ଖେଳ | ଉପକୂଳ ଓଡିଶା

କଳ୍ପତରୁ ଦାସ ମେମୋରିଆଲ କ୍ରିକେଟ୍‌ ଟୁର୍ନାମେଣ୍ଟ: ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଆରୁହା ବିଜୟୀ

କଳ୍ପତରୁ ଦାସ ମେମୋରିଆଲ କ୍ରିକେଟ୍‌ ଟୁର୍ନାମେଣ୍ଟ: ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଆରୁହା ବିଜୟୀ

ଧର୍ମଶାଳା, ୮।୧୨(ଡି.ଏନ୍‌.ଏ.)- ଧର୍ମଶାଳା ନିର୍ବାଚନମଣ୍ଡଳୀର ତରଞ୍ଜିଆସ୍ଥିତ ଖେଳ ପଡ଼ିଆରେ ଆୟୋଜିତ ଚତୁର୍ଥ କଳ୍ପତରୁ ଦାସ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ଶନିବାର ୧୩ନଂ ଜୋନ୍‌ର ପ୍ରଥମ ପ୍ରି-କ୍ୱାର୍ଟର ମ୍ୟାଚ ଉଦ୍‌ଘାଟିତ ହୋଇଯାଇଛି। ଯାଜପୁର ଏମ୍‌ପି ରୀତା ତରାଇ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ଜିଲା ପରିଷଦ ସଭ୍ୟ ନିରଞ୍ଜନ ରାଉତ ଅତିଥି ଭାବେ ଯୋଗଦେଇ ମ୍ୟାଚ୍‌ର ଉଦ୍‌ଘାଟନ କରିଥିଲେ।  ଏହି ଅବସରରେ ଅନୁଷ୍ଠିତ  ମ୍ୟାଚ୍‌ରେ କ୍ଷେତ୍ରପାଳ  ପଞ୍ଚାୟତକୁ ୬୯ରନ୍‌ରେ ପରାସ୍ତ କରି ଆରୁହା ଦଳ ବିଜୟୀ ହୋଇଛି। ଆରୁହା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୬ଉଇକେଟ ହରାଇ ୧୫୭ ରନ୍‌ କରିଥିଲା।   ଦଳ ପକ୍ଷରୁ ମନୋଜ ସାମଲ ଅପରାଜିତ ୪୩ ରନ୍‌ ଓ ଶୁଭାଶିଷ ସେନାପତି ୨୮ରନ୍‌ କରିଥିଲେ ା ବିପକ୍ଷ ଦଳର ପଙ୍କଜ ସାହୁ ୩ଟି ଓ ରଞ୍ଜନ ବେହେରା ୨ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ଜବାବରେ କ୍ଷେତ୍ରପାଳ ଦଳ ୧୫ ଓଭରରେ ୯ଉଇକେଟ ହରାଇ ୮୮ରନ୍‌ ସଂଗ୍ରହ କରି ପରାସ୍ତ ହୋଇଥିଲା। ଦଳପକ୍ଷରୁ ରଣଜିତ୍‌ ଦାସ ୩୯ରନ୍‌ କରିଥିଲେ। ବିଜୟୀ ଦଳର ହରମନ୍‌ ସାହାଣୀ ଓ ଚନ୍ଦନ ସାମଲ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ନିକଞ୍ଜ ବେହେରା ଓ ଅଭିନାଶ ସାମଲ ଖେଳ ପରିଚାଳନା କରିଥିଲେ।  ସ୍କୋର୍‌ରେ ବାସୁଦେବ ମିଶ୍ର, ପ୍ରକାଶ ଧଳ ସହାୟତା କରିଥିଲେ। ରବିବାର ୨ଟି କ୍ୱାଟର ଫାଇନାଲ ଖେଳ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚ୍‌ଟି ଥାନୁଆଳ ପଞ୍ଚାୟତ ଓ ଗଙ୍ଗଧରପୁର ପଞ୍ଚାୟତ ଦଳ  ଏବଂ ଦ୍ୱତୀୟ ମ୍ୟାଚ୍‌ଟି କଣ୍ଟିଗାଡ଼ିଆ ଗ୍ରାମପଞ୍ଚାୟତ ଓ ପାଖର ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କେଡିଏମ୍‌ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ସୂଚନା ଦେଇଛନ୍ତି। 

All Right Reserved By

ଖେଳ | ଉପକୂଳ ଓଡିଶା

ଏସିଆ ମିକ୍ସଡ୍‌ ଟିମ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିୟନଶିପ୍‌:  ସିଙ୍ଗାପୁରଠାରୁ ହାରିଲା ଭାରତ

ଏସିଆ ମିକ୍ସଡ୍‌ ଟିମ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିୟନଶିପ୍‌: ସିଙ୍ଗାପୁରଠାରୁ ହାରିଲା ଭାରତ

ହଂକଂ, ୨୦।୩(ପି.ଟି.)- ଏଠାରେ ଚାଲିଥିବା ଏସିଆ ମିକ୍ସଡ୍‌ ବ୍ୟାଡମିଣ୍ଟନ୍‌ ଟିମ୍‌ ଚାମ୍ପିୟନଶିପ୍‌ର ଗ୍ରୁପ୍‌-ବି’ର ଏକ ମ୍ୟାଚ୍‌ରେ ଭାରତ ୨-୩ ଗେମ୍‌ରେ ସିଙ୍ଗାପୁର ନିକଟରୁ ପରାସ୍ତ ହୋଇଛି। ଏଚ୍‌.ଏସ୍‌. ପ୍ରଣୟ, ଏମ୍‌.ଆର୍‌. ଅର୍ଜୁନ ଓ ଶ୍ଲୋକ ରାମଚନ୍ଦ୍ରନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଭାରତ ଏହି ମ୍ୟାଚ୍‌ ହାରିଯାଇଛି। ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ୨ଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଉଭୟଥିରେ ପରାଜୟ ସାମ୍ନା କରିଥିଲେ।

ପଡିଆରେ ମୃତ୍ୟୁବରଣ କଲେ ଯୁବ କ୍ରିକେଟର

ପଡିଆରେ ମୃତ୍ୟୁବରଣ କଲେ ଯୁବ କ୍ରିକେଟର

କୋଲକାତା,୨୦।୩ (ପି.ଟି.)-ସ୍ଥାନୀୟ ବାଟା କ୍ଲବ୍‌ ଗ୍ରାଉଣ୍ଡରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ପଡିଆରେ ହିଁ ଜଣେ ଯୁବ କ୍ରିକେଟରଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ବୁଧବାର ଏହି ଗ୍ରାଉଣ୍ଡରେ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲର ସେକେଣ୍ଡ ଡିଭିଜନ ଲିଗ୍‌ର ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ଅବସରରେ ବାଲିଗଞ୍ଜ ସ୍ପୋର୍ଟିଂ କ୍ଲବ୍‌ର ୨୨ ବର୍ଷୀୟ ଖେଳାଳି ସୋନୁ ଯାଦବ ମୃତ୍ୟୁବରଣ କରିଛନ୍ତି।

ଶୀଘ୍ର ଯୋଗଦେବେ ଓ୍ବିଲିୟମ୍‌ସନ

ଶୀଘ୍ର ଯୋଗଦେବେ ଓ୍ବିଲିୟମ୍‌ସନ

ନୂଆଦିଲ୍ଲୀ,୨୦।୩(ପିଟି)- ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ ନିକଟରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ ବେଳେ ଆହତ ହୋଇଥିଲେ।

ଆଇପିଏଲ୍‌ରୁ ଆନରିଚ ନର୍ଟଜେ ବାଦ୍‌

ଆଇପିଏଲ୍‌ରୁ ଆନରିଚ ନର୍ଟଜେ ବାଦ୍‌

ନୂଆଦିଲ୍ଲୀ,୨୦।୩(ପି.ଟି.)- ଆଇପିଏଲ ଆରମ୍ଭ ହେବା ଆଗରୁ ଦୁଇଥର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳକୁ ଶକ୍ତ ଧକ୍କା ଲାଗିଛି। 

ମାଲେସିଆ ଓପନ୍‌ରୁ ଓହରିଲେ ଲି’

ମାଲେସିଆ ଓପନ୍‌ରୁ ଓହରିଲେ ଲି’

କୁଆଲାଲମ୍ପୁର, ୨୦।୩(ଏଏଫ୍‌ପି)- କିମ୍ବଦନ୍ତୀ ବ୍ୟାଡ୍‌ମିଣ୍ଟନ ଖେଳାଳି ଲି ଚୋଙ୍ଗ ଓ୍ବେଇ ଆସନ୍ତା ମାସରେ ଖେଳାଯିବାକୁ ଥିବା ମାଲେସିଆ ଓପନ୍‌ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। 

 ସୁପର ଓଭରରେ ଜିତିଲା ଦକ୍ଷିଣ ଆଫ୍ରିକା

ସୁପର ଓଭରରେ ଜିତିଲା ଦକ୍ଷିଣ ଆଫ୍ରିକା

କେପ୍‌ଟାଉନ, ୨୦।୩(ଏଏଫ୍‌ପି)- ଡେଭିଡ୍‌ ମିଲରଙ୍କ ଉଇକେଟ ପଛରେ ଓ ଆଗରେ ଜବରଦସ୍ତ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ର ସୁପର ଓଭରରେ ଶ୍ରୀଲଙ୍କାକୁ ହରାଇ ଦେଇଛି। 

ସାମିଙ୍କୁ ମିଳିବ ବହୁତ ବିଶ୍ରାମ: କିଙ୍ଗ୍ସ ଇଲେଭେନ୍‌

ସାମିଙ୍କୁ ମିଳିବ ବହୁତ ବିଶ୍ରାମ: କିଙ୍ଗ୍ସ ଇଲେଭେନ୍‌

ନୂଆଦିଲ୍ଲୀ,୨୦।୩(ପି.ଟି.)- ଆଗାମୀ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭାରତୀୟ ବିଶ୍ୱକପ୍‌ ଦଳର କୋର ସଦସ୍ୟ ମହମ୍ମଦ ସାମିଙ୍କୁ ବହୁତ ବିଶ୍ରାମ ଦିଆଯିବ। 

ଓପ୍‌ନିଂ କରିବେ ରୋହିତ

ଓପ୍‌ନିଂ କରିବେ ରୋହିତ

ମୁମ୍ବାଇ, ୨୦।୩- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)ର ଅଧିନାୟକ ରୋହିତ ଶର୍ମା ଆସନ୍ତା ସିଜନର ସମସ୍ତ ମ୍ୟାଚ୍‌ରେ ଓପ୍‌ନିଂ ବ୍ୟାଟିଂ କରିବେ।

ମେଲ୍‌ବୋର୍ନ ଷ୍ଟାର୍ସ କୋଚ୍‌ ପଦ ତ୍ୟାଗ କଲେ ଫ୍ଲେମିଂ

ମେଲ୍‌ବୋର୍ନ ଷ୍ଟାର୍ସ କୋଚ୍‌ ପଦ ତ୍ୟାଗ କଲେ ଫ୍ଲେମିଂ

ମେଲ୍‌ବୋର୍ନ, ୨୦।୩- ନ୍ୟୁଜିଲାଣ୍ଡ ଦଳର ପୂର୍ବତନ ଅଧିନାୟକ ଷ୍ଟିଫେନ ଫ୍ଲେମିଂ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ) ଫ୍ରାଞ୍ଚାଇଜ ମେଲବୋର୍ନ ଷ୍ଟାର୍ସ ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। 

୮ ଛକା ମାରିଲେ ଇତିହାସ ସୃଷ୍ଟି କରିବେ ଗେଲ୍‌

୮ ଛକା ମାରିଲେ ଇତିହାସ ସୃଷ୍ଟି କରିବେ ଗେଲ୍‌

ମାର୍ଚ୍ଚ ୨୩ରୁ ଆଇପିଏଲ ମ୍ୟାଚ୍‌ର ୧୨ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଆଇପିଏଲର ଏହି ମ୍ୟାଚରେ ଆଉ ୮ଟି ଛକା ମାରିଲେ ଆଜିପର୍ଯ୍ୟନ୍ତ ୨୯୨ ଟି ଛକା ମାରିଥିବା ଗେଲ୍‌ ୩୦୦ ପୂରଣ କରି ସର୍ବାଧିକ ରେକର୍ଡ ସୃଷ୍ଟି କରିବେ।

ଖେଳ ପରେ ଏବେ ରାଜନୀତି: ୨୦୧୯ ନିର୍ବାଚନକୁ ଓହ୍ଲାଇପାରନ୍ତି ଗମ୍ଭୀର, ହରଭଜନ, ଯୋଗେଶ୍ୱର, ବାଇଚୁଙ୍ଗ..

ଖେଳ ପରେ ଏବେ ରାଜନୀତି: ୨୦୧୯ ନିର୍ବାଚନକୁ ଓହ୍ଲାଇପାରନ୍ତି ଗମ୍ଭୀର, ହରଭଜନ, ଯୋଗେଶ୍ୱର, ବାଇଚୁଙ୍ଗ..

ରାଜନୀତିରେ ଅଭିନେତା କି ଖେଳାଳିଙ୍କ ଚେହେରା କିଛି ନୂଆ କଥା ନୁହେଁ। ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବା ପରେ ଏମାନେ ରାଜନୀତିମୁହାଁ ହୋଇଥାନ୍ତି।

ସିଏସ୍‌କେ ଅଧିନାୟକ ଧୋନୀଙ୍କ ଜବ୍‌ରା ଫ୍ୟାନ୍‌

ସିଏସ୍‌କେ ଅଧିନାୟକ ଧୋନୀଙ୍କ ଜବ୍‌ରା ଫ୍ୟାନ୍‌

ଭାରତରେ କ୍ରିକେଟର ଭିନ୍ନ କ୍ରେଜ୍‌ ରହିଛି। ଏହାକୁ  ଦୃଷ୍ଟିରେ ରଖି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୃଷ୍ଟି। ଏହାର ସମସ୍ତ ଲୋକପ୍ରିୟ ଟିମ୍‌ ମଧ୍ୟରୁ ଚେନ୍ନାଇ ସୁପରକିଙ୍ଗ(ସିଏସ୍‌କେ) ଅନ୍ୟତମ। ଟିମ୍‌ର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବଡ଼ ଫ୍ୟାନ୍‌ ଫଲୋଇଙ୍ଗ ରହିଛି। ମାତ୍ର ସେମାନଙ୍କ ମଧ୍ୟରୁ ଆଇପିଏଲ୍‌ ସମୟରେ ନଜର ଆସୁଥିବା ଏନ୍‌. ସାର୍ବନନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା