ରାଜ୍ୟ | ସମ୍ବଲପୁର

୮ ପ୍ରକଳ୍ପ ଉଦ୍‌ଘାଟନ, ଶିଳାନ୍ୟାସ କଲେ ନରସିଂହ ଯୋଗଦେଲେ କଲିକେଶ

୮ ପ୍ରକଳ୍ପ ଉଦ୍‌ଘାଟନ, ଶିଳାନ୍ୟାସ କଲେ ନରସିଂହ ଯୋଗଦେଲେ କଲିକେଶ

ବଲାଙ୍ଗୀର ଅଫିସ, ୭।୧୨- ବଲାଙ୍ଗୀର ସହରରେ ଶୁକ୍ରବାର ୮ଟି ଉନ୍ନୟନ ପ୍ରକଳ୍ପକୁ ଉଦ୍‌ଘାଟନ କରାଯାଇଥିଲା । ସରକାରୀ ଭାବେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିରୋଧୀଦଳ ନେତା ତଥା ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଯୋଗଦେଇ ପ୍ରକଳ୍ପଗୁଡିକର ଉଦ୍‌ଘାଟନ କରିଥିଲେ । ଉତ୍ସବରେ ଏମପି କଲିକେଶ ନାରୟଣ ସିଂଦେଓ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ବଲାଙ୍ଗୀର ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ମିଶ୍ର, ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ, କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ମହାପାତ୍ର ଓ ଖକେନ୍‌ ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୮୬.୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଜିଲାପାଳଙ୍କ ବାସଭବନ ଛକରୁ ରୁଗୁଡିପଡା, ମହାଲକ୍ଷ୍ମୀନଗର ଦେଇ ଯାଇଥିବା ରାସ୍ତାକୁ ପ୍ରଥମେ ଉଦ୍‌ଘାଟନ କରାଯାଇଥିଲା । ରୁଗୁଡିପଡା ଛକ ଦୁର୍ଗାମଣ୍ଡପ ସମ୍ମୁଖରେ ଅନୁଷ୍ଠିତ ଉତ୍ସବରେ ଉଭୟ କଂଗ୍ରେସ ଓ ବିଜେଡି କର୍ମୀଙ୍କ ନାରାବାଜି ପରିବେଶକୁ ସରଗରମ କରିଦେଇଥିଲା । ପ୍ରାୟ ସାଢ଼େ ୪ ବର୍ଷ ପରେ ବିଧାୟକ ମିଶ୍ର ଓ ବିଜେଡି ଏମପି ସିଂଦେଓ ପ୍ରଥମ ଥର ପାଇଁ ସରକାରୀ କାର୍ଯ୍ୟକ୍ରମରେ ସମ୍ମିଳିତ ହୋଇଥିଲେ । ପ୍ରଥମରୁ ସେଠାରେ ବିଜେଡି କର୍ମୀମାନେ ଆସି ରୁଣ୍ଡ ହୋଇଥିଲେ । ଏହାପରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ନେତା ବାଇକ୍‌ ରାଲି କରି ବିଧାୟକ ମିଶ୍ରଙ୍କୁ ପାଛୋଟି ଆଣିଥିଲେ । ପରେ ସିଂଦେଓ ତାଙ୍କ ଶତାଧିକ ସମର୍ଥକଙ୍କ ସହ ସେଠାରେ ପହଞ୍ଚତ୍ଥିଲେ ।ଉଭୟ ନେତା ଏକାଠି ସମୟରେ କର୍ମୀ ମହଲରେ ପ୍ରବଳ ଉଷ୍ଣତା ଦେଖାଦେଇଥିଲା । ସିଂଦେଓଙ୍କ ଉପସ୍ଥିତିରେ ନାରିକେଳ ଭାଙ୍ଗି ବିଧାୟକ ମିଶ୍ର ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ । ୧୩ କୋଟି ୭୫ ଲକ୍ଷ ଟଙ୍କାରେ ୩ କିମି ଦୂରତା ବିଶିଷ୍ଟ ବଲାଙ୍ଗୀର-କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ରାସ୍ତା ଓ ଲକ୍ଷ୍ମୀଯୋର ବ୍ରିଜ, ୬୪ ଲକ୍ଷ ଟଙ୍କାର ବେହେରାପାଲି ରାସ୍ତା, ୮୮ ଲକ୍ଷ ଟଙ୍କାର ମାଳପଡା-ସୋନପୁର ଜାତୀୟ ରାଜପଥ ସଂଯୋଗୀ ରାସ୍ତା ଏବଂ ୩୧.୪୮ ଲକ୍ଷ ଟଙ୍କାର ଏଲ୍‌ଏଣ୍ଡଏସ୍‌ କ୍ଲବରୁ ସରକାରୀ ଛାପାଖାନା ପାଖ ସୋନପୁର ଜାତୀୟ ରାଜପଥ ସଂଯୋଗୀକରଣ ରାସ୍ତା ଉଦ୍‌ଘାଟିତ ହୋଇଥିଲା । ସେହିପରି ୪୮ ଲକ୍ଷ ଟଙ୍କାର ରାଜୀବନଗର ରିଙ୍ଗରୋଡକୁ ସଂଯୋଗ କରୁଥିବା ବିଜୟ ବୁଡେକ  ଘରଠାରୁ ମଠଖାଇ ମନ୍ଦିର ରାସ୍ତା, ହାତୀଶାଳପଡାରେ ୧୪.୯୩ ଲକ୍ଷ ଟଙ୍କାର ସଂଖ୍ୟାଲଘୁ ସମ୍ପ୍ରଦାୟ କମ୍ୟୁନିଟି ହଲ ଏବଂ ୩ କୋଟି ୪୩ ଲକ୍ଷ ଟଙ୍କାର ରିଙ୍ଗରୋଡର ଶିଳାନ୍ୟାସ  କରାଯାଇଥିଲା।  ସମସ୍ତ କାର୍ଯ୍ୟକ୍ରମରେ ବିଧାୟକ ଓ ଏମପି ମିଳିତ ଭାବେ ଯୋଗଦେଇଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ଏଭଳି ସହଯୋଗ ରହିଲେ ଆଗକୁ ଆହୁରି ବିକାଶ ତ୍ୱରାନ୍ବିତ ହେବ ବୋଲି ବିଧାୟକ ମିଶ୍ର କହିଛନ୍ତି । ବଲାଙ୍ଗୀରକୁ ଏକ ବିକଶିତ ସହର ଭାବେ ଗଢ଼ାଯିବ ସେ ବୋଲି କହିଛନ୍ତି ।  ସିଂଦେଓ ମଧ୍ୟ ବଲାଙ୍ଗୀର ବିକାଶ ପାଇଁ ସହଯୋଗ ଜାରି ରହିବ ବୋଲି କହିଥିଲେ।  

All Right Reserved By

ରାଜ୍ୟ | ସମ୍ବଲପୁର

ସୁବର୍ଣ୍ଣପୁର ସହରର ୪ ପଡାରେ ଝାଡାବାନ୍ତି

ସୁବର୍ଣ୍ଣପୁର ସହରର ୪ ପଡାରେ ଝାଡାବାନ୍ତି

 ସୋନପୁର,୧୧।୧୨(ନି.ପ୍ର.): ସୁବର୍ଣ୍ଣପୁର ସହରର ଥନାପତିପଡା, ନୂଆପଡା, ଧୀବରପଡା ଓ ମାଳିପଡାରେ ଝାଡାବାନ୍ତି ବ୍ୟାପିଛି। ତରଳ ଝାଡା ଯୋଗୁଁ ୧୬ଜଣ ଅସୁସ୍ଥ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଦୂଷିତ ପାଇପ ପାଣି ପିଇ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। 

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ବିଧାନସଭା ନିର୍ବାଚନ ଫଳାଫଳ ଜନମତର ସ୍ପଷ୍ଟ ପ୍ରତିଫଳନ

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ବିଧାନସଭା ନିର୍ବାଚନ ଫଳାଫଳ ଜନମତର ସ୍ପଷ୍ଟ ପ୍ରତିଫଳନ

ଭୁବନେଶ୍ୱର,୯।୧୨(ବ୍ୟୁରୋ)- ଭାଜପା ଚାଷୀ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇନାହିଁ। ନିର୍ବାଚନ ହେଉଥିବା ଏହି ସମସ୍ତ ରାଜ୍ୟରେ ଚାଷୀ ଆନ୍ଦୋଳନ ଜୋର ଧରିଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିବାକୁ ସ୍ବାମୀନାଥନ କମିଟି ସୁପାରିଶ କରିଥିଲେ। ହେଲେ ଏହାକୁ କେନ୍ଦ୍ରରେ ସରକାରରେ ଥିବା ଭାଜପା କାର୍ଯ୍ୟକାରୀ କରିନାହିଁ। 

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

କୋରାପୁଟ,୧୧ା୧୨(ସ୍ବ.ପ୍ର.): ଜୟପୁରରୁ ଭୁବନେଶ୍ୱର ଯାଉଥିବା ଜ୍ୟୋତି ନାମକ ଏକ ଘରୋଇ ବସ୍‌ରୁ ସୋମବାର ରାତିରେ କୋରାପୁଟ ଟାଉନ ଥାନା ପୋଲିସ ଦୁଇଟି ବ୍ୟାଗ ଗଞ୍ଜେଇ ଜବତ କରିଛି।

 ଅଜଣା ରୋଗରେ ଆକ୍ରାନ୍ତ ଯଦୁ ହରପାଲ, ସହାୟତାର ହାତ ବଢାଇଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

ଅଜଣା ରୋଗରେ ଆକ୍ରାନ୍ତ ଯଦୁ ହରପାଲ, ସହାୟତାର ହାତ ବଢାଇଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

ଗୁଡ଼ଭେଲା,୧୧ା୧୨(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ତାଣ୍ଡିଗାଁ ଗ୍ରାମର ୨୨ବର୍ଷିୟ ଯଦୁ ହରପାଲ ପ୍ରାୟ ଆଠ ମାସ ହେଲା  ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଘରେ ପଡି ରହିଛନ୍ତି। ଖବର ଜାଣିବା ପରେ ମଧ୍ୟାହ୍ନରେ  ଗୁଡଭେଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଯଦୁଙ୍କ ଘରେ ପହଞ୍ଚତ୍ ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଛନ୍ତି ।     

 ସୋଲଗଡିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍,  ଲକ୍ଷାଧିକ ଟଙ୍କାର ସମ୍ପତ୍ତିି  ପୋଡିଗଲା

ସୋଲଗଡିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍, ଲକ୍ଷାଧିକ ଟଙ୍କାର ସମ୍ପତ୍ତିି ପୋଡିଗଲା

କପ୍ତିପଦା:୧୧ା୧୨(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ୍‌ ଅଧିନ ଶାଳଚୁଆ ପଞ୍ଚାୟତ ସୋଲଗଡିଆ ଗ୍ରାମରେ ମଙ୍ଗଳବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି ।  ଏହି ଅଗ୍ନିକାଣ୍ଡରେ ଉକ୍ତ ଗ୍ରାମର ପ୍ରମୋଦ ବିଶ୍ୱାଳଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇ ଯାଇଛି।   ଖବର ପାଇ କପ୍ତିପଦା ଦଳକଳବାହିନୀର ଦୁଇଟି ଗାଡି ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଛନ୍ତି । 

ବାଲେଶ୍ୱରରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ

ବାଲେଶ୍ୱରରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ

ବାଲେଶ୍ୱର ଅଫିସ, ୧୧।୧୨-କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ମହେନ୍ଦ୍ର କୁମାର ମଲ୍ଲିକ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଆସି ପୂର୍ବାହ୍ନ ୧୧ଟାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଜିଲାର ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ସହିତ ନିର୍ବାଚନ ପ୍ରସ୍ତୁତି, ଭୋଟର ପରିଚୟପତ୍ର ପ୍ରଦାନ, ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତିଠାରୁ ଆରମ୍ଭ କରି ସ୍ବଳ୍ପ ସଞ୍ଚୟ କାର୍ଯ୍ୟକ୍ରମ ଆଦି ସମୀକ୍ଷା କରାଯାଇଥିଲା । 

ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣପର୍ବ

ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣପର୍ବ

ଭଞ୍ଜନଗର,୧୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା  ଭଞ୍ଜନଗର ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ମଙ୍ଗଳବାର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି।

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବ ମୁଁ ବି ଚାମ୍ପିୟାନ୍‌

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବ ମୁଁ ବି ଚାମ୍ପିୟାନ୍‌

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ମୁଁ ବି ଚାମ୍ପିୟାନ୍‌ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ନନ୍ଦିନୀପଲ୍ଲୀ ମୁଣ୍ଡାସାହି ବସ୍ତିରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସଂଗଠନ ୟୁଥ୍‌ ଫର୍‌ ଭଲ୍ୟୁଣ୍ଟାରୀ ଓ୍ବାର୍କ ଓ ପିପିଏଲ୍‌ ନ୍ୟୁଜ୍‌ର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଛି। 

‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ: ୨୩.୭୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ: ୨୩.୭୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧।୧୨(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୪ ଜିଲାର ୫ଟି ବ୍ଲକ ପାଇଁ ୨୩.୭୨ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି।

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବିନେଇ ଆସନ୍ତା ୧୭ତାରିଖ କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ କୋସଲ ମହାବନ୍ଦ ଡାକରା ଦିଆଯାଇଛି।

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ବରଗଡ଼ ଅଫିସ୍‌,୧୧।୧୨: ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ ଜୋର୍‌ ଧରି ବସିଛି। ବରଗଡ଼ ଜିଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ସ୍ଥାନୀୟ କୋର୍ଟ ସମ୍ମୁଖରେ ଗଣଧାରଣା ଦେଇଛି। 

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବି ନେଇ ଆସନ୍ତା ୧୭ରେ କୋସଲ ରାଜ୍ୟ ସମନ୍ବୟ ସମିତି କୋସଲ ମହାବନ୍ଦ ଡାକରା ଦେଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ମହାବନ୍ଦକୁ ସଫଳ କରିବା ପାଇଁ ସମିତି ପକ୍ଷରୁ ପ୍ରସ୍ତୁତି ଚାଲିଛି।