ଫୁରସତ |

‘ମୃତ୍ୟୁ ଦିବସ’ ପାଇଁ ରାସ୍ତାରେ ଭୂତପ୍ରେତ

‘ମୃତ୍ୟୁ ଦିବସ’ ପାଇଁ ରାସ୍ତାରେ ଭୂତପ୍ରେତ
ମେକ୍ସିକୋ,୩୦।୧୦: ରାଜରାସ୍ତାରେ ଭୂତପ୍ରେତ। କିଛିଦିନ ହେଲା ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳୁଛି ମେକ୍ସିକୋ ସହରରେ। ରାସ୍ତା ଉପରେ ଭୂତପ୍ରେତଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ସାଧାରଣ ଜନତା। ନିଜ ନିଜ ମୋବାଇଲରେ ଏହି ଦୃଶ୍ୟକୁ ବାନ୍ଧି ରଖୁଛନ୍ତି। ମେକ୍ସିକୋର ଗଳିକନ୍ଦିରେ ବୁଲୁଥିବା ଏହି ନର କଙ୍କାଳ ବେଶଧାରି ପ୍ରତିବର୍ଷ ଏକାଠି ହୋଇ ଶୋଭାଯାତ୍ରାରେ ବାହାରିଥାନ୍ତି। ଏମାନେ କେହି ସତସତିକା ଭୁତପ୍ରେତ ନୁହଁନ୍ତି ବରଂ ନରକଙ୍କାଳ ଓ ଭୂତପ୍ରେତ ବେଶରେ ସଜାଇ ହୋଇଥିବା ସ୍ଥାନୀୟ ବାସିନ୍ଦା। ସହରରେ ପ୍ରତିବର୍ଷ ‘ଡେ ଅଫ୍‌ ଦ ଡେଡ଼’ ପାଳନ କରାଯାଇଥାଏ। ଏହାକୁ ଅନେକ ମୃତ୍ୟୁ ଦିବସ ବୋଲି କହିଥାନ୍ତି। ଏହି ଦିବସକୁ ସହରବାସୀ ଏକ ଉତ୍ସବଭାବେ ପାଳନ କରିଥାନ୍ତି। ସମସ୍ତେ ଭୟଙ୍କର ବେଶଭୂଷା ଧରି ରାସ୍ତା ଉପରକୁ ଆସିଥାନ୍ତି। ଚଳିତ ବର୍ଷ ଏହି ଉତ୍ସବ ନଭେମ୍ବର ୨ରେ ପାଳନ କରାଯିବ। ସେଥିପାଇଁ ହଜାର ହଜାର ଅଧିବାସୀ ଉତ୍ସବ ପାଳନ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏହି ପର୍ବ ପାଳନର ଇତିହାସ ବହୁ ପୁରୁଣା। କୁହାଯାଏ, ୨ହଜାର ବର୍ଷ ପୂର୍ବରୁ ଏହି ପରମ୍ପରା ପ୍ରଚଳିତ ହୋଇଆସୁଛି। ପ୍ରଥମେ ଲୋକେ ନିଜ ପରିଜନଙ୍କ କବରସ୍ଥଳରେ ପୁଷ୍ପ ଅର୍ପଣ କରୁଥିଲେ। ସମୟ ବଦଳିବା ସହ ଲୋକେ ଏହାକୁ ଉତ୍ସବଭାବେ ପାଳନ କରୁଛନ୍ତି। ଖୁବ୍‌ ଉତ୍ସାହର ସହ ଲୋକେ ଏହାକୁ ପାଳନ କରୁଥିବା ବେଳେ ନିଜ ମନ ପସନ୍ଦର ବେଶଭୂଷାରେ ନିଜକୁ ସଜାଇ ଏହି ଉତ୍ସବରେ ସାମିଲ ହେଉଛନ୍ତି।
All Right Reserved By

ଫୁରସତ |

ଦାମୀ ଚକୋଲେଟ୍‌

ଦାମୀ ଚକୋଲେଟ୍‌

ଛୋଟରୁ ବଡ ସଭିଙ୍କର ପ୍ରିୟ ଚକୋଲେଟ୍‌। ଦୋକାନରେ ଦେଖିଦେବା ମାତ୍ରେ ପିଲାଟିଏ ଜିଦ୍ଦି କରେ ତାକୁ ନେବା ପାଇଁ। ହେଲେ କିଛି ଚକୋଲେଟ୍‌ ଅଛି ଯଦି ତା’ ପାଇଁ ପିଲାଟିଏ ଜିଦ୍ଦି କରେ ତେବେ ତାକୁ କିଣିବା ଅସମ୍ଭବ ମନେ ହେବ। କାରଣ ସେସବୁ ହେଉଛି ପୃଥିବୀର ସବୁଠୁ ଦାମୀ ଚକୋଲେଟ୍‌...

ଶ୍ରୁତିରୁ ପ୍ରାମାଣିକ

ଶ୍ରୁତିରୁ ପ୍ରାମାଣିକ

ବେଦକୁ ପବିତ୍ର ବୋଲି କୁହାଯାଇଥାଏ। ଏହାର ଆଉ ଏକ ନାମ ଶ୍ରୁତି। କାରଣ, ଏହାକୁ ଶୁଣିଶୁଣି ମନେ ରଖାଯାଇଥାଏ। 

ରାଶି ଅନୁଯାୟୀ ବୃତ୍ତି

ରାଶି ଅନୁଯାୟୀ ବୃତ୍ତି

ମେଷ: ଏହି ରାଶିର ବ୍ୟକ୍ତିମାନେ ସାଧାରଣତଃ ସାହସୀ ଏବଂ ବୀର ସ୍ବଭାବର ହୋଇଥାନ୍ତି। 

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

ବଡୋଦରା: ଏମ୍‌ଏସ୍‌ ୟୁନିଭର୍ସିଟି ଇଞ୍ଜିନିୟରିଂ ଛାତ୍ରଙ୍କ ଉଦ୍‌ଭାବନ ସଡକ ଦୁର୍ଘଟଣାରେ  ଗୋଡ ହରାଇଥିବା କୁକୁରଙ୍କ ପାଇଁ ସାହାରା ହେବ। ମେକାନିକାଲ୍‌ ଇଞ୍ଜିନିୟରିଂ ଷ୍ଟ୍ରିମ୍‌ ଶେଷବର୍ଷର ଦୁଇ ଛାତ୍ର କୁକୁରଙ୍କ ନିମନ୍ତେ ସ୍ବଳ୍ପ ମୂଲ୍ୟର ଆଡଜଷ୍ଟେବଲ୍‌ ହୁଇଲଚେୟାର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି। 

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ବେଜିଂ: ଖୁବ୍‌ଶୀଘ୍ର ଆକାଶରେ ଆଉ ଏକ ଜହ୍ନ ଝଲସିବାକୁ ଯାଉଛି। ଏହାକୁ ମଧ୍ୟ ଦ୍ୱିତୀୟ ଜହ୍ନ କୁହାଯାଇପାରେ। ଚନ୍ଦ୍ରର ଆଲୋକ ଖୁବ୍‌ ମନମତାଣିଆ ଆଉ ଆକର୍ଷଣୀୟ ହୋଇଥିବା ବେଳେ ସୂର୍ଯ୍ୟାଲୋକର ୪ଲକ୍ଷ ଭାଗରୁ ୧ଭାଗ ହିଁ ଆମେ ପାଇଥାଉ। ଚନ୍ଦ୍ର ବାସ୍ତବରେ ରାତ୍ରିର ଅନ୍ଧାର ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ କରିବାକୁ ସମର୍ଥ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଚାଇନାର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏକ କୃତ୍ରିମ ଜହ୍ନ ଆକାଶକୁ ଛାଡ଼ିବାକୁ ଯାଉଛନ୍ତି। 

ଇଣ୍ଟରଭ୍ୟୁ ଗେଟ୍‌ଅପ୍‌

ଇଣ୍ଟରଭ୍ୟୁ ଗେଟ୍‌ଅପ୍‌

ସବୁ ଆଶାୟୀ ପ୍ରାର୍ଥୀ ଜବ୍‌ ଇଣ୍ଟରଭ୍ୟୁରେ ଭଲ କରିବାକୁ ଚାହାନ୍ତି। ଏଥିପାଇଁ ସମ୍ପୂର୍ଣ୍ଣ   ପ୍ରସ୍ତୁତ ହୋଇ ନିଜର ବେଷ୍ଟ ଦେବା ସତ୍ତ୍ୱେ କେବେ କେବେ ସଫଳତା ମିଳି ନ ଥାଏ ।  ଏହା ପଛରେ ଅନ୍ୟ ଏକ କାରଣ ହେଉଛି ଗେଟ୍‌ଅପ୍‌ । କାରଣ ଏହା  ମଧ୍ୟ  ପର୍ସନାଲିଟିକୁ ପ୍ରଭାବିତ କରିଥାଏ । ତେଣୁ ଜବ୍‌ ଇଣ୍ଟରଭ୍ୟୁ ପାଇଁ ଯାଉଥିଲେ କିପରି ଗେଟ୍‌ଅପ୍‌ ନେବେ ଜାଣି ରଖନ୍ତୁ ...

ଫେଷ୍ଟିଭ୍‌ ଅଫର୍‌

ଫେଷ୍ଟିଭ୍‌ ଅଫର୍‌

ଫେଷ୍ଟିଭ୍‌ ସିଜନ୍‌ । ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ଦୋକାନ ତଥା ମଲ୍‌ଗୁଡିକରେ ପ୍ରତ୍ୟେକ ସାମଗ୍ରୀରେ ମିଳୁଛି ଆକର୍ଷଣୀୟ ଅଫର। ଯଦିଓ ଏହା ସବୁ ବର୍ଗଙ୍କ ଲାଗି ଉପଲବ୍ଧ ହେଲେ ବିଶେଷ କରି ଏହାର ଭରପୁର ଫାଇଦା ନେଉଛନ୍ତି ଯୁବପିଢି.... 

ଫାଇଭ୍‌ ଷ୍ଟାର ଜେଲ

ଫାଇଭ୍‌ ଷ୍ଟାର ଜେଲ

ଜେଲ ନାଁ ଶୁଣିଲା ମାତ୍ରେ ମନରେ ଆସେ ଏକ ଅନ୍ଧାରୁଆ କୋଠରୀ, ଅସନା ଚଟାଣ, ଚାରିପଟ ଘେରା ଏକ ବିରାଟ ପାଚେରି ଏବଂ ଏହା ଭିତରେ କଏଦୀମାନେ ବନ୍ଦି ଜୀବନ ଅତିବାହିତ କରୁଥିବାର ଦୃଶ୍ୟ।

ଗଛ ଗୋଟିଏ, ଫଳ ୪୦ ପ୍ରକାର

ଗଛ ଗୋଟିଏ, ଫଳ ୪୦ ପ୍ରକାର

ଫଳ ଅନେକଙ୍କର  ପ୍ରିୟ ହୋଇଥାଏ। କାହାକୁ ସେଓ ଭଲ ଲାଗେ ତ କାହାକୁ କମଳା, ଆମ୍ବ, ନାସପାତି, ଲିଚୁ ଓ ଷ୍ଟ୍ରବେରୀ। କେହି କେହି ତ ମନପସନ୍ଦର ଫଳ ଗଛ ନିଜ ବାଡ଼ିରେ ଲଗାଇ ଦିଅନ୍ତି। ଯେମିତି କି ବଜାରକୁ ଯାଇ ସେହି ଫଳ ଖୋଜି କିଣିବାକୁ ନ ପଡ଼େ।

ଅଜବ ଅଟୋ

ଅଜବ ଅଟୋ

ବିବିଧତାର ଦେଶ ଭାରତ।  ଏଠି ଜାତି, ଧର୍ମ, ବର୍ଣ୍ଣ ସବୁଥିରେ ରହିଛି ବିବିଧତା। ଏହି ବିବିଧତା ମଧ୍ୟରେ ଅନେକ କିଛି ଅଜବ ବି ଦେଖିବାକୁ ମିଳେ।

ପ୍ରାଣୀ ପରି ଚାଲନ୍ତି ୫ ଭାଇଭଉଣୀ

ପ୍ରାଣୀ ପରି ଚାଲନ୍ତି ୫ ଭାଇଭଉଣୀ

ପୃଥିବୀରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ ଅଜବ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଡାକ୍ତର ଓ ଗବେଷକମାନେ ଏଭଳି ରୋଗ ଉପରେ ଅନେକ ଗବେଷଣା କରନ୍ତି। 

କାଠି ଠାକୁରାଣୀ

କାଠି ଠାକୁରାଣୀ

ପ୍ରତି ମଙ୍ଗଳବାର ରାତିରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା- କାଠି ଠାକୁରାଣୀଙ୍କ ଭେଟଯାତ୍ରା ହୋଇଥାଏ। ଏହି ଆଧାରରେ ଦଶହରା ପୂର୍ବରୁ, ଦଶହରା ଦିନ ଓ ଦଶହରା ପରେ ବି ବାଣପୁର ଅଞ୍ଚଳରେ ବିଭିନ୍ନ ଗ୍ରାମରେ ସେହି ଗ୍ରାମର ଗ୍ରାମଦେବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କ ପର୍ବ ପାଳନ କରାଯାଉଥିବା ଦେଖିବାକୁ ମିଳେ।