ରାଜ୍ୟ | ବ୍ରହ୍ମପୁର

ସରାମୁଳିରେ ବସିଲା ସାପ୍ତାହିକ ହାଟ, ଅଞ୍ଚଳର ଉନ୍ନତି ପାଇଁ ଗଠିତ ହେଲା ଉନ୍ନୟନ କମିଟି

ସରାମୁଳିରେ ବସିଲା ସାପ୍ତାହିକ ହାଟ, ଅଞ୍ଚଳର ଉନ୍ନତି ପାଇଁ ଗଠିତ ହେଲା ଉନ୍ନୟନ କମିଟି

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୭।୧୨(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁର ଦୁର୍ଗମ ପଞ୍ଚାୟତ ସରାମୁଳିରେ ପ୍ରଥମ ଥର ପାଇଁ  ଗୁରୁବାର ସାପ୍ତାହିକ ହାଟର ଶୁଭାରମ୍ଭ ହୋଇଛି। ଏହାକୁ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଜୟଚନ୍ଦ୍ର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ମାଓବାଦୀ ପ୍ରବଣ ସରାମୁଳି ବ୍ଲକ ମହକୁମାଠାରୁ ପ୍ରାୟ ୫୦ କି.ମି ଦୂର ଅପହଞ୍ଚ ଇଲାକାରେ ରହିଛିା ୨୦୧୨ ପୂର୍ବରୁ ଏହାକୁ ମାଓବାଦୀଙ୍କ ଗଡ଼ ବୋଲି କୁହାଯାଉଥିଲା। ଏହାର ବିକାଶ ପାଇଁ ପଞ୍ଚାୟତ ସରପଞ୍ଚଙ୍କ ସମେତ ୱାର୍ଡ ସଭ୍ୟମାନେ ଅଣ୍ଟା ଭିଡ଼ିଛନ୍ତି। ବ୍ୟବସାୟ ବୃଦ୍ଧି କରିବାକୁ ସାପ୍ତାହିକ ହାଟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ପାରିତ ହେବା ପରେ ଗୁରୁବାରଠାରୁ ହାଟ ଆରମ୍ଭ ହୋଇଛି। ହାଟ ପାଇଁ ଉକ୍ତ ଅଞ୍ଚଳର ଲୋକେ ବ୍ରାହ୍ମଣୀଗାଁ, ଦାରିଙ୍ଗବାଡ଼ି ଉପରେ ନିର୍ଭର କରୁଥିଲେ। ଏବେ ଏଠାରେ ହାଟ ବସିବାରୁ ଅଞ୍ଚଳବାସୀ ସମସ୍ତ ସାମଗ୍ରୀ ପାଇବା ସହ ନିଜ ଜମିରୁ ଅମଳ ହୋଇଥିବା ହଳଦୀ, ସୋରିଷ, ତିଳା, ଡାଲି ଜାତୀୟ ଫସଲ ବିକ୍ରୀ କରିପାରିବ ବୋଲି ଗ୍ରାମବାସୀ କହିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟାଇଟସ ନାୟକ, ବିଜୁ ଯୁବ ବାହାନୀର ବ୍ଲକ ସଂଯୋଜକ ଉତ୍କଳକେଶରୀ ନାୟକ, ଜୀବୀକା ସୁରକ୍ଷା ମଞ୍ଚର କରୁଣାକର ଉଠାଣ ସିଂ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅଞ୍ଚଳର ବିକାଶ ପାଇଁ ଏକ ଉନ୍ନୟନ କମିଟି ଗଠନ କରାଯାଇଛି।  ୧୨ଟି ୱାର୍ଡର ୧୮ଟି ଗ୍ରାମକୁ ନେଇ ଗଠନ କରାଯାଇଥିବା କମିଟିରେ ସଭାପତି ଭାବେ ବଇନା ମାଝୀ, ଉପସଭାପତି ଧର୍ମେନ୍ଦ୍ର ପାଟମାଝୀ, ସମ୍ପାଦକ ସୁବାସ ଦିଗାଳ, ସହସମ୍ପାଦକ ଜୟାନନ୍ଦ ମୁଠାମାଝୀ, କୋଷାଧ୍ୟକ୍ଷ ପ୍ରଫୁଲ ନାୟକ ପ୍ରମୁଖଙ୍କୁ ଚୟନ କରାଯାଇଥିଲା।

All Right Reserved By

ରାଜ୍ୟ | ବ୍ରହ୍ମପୁର

ସୁବର୍ଣ୍ଣପୁର ସହରର ୪ ପଡାରେ ଝାଡାବାନ୍ତି

ସୁବର୍ଣ୍ଣପୁର ସହରର ୪ ପଡାରେ ଝାଡାବାନ୍ତି

 ସୋନପୁର,୧୧।୧୨(ନି.ପ୍ର.): ସୁବର୍ଣ୍ଣପୁର ସହରର ଥନାପତିପଡା, ନୂଆପଡା, ଧୀବରପଡା ଓ ମାଳିପଡାରେ ଝାଡାବାନ୍ତି ବ୍ୟାପିଛି। ତରଳ ଝାଡା ଯୋଗୁଁ ୧୬ଜଣ ଅସୁସ୍ଥ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଦୂଷିତ ପାଇପ ପାଣି ପିଇ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। 

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ବିଧାନସଭା ନିର୍ବାଚନ ଫଳାଫଳ ଜନମତର ସ୍ପଷ୍ଟ ପ୍ରତିଫଳନ

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ବିଧାନସଭା ନିର୍ବାଚନ ଫଳାଫଳ ଜନମତର ସ୍ପଷ୍ଟ ପ୍ରତିଫଳନ

ଭୁବନେଶ୍ୱର,୯।୧୨(ବ୍ୟୁରୋ)- ଭାଜପା ଚାଷୀ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇନାହିଁ। ନିର୍ବାଚନ ହେଉଥିବା ଏହି ସମସ୍ତ ରାଜ୍ୟରେ ଚାଷୀ ଆନ୍ଦୋଳନ ଜୋର ଧରିଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିବାକୁ ସ୍ବାମୀନାଥନ କମିଟି ସୁପାରିଶ କରିଥିଲେ। ହେଲେ ଏହାକୁ କେନ୍ଦ୍ରରେ ସରକାରରେ ଥିବା ଭାଜପା କାର୍ଯ୍ୟକାରୀ କରିନାହିଁ। 

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

କୋରାପୁଟ,୧୧ା୧୨(ସ୍ବ.ପ୍ର.): ଜୟପୁରରୁ ଭୁବନେଶ୍ୱର ଯାଉଥିବା ଜ୍ୟୋତି ନାମକ ଏକ ଘରୋଇ ବସ୍‌ରୁ ସୋମବାର ରାତିରେ କୋରାପୁଟ ଟାଉନ ଥାନା ପୋଲିସ ଦୁଇଟି ବ୍ୟାଗ ଗଞ୍ଜେଇ ଜବତ କରିଛି।

 ଅଜଣା ରୋଗରେ ଆକ୍ରାନ୍ତ ଯଦୁ ହରପାଲ, ସହାୟତାର ହାତ ବଢାଇଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

ଅଜଣା ରୋଗରେ ଆକ୍ରାନ୍ତ ଯଦୁ ହରପାଲ, ସହାୟତାର ହାତ ବଢାଇଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

ଗୁଡ଼ଭେଲା,୧୧ା୧୨(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ତାଣ୍ଡିଗାଁ ଗ୍ରାମର ୨୨ବର୍ଷିୟ ଯଦୁ ହରପାଲ ପ୍ରାୟ ଆଠ ମାସ ହେଲା  ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଘରେ ପଡି ରହିଛନ୍ତି। ଖବର ଜାଣିବା ପରେ ମଧ୍ୟାହ୍ନରେ  ଗୁଡଭେଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଯଦୁଙ୍କ ଘରେ ପହଞ୍ଚତ୍ ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଛନ୍ତି ।     

 ସୋଲଗଡିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍,  ଲକ୍ଷାଧିକ ଟଙ୍କାର ସମ୍ପତ୍ତିି  ପୋଡିଗଲା

ସୋଲଗଡିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍, ଲକ୍ଷାଧିକ ଟଙ୍କାର ସମ୍ପତ୍ତିି ପୋଡିଗଲା

କପ୍ତିପଦା:୧୧ା୧୨(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ୍‌ ଅଧିନ ଶାଳଚୁଆ ପଞ୍ଚାୟତ ସୋଲଗଡିଆ ଗ୍ରାମରେ ମଙ୍ଗଳବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି ।  ଏହି ଅଗ୍ନିକାଣ୍ଡରେ ଉକ୍ତ ଗ୍ରାମର ପ୍ରମୋଦ ବିଶ୍ୱାଳଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇ ଯାଇଛି।   ଖବର ପାଇ କପ୍ତିପଦା ଦଳକଳବାହିନୀର ଦୁଇଟି ଗାଡି ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଛନ୍ତି । 

ବାଲେଶ୍ୱରରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ

ବାଲେଶ୍ୱରରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ

ବାଲେଶ୍ୱର ଅଫିସ, ୧୧।୧୨-କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ମହେନ୍ଦ୍ର କୁମାର ମଲ୍ଲିକ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଆସି ପୂର୍ବାହ୍ନ ୧୧ଟାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଜିଲାର ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ସହିତ ନିର୍ବାଚନ ପ୍ରସ୍ତୁତି, ଭୋଟର ପରିଚୟପତ୍ର ପ୍ରଦାନ, ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତିଠାରୁ ଆରମ୍ଭ କରି ସ୍ବଳ୍ପ ସଞ୍ଚୟ କାର୍ଯ୍ୟକ୍ରମ ଆଦି ସମୀକ୍ଷା କରାଯାଇଥିଲା । 

ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣପର୍ବ

ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣପର୍ବ

ଭଞ୍ଜନଗର,୧୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା  ଭଞ୍ଜନଗର ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ମଙ୍ଗଳବାର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି।

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବ ମୁଁ ବି ଚାମ୍ପିୟାନ୍‌

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବ ମୁଁ ବି ଚାମ୍ପିୟାନ୍‌

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ମୁଁ ବି ଚାମ୍ପିୟାନ୍‌ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ନନ୍ଦିନୀପଲ୍ଲୀ ମୁଣ୍ଡାସାହି ବସ୍ତିରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସଂଗଠନ ୟୁଥ୍‌ ଫର୍‌ ଭଲ୍ୟୁଣ୍ଟାରୀ ଓ୍ବାର୍କ ଓ ପିପିଏଲ୍‌ ନ୍ୟୁଜ୍‌ର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଛି। 

‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ: ୨୩.୭୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ: ୨୩.୭୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧।୧୨(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୪ ଜିଲାର ୫ଟି ବ୍ଲକ ପାଇଁ ୨୩.୭୨ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି।

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବିନେଇ ଆସନ୍ତା ୧୭ତାରିଖ କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ କୋସଲ ମହାବନ୍ଦ ଡାକରା ଦିଆଯାଇଛି।

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ବରଗଡ଼ ଅଫିସ୍‌,୧୧।୧୨: ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ ଜୋର୍‌ ଧରି ବସିଛି। ବରଗଡ଼ ଜିଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ସ୍ଥାନୀୟ କୋର୍ଟ ସମ୍ମୁଖରେ ଗଣଧାରଣା ଦେଇଛି। 

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବି ନେଇ ଆସନ୍ତା ୧୭ରେ କୋସଲ ରାଜ୍ୟ ସମନ୍ବୟ ସମିତି କୋସଲ ମହାବନ୍ଦ ଡାକରା ଦେଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ମହାବନ୍ଦକୁ ସଫଳ କରିବା ପାଇଁ ସମିତି ପକ୍ଷରୁ ପ୍ରସ୍ତୁତି ଚାଲିଛି।