ସମ୍ପାଦକୀୟ |

କାମିନୀ କାଞ୍ଚନ

କାମିନୀ କାଞ୍ଚନ

ଶିବରାମ ଶତପଥୀ

ପୃଥିବୀରେ ଆବହମାନ କାଳରୁ ଆଜିଯାଏ ଯେତେ ମହାସମର ସଂଘଟିତ ହୋଇଛି, ସବୁରି ମୂଳରେ ନିହିତ କାମିନୀ ଅଥବା କାଞ୍ଚନ। ଅପ୍‌ସରା ତିଳୋତ୍ତମାଙ୍କୁ ପତ୍ନୀ ରୂପେ ପାଇବା ପାଇଁ ଦୁଇ ଅଜେୟ ଭାଇ ସୁନ୍ଦ, ଉପସୁନ୍ଦ ପରସ୍ପର ମରାମରି ହୋଇ ମଲେ। ଶୁମ୍ଭନିଶୁମ୍ଭ, ମହିଷାସୁର, ଜଳନ୍ଧର ଆଦି ଅପରାଜେୟ ଦୈତ୍ୟ ପାର୍ବତୀଙ୍କ ରୂପଗୁଣରେ ମୁଗ୍ଧହୋଇ ତାଙ୍କୁ ପାଇବା ପାଇଁ ଯୁଦ୍ଧ କରି ପ୍ରାଣ ହରାଇଲେ। ସୀତାଙ୍କ ଯୋଗୁ ସ୍ବର୍ଣ୍ଣମୟୀ ଲଙ୍କାପୁରୀ ଦଗ୍ଧ ଓ ପରେ ପ୍ରବଳ ପରାକ୍ରମୀ ରାବଣର ବଧ ସମ୍ଭବ ହୋଇପାରିଥିଲା। ରୂପସୀ ରାଣୀ ହେଲେନ୍‌ଙ୍କ ହେତୁ ଟ୍ରୟନଗରୀ ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିଲା। ପୁରାଣ ଓ ଇତିହାସରେ ଏପରି ଅନେକ ଦୃଷ୍ଟାନ୍ତ ପରିଲକ୍ଷିତ ହୁଏ।

ଧର୍ମଶାସ୍ତ୍ରରେ କୁହାଯାଇଛି, ‘ମାତୃବତ୍‌ ପରଦାରେଷୁ, ପରଦ୍ରବ୍ୟେଷୁ ଲୋଷ୍ଟ୍ରବତ୍‌। ଆତ୍ମବତ୍‌ ସର୍ବଭୂତେଷୁ ଯଃ ପଶ୍ୟତି ସ ପଣ୍ଡିତଃ।ା’ ଅର୍ଥାତ୍‌ ଅନ୍ୟର ସ୍ତ୍ରୀକୁ ମାତୃଜ୍ଞାନ କରିବ ଓ ଅପରର ସମ୍ପତ୍ତିକୁ ମାଟିଗୋଡ଼ି ପରି ମୂଲ୍ୟହୀନ ଭାବି ସେଥିପ୍ରତି ଲାଳାୟିତ ହେବନାହିଁ। ମହାଭାରତରେ ମହର୍ଷି ବେଦବ୍ୟାସ କହିଛନ୍ତି, ‘ହ୍ଲାଦନ୍ତେ ସ୍ବେଷୁ ଦାରେଷୁ ଘର୍ମାକ୍ତାଃ ସଲିଳେଷ୍ବିବ।’ ଅର୍ଥାତ୍‌ ନିଜ ପତ୍ନୀଠାରେ ଆନନ୍ଦିତ ହେବ, ଯେପରି ଝାଳ ସରସର ବ୍ୟକ୍ତି ଜଳରେ ସ୍ନାନ କରି ସନ୍ତୁଷ୍ଟ ହୁଏ। ପ୍ରତ୍ୟେକ ଧର୍ମଗ୍ରନ୍ଥ ଅନ୍ୟର ସ୍ତ୍ରୀ ଓ ଧନ ପ୍ରତି ଲାଳାୟିତ ହେବା ଗର୍ହିତ ପାପ ବୋଲି ଘୋଷଣା କରେ, କାରଣ ଏହା ସାମୟିକ ଆନନ୍ଦ ଦେଲେ ମଧ୍ୟ ସୁଦୂରପ୍ରସାରୀ ପରିଣାମ ସ୍ବରୂପ ପାରିବାରିକ ବିଶୃଙ୍ଖଳା ସୃଷ୍ଟିକରି ସମାଜ ଓ ସର୍ବୋପରି ଦେଶକୁ ନଷ୍ଟଭ୍ରଷ୍ଟ କରେ। ଈଶାବାସ୍ୟୋପନିଷଦ୍‌ରେ କୁହାଯାଇଛି-

‘ଈଶା ବାସ୍ୟମିଦଂ ସର୍ବଂ ଯତ୍‌କିଞ୍ଚ ଜଗତ୍ୟାଂ ଜଗତ୍‌,

ତେନ ତ୍ୟକ୍ତେନ ଭୁଞ୍ଜିଥା ମା ଗୃଧଃ କସ୍ୟସ୍ବିଦ୍ଧନମ୍‌।’

ଏହାର ସ୍ଥୂଳ ଅର୍ଥ ହେଲା- ଏ ସଂସାରରେ ସ୍ଥାବରଜଙ୍ଗମ ଯାହାକିଛି ଅଛି ସବୁ ପରମେଶ୍ୱରଙ୍କର। ତୁମେ ଏ ସଂସାରରେ ନିଜ ଜୀବନକୁ ତ୍ୟାଗପୂର୍ବକ ଉପଭୋଗ କର। କାହାର ଧନ (କାମିନୀ ଓ କାଞ୍ଚନ ଉଭୟ)ରେ ଲୋଲୁପ ଦୃଷ୍ଟି ପକାଅ ନାହିଁ।

ପାଣ୍ଡବଙ୍କ ସମ୍ପତ୍ତି ଯଥା ମୟଦାନବ ନିର୍ମିତ ମାୟାସଭା ଆଦିରେ ଈର୍ଷାପରାୟଣ ହୋଇ କୌରବମାନେ କପଟପଶାରେ ପାଣ୍ଡବଙ୍କୁ ପରାସ୍ତ କରି ସେମାନଙ୍କ ସମଗ୍ର ସମ୍ପତ୍ତି, ଏପରି କି ଯାଜ୍ଞସେନୀଙ୍କୁ ମଧ୍ୟ ପଣରେ ଜିତିଥିଲେ। ପରିଣାମ କ’ଣ ହେଲା? ଅନେଶତ ଭାଇ ଯୁଦ୍ଧକ୍ଷେତ୍ରରେ ଟଳିପଡ଼ିଲେ। କେବଳ ସେତିକି ନୁହେଁ, ସେମାନଙ୍କ ପକ୍ଷ ନେଇ ଆର୍ଯ୍ୟାବର୍ତ୍ତର ଶଲ୍ୟ ପରି ବୀର, ଏପରି କି ପିତାମହ ଭୀଷ୍ମ, ଗୁରୁ ଦ୍ରୋଣ ଓ କର୍ଣ୍ଣଙ୍କ ପରି ଅଜେୟ ମହାରଥୀମାନେ ଧରାଶାୟୀ ହେଲେ। ଅତଏବ ଅନ୍ୟର ଧନ ପ୍ରତି ଲୋଲୁପ ଦୃଷ୍ଟି ନିକ୍ଷେପ କରିବା ସର୍ବନାଶର ପଥ ପରିଷ୍କାର କରିଦିଏ। ଅନେକେ ଲୋଭ ପରବଶ ହୋଇ ନିଜ ଗୃହ ସନ୍ନିହିତ ସରକାରୀ ଜମି ଅକ୍ତିଆର କରନ୍ତି। ସରକାରୀ ଜମି, କୋଠ ସମ୍ପତ୍ତି, ସୋସାଇଟି ଜମି, ସରକାରୀ ତହବିଲର ଟଙ୍କା ଆଦିରେ ଜନସାଧାରଣଙ୍କ କେବଳ ସ୍ବେଦ ନୁହେଁ, ବିନ୍ଦୁ ବିନ୍ଦୁ ରକ୍ତ ସଂଶ୍ଳିଷ୍ଟ। ଅତଏବ ସେ ଧନ ଆତ୍ମସାତ୍‌ କରିବା ଦୂରେ ଥାଉ, ଯିଏ ଏଥିପାଇଁ ଉଦ୍ୟତ ହୁଏ ସେ ସମୂଳେ ବିନଷ୍ଟ ହୁଏ, ଏହା ନିଃସନ୍ଦେହ।

ରାକ୍ଷସ ଓ ଦେବତାଙ୍କ ମା’ ଯଥାକ୍ରମେ ଦିତି ଓ ଅଦିତି ଦୁଇଭଉଣୀ। ରାକ୍ଷସ ଓ ଦେବତା ଉଭୟେ ଯଦିଚ କଶ୍ୟପଙ୍କ ପୁତ୍ର (ଜଣେ ପିତା) ରାକ୍ଷସଗଣ ଅଗ୍ରଜ, ଶୂର, ବୀର, ବଳିଷ୍ଠ, କର୍ମଠ, ଜ୍ଞାନୀ, ସୁଶାସକ, ବେଦବିତ୍‌ ଓ ଉତ୍ତମ ବୈଜ୍ଞାନିକ ହେବା ସତ୍ତ୍ୱେ ସେମାନେ ବିଷ୍ଣୁଙ୍କ ଦ୍ୱାରା ସବଂଶ ବିନଷ୍ଟ ହୋଇଥିଲେ, କାରଣ ସେମାନେ ତମୋଗୁଣ ଅବଲମ୍ବନ କରି ପରଧନ ଓ ପରସ୍ତ୍ରୀ ପ୍ରତି ଲାଳାୟିତ ଥିଲେ ଓ କଲ୍ୟାଣକାରୀ ମୁନିଋଷିଙ୍କ ପ୍ରତି ଦ୍ରୋହାଚରଣ କରୁଥିଲେ। ଏହାଦ୍ୱାରା ସାମାଜିକ ଶୃଙ୍ଖଳା, ସହାବସ୍ଥାନ ଓ ସଦାଚାର ନଷ୍ଟଭ୍ରଷ୍ଟ ହୁଏ। ପ୍ରତିରକ୍ଷା ବିଭାଗର ଅଧିକାରୀମାନେ କୋଟି କୋଟି ଟଙ୍କା କାରବାର କରନ୍ତି, ତାହା ସୈନ୍ୟମାନଙ୍କ ଖାଦ୍ୟ, ପୋଷାକ ଓ ଉପକରଣ ବାବଦରେ ହେଉ, ଅସ୍ତ୍ରଶସ୍ତ୍ର, ଗାଡ଼ି, ଯୁଦ୍ଧଜାହାଜ, ବିମାନ ଅଥବା ଯୁଦ୍ଧସାମଗ୍ରୀ କ୍ରୟ କରିବାରେ ବା ବଙ୍କର ନିର୍ମାଣରେ ହେଉ। ଏଥିରେ ଯିଏ ହେରାଫେରି କରେ, ତାକୁ ଏପରି ଦୃଷ୍ଟାନ୍ତମୂଳକ ଶାସ୍ତି ଦିଆଯାଏ ଯେ ଅନ୍ୟ କେହି ଭ୍ରଷ୍ଟାଚାରରେ ଲିପ୍ତ ହେବାକୁ ସାହସ କରିବେ ନାହିଁ। 

ଶ୍ରୀଲଙ୍କାରେ ଭାରତୀୟ ଶାନ୍ତିସେନା ମୁତୟନ ସମୟର କଥା। ଜାଫ୍‌ନାର ତାମିଲମାନେ ଘରେ ତାଲା ବନ୍ଦ କରି ପ୍ରାଣ ବିକଳରେ ନିରାପଦ ସ୍ଥାନରେ ଆଶ୍ରୟ ନେଇଥାନ୍ତି। ଶ୍ରୀଲଙ୍କା ସୈନ୍ୟବାହିନୀ ଓ ଭାରତୀୟ ସେନା ଭିତରେ ସେମାନଙ୍କ ଅବସ୍ଥା ଏଣେ ଗଲେ ବାଘ ଖାଇବ ତ ତେଣେ ଗଲେ ନାଗ ଦଂଶିବ। କିଛି ବ୍ୟକ୍ତି ତାଲା ଭାଙ୍ଗି ଜଣଙ୍କ ଘରେ ପଶିଲେ। କିଏ ଟିଭି ତ କିଏ ସୁନାଗହଣା, କିଏ ଟଙ୍କା ତ କିଏ ବହୁମୂଲ୍ୟ ବସ୍ତ୍ର ଓ କ୍ୟାମେରା ଚୋରିକରି ଦିନ ଦ୍ୱିପ୍ରହରରେ ନେଉଥିଲେ। ଏଲ୍‌ଟିଟିଇ ଲଗାଇଥିବା ବୁବି ଟ୍ରାପ୍‌ରେ ଛନ୍ଦିହୋଇ ଆଖିପିଛୁଳାକେ ସମସ୍ତେ ପ୍ରାଣ ହରାଇଲେ। ଅନ୍ୟର ସମ୍ପତ୍ତି ହଡ଼ପ କରିବାର ପରିଣାମ ଏପରି ଭୟାବହ ହୋଇଥାଏ। କି ମର୍ମନ୍ତୁଦ ସେ ଦୃଶ୍ୟ! ସେ ଦୃଶ୍ୟ ମନେପଡ଼ିଲେ ଏବେ ମଧ୍ୟ ଲୋମ ଟାଙ୍କୁରି ଉଠେ।

ଲୋକମୁଖରେ କଥିତ ଅଛି, ସୁନା ହରାଇବା ଯେତିକି ଦୋଷାବହ, ସୁନା ପାଇଲେ ମଧ୍ୟ ସେତିକି। ସୁନା ମିଳିଲେ ସେଥିରେ ସମପରିମାଣ ସୁନା ମିଶାଇ ଦୁଃସ୍ଥ ବ୍ୟକ୍ତିକୁ ଦାନ କରିବ। ସେପରି ଅନ୍ୟଠାରୁ ଦାନ ଗ୍ରହଣ କଲେ ସେଥିରେ ଆଉ କିଛି ଅର୍ଥ ମିଶାଇ ଅକିଞ୍ଚନ ବ୍ୟକ୍ତିକୁ ଦେବା ଉଚିତ। ଜୀବନକାଳ ଭିତରେ ମୁଁ ଦେଖିଛି, ଯେଉଁମାନେ ଅବୈଧ ଓ ଅନ୍ୟାୟ ଉପାୟରେ ଅନ୍ୟକୁ କଷ୍ଟ ଦେଇ ଧନ ଉପାର୍ଜନ କରିଥାନ୍ତି ସେ ଧନ ସେମାନେ ଉପଭୋଗ କରିପାରନ୍ତି ନାହିଁ। ତାଙ୍କ ଅନ୍ତେ ତାଙ୍କ ଦାୟାଦମାନେ ସେ ଧନର ଅପବ୍ୟୟ କରି ଉଚ୍ଛୃଙ୍ଖଳ ଜୀବନଯାପନ ଦ୍ୱାରା ନିଜର ସ୍ବାସ୍ଥ୍ୟ ନଷ୍ଟ କରିବା ସହିତ ପାରିବାରିକ ସମ୍ମାନ ଧୂଳିରେ ମିଶାଇ ଦିଅନ୍ତି। ତେଣୁ କାମିନୀକାଞ୍ଚନ ମୋହରୁ ଦୂରରେ ରହି ସରଳ ନିରାଡ଼ମ୍ବର ଜୀବନଯାପନ ନିଜ ଓ ପରିବାର ପକ୍ଷେ ହିତକର।

ଇ-୧୮, ପଦ୍ମପାଣି ବିହାର, ନୀଳାଦ୍ରି ବିହାର, ଭୁବନେଶ୍ୱର, ମୋ: ୯୪୩୭୦୧୭୨୦୨


All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା