ସମ୍ପାଦକୀୟ |

ଅର୍ଥନୀତିର ଦିଗ୍‌ଦର୍ଶକ

ଅର୍ଥନୀତିର ଦିଗ୍‌ଦର୍ଶକ

ଭାରତୀୟ ଅର୍ଥନୀତିକୁ ଦିଗ୍‌ଦର୍ଶନ ଦେବାରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ)ଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ଏହି ପଦବୀରେ ଅବସ୍ଥାପିତ ବ୍ୟକ୍ତି ଅର୍ଥ, ବେପାର ବାଣିଜ୍ୟ  ଏବଂ ଅର୍ଥନୈତିକ ବ୍ୟବସ୍ଥା ସୁଦୃଢ଼ କରିବା ଲାଗି ସରକାରଙ୍କୁ ଉପଦେଶ ଦେଇଥାଆନ୍ତି। ସିଇଏ ସିଧାସଳଖ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ରିପୋର୍ଟ ଦିଅନ୍ତି । ତେଣୁ ଅର୍ଥନୀତି ଉପରେ ପ୍ରଗାଢ଼ ଜ୍ଞାନ ରଖିଥିବା ବ୍ୟକ୍ତିଙ୍କୁ ଏଥିଲାଗି ବଛାଯାଇଥାଏ। ଅରବିନ୍ଦ ସୁବ୍ରମଣ୍ୟନ୍‌ଙ୍କ ଇସ୍ତଫାର ୬ ମାସ ପରେ କେନ୍ଦ୍ର ସରକାର ପ୍ରଫେସର ଡ. କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ଙ୍କୁ ନୂତନ  ସିଇଏ ନିଯୁକ୍ତ କରିଛନ୍ତି। ସେ ୩ ବର୍ଷ ପାଇଁ ଏହି ପଦରେ ରହିବେ। ବିମୁଦ୍ରୀକରଣ ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପ୍ରଚଳନ ପରେ ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଲକ୍ଷ୍ୟ କରାଯାଇଛି । କେତେକ ଅର୍ଥନୀତିଜ୍ଞ ସରକାରଙ୍କ ଏଭଳି ପଦକ୍ଷେପକୁ ସମାଲୋଚନା ମଧ୍ୟ କରିଛନ୍ତି। ଏପରି କି ଅରବିନ୍ଦ ସିଇଏ ଥିବା ବେଳୁ ବିମୁଦ୍ରୀକରଣ ନିଷ୍ପତ୍ତିରେ ସନ୍ତୁଷ୍ଟ ନ ଥିଲେ। ତେଣୁ ଅନନ୍ୟୋପାୟ ହୋଇ ପାରିବାରିକ କାରଣ ଦର୍ଶାଇ ପଦବୀରୁ ଇସ୍ତଫା ଦେଇଥିଲେ। ତେବେ ତାଙ୍କ ସାଙ୍ଗିଆ ବହନ କରୁଥିବା ଅନ୍ୟ ଜଣେ ଅଥନୀତି ବିଶେଷଜ୍ଞ କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ଙ୍କୁ ଏବେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ନିଯୁକ୍ତ କରାଯାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ସମାଲୋଚକମାନେ କହିବା ଆରମ୍ଭ କଲେଣି ସେ ସ୍ବଦେଶୀ ଅର୍ଥନୀତିକୁ ପସନ୍ଦ କରୁଥିବାରୁ କ୍ରିଷ୍ଣମୂର୍ତ୍ତିଙ୍କୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପସନ୍ଦ କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ବ୍ୟକ୍ତିଙ୍କ କାର୍ଯ୍ୟଶୈଳୀ ଅର୍ଥନୀତିକୁ କିଭଳି ଦିଶା ଦେଇପାରିବ ତାହା ମୁଖ୍ୟ କଥା। ତାଙ୍କ ପରାମର୍ଶ ଜାତୀୟ ଅର୍ଥନୀତିକୁ ସକାରାତ୍ମକ ଦିଗକୁ ନେଇପାରିଲେ ଦେଶର ଉନ୍ନତି ହୋଇପାରିବ। ଏହି ପରିପ୍ରେକ୍ଷୀରେ ନବନିଯୁକ୍ତ ସିଇଏଙ୍କ ବିଷୟରେ ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ। 

ହାଇଦ୍ରାବାଦସ୍ଥିତ ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ବିଜିନେସ୍‌ର ଆସୋସିଏଟ୍‌ ପ୍ରଫେସର ଥିବା କ୍ରିଷ୍ଣମୂର୍ତ୍ତି ବ୍ୟାଙ୍କ ବିଶେଷଜ୍ଞ ଭାବେ  ମଧ୍ୟ ଜଣାଶୁଣା। ଏଥିସହିତ ସେ ସେଣ୍ଟର ଫର୍‌ ଆନାଲିଟିକାଲ ଫାଇନାନ୍ସର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଦାୟିତ୍ୱରେ ରହିଛନ୍ତି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲଜି, କାନପୁରରୁ ଇଲେକ୍‌ଟ୍ରିକାଲ୍‌ ଇଞ୍ଜିନିୟରିଂ କରିବା ପରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ, କଲିକତାରୁ  ଡିଗ୍ରୀ ଅର୍ଜନ କରିଥିଲେ। ପରେ ଶିକାଗୋ ବିଶ୍ୱବିଦ୍ୟାଳୟର ବୁଥ୍‌ ସ୍କୁଲ ଅଫ୍‌ ବିଜ୍‌ନେସ୍‌ରୁ ଫାଇନାନ୍ସିଆଲ ଇକୋନୋମିକ୍ସରେ ସେ ପିଏଚ.ଡି. ଡିଗ୍ରୀ ଅର୍ଜନ କରିଥିଲେ। ତାଙ୍କ ଗବେଷଣା ସନ୍ଦର୍ଭ ପ୍ରସ୍ତୁତିରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଅନ୍ୟତମ ଗାଇଡ୍‌ ରହିଥିଲେ। ବ୍ୟାଙ୍କିଙ୍ଗ, କର୍ପୋରେଟ ଗଭର୍ନାନ୍ସ ଓ ଇକୋନୋମିକ ପଲିସି ବିଶେଷଜ୍ଞ ଭାବେ କ୍ରିଷ୍ଣମୂର୍ତ୍ତିଙ୍କ ବିଶ୍ୱସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ସେ ଆର୍‌ବିଆଇ ଓ ସେବିର ବିଶେଷଜ୍ଞ କମିଟିରେ କାର୍ଯ୍ୟ କରିଛନ୍ତି। ଜେପି ମୋର୍ଗାନ ଚେଜ୍‌, ଆଇସିଆଇସିଆଇ ବ୍ୟାଙ୍କ ଓ ଟାଟା କନ୍‌ସଲ୍‌ଟାନ୍ସିରୁ ଅଭିଜ୍ଞତା ଅର୍ଜନ କରିଥିବା କ୍ରିଷ୍ଣମୂର୍ତ୍ତି ବନ୍ଧନ ବ୍ୟାଙ୍କ ଏବଂ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ବ୍ୟାଙ୍କ ମ୍ୟାନେଜମେଣ୍ଟର ବୋର୍ଡ ସଦସ୍ୟ ରହିଥିଲେ। 

ଆର୍ଥିକ ଜଗତରେ କ୍ରିଷ୍‌ ନାମରେ ପରିଚିତ ୪୭ ବର୍ଷୀୟ ଏହି ଦକ୍ଷିଣ ଭାରତୀୟ ବିଶାରଦ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିପାରିଥିବାରୁ ଜେଟ୍‌ଲୀ ତାଙ୍କୁ ସିଇଏ ପଦବୀ ଲାଗି ଯୋଗ୍ୟ ବିବେଚନା କରିଥିବା କୁହାଯାଉଛି। କେନ୍ଦ୍ରର ଭାଜପା ସରକାରରେ ସ୍ବଦେଶୀ ଜାଗରଣ ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଅର୍ଥନୈତିକ ବିଶେଷଜ୍ଞଙ୍କ ମତରେ ରାଜନ ଆର୍‌ବିଆଇ ଗଭର୍ନର ଏବଂ ଅରବିନ୍ଦ ସୁବ୍ରମଣ୍ୟନ୍‌ ସିଇଏ ନିଯୁକ୍ତ ହେବା ସମୟରେ ମଞ୍ଚ ପକ୍ଷରୁ ସେମାନଙ୍କ ବିଦେଶୀ ଭାବନାକୁ ନେଇ ପ୍ରଶ୍ନ ଉଠାଯାଇଥିଲା। ହେଲେ କ୍ରିଷ୍ଣମୂର୍ତ୍ତିଙ୍କ ନିଯୁକ୍ତି ଉପରେ ଏହା କୌଣସି ମନ୍ତବ୍ୟ ଏଯାଏ ରଖି ନ ଥିବା ଦେଖିବାକୁ ମିଳିଛି। ଆଲୋଚନା ହେଉଛି, କ୍ରିଷ୍ଣମୂର୍ତ୍ତି ସ୍ବଦେଶୀ ଅର୍ଥନୀତିର ଅନ୍ୟତମ ସମର୍ଥକ ହୋଇଥିବାରୁ ତାଙ୍କ ନିଯୁକ୍ତିକୁ ଅଗ୍ରପ୍ରାଧାନ୍ୟ ଦିଆଯାଇଛି।        -ଜିତେନ୍ଦ୍ର

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା