ସମ୍ପାଦକୀୟ |

ଆସ, ସଫଳତାର କାହାଣୀ କହିବା

ଆସ, ସଫଳତାର କାହାଣୀ କହିବା

ସୌମ୍ୟା ପରିଡ଼ା 

କିଛିଦିନ ତଳେ ‘ମୁଲକ୍‌’ ନାମକ ହିନ୍ଦୀ ଫିଲ୍ମଟିଏ ରିଲିଜ୍‌ ହୋଇଥିଲା। ସେ ଫିଲ୍ମର ଶେଷଭାଗ ଆଡ଼କୁ ଜଣେ ଜଜ୍‌ ଗୋଟିଏ କେସ୍‌ର ଶୁଣାଣି କରି କହିଥିଲେ, ଯଦି ଜାତି, ଧମର୍ର୍, ମନ୍ଦିର-ମସଜିଦ୍‌ କି ଅପାରଗପଣ ଆଦି କଥାକୁ ଉଠାଇ କେହି ତମକୁ ଭାଗଭାଗ କରିବାକୁ ଚେଷ୍ଟା କରୁଛି, ତା’ହେଲେ ଜାଣିବ ନିର୍ବାଚନ ପାଖେଇ ଆସିଲା। କଥାରେ ଅଛି ‘ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା’। ହେଲେ ଆମ ଶିଙ୍ଗ କିନ୍ତୁ ସବୁବେଳେ ଫଟା। କାରଣ ଆମ ହିସାବରେ ଆମେ ସବ୍‌ଜାନ୍‌ତା। ନିଜେ କିଛି କାମ କରିବା ଅପେକ୍ଷା ଅନ୍ୟକୁ କରେଇବାରେ ଆମର ବିଶ୍ୱାସ। ଆମେ କିଛି ବୁଝୁନି, ହେଲେ ଅନ୍ୟକୁ ବୁଝେଇବାକୁ ସବୁବେଳେ ଚେଷ୍ଟା କରୁ। ଆମେ ସ୍ବାର୍ଥପର କିନ୍ତୁ ଅନ୍ୟକୁ ନିଃସ୍ବାର୍ଥପର ହେବାକୁ ପରାମର୍ଶ ଦେଉ।

ଆମ ରାଜ୍ୟରେ ଏବେ ହକି ବିଶ୍ୱକପ୍‌ ଚାଲିଛି। ଏଇଟା କଛି କମ୍‌ କଥା ନୁହେଁ। କାରଣ ବିଶ୍ୱ ମାନଚିତ୍ରରେ ଓଡ଼ିଶା ସବୁବେଳେ ନିନ୍ଦିତ। ଯେମିତି ଅନାହାର ମୃତ୍ୟୁ, ଗଣବଳାତ୍କାର ଆଉ ଅସମୟେ ବନ୍ୟା, ବାତ୍ୟା ବ୍ୟତୀତ ଏଠି ଆଉ କିଛି ହୁଏନି। ଜାତୀୟ ଗଣମାଧ୍ୟମ ଅନୁସାରେ ଓଡ଼ିଶା ଗରିବ ଓ ଆଦିବାସୀବହୁଳ ରାଜ୍ୟ। ତେଣୁ ଅଭାବ, ଅନଟନ କି ଆଦିବାସୀଙ୍କ ଅର୍ଦ୍ଧନଗ୍ନ ଚିତ୍ର ଏମାନଙ୍କ ପାଇଁ ଖବରର ଖୋରାକ। ବୋଧହୁଏ ଜାତୀୟ ଗଣମାଧ୍ୟମଠୁ ଓଡ଼ିଶାକୁ ଏ ଯାଏ ଆବଶ୍ୟକ ମୁତାବକ ଗୁରୁତ୍ୱ ମିଳିନାହିଁ। ଏମିତିକି ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ଜାତୀୟ ଗଣମାଧ୍ୟମରେ କାମ କରିଥିବା ଅଧିକାଂଶ ଓଡ଼ିଆ ଓ ଅଣଓଡ଼ିଆ ସାମ୍ବାଦିକ ବନ୍ଧୁମାନେ ବି ଟିଭି ଚ୍ୟାନେଲ୍‌ କି ଖବର କାଗଜକୁ ସୁହାଉଥିବା ଖବର ଦେଇ ନିଜ କର୍ତ୍ତବ୍ୟ ସାରିଛନ୍ତି। ଓଡ଼ିଶାରେ କିଛି ଅଘଟଣା ଘଟିଲେ ହିଁ ଏମାନେ ଖବର କରନ୍ତି। 

ଆଜିକା ଦିନରେ ସବୁଠୁ ଭଲ ହକି ଷ୍ଟାଡ଼ିୟମ୍‌ ଆମ ପାଖରେ। ପଦ୍ମଶ୍ରୀ ଦିଲୀପ ତିର୍କୀ, ଲାଜାରୁସ୍‌ ବାର୍ଲା, ପ୍ରବୋଧ ତିର୍କୀ ଓ ଇଗ୍ନେସ ତିର୍କୀଙ୍କ ପରି ବହୁ ହକିତାରକା ଆମ ରାଜ୍ୟରୁ ଭାରତ ପାଇଁ ଖେଳିଛନ୍ତି। ସେମିତି ନମିତା ଟପ୍ପୋ, ସୁମିତା ଲାକ୍ରା ଓ ଲିଲିମା ମିଞ୍ଜ୍‌ ପ୍ରମୁଖଙ୍କ ପରି ଖେଳାଳି ବି ସେଥିରେ ଆହୁରି ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ତେଣୁ ହକି ବିଶ୍ୱକପ୍‌ ହେବା ଓ ଏତେ ଜାକଜମକରେ ହେବା ନିହାତି ଭାବେ ଆମ ରାଜ୍ୟ ପାଇଁ ଭଲ କଥା। ଆମେ ଯଦି ଏହାକୁ କୌଣସି ରାଜନୈତିକ ଦୃଷ୍ଟିଭଙ୍ଗୀରୁ ଦେଖିବା ନାହିଁ, ତା’ହେଲେ ଏହା ନିଶ୍ଚିତ ଭାବରେ ରାଜ୍ୟ ସରକାରଙ୍କ ସହ ସାଧାରଣ ଲୋକ ଓ ଭାରତୀୟ ହକି ଖେଳାଳିଙ୍କ ପାଇଁ ବି ଗର୍ବର କଥା। ହେଲେ ଦୁଃଖର କଥା ହେଲା ଯେ, ଏହା ବିଭିନ୍ନ ଦେଶର ଗଣମାଧ୍ୟମରେ ସ୍ଥାନ ପାଇଥିଲେ ବି ଆମ ଦେଶର ଅଧିକାଂଶ ଗଣମାଧ୍ୟମରେ ସ୍ଥାନ ପାଇ ନ ଥିଲା। ଏମିତିକି ଭାରତର ଲୋକପ୍ରିୟ ତଥାକଥିତ ଜଣାଶୁଣା ଇଂଲିଶ ଖବରକାଗଜରେ ବି ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବର ଚିହ୍ନବର୍ଣ୍ଣ ପ୍ରଥମ ପୃଷ୍ଠା, ଦ୍ୱିତୀୟ ପୃଷ୍ଠା, ଏମିତିକି ତୃତୀୟ ପୃଷ୍ଠାରେ ବି ନ ଥିଲା। କେବଳ ଯାହା ଖେଳ ଖବର ପୃଷ୍ଠାରେ ନାମକୁମାତ୍ର କିଛି ଖବର ଥିଲା। 

ଜାତୀୟତାବାଦ ପଛରେ ଥାଉ, ଆମେ କିନ୍ତୁ ବଳ କଷାକଷି ହେବା। ଜଣେ ଅନ୍ୟକୁ ନୀଚା ଦେଖାଇବାର କୌଣସି ମଉକା ଛାଡ଼ିବାନି। ନିଜ ଘରେ ସମ୍ପର୍କ ଦୃଢ଼ ଥାଉ କି ନ ଥାଉ ଆମେ କିନ୍ତୁ ବର୍ଷ ବର୍ଷ ଦେଶ ବାହାରେ ବୁଲି ସମ୍ପର୍କ ଦୃଢ଼ କରିବା। ଏସବୁ ଭିତରେ ଆମେ ଭୁଲିଯାଉଛୁ ଯେ ଆମେ ଆମ ଘରେ ଯେତେ ସୁଦୃଢ଼ ହେବା, ଆମକୁ ଆମ ଘର ବାହାରେ ଠିକ୍‌ ସେତିକି ସମ୍ମାନ ମିଳିବ। କିନ୍ତୁ ନା, ଆମ ରାଜ୍ୟରେ ହକି ବିଶ୍ୱକପ୍‌ ଚାଲିଥିଲା ବେଳେ ଆମେ ବନ୍ଦ ଡାକରା ଦେବା, କେଉଁ ପ୍ରୋଜେକ୍ଟ ପାଇଁ ରାଜ୍ୟ ସରକାର ଚିଠିର ଉତ୍ତର ଦେବାକଥା ତାକୁ ମୁଖ୍ୟ କରିବା। ଅଭିନେତାମାନେ ଆସି କେତେ ଟଙ୍କା ନେଲେ ସେ କଥା ସୋସିଆଲ ମିଡ଼ିଆରେ କେମିତି ଚର୍ଚ୍ଚା ଚାଲିବ ସେ ସବୁ ଫନ୍ଦିଫିକରରେ ମାତିବା। ଯଦି ସତରେ ଓଡ଼ିଶା ପାଇଁ ଏତେ ଦରଦ ରହିଛି, ତା’ହାଲେ ତ ଖୁସି ହେବା କଥା। କାରଣ ଆମ ରାଜ୍ୟକୁ ହକି ପାଇଁ ବିଶ୍ୱ ଦରବାରରେ ଏକ ଭିନ୍ନ ପରିଚୟ ମିଳିବାର ଏଇଟା ଗୋଟେ ସୁଯୋଗ। କିନ୍ତୁ ନା, ଓଡ଼ିଶାକୁ ଦେଶର ବିଭିନ୍ନ ଜାଗାରେ ଭାଷଣରେ ଗରିବ କହି ନୀଚା ଦେଖେଇବାରେ ଆମର ମଜା। ଆଗକୁ ବଢ଼ିବେନି କିନ୍ତୁ ଅନ୍ୟକୁ କଳେବଳେକୌଶଳେ ପଛକୁ ଟାଣି ତାଙ୍କ ସହ ସମାନ କରି ବାହାବା ନେବେ। ଏସବୁ ରାଜନୀତି, କୂଟନୀତି କରୁକରୁ ଦେଶକୁ ଭୁଲିଯିବେ। 

ଏହା ଭିତରେ ଆମ ରାଜ୍ୟରେ ମେକ୍‌ ଇନ୍‌୍‌ ଓଡ଼ିଶା ସହ ଅନ୍ତର୍ଜାତୀୟ ଖେଳର ଆୟୋଜନ କରାଯାଇଛି। ଶହଶହ ଦର୍ଶକ, ଖେଳାଳି, କଳାକାର ଏଥିପାଇଁ ଓଡ଼ିଶା ଆସିଛନ୍ତି। ଯେତେବେଳେ ରାଜ୍ୟରେ ହକି ବିଶ୍ୱକପ୍‌ ପରି ଗୋଟେ ବଡ଼ ଉତ୍ସବର ଆୟୋଜନ କରାଯାଏ, ସେତେେବେଳେ ରାଜ୍ୟ ଓ ଦେଶ ବାହାରୁ ଶହ ଶହ ଲୋକ ଓ ଖେଳାଳି ଆସନ୍ତି। କେବଳ ଖେଳିବାକୁ କି ଖେଳ ଦେଖିବାକୁ ନୁହେଁ ବରଂ ଖେଳ ସହ ଆମର କଳା, ସଂସ୍କୃତି, ପରମ୍ପରା, ଲୋକଙ୍କ ଆତିଥ୍ୟ ଆଦି କଥା ଦେଖନ୍ତି ଆଉ ପରଖନ୍ତି ବି। ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲନ୍ତି। ସାଧାରଣ ଲୋକଙ୍କ ସହ ମିଶନ୍ତି। ଖେଳ ତ କିଛି ଦିନରେ ସରିଯାଏ, ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏଇଟା ବହୁମାତ୍ରାରେ ସାହାଯ୍ୟ କରେ ଆମ ରାଜ୍ୟକୁ, ଆମକୁ। ଯାହା ଖରାପ ହେଉଛି ଅଙ୍ଗୁଳି ଉଠେଇ କହିବା ଯେତିକି ଜରୁରୀ, ଯାହା ଭଲ ହେଉଛି ସେଥିରେ ଆମେ କେତେ ସହଭାଗିତା ଦେଇଛେ, ସେଇଟା ବି ଭାବିବା ସେତିକି ଜରୁରୀ। କେବଳ ଅନ୍ୟକୁ ଅଙ୍ଗୁଳି ଦେଖାଇ ତା’ର ଦୋଷଦୁର୍ବଳତା ଖୋଜିବା ଅପେକ୍ଷା ନିଜ ଭିଟାମାଟି, ଭାଇ ବନ୍ଧୁ କୁଟୁମ୍ବ ତଥା ନିଜ ଚାରିପଟେ ଥିବା ଦୁଃଖୀ ଦରିଦ୍ରଙ୍କ ପାଇଁ କ’ଣ କରୁଛେ ବା କରିପାରିବା ବରଂ ଭାବିବା କଥା। ଏସବୁ କେବଳ ରାଜ୍ୟ ସରକାରଙ୍କର ଦାୟିତ୍ୱ ଭାବି ସୋସିଆଲ୍‌ ମିଡ଼ିଆରେ ବଡ଼ ବଡ଼ କଥା ଲେଖି ଆକ୍ଷେପ କଲେ ଆମ ରାଜ୍ୟର ଚିତ୍ର ବିଶ୍ୱମାନଚିତ୍ରରେ ବଦଳିବ ନାହିଁ। ବରଂ ଦୋଷଦୁର୍ବଳତା ଅପେକ୍ଷା ଆମେ ଯଦି ସଫଳତାର କାହାଣୀ କହିବା ଆଜି ନ ହେଲେ କାଲି ହୁଏ ତ ଫରକ୍‌ ଆମେ ନିଜେ ଦେଖିପାରିବା। 

ମୋ-୯୩୩୮୫୬୬୫୮୭, saumya.consultant@gmail.com


All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା