍ମପୁର ମୁନିସପାଲିଟି କର୍ପୋରେସନ ହଲରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଚଳିତ ବର୍ଷ କାରଖାନା ପକ୍ଷରୁ ଆଖୁ ଟନ୍‌ ପ୍ରତି ୨ହଜାର ୯୫୦ଟଙ୍କା ଦେବା ଲାଗି ନିଷ୍ପତ୍ତି ହୋଇଛି।

ଆସିକା ବନାଞ୍ଚଳରେ ପହଚିଂଲେ ହାତୀପଲ

ଆସିକା,୧୯।୧(ଡି.ଏନ୍‌.ଏ.)- ଆସିକା ବନାଞ୍ଚଳର ପାକିଡି ପାହାଡରେ ଶନିବାର ଭୋର ପ୍ରାୟ ୪ଟା ସମୟରେ ଏକ ବଣୁଆ ହାତୀଦଳ ପହଞ୍ଚତ୍ଛନ୍ତି। ଶେରଗଡ ସେକ୍ସନ ଅନ୍ତର୍ଗତ ଟାକିଡି ସଂଲଗ୍ନ ନରେନ୍ଦ୍ରପୁର-ପଥରପୁଞ୍ଜି ରାସ୍ତାର ଏକ ପାଣି ଖାଲୁଆ ନିକଟରେ ଏହି ହାତୀଦଳ ରହିଥିବା ଜଣାପଡିଛି।

ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ସମସ୍ୟା

ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ସମସ୍ୟା

ପାରଳାଖେମୁଣ୍ଡି, ୧୯।୧(ସ୍ବ.ପ୍ର.)- ଗଜପତି ଜିଲାରେ ଗତ ଦୁଇଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଏଥିସହ ସକାଳ ୮ଟା ପର୍ଯ୍ୟନ୍ତ ଘନ କୁହୁଡି ଆଚ୍ଛାଦିତ ହୋଇରହୁଛି। ଫଳରେ ଗାଡ଼ି ଚଳାଚଳ ନେଇ ସମସ୍ୟା ଉପୁଜୁଥିବାବେଳେ ଦୁର୍ଘଟଣା ଆଶଙ୍କା ସୃଷ୍ଟି ହେଉଛି।

ପାହାଡ଼ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ

ପାହାଡ଼ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ

ଆସିକା,୧୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହରଣପଦର ପଞ୍ଚାୟତ ନିକଟରେ ଥିବା ମାଗୁରା ପାହାଡ଼ ନିକଟରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ସେ ହେଲେ ରବୀନ୍ଦ୍ର ନାହାକ। ତାଙ୍କ ଘର ଭେଙ୍କଟରାଇପଲ୍ଲୀ ଗାଁରେ ବୋଲି ଜଣାପଡ଼ିଛି।