ସମ୍ପାଦକୀୟ |

ସ୍ବଚ୍ଛତା ଭେଳିକି

ସ୍ବଚ୍ଛତା ଭେଳିକି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ ଅଧିକାଂଶ କେନ୍ଦ୍ର ସରକାରୀ ଓ୍ବେବ୍‌ସାଇଟ୍‌ ନିଜ ଆଡ଼ୁ ଜନସୂଚନା ପ୍ରକାଶ କରୁନାହାନ୍ତି, ଯାହା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନୁଯାୟୀ ଏକ ବାଧ୍ୟତାମୂଳକ ବ୍ୟବସ୍ଥା। ସିଆଇସିଙ୍କ ଏହି ଅଧ୍ୟୟନରୁ ସ୍ବତଃ ପ୍ରମାଣିତ ଯେ, ସ୍ବଚ୍ଛତା କଥା ମୁହଁରେ କହୁଥିଲେ ମଧ୍ୟ ମୋଦି ସରକାର ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି ବୋଲି ସାଧାରଣରେ ଯେଉଁ ଅଭିଯୋଗ ଆସୁଛି, ତାହା ସତ୍ୟ। ପୂର୍ବତନ ମୁଖ୍ୟ ସୂଚନା କମିଶନର ଏ.ଏନ୍‌. ତିଓ୍ବାରୀ ଓ ପୂର୍ବତନ ସୂଚନା ଆୟୁକ୍ତ ଏମ୍‌.ଏମ୍‌. ଅନ୍‌ସାରି ଏହି ଅନୁଧ୍ୟାନର ପରିଚାଳନା କରିଥିଲେ। ଅନୁଧ୍ୟାନର ଉଦ୍ଦେଶ୍ୟ ହେଉଛି ଆର୍‌ଟିଆଇ ଆଇନର ଧାରା ୪ ଅନୁସାରେ ବିଭିନ୍ନ ବିଭାଗର କର୍ତ୍ତୃପକ୍ଷ ସ୍ବତଃପ୍ରବୃତ୍ତ ଭାବେ ବିଭିନ୍ନ ତଥ୍ୟ ପ୍ରକାଶ କରୁଛନ୍ତି କି ନା ତାହା ଦେଖିବା। କମିଟି ଏକ ମୂଲ୍ୟାୟନ ଫର୍ମାଟ ପ୍ରସ୍ତୁତ କରି ତାକୁ ପୂରଣ କରିବାକୁ ବିଭିନ୍ନ ବିଭାଗର କର୍ତ୍ତୃପକ୍ଷଙ୍କୁ ଦେଇଥିଲେ। ୨୦୯୨ ପବ୍ଲିକ୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରୁ ମାତ୍ର ୮୩୮ ଜଣଙ୍କଠାରୁ ଉତ୍ତର ମିଳିଥିଲା। ସିଆଇସି ରିପୋର୍ଟରେ କୁହାଯାଇଛି ଯେ, ଯେଉଁସବୁ ପ୍ରଶ୍ନର ଉତ୍ତର ଦିଆଯାଇ ନାହିଁ, ସେଥିମଧ୍ୟରେ ଅଛି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ବିଭାଗଗୁଡ଼ିକରେ ବରିଷ୍ଠ ଅଧିକାରୀମାନଙ୍କ ନିଯୁକ୍ତି ଓ ବଦଳି, ବରିଷ୍ଠ ଅଧିକାରୀମାନଙ୍କ ଦେଶ ଓ ଦେଶ ବାହାରକୁ ଗସ୍ତ ଏବଂ ବିଭିନ୍ନ ରାଜନୈତିକ ଦଳକୁ ପାଣ୍ଠି ଯୋଗାଣର ପଦ୍ଧତି ଓ ଦାନ କରୁଥିବା ଲୋକମାନଙ୍କର ପରିଚୟ ସମ୍ବନ୍ଧିତ ପ୍ରଶ୍ନ। ଏଣୁ ମୋଦି ସରକାର ସଚ୍ଚୋଟତା ଓ ସ୍ବଚ୍ଛତା ନାଁରେ ଭେଳିକି ଦେଖାଉଥିବା ଏଥିରୁ ପ୍ରମାଣିତ ହେଉଛି।  

ସରକାର ଚେଇଁଲେ

ସିବିଆଇ ଝଡ଼ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଭିଜିଲାନ୍ସ କମିଶନର (ସିଭିସି)ଙ୍କ ବିରୋଧରେ ଆଗତ ଅସନ୍ତୋଷର ମୁକାବିଲା କରିବା ଲାଗି ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଆରମ୍ଭ କରିଥିବା ଜଣାପଡ଼ିଛି। ସିବିଆଇରେ ମୁଖିଆମାନଙ୍କ କଳି ଯୋଗୁ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଆଗତ ଅଭିଯୋଗର ତଦନ୍ତ ଶେଷ କରି ଦୁଇ ସପ୍ତାହ ଭିତରେ ରିପୋର୍ଟ ଦେବା ଲାଗି ସୁପ୍ରିମ୍‌କୋର୍ଟ ଦୁର୍ନୀତି ବ୍ୟାପାରରେ ସିବିଆଇ ଉପରେ ନଜର ରଖୁଥିବା ସିଭିସିକୁ ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ, କାର୍ମିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ସିଭିସି ବିରୋଧରେ କୌଣସି ଅଭିଯୋଗ ଆସିଲେ ତା’ର ପରିଚାଳନା କରିବା ଲାଗି ଅଦ୍ୟାବଧି କୌଣସି ମାର୍ଗଦର୍ଶିକା ନାହିଁ। ହ୍ବିଶିଲ୍‌-ବ୍ଲୋୟର ବାବୁ ସଞ୍ଜୀବ ଚତୁର୍ବେଦୀ ଏକ ଆର୍‌ଟିଆଇ ଦରଖାସ୍ତ ମାଧ୍ୟମରେ ମାଗିଥିବା ତଥ୍ୟରୁ ଏହି କଥା ଜଣାପଡ଼ିଛି। ବାବୁ ଜଣକ କାର୍ମିକ ମନ୍ତ୍ରଣାଳୟ ସହ ରାଷ୍ଟ୍ରପତିଙ୍କ ସଚିବାଳୟ ମଧ୍ୟରେ ନିଜେ ବର୍ଷକ ତଳେ କରିଥିବା ଆବେଦନ ସମ୍ପର୍କରେ ହୋଇଥିବା ବାର୍ତ୍ତାଳାପର ନକଲ ମାଗିଥିଲେ। ଉକ୍ତ ଆବେଦନରେ ଚତୁର୍ବେଦୀ ସିଭିସି ଆଇନର ଧାରା ୬ ପ୍ରସଙ୍ଗ ଉତ୍ଥାପନ କରିଥିଲେ, ଯେଉଁ ଧାରା ଅନୁସାରେ ସିଭିସି ବିରୋଧରେ କୌଣସି ଅଭିଯୋଗ ଆସିଲେ ରାଷ୍ଟ୍ରପତି ସେ ମାମଲାର ତଦନ୍ତ ପାଇଁ ସୁପ୍ରିମ୍‌କୋର୍ଟଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିପାରିବେ। ଚତୁର୍ବେଦୀଙ୍କ ଅଭିଯୋଗ ଅନୁସାରେ, ଦିଲ୍ଲୀର ଅଲ୍‌ ଇଣ୍ଡିଆ ମେଡିକାଲ ସାଇନ୍ସେସ୍‌ (ଏମ୍‌ସ)ର ବରିଷ୍ଠ ଅଧିକାରୀମାନଙ୍କ ବିରୋଧରେ ଆଗତ ଦୁର୍ନୀତି ମାମଲାକୁ ସିଭିସି ବନ୍ଦ କରିଦେଇଥିଲା। ତେଣୁ ସିଭିସି ବିରୋଧରେ ଏ ଅଭିଯୋଗର ତଦନ୍ତ  କିପରି ହୋଇପାରିବ, ତାହା ଜାଣିବା ପାଇଁ ସେ ଉକ୍ତ ଆବେଦନ କରିଥିଲେ। 

ଦୁର୍ନୀତିଗ୍ରସ୍ତଙ୍କୁ ସମର୍ଥନ

ପୂର୍ବତନ ଆଇଏଏସ୍‌ ଅଫିସର ତଥା ପୂର୍ବତନ କୋଇଲା ସଚିବ ଏଚ୍‌.ସି. ଗୁପ୍ତା, କୋଇଲା ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କେ.ଏସ୍‌. କ୍ରୋଫା ଏବଂ ଉକ୍ତ ମନ୍ତ୍ରଣାଳୟର ତତ୍କାଳୀନ ନିର୍ଦ୍ଦେଶକ କେ.ସି. ସାମ୍ରିଆଙ୍କୁ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯିବା ଘଟଣା କେନ୍ଦ୍ରୀୟ ଆଇଏଏସ୍‌ ସଂଘ ପ୍ରତି ଚାପୁଡ଼ା ସଦୃଶ ହୋଇଛି। ପଶ୍ଚିମବଙ୍ଗରେ କୋଇଲା ବ୍ଲକ୍‌ ଆବଣ୍ଟନ ମାମଲାରେ ଏମାନେ ନିଜେ ଦୁର୍ନୀତି କରିବା ସହ ଆପରାଧିକ ଷଡ଼ଯନ୍ତ୍ର କରିଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଦଳେ ଅବସରପ୍ରାପ୍ତ ତଥା କାର୍ଯ୍ୟରତ ବାବୁ ସବୁବେଳେ ଦାବି କରିଆସୁଥିଲେ ଯେ ସେମାନଙ୍କ ପୂର୍ବତନ ସହକର୍ମୀମାନେ ନିର୍ଦ୍ଦୋଷ। ବୋଧହୁଏ ଉକ୍ତ ଦୁର୍ନୀତି ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଆଇଏଏସ୍‌ ସଂଘ ନିଜ ଟୁଇଟର ଲୋଗୋ ବଦଳାଇ ନିଜ ସହକର୍ମୀ ହିସାବରେ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ସମର୍ଥନ କରିଥିଲେ। ବାବୁ ଜଣକ ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ସଂଘ ପକ୍ଷରୁ ଟୁଇଟ୍‌ କରି ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଅମଲାତନ୍ତ୍ର ପାଇଁ କଳାଦିବସ ଭାବେ ଅଭିହିତ କରିଛି। ଏଭଳି ଦୁର୍ଦ୍ଦିନରେ ସେମାନେ ତାଙ୍କ ବନ୍ଧୁମାନଙ୍କ ସହ ରହିବେ ବୋଲି ସଂଘ ଜଣାଇଛି। ବାବୁ ମହଲରେ ଗୁପ୍ତା ଓଗେରଙ୍କର ଅନେକ ସମର୍ଥକ ଅଛନ୍ତି, ଏ କଥା ସତ। ମେ ୨୦୧୭ରେ ଗୁପ୍ତା ଓ ଅନ୍ୟ ଦୁଇ ଅଫିସର ଦୋଷୀ ସାବ୍ୟସ୍ତ ହୋଇ ଦୁଇବର୍ଷର ଜେଲ ଦଣ୍ଡାଦେଶ ପାଇଥିଲେ। କିନ୍ତୁ ସେମାନଙ୍କୁ ଜାମିନ ମିଳିଥିଲା। ବର୍ତ୍ତମାନ ସଂଘ ଦୋଷୀ ସାବ୍ୟସ୍ତ ବାବୁମାନଙ୍କୁ ପ୍ରକାଶ୍ୟରେ ସମର୍ଥନ କରିବା ଅର୍ଥ ସେମାନେ ସୁପ୍ରିମ୍‌କୋର୍ଟ ସହ ମୁହାଁମୁହିଁ ହେବାକୁ ପ୍ରସ୍ତୁତ ହେଉ ନାହାନ୍ତି ତ?  

Email: dilipcherian@gmail.com

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା