ଖେଳ | ସମ୍ବଲପୁର

ଉଷାଦେବୀ ମେମୋରିଆଲ କ୍ରିକେଟ: ବଡମାଲ ସେମିରେ

ଉଷାଦେବୀ ମେମୋରିଆଲ କ୍ରିକେଟ:  ବଡମାଲ ସେମିରେ

ଉଲୁଣ୍ଡା, ୮।୧୨(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କେସିସି କୁକିଆ ପକ୍ଷରୁ ଆୟୋଜିତ ହୋଇଥିବା ଦ୍ୱିତୀୟ ଉଷାଦେବୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଖେଳରେ ଜେଜେସିସି ବଡମାଲ ଦଳ ଆୟୋଜକ କୁକିଆ ଦଳକୁ ୮ ଉଇକେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି କୁକିଆ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୦୦ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଦେବାଶିଷ ପୁରୋହିତ ୨୨ରନ ସଂଗ୍ରହ କରିଥିଲେ। ବଡମାଲ ପକ୍ଷରୁ ଅଜୟ କୁମାର ଲୁହା ୩ଟି ଉଇକେଟ ଅକ୍ତିଆର କରିଥିଲେ। ଏହାର ଜବାବରେ ବଡମାଲ ଦଳ ବିଜୟ ଲକ୍ଷ ୧୦୧କୁ ୧୦.୧ ଓଭରରେ ହାସଲ କରିନେଇ ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ସିତୁ ସାହୁ ସର୍ବାଧିକ ୫୭ ରନ ସଂଗ୍ରହ କରିଥିଲେ । ଆଜିର ଖେଳକୁ ଶ୍ୟାମସୁନ୍ଦର ପଣ୍ଡା ଓ ଭରୁକ୍ରମ ପାଣ୍ଡିଆ ପରିଚାଳନା କରିଥିଲେ । ଆଦର୍ଶ ନାୟକ ସ୍କୋରିଂ କରିଥିବା ବେଳେ ଆର୍ତ୍ତତ୍ରାଣ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ହୋଇଥିବା ପୁରସ୍କାର ବିତରଣୀକୁ ବିସିସି ଉଲୁଣ୍ଡାର ପ୍ରାକ୍ତନ ଅଧିନାୟକ ରଘୁବୀର ଚନ୍ଦ୍ର ମେହେର ଅତିଥି ଭାବରେ ଆସି ବଡମାଳର ସିତୁ ସାହୁଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚର ପୁରସ୍କାର ପ୍ରଦାନ କରିଥିଲେ ।


All Right Reserved By

ଖେଳ | ସମ୍ବଲପୁର

 ଭାରତର ତୃତୀୟ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆ

ଭାରତର ତୃତୀୟ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆ

ଇପୋ (ମାଲେସିଆ), ୨୫।୩(ପି.ଟି.)- ଏଠାରେ ଚାଲିଥିବା ସୁଲତାନ ଆଜଲାନଶାହ କପ୍‌ ହକି ଟୁର୍ନାମେଣ୍ଟରେ ଭାରତର ତୃତୀୟ ପ୍ରତିଦ୍ୱନ୍ଦ୍ୱୀ ହେଉଛି ମାଲେସିଆ। ପ୍ରଥମ ମ୍ୟାଚରେ ଜାପାନକୁ ହରାଇବାପରେ ଦ୍ୱିତୀୟ ମ୍ୟାଚକୁ ଦକ୍ଷିଣ କୋରିଆ ସହିତ ଡ୍ର ରଖିଥିବା ଭାରତ ମଙ୍ଗଳବାର ତୃତୀୟ ଲିଗ୍‌ ମ୍ୟାଚରେ ମାଲେସିଆକୁ ଭେଟିବାକୁ ଯାଉଛି। 

ସିଏସ୍‌କେ ସାମ୍ନାରେ କ୍ୟାପିଟାଲ୍ସ ଟେଷ୍ଟ

ସିଏସ୍‌କେ ସାମ୍ନାରେ କ୍ୟାପିଟାଲ୍ସ ଟେଷ୍ଟ

ନୂଆଦିଲ୍ଲୀ, ୨୫।୩(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୫ମ ମୁକାବିଲାରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)କୁ ଭେଟିବାକୁ ଯାଉଛି। 

ବିଜେନ୍ଦ୍ରଙ୍କ ୟୁଏସ୍‌ ପ୍ରୋ ପଦାର୍ପଣ ମ୍ୟାଚ୍‌ ସ୍ଥଗିତ

ବିଜେନ୍ଦ୍ରଙ୍କ ୟୁଏସ୍‌ ପ୍ରୋ ପଦାର୍ପଣ ମ୍ୟାଚ୍‌ ସ୍ଥଗିତ

ନୂଆଦିଲ୍ଲୀ,୨୫।୩- ଭାରତୀୟ ଷ୍ଟାର ବକ୍ସର ବିଜେନ୍ଦ୍ର ସିଂ ଆମେରିକାରେ ଟ୍ରେନିଂ ବେଳେ ଆହତ ହୋଇଛନ୍ତି। ଏଥିଯୋଗୁ ତାଙ୍କର ବହୁ ପ୍ରତୀକ୍ଷିତ ୟୁଏସ୍‌ଏ ପ୍ରୋ ପଦାର୍ପଣ ମ୍ୟାଚ୍‌ ସ୍ଥଗିତ କରିଦିଆଯାଇଛି।

ଅଷ୍ଟ୍ରେଲିଆ ଦଳର ବୋଲିଂ କୋଚ୍‌ ଗ୍ରିଫିଟ

ଅଷ୍ଟ୍ରେଲିଆ ଦଳର ବୋଲିଂ କୋଚ୍‌ ଗ୍ରିଫିଟ

ମୁମ୍ବାଇ,୨୫।୩(ଏଏଫ୍‌ପି)- ଆଡାମ ଗ୍ରିଫିଟଙ୍କୁ ଅଷ୍ଟ୍ରେଲିଆ ଦଳର ବୋଲିଂ କୋଚ୍‌ ପଦରେ ନିଯୁକ୍ତ କରାଯାଇଛି। 

ସମୟ ଆସିଲେ ନିଜେ ଅବସର ନେବି-ଯୁବି

ସମୟ ଆସିଲେ ନିଜେ ଅବସର ନେବି-ଯୁବି

ମୁମ୍ବାଇ,୨୫।୩(ଏଏଫ୍‌ପି)- ଯୁବରାଜ ସିଂ (ଯୁବି)ଙ୍କ କ୍ରିକେଟ ଭବିଷ୍ୟତକୁ ନେଇ କିଛି ବର୍ଷ ହେଲା ଆଲୋଚନା ଜାରି ରହିଛି। କିନ୍ତୁ ସମୟ ଆସିଲେ ନିଜେ ଅବସର ନେବେ ବୋଲି ଯୁବି କହିଛନ୍ତି। 

ଫିଞ୍ଚଙ୍କ କ୍ରମାଗତ ଦ୍ୱିତୀୟ ଶତକ

ଫିଞ୍ଚଙ୍କ କ୍ରମାଗତ ଦ୍ୱିତୀୟ ଶତକ

ଶାରଜା,୨୫।୩(ଏଏଫ୍‌ପି)- ଏଠାରେ ଚାଲିଥିବା ପାକିସ୍ତାନ ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆନ ଅଧିନାୟକ ଆରେନ ଫିଞ୍ଚ କ୍ରମାଗତ ଦ୍ୱିତୀୟ ଶତକ ଲଗାଇଛନ୍ତି।

ଟିମ୍‌ ଇଣ୍ଡିଆ ଚିନ୍ତା ବୁମରା ଆହତ ସମସ୍ୟା

ଟିମ୍‌ ଇଣ୍ଡିଆ ଚିନ୍ତା ବୁମରା ଆହତ ସମସ୍ୟା

ମୁମ୍ବାଇ,୨୫।୩-ଭାରତୀୟ ଦଳର ପ୍ରମୁଖ ପେସର ଯଶପ୍ରୀତ ବୁମରା ଆହତ ହୋଇଛନ୍ତି।

ଓ୍ବାଚ୍‌ମ୍ୟାନଙ୍କ ପୁଅରୁ ସଫଳ କ୍ରିକେଟର

ଓ୍ବାଚ୍‌ମ୍ୟାନଙ୍କ ପୁଅରୁ ସଫଳ କ୍ରିକେଟର

ଦୃଢ଼ ମନୋବଳ ଓ କଡ଼ା ପରିଶ୍ରମ ବଳରେ ଯେ କୌଣସି ବାଧାକୁ ଅତିକ୍ରମ କରି ଲକ୍ଷ୍ୟ ହାସଲ କରି ହୁଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଭାରତୀୟ କ୍ରିକେଟ ଦଳର ନିୟମିତ ସଦସ୍ୟ ରବୀନ୍ଦ୍ର ଜାଡେଜା। 

ଆଇପିଏଲର ପ୍ରତ୍ୟେକ ବଲ ପିଛା ଖର୍ଚ୍ଚ ୨୫ ଲକ୍ଷ

ଆଇପିଏଲର ପ୍ରତ୍ୟେକ ବଲ ପିଛା ଖର୍ଚ୍ଚ ୨୫ ଲକ୍ଷ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ବିଶ୍ୱର ସବୁଠାରୁ ବିତ୍ତଶାଳୀ ଲିଗ୍‌। 

ସଚିନଙ୍କ ବ୍ୟାଟ୍‌ରେ ଆଫ୍ରିଦି ଲଗାଇଥିଲେ ବିସ୍ଫୋରକ ଶତକ

ସଚିନଙ୍କ ବ୍ୟାଟ୍‌ରେ ଆଫ୍ରିଦି ଲଗାଇଥିଲେ ବିସ୍ଫୋରକ ଶତକ

ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ୧୯୯୬ ଅକ୍ଟୋବର ୨ ତାରିଖରେ କେନିୟା ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।

ଆଇପିଏଲ ଫିବର୍‌: ଚୌକାରେ କେଉଁ ଖେଳାଳି ଆଗରେ ଜାଣନ୍ତୁ

ଆଇପିଏଲ ଫିବର୍‌: ଚୌକାରେ କେଉଁ ଖେଳାଳି ଆଗରେ ଜାଣନ୍ତୁ

ଖାଲି ଭାରତରେ ନୁହେଁ ସାରା ଦେଶରେ ଆଇପିଏଲର ଏକ ଭିନ୍ନ ଚାହିଦା ରହିଛି। କେବଳ ଦର୍ଶକଙ୍କ ମଧ୍ୟରେ ନୁହେଁ ଖେଳାଳିଙ୍କ ଭିତରେ ମଧ୍ୟ ଆଇପିଏଲ ନେଇ ଉତ୍ସାହ ରହିଥାଏ। 

ମୁମ୍ବାଇକୁ ହରାଇଲା ଦିଲ୍ଲୀ

ମୁମ୍ବାଇକୁ ହରାଇଲା ଦିଲ୍ଲୀ

ମୁମ୍ବାଇ, ୨୫।୩- ରିଷଭ ପନ୍ତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ ପୂର୍ବତନ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୩୭ ରନରେ ପରାସ୍ତ କରିଛି। 


Model This Week

ରଶ୍ମି
Why Dharitri