ସମ୍ପାଦକୀୟ |

ବାକ୍‌ ସ୍ବାଧୀନତା

ବାକ୍‌ ସ୍ବାଧୀନତା

ଆକାର ପଟେଲ

ଆକ୍ରମଣାତ୍ମକ ବକ୍ତବ୍ୟକୁ ନେଇ ପ୍ରତିକ୍ରିୟାହୀନ ରହୁଥିବା ଦେଶଗୁଡ଼ିକ ପ୍ରାୟତଃ ଉନ୍ନତି କରିବାର ସମ୍ଭାବନା ଅଧିକ ଥାଏ। ପ୍ରତିବର୍ଷ ମାନବ ସ୍ବାଧୀନତା ସୂଚକାଙ୍କ (ହ୍ୟୁମାନ୍‌ ଫ୍ରିଡମ୍‌ ଇଣ୍ଡେକ୍ସ)ର ଆକଳନ କରୁଥିବା କାଟୋ ଇନ୍‌ଷ୍ଟିଚ୍ୟୁଟ୍‌ ଏ ଦିଗରେ ସବୁଠୁ ମୁକ୍ତ ବା ସ୍ବାଧୀନ ଦେଶରୂପେ ସ୍ବିଜରଲାଣ୍ଡ, ନ୍ୟୁଜିଲାଣ୍ଡ, ଫିନ୍‌ଲାଣ୍ଡ, ନର୍‌ଓ୍ବେ, ଡେନ୍‌ମାର୍କ, ନେଦରଲାଣ୍ଡ ଓ ଇଂଲଣ୍ଡକୁ ବିବେଚନା କରିଛି। ଏପରି ସ୍ବାଧୀନ ଦେଶ ତାଲିକାରେ ଇଣ୍ଡୋନେସିଆ ଓ ତୁର୍କୀ ତଳକୁ ଭାରତର ସ୍ଥାନ ରହିଛି ୧୦୩ ନମ୍ବରରେ। ତାଲିକାର ସବୁଠୁ ତଳେ ଅଛନ୍ତି ଆଙ୍ଗୋଲା, ବୁରୁଣ୍ଡି ଓ କଙ୍ଗୋ। ଯେଉଁ ଦେଶଗୁଡ଼ିକ ବାକ୍‌ ସ୍ବାଧୀନତାକୁ ଅନୁମତି ଦିଅନ୍ତି, ସେମାନେ ଧନୀ ହେବାର ସମ୍ଭାବନା ସବୁଠୁ ଅଧିକ। ‘ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ’ ପ୍ରତିବର୍ଷ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କ ପ୍ରକାଶ କରେ। ଏଥିରେ କେଉଁ ଦେଶରେ ଗଣମାଧ୍ୟମକୁ କେତେ ସ୍ବାଧୀନତା ମିଳିଛି ତାହାର ଆକଳନ କରାଯାଇଥାଏ। ଏ ଦିଗରେ ସବୁଠୁ ଉପରେ ଥିବା ଦେଶଗୁଡ଼ିକ ହେଉଛି ନର୍‌ଓ୍ବେ, ସ୍ବିଡେନ୍‌, ନେଦରଲାଣ୍ଡ, ଫିନ୍‌ଲାଣ୍ଡ, ସ୍ବିଜର୍‌ଲାଣ୍ଡ, ଜାମାଇକା, ବେଲ୍‌ଜିୟମ୍‌, ନ୍ୟୁଜିଲାଣ୍ଡ, ଡେନ୍‌ମାର୍କ ଓ କୋଷ୍ଟାରିକା। ଏ କ୍ଷେତ୍ରରେ ଭାରତର ସ୍ଥାନ ପାକିସ୍ତାନ, ଚାଇନା ଓ ଅନ୍ୟ କେତେକ ଦେଶ ପରି ବହୁତ ତଳେ ରହିଛି, ଯେଉଁଠି ବାକ୍‌ ସ୍ବାଧୀନତା କେବଳ କଥାରେ ରହିଛି, କାମରେ ନୁହେଁ। ବାକ୍‌ ସ୍ବାଧୀନତା ସହ ଧନୀ, କ୍ଷମତାଶାଳୀ ଓ ଉନ୍ନତ ହେବାର ପ୍ରତ୍ୟକ୍ଷ ସମ୍ବନ୍ଧ ରହିଛି। ସାମ୍ବାଦିକ ଅଭିଜିତ୍‌ ଆୟାର ମିତ୍ର ଟୁଇଟରରେ ଓଡ଼ିଶା ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବାରୁ ତାଙ୍କୁ ଅକ୍ଟୋବର ୨୩ ତାରିଖରେ ଗିରଫ କରି ଜେଲରେ ରଖାଗଲା। ଏହାପରେ ସେ ତାଙ୍କର ଭୁଲ୍‌ ସ୍ବୀକାର କଲେ ଓ ଭୁଲ୍‌ ମାଗିଲେ। ଓଡ଼ିଶା ବିଧାନସଭା ତାଙ୍କୁ କ୍ଷମା ଦେଇଦେଲା, ତଥାପି ବହୁ ବିଳମ୍ବରେ ଡିସେମ୍ବର ୬ ତାରିଖରେ ତାଙ୍କୁ ଜାମିନ ମିଳିଲା। ଭାରତୀୟ ଉପମହାଦେଶରେ ବାକ୍‌ ସ୍ବାଧୀନତା ଓ ଧର୍ମକୁ ନେଇ ଆମେ ପଛରେ ରହିଛୁ। ଅର୍ଦ୍ଧ ଶତାବ୍ଦୀ ତଳେ ଏ କ୍ଷେତ୍ରରେ ଲୋକଙ୍କର ଅଧିକ ସ୍ବାଧୀନତା ଥିଲା। 
୧୯୫୩ ମେ ୨୭ ତାରିଖରେ ପେରିୟାର ଭାବେ ଜଣାଶୁଣା ତାମିଲ ସଂସ୍କାରକ ଇ.ଭି. ରାମସ୍ବାମୀ ନାଇକର ତିରୁଚିରାପଲ୍ଲୀସ୍ଥିତ ଟାଉନହଲ ପଡ଼ିଆରେ ସର୍ବସାଧାରଣରେ ଏକ ଗଣେଶ ମୂର୍ତ୍ତିକୁ ଭାଙ୍ଗିଦେଲେ। ମୂର୍ତ୍ତିକୁ ଭାଙ୍ଗିବା ପୂର୍ବରୁ ହିନ୍ଦୁଧର୍ମର ଜାତିପ୍ରଥାକୁ ନେଇ ଉତ୍‌କ୍ଷିପ୍ତ ଥିବା ନାଇକର ଏହା କରିବା ପଛରେ ଥିବା ତାଙ୍କ ଉଦ୍ଦେଶ୍ୟ ବିଷୟରେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏଥିରେ ଜନୈକ ଅପମାନିତ ହିନ୍ଦୁ ବୀରବଦ୍ରନ୍‌ ଚେଟ୍ଟିଆର ଧାରା ୨୯୫ ଓ ୨୯୫-ଏ ଅନୁଯାୟୀ ଏକ ମାମଲା ରୁଜୁ କଲେ।  ଧାର୍ମିକ ମୂର୍ତ୍ତି ଭାଙ୍ଗିବା ଅପରାଧରେ ନାଇକରଙ୍କୁ ଦୁଇବର୍ଷ ଜେଲ ଦଣ୍ଡ ମିଳିବା କଥା। ଧାର୍ମିକ ବିଶ୍ୱାସକୁ ଆଘାତ ଦେବା ସହ ଉତ୍ତେଜନାମୂଳକ ବକ୍ତବ୍ୟ ଦେଇଥିବାରୁ ତାଙ୍କୁ ତିନିବର୍ଷର ଜେଲ ଦଣ୍ଡ ମିଳିବା କଥା। 
ମାତ୍ର ତିରୁଚିରାପଲ୍ଲୀ ମାଜିଷ୍ଟ୍ରେଟ୍‌ ପ୍ରଥମ ଅଭିଯୋଗକୁ ଖାରଜ କରିଦେଲେ କାରଣ ତାଙ୍କ ମତରେ ଗଣେଶଙ୍କ ପରି ଦେଖାଯାଉଥିବା ଏକ ମାଟିର ମୂର୍ତ୍ତି କେବେହେଲେ ପବିତ୍ର ଓ ଧାର୍ମିକ ବସ୍ତୁ ଭାବେ ଗଣ୍ୟ ହୋଇପାରିବ ନାହିଁ। ଧାର୍ମିକ ବିଶ୍ୱାସକୁ ନେଇ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ କିନ୍ତୁ ସେ ଧାରା ୨୯୫-ଏ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେବା କଥା। କିନ୍ତୁ ମାମଲା ରୁଜୁ କରିବା ଲାଗି ସରକାରଙ୍କ ଅନୁମୋଦନର ଆବଶ୍ୟକତା ଥିଲା। ସରକାର ଅନୁମୋଦନ ଦେଇ ନ ଥିବାରୁ ମାଜିଷ୍ଟ୍ରେଟ୍‌ ଦ୍ୱିତୀୟ ଅଭିଯୋଗଟିକୁ ମଧ୍ୟ ଖାରଜ କରିଦେଲେ। ମୂର୍ତ୍ତିଟି ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ଥିଲା ଯାହାକୁ ସେ ଭାଙ୍ଗିଛନ୍ତି ବୋଲି ଅଭିଯୋଗକାରୀ ସ୍ବୀକାର କଲେ। ଭାରତରେ ଏପରି ଘଟଣା ଘଟିଥିଲା ବୋଲି ଏବେ କଳ୍ପନା କରିହେବ ନାହିଁ। ଏକ ଦଳ ପାକିସ୍ତାନୀ ଖ୍ରୀଷ୍ଟିଆନଙ୍କ କହିବା ଅନୁସାରେ ୧୯୨୭ରୁ ୧୯୮୬ ମଧ୍ୟରେ ଅବିଭକ୍ତ ଭାରତ ଓ ପାକିସ୍ତାନରେ ଏଭଳି ଈଶ୍ୱର-ନିନ୍ଦା ଜନିତ ମାତ୍ର ୭ଟି ମାମଲା ରୁଜୁ ହୋଇଥିଲା। ପାକିସ୍ତାନର ଜାତୀୟ ନ୍ୟାୟ ଓ ଶାନ୍ତି କମିଶନର କହିବା ଅନୁସାରେ ୧୯୮୬ ପରେ ୧,୦୫୮ଟି ଈଶ୍ୱର-ନିନ୍ଦା (ବ୍ଲାସ୍‌ଫେମି) ମାମଲା ରୁଜୁ ହୋଇଛି। 
ତା’ହେଲେ ୧୯୮୬ରେ କ’ଣ ବଦଳିଗଲା? ଏପରି ଧର୍ମନିନ୍ଦୁକମାନଙ୍କ ପାଇଁ ପାକିସ୍ତାନ ମୃତ୍ୟୁଦଣ୍ଡ ଦିଆଯାଇପାରିବ ବୋଲି ଆଇନ ପ୍ରଣୟନ କଲା। ଏହା ପୂର୍ବରୁ ଭାରତ ଓ ପାକିସ୍ତାନରେ ଏ ସମ୍ପର୍କରେ ଆଇନ ସମାନ ଥିଲା। ଦଣ୍ଡ କଠିନ ହେବା ପରେ ମନଇଚ୍ଛା ଅଭିଯୋଗମାନ ଆସିବାକୁ ଲାଗିଲା। ଉକ୍ତ ଅଭିଯୁକ୍ତମାନଙ୍କ ମଧ୍ୟରେ ୪୫୬ ଜଣ ଅହମଦିଆ ମୁସଲମାନ, ୪୪୯ ଜଣ ମୁସଲମାନ, ୧୩୨ ଜଣ ଖ୍ରୀଷ୍ଟିଆନ ଓ ୨୧ ଜଣ ହିନ୍ଦୁ ଅଛନ୍ତି। ପାକିସ୍ତାନ ଜନସଂଖ୍ୟାର ମାତ୍ର ଚାରି ପ୍ରତିଶତ ଥିବା ଅଣମୁସଲମାନଙ୍କ ବିରୋଧରେ ୫୭ ପ୍ରତିଶତ ଅଭିଯୋଗ ରହିଛି। ଏଥିରୁ ଜଣାପଡ଼ୁଛି ଯେ, ଦୁର୍ବଳ ଭିନ୍ନ ଧର୍ମାବଲମ୍ବୀଙ୍କୁ ଟାର୍ଗେଟ୍‌ କରିବା ପାଇଁ ଏହି ଆଇନର ଦୁରୁପଯୋଗ କରାଯାଉଛି। ଆଉ ଗୋଟିଏ କଥା ହେଉଛି, ଅଧିକାଂଶ ମାମଲା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଦାଏର କରାଯାଇଛି। ଏହି ପ୍ରଦେଶର ଖ୍ରୀଷ୍ଟିଆନ ମହିଳା ଆସିଆ ବିବିଙ୍କ ବିରୋଧରେ ମୃତ୍ୟୁଦଣ୍ଡ ଘୋଷଣା କରାଯାଇ ସେ ଅନେକ ବର୍ଷ ଜେଲରେ ରହିବା ପରେ ତାଙ୍କୁ ସୁପ୍ରିମ୍‌କୋର୍ଟ ଦୋଷମୁକ୍ତ କରିଛନ୍ତି। 
ଏଥିରୁ ସ୍ପଷ୍ଟ ଯେ, ବାକ୍‌ ସ୍ବାଧୀନତା ଓ ଧର୍ମକୁ ନେଇ ଆମେ ବହୁତ ପଛରେ ରହିଛୁ। ତାହା ଏକ ଦେଶ ହିସାବରେ ମଧ୍ୟ ଆମକୁ ପଛରେ ପକାଇଦେଉଛି, ଯାହା ପୂର୍ବୋକ୍ତ ସୂଚକାଙ୍କଗୁଡ଼ିକରୁ ଜଣାପଡ଼ୁଛି। ମିତ୍ର କ’ଣ କହିଲେ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେ ନିଜର ଦୋଷ ସ୍ବୀକାର କଲେ ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ। ବାକ୍‌ ସ୍ବାଧୀନତା ସେତେବେଳେ ଯାଇ ସାର୍ଥକ ହୋଇପାରିବ, ଯେତେବେଳେ କାହାର ଅପମାନଜନକ ବକ୍ତବ୍ୟକୁ ଆମେ ସହ୍ୟ କରିପାରିବୁ। ତା’ ନ ହେଲେ ସେଭଳି ସଂକୁଚିତ ବାକ୍‌ ସ୍ବାଧୀନତାର ମୂଲ୍ୟ କିଛି ନାହିଁ।   
Email: aakar.patel@gmail.com
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ସ୍କାମ୍‌ ପ୍ରାୟ ବର୍ଷେ ପୂରଣ କରିବାକୁ ଯାଉଛି। ଇତିମଧ୍ୟରେ ଏହାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସିଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇପାରିଲା ନାହିଁ। ଚୋକ୍‌ସି ଆଣ୍ଟିଗୁଆ ନାଗରିକତ୍ୱ ଗ୍ରହଣ କରିସାରିଥିବାରୁ ୨୦୧୯ ଜାନୁୟାରୀ ୨୧ରେ ଭାରତୀୟ ପାସ୍‌ପୋର୍ଟ ସମର୍ପଣ କରିଦେଇଛନ୍ତି। ଭାରତୀୟ ବୈଦେଶିକ ନୀତି ଅନୁଯାୟୀ, ଯେତେବେଳେ ଜଣେ ନାଗରିକ ଅନ୍ୟ ଦେଶର ..

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

୨୦୧୯ ବର୍ଷର ଶେଷ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ନକାରାତ୍ମକତାର ପ୍ରସାର କରିବା ଅତି ସହଜ କିନ୍ତୁ ଲୋକେ ସକାରାତ୍ମକତାର ପ୍ରସାର ପାଇଁ ଆଗେଇ ଆସିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃସ୍ଥାନୀୟ ବ୍ୟକ୍ତି ଏଭଳି ସକାରାତ୍ମକତାର ବିଚାର ଦେବା ଅନେକ ଆଶା ଉଦ୍ରେକ କରାଏ। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ରେ ରଖିଥିବା ବିଚାରକୁ ନିଜ ଆଚାରରେ ପରିଣତ କରିପାରିଲେ ତାହା ସକାରାତ୍ମକତାର ଉଦାହରଣ ସୃଷ୍ଟିକରିବ। ନିଜ ବିଚାରକୁ ଆଚାରରେ ପରିଣତ କରି ବିରୋଧୀଙ୍କୁ ଟାହିଟାପରା କରିବାର ପ୍ରବୃତ୍ତିରୁ ନିଜକୁ ଦୂରେଇ ବା ବିରୋ..

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ଡ. ପ୍ରଫୁଲ୍ଲ କୁମାର ସାହୁ

ଉଚ୍ଚଶିକ୍ଷିତ ଭାରତୀୟଙ୍କ ପକ୍ଷରେ ଯେତେବେଳେ ଆଇସିଏସ୍‌ ଚାକିରି ଥିଲା ଶ୍ରେଷ୍ଠ ସଫଳତା, ସେତେବେଳେ ସୁଭାଷ ବୋଷ ଥିଲେ ପ୍ରଥମ ଭାରତୀୟ, ଯିଏ ଆଇସିଏସ୍‌ ପରୀକ୍ଷାରେ ସଫଳତା ଅର୍ଜନ କରି ମଧ୍ୟ ତାହାକୁ ପାଦରେ ଏଡ଼େଇ ଦେଇ କେମ୍ବ୍ରିଜ୍‌ରୁ ସ୍ବଦେଶ ଫେରି ଆସିଥିଲେ ଦେଶମାତୃକାକୁ ସ୍ବାଧୀନ କରିବାର ଦୃଢ଼ ସଂକଳ୍ପ ନେଇ। ସିଧାସଳଖ ବମ୍ବେରେ ମହାମତ୍ା ଗାନ୍ଧୀଙ୍କୁ ସାକ୍ଷାତ କରି (୨୦ଜୁଲାଇ ୧୯୨୧) ସେ କଂଗ୍ରେସରେ ଯୋଗଦେଲେ ଏବଂ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିଭିନ୍ନ ରାଜ୍ୟରେ ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ବିବାହ ବେଳେ କନ୍ୟା ଓ ବର ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ଲାଗି ସାଥୀ ହୋଇଥାଆନ୍ତି। ତେବେ ରାଜସ୍ଥାନର ଶ୍ରୀମାଲୀ ସମ୍ପ୍ରଦାୟରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ବିଭାଘର ବେଳେ ବର କନ୍ୟାକୁ କୋଳରେ ଧରି ଅଗ୍ନି ଚାରିପାଖରେ ସାତଥର ପ୍ରଦକ୍ଷିଣ କରିଥାଆନ୍ତି। ପୁରାଣରେ ଉଲ୍ଲେଖ ରହିଛି ପ୍ରଭୁ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ବିବାହ କରିବା ସମୟରେ ବିଘ୍ନ ..

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ।