ଉପକୂଳ ଓଡିଶା

ପ୍ରସ୍ତାବିତ ପ୍ରକଳ୍ପକୁ ମିଳିଲାନି ଅନୁମୋଦନ: ବିଡିଓଙ୍କୁ ଫେରାଦ ହେଲେ ଜନପ୍ରତିନିଧି

ପ୍ରସ୍ତାବିତ ପ୍ରକଳ୍ପକୁ ମିଳିଲାନି ଅନୁମୋଦନ: ବିଡିଓଙ୍କୁ ଫେରାଦ ହେଲେ ଜନପ୍ରତିନିଧି

ଏରସମା,୮ା୧୨(ସ୍ବ.ପ୍ର.): ଏରସମା ବ୍ଲକରେ ହୋଇଥିବା ଆମ ଗଁା, ଆମ ବିକାଶ କାର୍ଯ୍ୟକ୍ରମକୁ ନେଇ କେତେଜଣ ଜନପ୍ରତିନିଧି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୁକ୍ରବାର ଏ ସମ୍ପର୍କରେ ସେମାନେ ବିଡିଓଙ୍କୁ ସାକ୍ଷାତ କରି ୨ଘଣ୍ଟା ଧରି ନିଜର ପ୍ରତିକ୍ରିୟା  ପ୍ରକାଶ କରିଛନ୍ତି। ଏପରିକି ବ୍ଲକ ପ୍ରଶାସନ ଏହାର ଉପଯୁକ୍ତ ସମାଧାନ ନ କଲେ ଅଭିଯୋଗକାରୀ ଜନପ୍ରତିନିଧିମାନେ ବାଧ୍ୟହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

ପ୍ରକାଶ ଯେ, ଗତ ୪ ତାରିଖରେ ଏରସମା ବ୍ଲକ ସଦରମହକୁମାରେ ବ୍ଲକସ୍ତରୀୟ ଆମ ଗାଁ ଆମ ବିକାଶ କାଯର୍‌ୟକ୍ରମ ହୋଇଥିଲା। ଏହା ପୂର୍ବରୁ ସରପଞ୍ଚମାନଙ୍କ ସୁପାରିଶ ଅନୁସାରେ ଆବଶ୍ୟକ ପ୍ରକଳ୍ପ ତାଲିକାଭୁକ୍ତ କରିବା ନିମନ୍ତେ ବ୍ଲକ ପ୍ରଶାସନକୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ଅନୁମୋଦନ ଲାଭ କରିଥିବା ମୋଟ ୨୪ ପଞ୍ଚାୟତ ପାଇଁ ୩୮୭ ପ୍ରକଳ୍ପ ଘୋଷଣା କରାଯାଇଥିଲା। ଏଥିରେ ବ୍ଲକ ଓ ଜିଲା ପ୍ରଶାସନ ସହିତ ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି, ସ୍ବୟଂସହାୟକ ଦଳର ମହିଳା ଓ ଜନ ସାଧାରଣ ଉପସ୍ଥିତ ଥିଲେ। ଗୋଡ଼ା ପଞ୍ଚାୟତକୁ ବାଦ୍‌ଦେଇ ଅବଶିଷ୍ଟ ୨୪ ପଞ୍ଚାୟତରେ ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିବାକୁ ୫ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଅପରପକ୍ଷରେ ଏହି ବ୍ଲକ ଅନ୍ତର୍ଗତ ୨୪ ପଞ୍ଚାୟତ ମଧ୍ୟରୁ ୧୩ ପଞ୍ଚାୟତର ସରପଞ୍ଚ ଦେଇଥିବା ବିଭିନ୍ନ ପ୍ରକଳ୍ପ ଏହି ତାଲିକାରେ ସ୍ଥାନ ପାଇ ନ ଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଅଭିଯୋଗକାରୀ ୧୩ ସରପଞ୍ଚ ଓ ୮ ସମିତି ସଭ୍ୟ ଏ ସମ୍ପର୍କରେ ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ଭେଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପଲ୍ଲିକଣ୍ଟା ସରପଞ୍ଚ ତଥା ପିସିସି ସଦସ୍ୟ ଧ୍ୱଜରାଜ ଖଣ୍ଡୁଆଳ, ସମିତି ସଭ୍ୟ ନିମାଇଁ ଖଣ୍ଡୁଆଳ, ଜପା ସରପଞ୍ଚ ତପନ ଗଛାୟତ, ସମିତି ସଭ୍ୟ ରେଣୁବାଳା ଜୟସିଂହ, କୃଷ୍ଣଚନ୍ଦ୍ରପୁର ସରପଞ୍ଚ ଖୁଲଣା ସୁନ୍ଦରୀ ସ୍ବାଇଁ, ସମିତି ସଭ୍ୟ ଶିଶିର ଗଛାୟତ, ଏରସମା ସରପଞ୍ଚ ଗୀତାରାଣୀ ସ୍ବାଇଁ, ଗଡ଼ହରିଶପୁର ସରପଞ୍ଚ ଭୀମସେନ ରାଉତ, ସମିତି ସଭ୍ୟ ସତ୍ୟ ପ୍ରକାଶ ଜାନା ପ୍ରମୁଖ ୨୧ ଜଣ ଜନପ୍ରତିନିଧି ଏକତ୍ରିତ ହୋଇ ବିଡିଓଙ୍କୁ ଭେଟିଥିଲେ। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ବିଡିଓ ବେହେରା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସମୟ ନେଇଥିବା ଧ୍ୱଜରାଜ ଖଣ୍ଡୁଆଳ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଡିଓ ବେହେରାଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଖଣ୍ଡନ କରି କହିଲେ ଯେ, ବ୍ଲକରେ ଏହି ଜନପ୍ରତିନିଧିମାନଙ୍କ ଭଳି ଜନସାଧାରଣ, ବରିଷ୍ଠ ନାଗରିକ ଓ ଏସଏଚଜି ମହିଳା ପ୍ରମୁଖ ରହିଛନ୍ତି। ତେଣୁ ସେମାନଙ୍କ କଥାକୁ ବିଚାର କରିବାକୁ ତ ପଡିବ। ଏଥିସହିତ ଅଭିଯୋଗକାରୀ ଜନପ୍ରତିନିଧିଙ୍କ ପ୍ରକଳ୍ପ ମଧ୍ୟରୁ କେତେକ ପ୍ରକଳ୍ପ ମଧ୍ୟ ସ୍ଥାନୀତ କରାଯାଇଛି ବୋଲି ସେ କହିଛନ୍ତି।

All Right Reserved By

ଉପକୂଳ ଓଡିଶା

କେନ୍ଦ୍ରାପଡ଼ାରେ କାଳିଆ ସମାବେଶରେ ଯୋଗେଦେଲେ ନବୀନ, ୩.୫ ଲକ୍ଷ ଭୂମିହୀନଙ୍କୁ ମିଳିଲା ଟଙ୍କା

କେନ୍ଦ୍ରାପଡ଼ାରେ କାଳିଆ ସମାବେଶରେ ଯୋଗେଦେଲେ ନବୀନ, ୩.୫ ଲକ୍ଷ ଭୂମିହୀନଙ୍କୁ ମିଳିଲା ଟଙ୍କା

କେନ୍ଦ୍ରାପଡ଼ା ଅଫିସ୍‌, ୧୪।୨-କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ୩.୫ ଲକ୍ଷ ଭୂମିହୀନ କୃଷି ଶ୍ରମିକ ହିତାଧିକାରୀଙ୍କୁ ଆନୁସଙ୍ଗିକ କୃଷି କ୍ଷେତ୍ରରେ ଜୀବିକା ନିର୍ବାହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଆର୍ଥିକ ସହାୟତା ଶୁକ୍ରବାର ପ୍ରଦାନ କରାଯାଇଛି।

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

ଖଣ୍ଡପଡ଼ା,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା କଣ୍ଟିଲୋ ପଞ୍ଚାୟତ ଅନ୍ତର୍ଗତ ଫକୀର ଅତିବୁଦ୍ଧିପାଟଣାର ରନତ୍ାକର ଖଟୁଆ ଓରଫ ବଜରଙ୍ଗୀ(୧୯)ଙ୍କ ବୁଧବାର ଅପରାହ୍ନରେ ଭୁବନେଶ୍ୱରଠାରେ ବସ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏଭଳି ଏକ ଦୁଃଖଦ ଘଟଣା ପରେ ମଧ୍ୟ ତାଙ୍କ ପରିବାର ଲୋକେ ମୃତପୁଅଙ୍କ ଚକ୍ଷୁଦାନ କରିଛନ୍ତିି।

 ପୁଲଓ୍ବାମା ଆତଙ୍କବାଦୀ  ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ

ନାଉଗାଁ,୧୫।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାଠାରେ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀ  ସଂଗଠନ ଦ୍ୱାରା ହୋଇଥିବା ଆକ୍ରମଣରେ ୪୪ ଯବାନ ଶହୀଦ ହୋଇଛନ୍ତି। 

ନୟାଗଡ଼ରେ ଯୁବକ ପାଳିଲେ ନିଆରା ଭାଲେଣ୍ଟାଇନ୍ସ ଡେ

ନୟାଗଡ଼ରେ ଯୁବକ ପାଳିଲେ ନିଆରା ଭାଲେଣ୍ଟାଇନ୍ସ ଡେ

ନୂଆଗାଁ/ନୟାଗଡ଼ ଅଫିସ,୧୫।୨(ଡି.ଏନ୍‌.ଏ.)- ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେ’କୁ ପ୍ରେମ ଦିବସ ଭାବେ ପାଳନ କରାଯାଉଛି। ଏ ନେଇ ଅନେକ ଯୁବତୀ ଯୁବକ ପାର୍କ, ସିନେମା ହଲ୍‌, ମଲ୍‌ କିମ୍ବା ଭୋଜିଭାତରେ ସମୟ ବିତାଇଥିବାବେଳେ ନୟାଗଡ଼ର କେତେକ ଯୁବକ ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି।

ଖାଦ୍ୟ କମିଶନରଙ୍କ ନୂଆଗାଁ ପରିଦର୍ଶନ: ହିତାଧିକାରୀଙ୍କୁ ତୁରନ୍ତ ଜାଗାର ନକ୍ସା ପ୍ରଦାନ ପାଇଁ ନିର୍ଦ୍ଦେଶ

ଖାଦ୍ୟ କମିଶନରଙ୍କ ନୂଆଗାଁ ପରିଦର୍ଶନ: ହିତାଧିକାରୀଙ୍କୁ ତୁରନ୍ତ ଜାଗାର ନକ୍ସା ପ୍ରଦାନ ପାଇଁ ନିର୍ଦ୍ଦେଶ

ନୂଆଗାଁ, ୧୫।୨ (ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତବାସୀଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଗୁରୁବାର ଖାଦ୍ୟ କମିଶନର ରଙ୍ଗଲାଲ ଜାମୁଡା ନୂଆଗାଁ ଗସ୍ତରେ ଆସିଥିଲେ। 

ଭାଡ଼ିକିଳା ବିଜୁ ସେତୁ ଲୋକାର୍ପିତ:୧୦ ଗ୍ରାମର ୧୫ ହଜାର ଲୋକ ହେବେ ଉପକୃତ

ଭାଡ଼ିକିଳା ବିଜୁ ସେତୁ ଲୋକାର୍ପିତ:୧୦ ଗ୍ରାମର ୧୫ ହଜାର ଲୋକ ହେବେ ଉପକୃତ

ଓଡ଼ଗାଁ,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଶରଧାପୁର-ଭାଡ଼ିିକିଳା-ଓସ୍ତିଆ ରାସ୍ତାର ଭାଡ଼ିିକିଳାଠାରେ ୪ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଜୁ ସେତୁର ଗୁରୁବାର ଉଦ୍‌ଘାଟିତ ଓ ଲୋକାର୍ପିତ ହୋଇଛି| 

 ୬୦ ପ୍ୟାକେଟ୍‌ ଦେଶୀମଦ ଜବତ, ଜଣେ ଜେଲ୍‌

୬୦ ପ୍ୟାକେଟ୍‌ ଦେଶୀମଦ ଜବତ, ଜଣେ ଜେଲ୍‌

ରଣପୁର,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲାର ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ମହୁଲିଆ ଗ୍ରାମରୁ ଗୁରୁବାର ରଣପୁର ପୋଲିସ ଚଢାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ୬୦ ପ୍ୟାକେଟ୍‌ ଦେଶୀ ମଦ ପାଉଚ୍‌ ଜବତ କରିଛି

ବାଇଚଢ଼େଇ, ଖଜୁରୀ, ତାଳଗଛ ସୁରକ୍ଷା ପାଇଁ ସଚେତନତା: ମନ ଢାଳିଛନ୍ତି ପରିବେଶପ୍ରେମୀ ଅନ୍ତର୍ଯାମୀ ସାହୁ

ବାଇଚଢ଼େଇ, ଖଜୁରୀ, ତାଳଗଛ ସୁରକ୍ଷା ପାଇଁ ସଚେତନତା: ମନ ଢାଳିଛନ୍ତି ପରିବେଶପ୍ରେମୀ ଅନ୍ତର୍ଯାମୀ ସାହୁ

ଖଣ୍ଡପଡ଼ା,୧୫ା୨(ଅଜୟ କୁମାର ମହାରଣା)-କଣ୍ଟିିଲୋ ଓ ଏହାର ଆଖପାଖ ଅଞ୍ଚଳରୁ ଦୀର୍ଘ ବର୍ଷ ହେବ ଖଜୁରି, ତାଳ ଆଦି ଗଛ ଓ ବାଇଚଢ଼େଇଙ୍କ ବଂଶ କ୍ରମଶଃ ହ୍ରାସ ପାଉଥିବାରୁ ଏଥିନେଇ ଜଣେ ପରିବେଶପ୍ରେମୀ ବିଶେଷ ଭାବେ ଚିନ୍ତା ପ୍ରକଟ କରିଛନ୍ତି। 

ହରାଇଲେ ୨ ହାତ:  ଭିକ୍ଷାମାଗି ପରିବାର ପୋଷୁଛନ୍ତି ରବି

ହରାଇଲେ ୨ ହାତ: ଭିକ୍ଷାମାଗି ପରିବାର ପୋଷୁଛନ୍ତି ରବି

 ଭାପୁର,୧୫ା୨(ଡି.ଏନ୍‌.ଏ.)-ଟିକିଏ ଅସାବଧାନତା ହେବା ଯୋଗୁ ଜଣେ ବ୍ୟକ୍ତି ଦିବ୍ୟାଙ୍ଗ ପାଲଟିଗଲେ। ତାଙ୍କର ଜୀବନ ଓ ଜୀବିକାର ଗତିପଥ ବଦଳି ଗଲା। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରବି ନାଏକ।

ଅସଜଡ଼ା ଜଗତ୍‌ସିଂହପୁର, ମାଷ୍ଟର ପ୍ଲାନରେ ବିଳମ୍ବ

ଅସଜଡ଼ା ଜଗତ୍‌ସିଂହପୁର, ମାଷ୍ଟର ପ୍ଲାନରେ ବିଳମ୍ବ

ଜଗତ୍‌ସିଂହପୁର ଅଫିସ,୧୫ା୨: ୧୯୮୫ ପରଠାରୁ ଜଗତ୍‌ସିଂହପୁର ସହର ସମେତ ଜିଲା ପାଇଁ ମାଷ୍ଟର ପ୍ଲାନ ହୋଇନାହିଁ। ଫଳରେ ଏହି ମଧ୍ୟମ ଧରଣର ସହରଟି ଅସଜଡ଼ା ହୋଇ ରହିଛି। 

ଶ୍ରୀରାମ ଆଶ୍ରମରେ ହନୁମାନ ମୂର୍ତ୍ତି ପ୍ରତିଷ୍ଠା

ଶ୍ରୀରାମ ଆଶ୍ରମରେ ହନୁମାନ ମୂର୍ତ୍ତି ପ୍ରତିଷ୍ଠା

ଭାପୁର,୧୪ା୨(ଡି.ଏନ୍‌.ଏ.)-ଭାପୁର ବ୍ଲକ ଶାଳପଡ଼ା ପଞ୍ଚାୟତ କିସ୍‌ମତ କେନ୍ଦୁପଲ୍ଲୀ ଗ୍ରାମସ୍ଥ ଶ୍ରୀରାମ ଆଶ୍ରମରେ ହନୁମାନ ବିଗ୍ରହ ପ୍ରତିଷ୍ଠା କରାଯାଇଛି। ଏ ଉପଲକ୍ଷେ ମଙ୍ଗଳବାର ଓ ବୁଧବାର ୨ ଦିନ ଧରି ଧାର୍ମିକ କାର୍ଯ୍ୟକ୍ରମ ଓ ଭାଗବତ ସଭା ଆୟୋଜିତ ହୋଇଛି।

୧୬ରୁ  ନୀଳମାଧବ ଜୀଉଙ୍କ ମାଘମେଳା:  ବିଳମ୍ବରେ ବସିଲା ପ୍ରସ୍ତୁତି ବୈଠକ

୧୬ରୁ ନୀଳମାଧବ ଜୀଉଙ୍କ ମାଘମେଳା: ବିଳମ୍ବରେ ବସିଲା ପ୍ରସ୍ତୁତି ବୈଠକ

ଖଣ୍ଡପଡ଼ା,୧୪ା୨(ସ୍ବ.ପ୍ର.)-କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ପବିତ୍ର ଭୈମୀ ଏକାଦଶୀ ବା ମାଘମେଳା ଫେବୃୟାରୀ ୧୬ ତାରିଖରୁ ଆରମ୍ଭ ହେବ ା ଶହ ଶହ ବର୍ଷଧରି ଅନୁଷ୍ଠିତ ହେଉଥିବା ଏହି ମେଳାରେ ବୁଲିବା ସହିତ ଶ୍ରୀ ଜୀଉଙ୍କ ଦର୍ଶନ ନିମନ୍ତେ ପ୍ରତିବର୍ଷ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ ହୋଇଥାନ୍ତି ।