ସମ୍ପାଦକୀୟ |

ଯେବେ ହିସାବ ମାଗିବେ ଈଶ୍ୱର

ଯେବେ ହିସାବ ମାଗିବେ ଈଶ୍ୱର

ପ୍ରକାଶ ତ୍ରିପାଠୀ

ବିଳାସପୂର୍ଣ୍ଣ ସ୍କୋଡା କାରଟିଏ ଗୁରୁଗାଓଁସ୍ଥିତ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଦ ଆର୍ଥ ସାଭିୟର୍ସ ଫାଉଣ୍ଡେଶନ’ ସମ୍ମୁଖରେ ଅଟକିଲା। କାରରୁ ଓହ୍ଲାଇଲେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଓ ତାଙ୍କ ମା’। ମା’ଙ୍କୁ ସେହି ଅନୁଷ୍ଠାନରେ ରଖିବାକୁ ଭଦ୍ରବ୍ୟକ୍ତି ଅନୁରୋଧ କଲେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ । ମା’ଙ୍କ ବୟସ ପଞ୍ଚାବନ-ଷାଠିଏ ଭିତରେ ହୋଇଥିବ ମାତ୍ର ଦେଖାଯାଉଥାନ୍ତି ଅଶୀ ନବେ ବର୍ଷ ଭଳି। ଜୀର୍ଣ୍ଣଶୀର୍ଣ୍ଣ ଶରୀର, ଓଜନ ଅତି ବେଶି ହେଲେ ବାର କେଜି ହେବ। କଙ୍କାଳ ଉପରେ ସତେ ଯେମିତି ଲୋଳିତ ଚର୍ମର ଏକ ଆବରଣ ମାତ୍ର। ଯେକୌଣସି ସମୟରେ ଜୀବନ ଛାଡିଯିବାର ଆଶଙ୍କା ସୃଷ୍ଟି କରୁଥାଏ। ବିଳାସପୂର୍ଣ୍ଣ ସ୍କୋଡା କାର ଓ ଭଦ୍ରବ୍ୟକ୍ତିଙ୍କ ପରିଧାନରୁ ବାରି ହୋଇପଡୁଥିଲା ତାଙ୍କର ଆଭିଜାତ୍ୟ। ମା’ଙ୍କୁ ଏଭଳି ଅବସ୍ଥାରେ ଅନାଥାଶ୍ରମ ନୁହେଁ, ବରଂ ନିଜ ଘରେ ଆତ୍ମୀୟଙ୍କ ଦ୍ୱାରା ସେବାଯତ୍ନ କରାଯିବା ଆବଶ୍ୟକ। ତେଣୁ ମା’ଙ୍କୁ ଘରକୁ ଫେରାଇନେବାକୁ ଭଦ୍ରବ୍ୟକ୍ତିଙ୍କୁ ଅନୁରୋଧ କରିଥିଲେ ଅନୁଷ୍ଠାନର ମୁଖ୍ୟ। ଫେରିଯିବା ପୂର୍ବରୁ ଭଦ୍ରବ୍ୟକ୍ତିଙ୍କ ଫୋନ୍‌ ନମ୍ବର ଓ ଘର ଠିକଣା ରଖିବାକୁ ଭୁଲି ନ ଥିଲେ ସେ। ସେଦିନ ରାତିରେ ଭଲ ନିଦ ହୋଇ ନ ଥିଲା ଅନୁଷ୍ଠାନର ମୁଖ୍ୟଙ୍କୁ। ପ୍ରତି ମୁହୂର୍ତ୍ତରେ ସେହି ଭଦ୍ରବ୍ୟକ୍ତିଙ୍କ କଙ୍କାଳସାର ମା’ଙ୍କ ଚେହେରା ସାମ୍‌ନାକୁ ଆସିଯାଉଥିଲା। ପରଦିନ ସକାଳେ ଫୋନ କରିଥିଲେ ସେହି ଭଦ୍ରବ୍ୟକ୍ତିଙ୍କୁ ଓ ପଚାରି ବୁଝିଥିଲେ ତାଙ୍କ ମା’ଙ୍କ ସ୍ବାସ୍ଥ୍ୟ ଅବସ୍ଥା। ଉତ୍ତରରେ ସେ ଯାହା ଶୁଣିଲେ, ସେଥିରେ ତାଙ୍କ ପାଦତଳୁ ଭୂମି ଖସିଯିବା ଭଳି ଲାଗିଲା। ଭଦ୍ରବ୍ୟକ୍ତି ଉପହାସ ଢଙ୍ଗରେ ଅନାଥାଶ୍ରମ ମୁଖ୍ୟଙ୍କୁ କହିଥିଲେ- ‘ଆପଣ ତ ମୋ ମା’ଙ୍କୁ ଆଶ୍ରମରେ ରଖିଲେନି। ତେଣୁ ମୁଁ ଆଜି ସକାଳେ ମା’ଙ୍କୁ ହରିଦ୍ୱାର ଯାଉଥିବା ଏକ ଟ୍ରେନ୍‌ରେ ବସାଇଦେଇ ଆସିଛି।’ ଏହାପରେ ଅନାଥାଶ୍ରମର ମୁଖ୍ୟ ନିଜେ ତାଙ୍କ ମା’ଙ୍କୁ ଉଦ୍ଧାର କରି ଆଶ୍ରମକୁ ଆଣିଥିଲେ ଓ ତାଙ୍କୁ ସୁସ୍ଥ କରାଇଥିଲେ। ପରେ ସେ ଜାଣିବାକୁ ପାଇଥିଲେ ଯେ, ଉକ୍ତ ବୃଦ୍ଧାଙ୍କର ଶହେ ଏକର ପାଖାପାଖି ଜମି ରହିଛି ଓ ସବୁ ସମ୍ପତ୍ତି ପୁଅ-ଝିଅଙ୍କ ମଧ୍ୟରେ ନ ବାଣ୍ଟି କେବଳ ପୁଅ ନାମରେ ରେଜିଷ୍ଟ୍ରି କରିଦେବାକୁ ଭଦ୍ରବ୍ୟକ୍ତି ମା’ଙ୍କ ଉପରେ ଚାପ ପକାଉଥିଲେ। ଏଥିରେ ତାଙ୍କ ମା’ ରାଜି ନ ହେବାରୁ ତାଙ୍କୁ ଗୋଟିଏ ଘରେ ଖାଇବାକୁ ପିଇବାକୁ ନ ଦେଇ ଅନେକ ଦିନ ହେବ ତାଲା ପକାଇ ରଖିଥିଲେ।
ଏହିଭଳି ଅନେକ ମର୍ମଭେଦୀ ହୃଦୟବିଦାରକ ଘଟଣାର ମୂକସାକ୍ଷୀ ପାଲଟିଛି ଗୁରୁଗାଓଁସ୍ଥିତ ଦ ଆର୍ଥ ସାଭିୟର୍ସ ଫାଉଣ୍ଡେଶନ ଦାତବ୍ୟ ଅନୁଷ୍ଠାନ ଓ ମଣିଷରୁ ଦେବତା ପାଲଟି ଯାଇଛନ୍ତି ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସଂଚାଳକ ରବି କାଲ୍‌ରା। ୨୦୦୮ରେ ତାଙ୍କଦ୍ୱାରା ସ୍ଥାପିତ ଏହି ଅନୁଷ୍ଠାନରେ ବର୍ତ୍ତମାନ ପ୍ରାୟ ୫୦୦ ବେସାହାରା, ଅସହାୟ ବୃଦ୍ଧାବୃଦ୍ଧ ଆଶ୍ରୟ ନେଇଛନ୍ତି, ଯେଉଁମାନଙ୍କ ପଛରେ ରହିଛି ଅନେକ ମର୍ମସ୍ପର୍ଶୀ ବେଦନାସିକ୍ତ ତଥା ଅଶ୍ରୁଭିଜା କାହାଣୀ। ରବି କାଲ୍‌ରା ଏହି ଦାତବ୍ୟ ଅନୁଷ୍ଠାନ ଖୋଲିବା ପୂର୍ବରୁ ଜଣେ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ତାଲିମଦାତା ଭାବେ ଖୁବ୍‌ ଖ୍ୟାତି ଅର୍ଜନ କରିଥିଲେ। ମାତ୍ର ଗୋଟିଏ ଛୋଟ ଘଟଣା ତାଙ୍କ ଜୀବନପଥକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ଦିଲ୍ଲୀର ଏକ ରାସ୍ତାକଡ଼ରେ ଫିଙ୍ଗାଯାଇଥିବା ଖାଦ୍ୟକୁ ଜଣେ ଆଠଦଶ ବର୍ଷର ବାଳକ ଓ ଏକ କୁକୁର ଏକତ୍ର ଖାଉଥିବା ଦେଖି ତାଙ୍କ ହୃଦୟ ତରଳି ଯାଇଥିଲା। ଏହାପରେ ସେ ସିଧା ଯାଇଥିଲେ ଦିଲ୍ଲୀର ଏକ ଶ୍ମଶାନକୁ ଓ ସେଠାରେ ଜୁଇର ପାଉଁଶ ଦେହରେ ବୋଳି ଶପଥ ନେଇଥିଲେ ଅନାଥ, ବେସାହାରା ଓ ଅସହାୟଙ୍କ ସେବାରେ ନିଜର ଅବଶିଷ୍ଟ ଜୀବନ ବିତାଇବାକୁ। ଏହାପରେ ଜନ୍ମ ନେଲା ତାଙ୍କ ସ୍ବପ୍ନର ଅନୁଷ୍ଠାନ ଦ ଆର୍ଥ ସାଭିୟର୍ସ ଫାଉଣ୍ଡେଶନ। ପ୍ରଥମ ଅତିଥି ଭାବେ ନିଜ ଅନୁଷ୍ଠାନ ପାଇଁ ପାଇଥିଲେ ଜଣେ ବୃଦ୍ଧ ରୋଗୀଙ୍କୁ, ଯିଏ କି ରାସ୍ତାକଡ଼ରେ ପଡି ଚିତ୍କାର କରୁଥିଲେ। ଦେହସାରା ଘା ଓ ଏହା ଉପରେ ଏତେମାତ୍ରାରେ ମାଛି ବସିଥିଲେ ଯେ ଲାଗୁଥିଲା ସତେଯେମିତି ମହୁଫେଣା ଉପରେ ମହୁମାଛି ବସିଛନ୍ତି। ରୋଗଣା ବାପାଙ୍କ ଚିକିତ୍ସା ନ କରି ନିଜ ପରିବାର ଲୋକେ ଉକ୍ତ ବୃଦ୍ଧଙ୍କୁ ଘରୁ ତଡିଦେଇଥିଲେ। ଉକ୍ତ ବୃଦ୍ଧଙ୍କୁ ନିଜ ଆଶ୍ରମକୁ ଆଣି ସେବାଯତ୍ନ ନେବା ପରେ ସେ ସୁସ୍ଥ ହୋଇଥିଲେ। ପ୍ରଥମେ ପ୍ରଥମେ ନିଜ ସଞ୍ଚିତ ଅର୍ଥରେ ଅନାଥାଶ୍ରମର ଖର୍ଚ୍ଚ ତୁଲାଉଥିଲେ। ଆଖପାଖ ଲୋକ ସହଯୋଗ କରିବା ତ ଦୂରର କଥା, ଅପନିନ୍ଦା କରିବାକୁ ପଛାଇ ନ ଥିଲେ। ସେମାନେ ଭାବୁଥିଲେ ଯେ, ରବି କାଲ୍‌ରା ବୋଧହୁଏ କିଡ୍‌ନୀ, ବ୍ଲଡ୍‌ ବିକିବା ଉଦ୍ଦେଶ୍ୟରେ ଅନାଥାଶ୍ରମ ଖୋଲିଛନ୍ତି। ପରେ ଅବଶ୍ୟ ସେମାନଙ୍କ ଆଶଙ୍କା ଦୂରୀଭୂତ ହୋଇଥିଲା ଓ ଆଶ୍ରମକୁ ବିଭିନ୍ନ ବର୍ଗର ଲୋକେ ଏବଂ କିଛି ଅନୁଷ୍ଠାନ ସାହାଯ୍ୟ କରିବାକୁ ଲାଗିଲେ। କାଲ୍‌ରାଙ୍କ ଏପରି କାର୍ଯ୍ୟକୁ ଖୁବ୍‌ ପ୍ରଶଂସା କରନ୍ତି ତାଙ୍କ ମା’ ଓ ବାପା। ନିଜକୁ ସେ ନିୟୋଜିତ କରିଛନ୍ତି ଅସହାୟ ଲୋକଙ୍କ ସେବାଯତ୍ନ ନେବାରେ। ହେଲେ ନିଜ ଧର୍ମପତ୍ନୀ କାଲ୍‌ରାଙ୍କ ଏପରି କାର୍ଯ୍ୟକୁ ନାପସନ୍ଦ କରି ତାଙ୍କଠାରୁ ଅଲଗା ହୋଇ ଯାଇଛନ୍ତି। ନିଜ ଝିଅପୁଅଙ୍କୁ ନେଇ ଏବେ ସେ ବିଦେଶରେ ରହୁଛନ୍ତି।
ଯେତେବେଳେ ସମଗ୍ର ଦିଲ୍ଲୀ ନିଶାର୍ଦ୍ଧରେ ଶୂନ୍‌ଶାନ୍‌ ହୋଇଯାଏ, ସେତେବେଳେ ରବି କାଲ୍‌ରା ଗଳିକନ୍ଦି ବୁଲି ରାସ୍ତାକଡ଼ରେ ଶୋଇଥିବା ଅନାଥ, ଅସହାୟ ମଣିଷମାନଙ୍କୁ ଖୋଜନ୍ତି ଓ ଆଦର ସହକାରେ ନିଜ ଆଶ୍ରମକୁ ପାଛୋଟି ଆଣନ୍ତି। ଏପରି କି ପୋଲିସ ବି ଏଭଳି ଲୋକଟିଏ ପାଇଲେ ଏବେ ରବି କାଲ୍‌ରାଙ୍କ ଆଶ୍ରମରେ ଛାଡିଦେଇ ଆସୁଛନ୍ତି। କେବଳ ଅସହାୟ ଓ ବେସାହାରା ଲୋକ ଗରିବ ବା ସାଧାରଣ ପରିବାରରେ ନାହାନ୍ତି। ଅନେକ ଧନାଢ଼୍ୟ ଓ ସ୍ବଚ୍ଛଳ ପରିବାରରେ ବି ବରିଷ୍ଠ ସଦସ୍ୟମାନେ ଅଛନ୍ତି, ଯେଉଁମାନେ କି ପରିବାର ଦ୍ୱାରା ଅବହେଳିତ ହୋଇ ରାଜରାସ୍ତାକୁ ଆଦରି ନେଉଛନ୍ତି। ଏପରି କି ଅନାଥାଶ୍ରମରେ ଦେହାନ୍ତ ପରେ ଖବର ପଠାଗଲା ପରେ ମଧ୍ୟ ଅନ୍ତିମ ସଂସ୍କାର ପାଇଁ ବି ଆସୁନାହାନ୍ତି। କେବଳ ଅନାଥାଶ୍ରମର ନୁହନ୍ତି, ଯେ କୌଣସି ଅଚିହ୍ନା, ଅଜଣା ଓ ଦାବିଦାର ନ ଥିବା ଶବକୁ ସମ୍ମାନ ଦିଅନ୍ତି ରବି କାଲ୍‌ରା। ବର୍ତ୍ତମାନ ସୁଦ୍ଧା ସେ ଏହିଭଳି ପ୍ରାୟ ପାଞ୍ଚହଜାର ମୃତ ଲୋକଙ୍କ ଶବ ସତ୍କାର କରିବା ସହ ସେମାନଙ୍କ ଅସ୍ଥି ପ୍ରୟାଗଠାରେ ବିସର୍ଜନ କରିସାରିଛନ୍ତି। କାଲ୍‌ରାଙ୍କର ଏପରି ଉତ୍ସର୍ଗୀକୃତ ସେବା ପାଇଁ ତାଙ୍କୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ସମାଜସେବା ଓ ଦୁଃଖୀ ବେସାହାରା ଲୋକଙ୍କ ସେବା ପାଇଁ କୌଣସି ପଦପଦବୀ ବା ରାଜନୀତିର ଆବଶ୍ୟକତା ନାହିଁ। ତାହାର ଜ୍ୱଳନ୍ତ ଉଦାହରଣ ପାଲଟି ଯାଇଛନ୍ତି ରବି କାଲ୍‌ରା। ତାଙ୍କ ସମ୍ପର୍କରେ ଖୁବ୍‌ କମ୍‌ ଲୋକ ଜାଣନ୍ତି କାରଣ ଏଭଳି ମହାନ୍‌ ଲୋକଙ୍କ ମହାନ୍‌ କାମ ସମ୍ପର୍କରେ ଆମ ଗଣମାଧ୍ୟମଗୁଡିକ ବିଶେଷ ସକ୍ରିୟ ନୁହନ୍ତି। ଏମାନେ ଚିତ୍ର ତାରକାଙ୍କ ସମ୍ପର୍କରେ ଯେତିକି ତତ୍ପରତା ପ୍ରକାଶ କରନ୍ତି, ଏହାର କାଣିଚାଏ ସଚ୍ଚା ସମାଜସେବୀଙ୍କ କ୍ଷେତ୍ରରେ ଦେଖାଇ ନ ଥାନ୍ତି। ଗତ ନଭେମ୍ବର ୨୬ ତାରିଖରେ ଏହି ମହାନ୍‌ ସମାଜସେବୀ ଓ ମହାମାନବଙ୍କୁ ସୋନି ଚ୍ୟାନେଲ ପକ୍ଷରୁ କୌନ୍‌ ବନେଗା କରୋଡପତି ଗେମ୍‌ ଶୋ’କୁ ଆମନ୍ତ୍ରଣ କରାଯାଇ ଖେଳ ମାଧ୍ୟମରେ ୨୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ଅନେକ ସତ୍ୟ ଘଟଣାର ବେଦନାସିକ୍ତ କାହାଣୀ ପ୍ରକାଶ କରିଥିଲେ, ଯାହାକି ସମଗ୍ର ଭାରତକୁ ସ୍ତବ୍ଧ କରିଦେଇଥିଲା। କଥା ପ୍ରସଙ୍ଗରେ ସେ କହିଥିଲେ ଯେ, ଦିନେନା ଦିନେ ଆମ ସମସ୍ତଙ୍କୁ ଈଶ୍ୱରଙ୍କ ପାଖକୁ ଯିବାକୁ ପଡିବ। ସେତେବେଳେ ଈଶ୍ୱର ଆମକୁ କେବେ ବି ପଚାରିବେନି ଯେ ଆମେ କେତେ ବ୍ୟାଙ୍କ ବାଲାନ୍ସ ରଖିଛୁ, କେତେ ସମ୍ପତ୍ତିବାଡି କରିଛୁ। କିନ୍ତୁ ଏହା ନିଶ୍ଚିତ ପଚାରିବେ ଯେ ଅନ୍ୟମାନଙ୍କ ପାଇଁ, ସମାଜ ପାଇଁ, ଅନାଥ, ଅସହାୟ ଓ ବେସାହାରାମାନଙ୍କ ପାଇଁ କ’ଣ କରିଛୁ। ଆମେ ଏ ଦୁନିଆରୁ ସବୁ କିଛି ପାଇଛେ। ପ୍ରତିବଦଳରେ ଆମକୁ କିଛି କରିବାକୁ ପଡିବ, ନଚେତ୍‌ ଈଶ୍ୱରଙ୍କୁ ଆମେ କି ଉତ୍ତର ଦେବା?
ବର୍ତ୍ତମାନ ଆମ ଦେଶର ମୋଟ ଜନସଂଖ୍ୟା ପ୍ରାୟ ୧୩୦ କୋଟି ଓ ଏଥିରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଅନ୍ତତଃ ୧୩ କୋଟି। ଯଦି ଏହି ହାର ଅବ୍ୟାହତ ରହେ, ତେବେ ୨୦୫୦ ବେଳକୁ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୩୦ କୋଟି ଛୁଇଁବ। ଏକ ସର୍ବେକ୍ଷଣ ଅନୁଯାୟୀ ୭୫ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ଜୀବନସାଥୀ ବିନା ଏକଲା ରହିଥାନ୍ତି। ଏମାନଙ୍କ କ୍ଷେତ୍ରରେ ସେବାଯତ୍ନକୁ ନେଇ ସମ୍ପ୍ରତି ଉତ୍କଟ ସମସ୍ୟା ଦେଖାଦେଇଛି। କ୍ରମଶଃ ଯୌଥ ପରିବାର ଦୁର୍ବଳ ଓ ବହୁଳ ଏକକ ପରିବାର ମୁଣ୍ଡଟେକି ଉଠୁଥିବାରୁ ବରିଷ୍ଠ ନାଗରିକମାନେ ଅଧିକ ଅବହେଳାର ଶିକାର ହେଉଛନ୍ତି। ବୟସ୍କ ମାତାପିତା ତଥା ପରିବାରର ବରିଷ୍ଠ ସଦସ୍ୟଙ୍କ ସେବାଯତ୍ନ ଓ ପ୍ରତିପୋଷଣକୁ ସୁନିଶ୍ଚିତ କରିବା ପାଇଁ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ତାହାର ଆଶାନୁରୂପ ସୁଫଳ ମିଳିପାରୁନାହିଁ। ଆଗାମୀ ଦିନରେ ପୁରୁଷଙ୍କ ହାରାହାରି ପରମାୟୁ ୭୧.୯ ଓ ମହିଳାଙ୍କ ପରମାୟୁ ୭୫.୮ ବର୍ଷକୁ ବୃଦ୍ଧି ପାଇବାର ଆକଳନ କରାଯାଉଥିବାରୁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଆଜିଠାରୁ ସୁଚିନ୍ତିତ ଯୋଜନା ଏବଂ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। କୁହାଯାଏ, ସବୁ ସମୟରେ ଓ ସବୁ ସ୍ଥାନରେ ଈଶ୍ୱର ପହଞ୍ଚି ପାରିବେନି ବୋଲି ମା’ ସୃଷ୍ଟି କରିଥିଲେ। ଏବେ ଲାଗୁଛି ମା’ମାନେ ଅସହାୟ ହୋଇପଡୁଥିବାରୁ ଈଶ୍ୱର ବୋଧହୁଏ ରବି କାଲ୍‌ରାଙ୍କ ଭଳି ଫରିସ୍ତା ସୃଷ୍ଟି କରିଛନ୍ତି।
ମୋ-୯୪୩୭୨୩୨୪୬୩, 
prakas.tripathy09@gmail.com
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା