ଫୁରସତ |

ଅଜବ ନିୟମ...

ଅଜବ ନିୟମ...
ପୃଥିବୀରେ ଏମିତି ବିଭିନ୍ନ ଦେଶ ରହିଛି, ଯେଉଁଠି ଅଜବ ଆଇନ କାନୁନ ଦେଖିବାକୁ ମିଳେ। ଶୁଣିବାକୁ ଅଜବ ଲାଗୁଥିବା ଏହି ନିୟମ କିନ୍ତୁ ଖୁବ୍‌ କଡ଼ାକଡ଼ି ଭାବେ ଜାରି କରାଯାଇଥାଏ ସେହି ଅଞ୍ଚଳରେ। କେଉଁଠି ଗାଧୋଇବା ମନା ତ ଆଉ କେଉଁଠି ଚୁମ୍ବନ ଦେବା। ଏମିତି ୧୦ଟି ଦେଶର ୧୦ଟି ଅଜବ ନିୟମକୁ ଏହି ତାଲିକାରେ ଯୋଡ଼ାଯାଇ ପାରେ। ମ୍ୟାନମାର୍‌ରେ ଇଣ୍ଟରନେଟ୍‌ ବ୍ୟବହାର କରିବା ବେଆଇନ। ଯଦି କୌଣସି ବ୍ୟକ୍ତି ଲୁଚିଛପି ଏହାର ବ୍ୟବହାର କରୁଥିବା ଜଣାପଡ଼େ ତେବେ ତାଙ୍କୁ କାରାଦଣ୍ଡ ହୋଇପାରେ। ସୁଇଜର୍‌ଲାଣ୍ଡରେ ମଧ୍ୟ ଏମିତି ଏକ ଅଜବ କାନୁନ୍‌ ପ୍ରଚଳିତ। ଏଠାରେ ରାତି ୧୦ଟା ପରେ କୌଣସି ପୁରୁଷ ଲୋକ ଛିଡ଼ା ହୋଇ ଥକ୍କାମାରିବା ବେଆଇନ। ଆମେରିକାର ଲସ୍‌ଏଞ୍ଜେଲ୍ସରେ ଗୋଟିଏ ବାଥ୍‌ଟବ୍‌ରେ ଦୁଇଟି ଶିଶୁଙ୍କୁ ଗାଧୋଇଦେବା ଆଇନ ବିରୁଦ୍ଧ। ଏପରିସ୍ଥଳେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି। ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ରହିଛି ଏକ ଅଜବ ନିୟମ। ଏଠାରେ ରବିବାର ଦିନବେଳେ ଗୋଲାପି ରଙ୍ଗର ପ୍ୟାଣ୍ଟ ପିନ୍ଧିବା ଉପରେ କଟକଣା ରହିଛି। କାଲିଫର୍ନିଆର ସାନ୍‌ ଫ୍ରାନ୍ସିସ୍‌କୋ ସହରରେ ଅନ୍ତଃବସ୍ତ୍ର ଦ୍ୱାରା କାର ଧୋଇବା ଉପରେ ଆଇନଗତ କଟକଣା ଜାରି କରାଯାଇଛି। ସେହିପରି ନଓ୍ବୋଡ଼ାର ୟୁରେକା ସହରରେ ଏକ ମଜାଦାର କାନୁନ୍‌ ରହିଛି। ଏଠାରେ ମହିଳାଙ୍କୁ ଦାଢ଼ି ରଖିଥିବା ପୁରୁଷ ଚୁମ୍ବନଦେବା ବେଆଇନ। ଇଂଲଣ୍ଡର ମାସାଚ୍ୟୁଟରେ ରାତିରେ ନ ଗାଧୋଇ ଶୋଇବା ଏବଂ ରବିବାର ଗାଧୋଇବା ବେଆଇନ। ଓହିଓର ଅକ୍ସଫୋର୍ଡ଼ରେ କୌଣସି ପୁରୁଷଙ୍କ ଫଟୋ ଆଗରେ ମହିଳାଙ୍କ ପୋଷାକ ପରିବର୍ତ୍ତନ ଉପରେ କଟକଣା ରହିଛିି। ମିସୌରିରେ ନାଇଟ୍‌ ଗାଉନ ପିନ୍ଧିଥିବା ମହିଳାଙ୍କୁ ଦମକଳ ବାହିନୀ ବଞ୍ଚାଇବା ବେଆଇନ। ଫ୍ଲୋରିଡ଼ାର ମିଓମିରେ ପଶୁମାନଙ୍କ ନକଲ କରିବାକୁ ଅପରାଧ ବିବେଚନା କରାଯାଏ।
All Right Reserved By

ଫୁରସତ |

ଯେଉଁଠି ଲଗାଇବାକୁ ପଡ଼େନାହିଁ; ଆପେ ଆପେ ଜଳିଉଠେ ନିଆଁ...

ଯେଉଁଠି ଲଗାଇବାକୁ ପଡ଼େନାହିଁ; ଆପେ ଆପେ ଜଳିଉଠେ ନିଆଁ...

ଆଧୁନିକ ବିଜ୍ଞାନ ଯୁଗରେ ଏଭଳି ଅନେକ ରହସ୍ୟ ରହିଛି ଯାହାର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ। ଅନେକ ଗବେଷଣାପରେ ଗବେଷକ ମଧ୍ୟ ଏଭଳି ଅନେକ ରହସ୍ୟ ଭେଦ କରିବାକୁ ହୋଇ ନାହାଁନ୍ତି ସକ୍ଷମ।

ଯେଉଁଠି ପାଠପଢ଼ା ପାଇଁ କରାଯାଏ ବୈଶ୍ୟାବୃତ୍ତି...

ଯେଉଁଠି ପାଠପଢ଼ା ପାଇଁ କରାଯାଏ ବୈଶ୍ୟାବୃତ୍ତି...

ଶିକ୍ଷା ଉପରେ ବାଳକ ବାଳିକା ଉଭୟଙ୍କର ରହିଛି ସମାନ ଅଧିକାର। ତେବେ ଶିକ୍ଷା ଲାଗି ହେଉଥିବା ଖର୍ଚ୍ଚ ପାଇଁ ଅନେକ ପାଠପଢ଼ିବାକୁ ଚାହୁଁଥିଲେ ମଧ୍ୟ ପଛଘୁଞ୍ଚା ଦେଇଥାନ୍ତି। ବିଶ୍ୱର ଅନେକ ରାଷ୍ଟ୍ରରେ ସରକାର ମହିଳାଙ୍କ ବିକାଶ ପାଇଁ ନାନା ପ୍ରକାର ଶିକ୍ଷା ଯୋଜନା ପ୍ରଣୟନ କରାଯାଉଛି। 

ରାତିରେ ମଲ୍‌ଚା ମହଲରୁ ଶୁଭେ ମହିଳାଙ୍କ କାନ୍ଦିବା ଶବ୍ଦ...

ରାତିରେ ମଲ୍‌ଚା ମହଲରୁ ଶୁଭେ ମହିଳାଙ୍କ କାନ୍ଦିବା ଶବ୍ଦ...

ଦିଲ୍ଲୀ ଆର୍ଥ ଷ୍ଟେସନ୍‌ ନିକଟରେ ବୁଦ୍ଧ ଜୟନ୍ତୀ ପାର୍କ ପଛପଟେ ରହିଛି ମଲ୍‌ଚା ମହଲ। ଏଠାରେ ପ୍ରେତାତ୍ମା ରହିଥିବାନେଇ ଅନେକ କହିଥାନ୍ତି। ଅନେକ ସମୟରେ ଏଠାରେ ଅନେକ ଆତ୍ମହତ୍ୟା କରିଥାନ୍ତି। କାହିଁକି ଏକ ନିଦ୍ଦିଷ୍ଟ ସ୍ଥାନରେ ଲୋକମାନେ ଆତ୍ମହତ୍ୟା କରନ୍ତି ତାହାର ରହସ୍ୟ କାହାକୁ ଜଣାନାହିଁ। 

୭୨ ଘଣ୍ଟା ନୋ ଟଏଲେଟ୍‌

୭୨ ଘଣ୍ଟା ନୋ ଟଏଲେଟ୍‌

ବିବାହ ସମୟରେ ୭୨ ଘଣ୍ଟା ଟଏଲେଟ ନ ଯିବା ବିଶ୍ୱର ଟିଡୋଙ୍ଗ ଆଦିବାସୀ ସମ୍ପ୍ରଦାୟର ଏକ ପ୍ରାଚୀନ ପରମ୍ପରା। ଏହି ପରମ୍ପରା ଅନୁସାରେ ନବବିବାହିତଙ୍କୁ ବିବାହ ଦିନଠାରୁ ୩ ଦିନ ପର୍ଯ୍ୟନ୍ତ ଟଏଲେଟ୍‌ ବ୍ୟବାହର କରିବାକୁ ଦିଆଯାଇ ନ ଥାଏ। 

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

ନୂଆଦିଲ୍ଲୀ, ୨୩।୧: ଯଦି ମନୋବଳ ଦୃଢ, ତେବେ ଜୀବନରେ ଯେ କୌଣସି ଝଡଝଞ୍ଜା ଆସିଲେ ମଧ୍ୟ ତାହାର ସାମ୍ନା କରିବା ସହଜ ମନେ ହୁଏ। ଏମିତି ଜଣେ ଦୃଢମନା ବ୍ୟକ୍ତି ହେଉଛନ୍ତି ଗୁରୁଚରଣ ସିଂହ ସାନ୍ଧୁ। 

ଥଣ୍ଡାରେ କମ୍‌ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା: ପର୍ବତ ଶିଖରରେ ଚଢ଼ି ବିକିନିରେ ସେଲ୍‌ଫି ଉଠାଉଥିବା ମହିଳା ଗିଗୀ ମୃତ

ଥଣ୍ଡାରେ କମ୍‌ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା: ପର୍ବତ ଶିଖରରେ ଚଢ଼ି ବିକିନିରେ ସେଲ୍‌ଫି ଉଠାଉଥିବା ମହିଳା ଗିଗୀ ମୃତ

ତାଇଓ୍ବାନ: ବହୁତ ଲୋକଙ୍କର ପର୍ବତାରୋହଣ କରି ଶିଖର ଛୁଇଁବା ଭଳି ସଉକ ଥାଏ। ମାତ୍ର ଏପରି କରିବା ପୂର୍ବରୁ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ନିଜର ସୁରକ୍ଷା ଓ ସ୍ବାସ୍ଥ୍ୟ ଆଦି ବିଷୟରେ ଧ୍ୟାନ ରଖିବା ଉଚିତ୍‌। ନଚେତ ଜୀବନ ବି ଯାଇପାରେ। ନିକଟରେ ଏଭଳି ଏକ ଘଟଣାର ଶିକାର ହୋଇଛନ୍ତି ତାଇଓ୍ବାନର ଜଣେ ମହିଳା ପର୍ବତାରୋହୀ।

୧୦ ବର୍ଷରେ ଶିକାର ହେଲେଣି ୧୦୨ ଏକଶିଙ୍ଗି ଗଣ୍ଡା

୧୦ ବର୍ଷରେ ଶିକାର ହେଲେଣି ୧୦୨ ଏକଶିଙ୍ଗି ଗଣ୍ଡା

ନୋଇଡା(ୟୁପି): ୨୦୦୮ରୁ ଏପର୍ଯ୍ୟନ୍ତ ୧୦୨ ଏକଶିଙ୍ଗି ଗଣ୍ଡା ଶିକାର କରାଗଲାଣି ଏବଂ ଏଥିପାଇଁ ୨୦୯ ଶିକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ଅଧିକାର ଆଇନ (ରାଇଟ୍‌ ଟୁ ଇନଫରମେଶନ୍‌) ତଥ୍ୟରୁ ଜଣାଯାଇଛି। ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧୀନ ଓ୍ବାଇଲ୍ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି) ଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ ଆସାମରୁ ସର୍ବାଧିକ ୮୪ ଏକଶିଙ୍ଗି ଗଣ୍ଡା ଶିକାର କରାଯାଇଛି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରେ ୧୭ଟି ଗଣ୍ଡା ଶିକାର କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ ଗୋଟିଏ ଗଣ୍ଡାର ମୃତ୍ୟୁ ଘଟିଛି। 

ସକାଳେ ବିଛଣାଛାଡ଼ି  ଏସବୁ କାହିଁକି  ମନା...

ସକାଳେ ବିଛଣାଛାଡ଼ି ଏସବୁ କାହିଁକି ମନା...

ସକାଳେ ବିଛଣା ଛାଡିବା ପରେ ନିରୋଗ ଜୀବନଚର୍ଯ୍ୟା ଆପଣେଇବା ଆବଶ୍ୟକ। ଏହାଦ୍ୱାରା ମନ ଓ ଶରୀର ଉପରେ ପଡ଼ିଥାଏ ସକାରାତ୍ମକ ପ୍ରଭାବ।

ଚୁମ୍ବନ ଦେଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଯୁବକ

ଚୁମ୍ବନ ଦେଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଯୁବକ

କ୍ରିସ୍‌ ମୋନରୋ ନାମକ ଜଣେ ଯୁବକ ଏବେ ଇଣ୍ଟରନେଟର କିସିଂ ବୟ ଭାବେ ବେଶ୍‌ ପରିଚିତ। ସେ ଚୁମ୍ବନ ଦେଇ ଏବେ କୋଟି କୋଟି ଟଙ୍କା ରୋଜଗାର କରୁଥିବା କୁହନ୍ତି। ଏମିତିକି ବଲିଉଡ୍‌ ଷ୍ଟାର ତଥା ସିରିୟଲ କିସର୍‌ ଇମ୍ରାନ ହାସମିଙ୍କୁ ଏବେ ପଛରେ ପକାଇ ଦେଇଛନ୍ତି କିସିଂ ବୟ କ୍ରିସ୍‌।

ସାଙ୍ଗିଆ ପରିବର୍ତ୍ତନ

ସାଙ୍ଗିଆ ପରିବର୍ତ୍ତନ

ନିଜ ସାଙ୍ଗିଆକୁ କିଏ ବା ଭଲ ନ ପାଏ । କାରଣ ନାଁ ପରେ ଏହା ବି ମଣିଷର ପରିଚୟ ପାଲଟିଥାଏ। ତେବେ ପୁରୁଷମାନଙ୍କ କ୍ଷେତ୍ରରେ ଏହା ଶୈଶବରୁ ଆରମ୍ଭ କରି ଜୀବନର ଶେଷ ସମୟ ଯାଏ ଅପରିବର୍ତ୍ତିତ ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଅନେକ ସମୟରେ ଏହା ବଦଳି ଯାଇଥାଏ...

ପାଠପଢ଼ା ଚାପ ବି ସ୍ମରଣ ଶକ୍ତିକୁ କରେ ପ୍ରଭାବିତ...

ପାଠପଢ଼ା ଚାପ ବି ସ୍ମରଣ ଶକ୍ତିକୁ କରେ ପ୍ରଭାବିତ...

ପିଲାଙ୍କ ସ୍ମରଣ ଶକ୍ତି ହ୍ରାସ ପଛରେ ଅଭିଭାବକ ହିଁ ଦାୟୀ ଥାଆନ୍ତି।  ପିଲାଟି ଉପରେ ଷ୍ଟଡିପେସର୍‌ ବା ପାଠପଢ଼ା ଚାପ ବଢ଼ାଇବାରେ ସେମାନଙ୍କର ଥାଏ ମୁଖ୍ୟ ଭୂମିକା। 

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ କନୌଜରେ ଥିବା ମହାଦେବଙ୍କ ମନ୍ଦିର ପାଲଟିଛି ସର୍ବଧର୍ମସମନ୍ବୟର ପବିତ୍ର କ୍ଷେତ୍ର।