ଉପକୂଳ ଓଡିଶା

ଶେଲ୍‌ଟର ହୋମ ନିର୍ଯାତନା ପ୍ରତିବାଦ: ଭାଜପା ଜଗତ୍‌ସିଂହପୁର ମହିଳା ମୋର୍ଚ୍ଚାର ବିକ୍ଷୋଭ

ଶେଲ୍‌ଟର ହୋମ ନିର୍ଯାତନା ପ୍ରତିବାଦ: ଭାଜପା ଜଗତ୍‌ସିଂହପୁର ମହିଳା ମୋର୍ଚ୍ଚାର ବିକ୍ଷୋଭ

ଜଗତ୍‌ସିଂହପୁର ଅଫିସ,୮ା୧୨: ସମ୍ପ୍ରତ୍ତି ରାଜ୍ୟରେ ଛାତ୍ରୀଛାତ୍ର, ନାବାଳିକା, ଯୁବତୀଙ୍କ ପ୍ରତି ନିର୍ଯାତନା ବଢିଚାଲିଛି। ସେଲ୍‌ଟର ହୋମ୍‌ରେ ବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଛି। ଧର୍ମାନ୍ତରୀକରଣ କରାଯାଉଛି। ନାରୀ ନିର୍ଯାତନା ଚରମ ସୀମାରେ ପହଞ୍ଚତ୍ଛି। ଏହାର ପ୍ରତିବାଦରେ ଭାଜପା ଜଗତ୍‌ସିଂହପୁର ମହିଳା ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ  ସ୍ଥାନୀୟ ଥାନା ଛକରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ଇସ୍ତଫା ଦାବି କରାଯାଇଛି। ସେଲ୍‌ଟର ହୋମରେ ବାଳିକା ଯୌନ ନିର୍ଯାତନା ମାମଲାରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ସମ୍ପୃକ୍ତି ନେଇ ତଦନ୍ତ କରାଯାଉ ବୋଲି ମଧ୍ୟ ଭାଜପା ପକ୍ଷରୁ ଦାବି କରାଯାଇଛି।

ସେହିପରି ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ସ୍ଥାନୀୟ ଶିଶୁ ଆଶ୍ରମ ଗସ୍ତ କରି ଆଲୋଚନା କରିଥିଲେ। ଢେଙ୍କାନାଳ ଜିଲା ବେଲଟିକିରି ଗୁଡ୍‌ ନ୍ୟୁଜ୍‌ ସେଲ୍‌ଟର ହୋମରେ ଚାଲିଥିବା କେଳେଙ୍କାରୀ ପରିପ୍ରେକ୍ଷିରେ ମୋର୍ଚ୍ଚା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଏହି ବିକ୍ଷୋଭ ଓ ଶିଶୁ ଆଶ୍ରମ ପରିଦର୍ଶନ କାର୍ଯ୍ୟରେ ଭାଜପା ରାଜ୍ୟ ମହିଳା ମୋର୍ଚ୍ଚାର ଅମିତା ଦାସ, ଜିଲା ସଭାନେତ୍ରୀ କ୍ରୀଷ୍ଣା ମହାନ୍ତି, ଜିଲା ସମ୍ପାଦିକା ଅଞ୍ଜନା ମହାନ୍ତି, ସୁଚିସ୍ମିତା ମହାନ୍ତି, ସବିଦା ଖାତୁନ, ଝୁନୁବାଳା ସ୍ବାଇଁ, ସୁଧାମୟୀ ମଲ୍ଲିକ, ଲକ୍ଷ୍ମୀପ୍ରିୟା ଷଡ଼ଙ୍ଗୀ, ଜୟନ୍ତୀ ସାହୁ, ଅନୱାରି ବେଗମ୍‌, ଜୟଶ୍ରୀ ରଥ ପ୍ରମୁଖ ସାମିଲ ହୋଇଥିଲେ। 

All Right Reserved By

ଉପକୂଳ ଓଡିଶା

‘ଓକିଲଙ୍କ କାର୍ଯ୍ୟଧାରା ମଧୁବାବୁଙ୍କ ପରି ହେଉ’

‘ଓକିଲଙ୍କ କାର୍ଯ୍ୟଧାରା ମଧୁବାବୁଙ୍କ ପରି ହେଉ’

ଚଣ୍ଡିଖୋଲ,୧୬।୨(ଡିି.ଏନ.ଏ)- ମଧୁବାବୁ ପ୍ରଥମ ବାରିଷ୍ଟର ଭାବେ ଯେଉଁ ପ୍ରେରଣା ଦେଇଯାଇଛନ୍ତି ତାହା ଆମ ସମାଜ ପାଇଁ ମାର୍ଗ ଦର୍ଶନ। ଓକିଲଙ୍କର କାର୍ଯ୍ୟଧାରା ମଧୁବାବୁଙ୍କ ପରି ଜନହିତରେ ରହିଲେ କୋର୍ଟ ପ୍ରତିଷ୍ଠା ସାର୍ଥକ ହେବ ବୋଲି ହାଇକୋର୍ଟର ନ୍ୟାୟମୂର୍ତ୍ତି ସଞ୍ଜୟ କୁମାର ମିଶ୍ର କହିଛନ୍ତି। ଯାଜପୁର ଜିଲା ଚଣ୍ଡିଖୋଲଠାରେ ସବ୍‌ଜଜ୍‌ (ସିଭିଲ) କୋର୍ଟର ନୂତନ କାର୍ଯ୍ୟାଳୟକୁ ଶନିବାର ଉଦ୍‌ଘାଟନ କରିବା ସମୟରେ ସେ ଏହା କହିଛନ୍ତି।

ଯାଜପୁରରୋଡ଼ରେ ଅତିରିକ୍ତ ଜିଲା ଦାୈରାଜଜ୍‌ କୋର୍ଟ ଉଦ୍‌ଘାଟିତ

ଯାଜପୁରରୋଡ଼,୧୬।୨(ନି.ପ୍ର.)- ଯାଜପୁରରୋଡ଼ରେ ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲା ଦାୈରାଜଜ କୋର୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛିି। ଏହି କୋର୍ଟ ସ୍ଥାପନ ପାଇଁ ଓକିଲ ସଂଘ ସମେତ ବିଭିନ୍ନ ସଂଗଠନ ଓ ରାଜନୈତିକ ନେତାମାନେ ଆନ୍ଦୋଳନ କରି ଆସୁଥିଲେ। ଏହି କୋର୍ଟ ଖୋଲିବା ଦ୍ୱାରା ବ୍ୟାସନଗର, କୋରେଇ, ସୁକିନ୍ଦା, ଦାନଗଦୀ ପ୍ରଭୃତି ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। 

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ପାଟକୁରା,୧୬।୨(ଡିଏନଏ)- କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେଡାରୀ ଗ୍ରାମ ପଞ୍ଚାୟତର ହରିଦାସପୁର ଗ୍ରାମରେ ଜଣେ ଯୁବକ ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। 

ଶହୀଦ ପ୍ରସନ୍ନ ସାହୁଙ୍କ ସମ୍ମାନରେ ଗ୍ରାମରେ ନୀରବ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି ସଭା

ଶହୀଦ ପ୍ରସନ୍ନ ସାହୁଙ୍କ ସମ୍ମାନରେ ଗ୍ରାମରେ ନୀରବ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି ସଭା

ନାଉଗାଁ,୧୬।୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଶିଖର ପଞ୍ଚାୟତ ପାରିଶିଖର ଗ୍ରାମର ପ୍ରସନ୍ନ ସାହୁ ଜମ୍ମୁ-କଶ୍ମୀରସ୍ଥ ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି। ଏହାକୁ ନେଇ ଉକ୍ତ ବ୍ଲକର ସମସ୍ତ ବିଦ୍ୟାଳୟରେ ନୀରବ ପ୍ରାର୍ଥନା କରାଯାଇଛି। 

ପୁଲୱାମାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ପୁଲୱାମାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ବୋଲଗଡ଼,୧୬ା୨(ଡି.ଏନ.ଏ.):ଜମ୍ମୁ-କାଶ୍ମୀରସ୍ଥିତ ପୁଲୱାମାଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା  ସିଆର୍‌ପିଏଫ୍‌ ଯବାନଙ୍କ ଉଦ୍ଦେଶ୍ୟରେ ବୋଲଗଡ଼ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି।

ଶ୍ରୀଶ୍ରୀ ହନୁମାନ ମନ୍ଦିର, ବିଗ୍ରହ ପ୍ରତିଷ୍ଠା

ଶ୍ରୀଶ୍ରୀ ହନୁମାନ ମନ୍ଦିର, ବିଗ୍ରହ ପ୍ରତିଷ୍ଠା

କୃଷ୍ଣପ୍ରସାଦ,୧୬ା୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକସ୍ଥିତ ବଡଅଁଳ ପଞ୍ଚାୟତ ଅଧୀନ ବଡଖଟିଆକୁଦିଠାରେ ମହାଆଡ଼ମ୍ବରରେ ଶ୍ରୀଶ୍ରୀ ହନୁମାନ ପ୍ରଭୁଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି।

ମୌଳିକ ସମସ୍ୟା ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ମୌଳିକ ସମସ୍ୟା ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଗଣିଆ,୧୬।୨(ଡି.ଏନ.ଏ.)-ଗଣିଆ ବ୍ଲକ ବଡଶିଲିଙ୍ଗା ପଞ୍ଚାୟତର ଜନସଙ୍ଗଠନ ଆଦିମ ଅଧିବାସୀ ମୁକ୍ତିମଞ୍ଚ ତରଫରୁ ଶୁକ୍ରବାର ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ସମ୍ବଳିତ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି । 

ତଦନ୍ତ ଆଳରେ ଉପେକ୍ଷା: ପ୍ରକୃତ ହିତାଧିକାରୀ ପାଉନାହାନ୍ତି ଆବାସ ଗୃହ

ତଦନ୍ତ ଆଳରେ ଉପେକ୍ଷା: ପ୍ରକୃତ ହିତାଧିକାରୀ ପାଉନାହାନ୍ତି ଆବାସ ଗୃହ

ନୂଆଗାଁ,୧୬।୨(ଡି.ଏନ.ଏ.)-ସରକାର ଦେଶର ପ୍ରତି ଗରିବ ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ପକ୍କାଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଅନେକ ସ୍ଥାନରେ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁ ପ୍ରକୃତ ହିତାଧିକାରୀ ଆବାସ ଯୋଜନା ମାଧ୍ୟମରେ ଘର ପାଇବାରୁ ବଞ୍ଚତ୍ତ ହେଉଛନ୍ତି। 

କେନ୍ଦ୍ରାପଡ଼ାରେ କାଳିଆ ସମାବେଶରେ ଯୋଗେଦେଲେ ନବୀନ, ୩.୫ ଲକ୍ଷ ଭୂମିହୀନଙ୍କୁ ମିଳିଲା ଟଙ୍କା

କେନ୍ଦ୍ରାପଡ଼ାରେ କାଳିଆ ସମାବେଶରେ ଯୋଗେଦେଲେ ନବୀନ, ୩.୫ ଲକ୍ଷ ଭୂମିହୀନଙ୍କୁ ମିଳିଲା ଟଙ୍କା

କେନ୍ଦ୍ରାପଡ଼ା ଅଫିସ୍‌, ୧୪।୨-କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ୩.୫ ଲକ୍ଷ ଭୂମିହୀନ କୃଷି ଶ୍ରମିକ ହିତାଧିକାରୀଙ୍କୁ ଆନୁସଙ୍ଗିକ କୃଷି କ୍ଷେତ୍ରରେ ଜୀବିକା ନିର୍ବାହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଆର୍ଥିକ ସହାୟତା ଶୁକ୍ରବାର ପ୍ରଦାନ କରାଯାଇଛି।

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

ଖଣ୍ଡପଡ଼ା,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା କଣ୍ଟିଲୋ ପଞ୍ଚାୟତ ଅନ୍ତର୍ଗତ ଫକୀର ଅତିବୁଦ୍ଧିପାଟଣାର ରନତ୍ାକର ଖଟୁଆ ଓରଫ ବଜରଙ୍ଗୀ(୧୯)ଙ୍କ ବୁଧବାର ଅପରାହ୍ନରେ ଭୁବନେଶ୍ୱରଠାରେ ବସ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏଭଳି ଏକ ଦୁଃଖଦ ଘଟଣା ପରେ ମଧ୍ୟ ତାଙ୍କ ପରିବାର ଲୋକେ ମୃତପୁଅଙ୍କ ଚକ୍ଷୁଦାନ କରିଛନ୍ତିି।

 ପୁଲଓ୍ବାମା ଆତଙ୍କବାଦୀ  ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ

ନାଉଗାଁ,୧୫।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାଠାରେ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀ  ସଂଗଠନ ଦ୍ୱାରା ହୋଇଥିବା ଆକ୍ରମଣରେ ୪୪ ଯବାନ ଶହୀଦ ହୋଇଛନ୍ତି। 

ନୟାଗଡ଼ରେ ଯୁବକ ପାଳିଲେ ନିଆରା ଭାଲେଣ୍ଟାଇନ୍ସ ଡେ

ନୟାଗଡ଼ରେ ଯୁବକ ପାଳିଲେ ନିଆରା ଭାଲେଣ୍ଟାଇନ୍ସ ଡେ

ନୂଆଗାଁ/ନୟାଗଡ଼ ଅଫିସ,୧୫।୨(ଡି.ଏନ୍‌.ଏ.)- ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେ’କୁ ପ୍ରେମ ଦିବସ ଭାବେ ପାଳନ କରାଯାଉଛି। ଏ ନେଇ ଅନେକ ଯୁବତୀ ଯୁବକ ପାର୍କ, ସିନେମା ହଲ୍‌, ମଲ୍‌ କିମ୍ବା ଭୋଜିଭାତରେ ସମୟ ବିତାଇଥିବାବେଳେ ନୟାଗଡ଼ର କେତେକ ଯୁବକ ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି।