ସମ୍ବଲପୁର

ଭୋଟର ପରିଚୟପତ୍ର ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା ବୈଠକ

ଭୋଟର ପରିଚୟପତ୍ର ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା ବୈଠକ

ସୁନ୍ଦରଗଡ଼, ୯।୧୨(ଡି.ଏନ୍‌.ଏ) -ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ସମଗ୍ର ରାଜ୍ୟରେ ଭୋଟର ପରିଚୟପତ୍ର ସଂଶୋଧନ କାର୍ଯ୍ୟକ୍ରମ ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୧୫ ଶେଷ ତାରିଖ ରହିଥିଲା। ବର୍ତ୍ତମାନ ଜିଲା ପ୍ରଶାସନ ସମସ୍ତ ଆବେଦନପତ୍ରଗୁଡିକୁ ଅନ୍ତର୍ଭୁକ୍ତ କରି ନୂତନ ଭୋଟର ତାଲିକା ପ୍ରସ୍ତୁତ ପାଇଁ ଅନଲାଇନ୍‌ ମାଧ୍ୟମରେ ପୂରଣ ପ୍ରକ୍ରିୟା ଆରମ୍ଭ କରିଛି । ଅପରପକ୍ଷେ ଜିଲାର ସମସ୍ତ ନାଗରିକ ଭୋଟର ତାଲିକାରେ ନିଜ ନାମକୁ ଅନ୍ତର୍ଭୁକ୍ତ କରିବାରେ ଯେପରି ବଞ୍ଚିତ ନ ହୁଅନ୍ତି, ସେଥିନିମନ୍ତେ ଗୁରୁତ୍ୱ ଦିଆଯାଉଛି। ଜିଲାପାଳ ସୁରେନ୍ଦ୍ର କୁମାର ମୀନା ସ୍ବତନ୍ତ୍ର ଧ୍ୟାନ ଦେଇ ଅତିରିକ୍ତ ଜିଲାପାଳ ଭାସ୍କର ଚନ୍ଦ୍ର ତୁରୁକଙ୍କ ଅଧ୍ୟକ୍ଷତାରେ ଜିଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମସ୍ତ ରାଜନୈତିକ ଦଳ ସଦସ୍ୟମାନଙ୍କୁ ଆଗାମୀ ୧୦ ତାରିଖ ସୁଦ୍ଧା ପ୍ରତ୍ୟେକ ବୁଥ୍‌ ସ୍ତରରେ  ବୁଥ୍‌ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ନାମ ସୁପାରିଶ କରିବା ପାଇଁ ଅତିରିକ୍ତ ଜିଲାପାଳ ଅନୁରୋଧ କରିଥିଲେ। ଆସନ୍ତା ୧୨ତାରିଖ ଭୋଟର ତାଲିକାରୁ ବାଦ ପଡିଥିବା ନାମଗୁଡିକୁ ତର୍ଜମା କରିବା ପାଇଁ ବୁଥସ୍ତରୀୟ ସମସ୍ତ ଅଧିକାରୀଙ୍କ ସହ ସମସ୍ତ ରାଜନୈତିକ ଦଳର ଏଜେଣ୍ଟମାନଙ୍କର ବୈଠକ ଆୟୋଜନ କରିବା ପାଇଁ ସ୍ଥିର ହୋଇଛି। ବର୍ତ୍ତମାନ ସମୟରେ ଅନୁଷ୍ଠିତ ହେଉଥିବା ଭୋଟର ସଂଶୋଧନ କାର୍ଯ୍ୟକ୍ରମ ୨୦୧୯ରେ ଗ୍ରହଣ କରାଯାଇଥିବା ଆବେଦନପତ୍ରର ତାଲିକା ଏବଂ ପୂର୍ବରୁ ପ୍ରକାଶ ପାଇଥିବା ଭୋଟର ସଂଶୋଧନ ତାଲିକା -୨୦୧୮ ତର୍ଜମା ନିମନ୍ତେ ଆସନ୍ତା ୧୨ ତାରିଖ ସମସ୍ତ ବୁଥରେ ଉପଲବ୍ଧ ହେବ। ଠିକ୍‌ ସେହିପରି ଯେଉଁ ବ୍ୟକ୍ତିମାନଙ୍କର ନାମ ପୂର୍ବରୁ ଭୋଟର ତାଲିକାରେ ସ୍ଥାନ ପାଇନାହିଁ କିମ୍ବା ବର୍ତ୍ତମାନ ଆବେଦନ କରିନାହାନ୍ତି ସେମାନଙ୍କ ନାମଗୁଡିକୁ ଆସନ୍ତା  ୨୨।୧୨।୨୦୧୮ରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଦିନ ସମସ୍ତ ବୁଥ୍‌ରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉପସ୍ଥାପନ କରାଯିବା ପାଇଁ ବୈଠକରେ ସ୍ଥିର ହୋଇଛି। ଏହି ବୈଠକରେ ବିଜେଡିର ପଞ୍ଚା ବାର୍ଲା, ଜୟନାରାୟଣ ତ୍ରିପାଠୀ, ଭାଜପାର ସୁରେନ୍ଦ୍ର ସ୍ବର୍ଣ୍ଣକାର ଓ ଭେଷଜ ରଥ, ଜାତୀୟ କଂଗ୍ରେସର ଜିଲା ସଭାପତି ବେଣୁମାଧବ ତ୍ରିପାଠୀ ଓ ଅଜିତ ପ୍ରସାଦ ପ୍ରମୁଖ ଯୋଗଦେଇଥିଲେ। ଏହି ସମୀକ୍ଷା ବୈଠକରେ ଡେପୁଟି କଲେକ୍ଟର ତ୍ରିଦେବ କୁମାର ପ୍ରଧାନ, ଲୀଳାଧର କାଲୋ, ସୁଦାମ ପଟେଲ ଓ ଚନ୍ଦ୍ରମଣି ମିଶ୍ର ଓ ପ୍ରଫୁଲ୍ଲ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ସମ୍ବଲପୁର

ଚେତି ଶୁଇଛେ ବିଭାଗ: ରାସ୍‌ତା ତରେ ଚାଲିଛେ ବେଆଇନ ଇଟାଭାଟି

ଚେତି ଶୁଇଛେ ବିଭାଗ: ରାସ୍‌ତା ତରେ ଚାଲିଛେ ବେଆଇନ ଇଟାଭାଟି

ଜୁନାଗଡ,୨୦।୧(ଡି.ଏନ୍‌.ଏ):  କଳାହାଣ୍ଡି ଜିଲା ଜୁନାଗଡ଼ ତହସିଲ ଅଂଚଲରେ ଏହେଦେ ବେଉସାୟୀମାନେ ଇଟାଭାଟି କାମ ଆରମ୍‌ କରିଥିବାର ଦେଖ୍‌ବାକେ ମିଲୁଛେ। 

ଜଙ୍ଗଲିଆକେ ସାତ୍‌ ସପନ ଇନ୍ଦିରା ଅବାସ

ଜଙ୍ଗଲିଆକେ ସାତ୍‌ ସପନ ଇନ୍ଦିରା ଅବାସ

ଅତାବିରା, ୨୦।୧ (ଡି.ଏନ.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକୁ ସରକାରୀ ଯୋଜ୍‌ନାରେ ଘର ଯୁଗେଇ ଦେବାର ଲାଗି ବହୁତ୍‌ଟେ ଯୋଜ୍‌ନା ତିଆର କରିଛନ୍‌। 

ବଲାଙ୍ଗୀର ଆକାଶବାଣୀ କେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହ: କାର୍ଯ୍ୟକ୍ରମର ମାନ ବଢାଇବା ଉପରେ ଗୁରୁତ୍ୱ

ବଲାଙ୍ଗୀର ଆକାଶବାଣୀ କେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହ: କାର୍ଯ୍ୟକ୍ରମର ମାନ ବଢାଇବା ଉପରେ ଗୁରୁତ୍ୱ

ବଲାଙ୍ଗୀର ଅଫିସ, ୨୦ା୧- ବଲାଙ୍ଗୀର ଆକାଶବାଣୀ କେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହ ସ୍ଥାନୀୟ ଟାଉନ୍‌ ହଲଠାରେ ଅନୁଷ୍ଠିତ ହୋଇଯାଇଛି| 

ବିଶ୍ୱବାସୀଙ୍କ ପାଇଁ ଗାନ୍ଧୀବାଦର ପ୍ରାସଙ୍ଗିକତା ରହିଛି

ବିଶ୍ୱବାସୀଙ୍କ ପାଇଁ ଗାନ୍ଧୀବାଦର ପ୍ରାସଙ୍ଗିକତା ରହିଛି

ସୋନପୁର, ୨୦।୧(ନି.ପ୍ର.)- ଅହିଂସାର ପୂଜାରୀ ଥିଲେ ମହାତ୍ମାଗାନ୍ଧୀ। ସେ ରାମ ରାଜ୍ୟର ସ୍ବପ୍ନ ଦେଖିଥିଲେ। ଗାଁର ବିକାଶ ହେଲେ ଦେଶର ବିକାଶ ହେବ ବୋଲି କହୁଥିଲେ।

ବିଦ୍ୟୁତ ସଂଯୋଗ ଲାଗି ଧାରନାରେ ବସଲେ ଗାଁବାସୀ

ବିଦ୍ୟୁତ ସଂଯୋଗ ଲାଗି ଧାରନାରେ ବସଲେ ଗାଁବାସୀ

ଲୋଇସିଂହା,୨୦।୧(ଡି.ଏନ.ଏ):  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ପତ୍ରାପାଲି ଗଁାର ଗରିବ୍‌ ଶ୍ରେଣୀର ଲୋକ୍‌ ଆଏଜତକ୍‌ ବିଦ୍ୟୁତ ସେବା ପାଏବାରୁ ବଁଚିତ ହେଇ ରହିଛନ୍‌। 

‘ମୋ ଭବିଷ୍ୟତ ସୁରକ୍ଷା’ ସ୍ବାକ୍ଷର ଅଭିଯାନ ଆରମ୍ଭ

‘ମୋ ଭବିଷ୍ୟତ ସୁରକ୍ଷା’ ସ୍ବାକ୍ଷର ଅଭିଯାନ ଆରମ୍ଭ

ବାଲେଶ୍ୱର ଅଫିସ,୧୯।୧-ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ର ବିରୋଧୀ ନୀତି  ପ୍ରତିବାଦରେ ବାଲେଶ୍ୱର ଗାନ୍ଧୀ ସ୍ମୃତିଭବନ ସମ୍ମୁଖରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଶନିବାର ‘ମୋ ଭବିଷ୍ୟତ ସୁରକ୍ଷା ସ୍ବାକ୍ଷର’ ଅଭିଯାନ ଆରମ୍ଭ ହୋଇଛି। 

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ: ନାଇକେନସିରା ବିଜୟୀ

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ: ନାଇକେନସିରା ବିଜୟୀ

ଦେଓଗାଁ, ୧୯ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ଶିରାବାହାଲରେ ଚାଲିଥିବା ଷଷ୍ଠବର୍ଷ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟର ଶନିବାର ଥିଲା ତୃତୀୟ ଦିବସ ା ଏହି  ଦିବସରେ କୁଲିଆବାହାଲ ଓ ନାଇକେନସିରା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। 

ଜଗନ୍ନାଥ କଲେଜର ବାର୍ଷିକ କ୍ରୀଡା :  ସବିତା ବାଳିକା, ରମେଶ ବାଳକ ଚାମ୍ପିୟନ

ଜଗନ୍ନାଥ କଲେଜର ବାର୍ଷିକ କ୍ରୀଡା : ସବିତା ବାଳିକା, ରମେଶ ବାଳକ ଚାମ୍ପିୟନ

ଦେଓଗାଁ, ୧୯ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ସଦର ବ୍ଲକ ସାହାଜବାହାଲ ଜଗନ୍ନାଥ ଡିଗ୍ରୀ କଲେଜର ବାର୍ଷିକ କ୍ରୀଡା ଶୁକ୍ରବାର  ଉଦଯାପିତ ହୋଇଯାଇଛି ା

ମହିଳା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ: ମନ୍ତ୍ରିମଣ୍ଡଳରୁ ୨ମନ୍ତ୍ରୀଙ୍କୁ ବହିଷ୍କାର ଦାବି

ମହିଳା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ: ମନ୍ତ୍ରିମଣ୍ଡଳରୁ ୨ମନ୍ତ୍ରୀଙ୍କୁ ବହିଷ୍କାର ଦାବି

ଦେବଗଡ଼,୧୯।୧(ସ୍ବ.ପ୍ର.): ଦାରିଙ୍ଗବାଡ଼ିରେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କ ପ୍ରସବ ପରେ ନବଜାତ ଶିଶୁ ମୃତ୍ୟୁ ଘଟଣାରେ ମନ୍ତ୍ରିମଣ୍ଡଳରୁ ରମେଶ ଚନ୍ଦ୍ର ମାଝି ଓ ପ୍ରଫୁଲ୍ଲ ସାମଲଙ୍କୁ ଅବିଳମ୍ବେ ବହିଷ୍କାର ଓ ଦୁଇ ସଚିବଙ୍କୁ ନିଲମ୍ବନ କରିବା  ଦାବିରେ  ଜିଲା ମହିଳା କଂଗ୍ରେସ  ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଥିଲା। ଶନିବାର ଧର୍ମଗଡ଼ ଥାନାରେ ପୀଡ଼ିତାଙ୍କ ମା’ଙ୍କ ଏତଲା ପରେ ଅଭିଯୁକ୍ତଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି।

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା:  ପରିବାର ଲୋକେ ଝିଅକୁ ବିହାର ନେଇଗଲେ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା: ପରିବାର ଲୋକେ ଝିଅକୁ ବିହାର ନେଇଗଲେ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଛି। ଛାତ୍ରୀ ଜଣକ ନିଜ ପରିବାର ସଦସ୍ୟଙ୍କ ସହ ବିହାର ଚାଲି ଯାଇଥିବା ଜଣାପଡିଛି । 

ଝଲୋ ଝଲୋ ଦିଶୁଛେ ସରକାରୀ ଅବହେଲା:  ଆବାସ ଯୋଜ୍‌ନାର କାର୍ଯ୍ୟାଦେଶ ଲାଗି ହଟହଟା

ଝଲୋ ଝଲୋ ଦିଶୁଛେ ସରକାରୀ ଅବହେଲା: ଆବାସ ଯୋଜ୍‌ନାର କାର୍ଯ୍ୟାଦେଶ ଲାଗି ହଟହଟା

ଉଲୁଣ୍ଡା ୧୯ା୧ (ଡି.ଏନ.ଏ):  ବଖ୍‌ରେ ଘର, ସେଥ୍‌ରେ ଫେନ୍‌ ଜଁକାପେଲ୍‌ହା ହେଇ ରହୁଛନ୍‌ ଗୁଟେ ପରିବାର୍‌ର ୯ ଝନ୍‌ ଲୋକ୍‌। ସଖାଲ ପାଏଲେ ପର୍‌ହର ଘରେ ଖଟ୍‌ଲେ ଯାଇ ଘରର ଚୁଲି ଜଲୁଛେ। ସରକାରୀ ଯୋଜ୍‌ନା କହେଲେ ପରିବାର ପାଇଥିବାର ବିପିଏଲ କାର୍ଡ ଖଁଡ଼େ, ବାକି ସବୁ ସରକାରୀ ସୁବିଧା ସୁଯୋଗ୍‌ ପରିବାର ଲାଗି ସାତ୍‌ ସପନ୍‌ ହେଇଛେ।