ଅପରାଧ | ବାଲେଶ୍ୱର

ଏଟିଏମ୍‌ କାଟି ଲୁଟିନେଲେ ଦୁର୍ବୃତ୍ତ

ଏଟିଏମ୍‌ କାଟି ଲୁଟିନେଲେ ଦୁର୍ବୃତ୍ତ

ସଜନାଗଡ଼, ୭।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ସନ୍ତରାଗଡ଼ିଆ ଚଣ୍ଡି ମାର୍କେଟ କମ୍ଲେକ୍ସରେ ଥିବା ଏକ୍ସିସ୍‌ ଏଟିଏମ୍‌ରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି।  କେହି ଦୁର୍ବୃତ୍ତ ଗ୍ୟାସ୍‌ କଟର ଯୋଗେ ଏଟିଏମ୍‌ କାଟି ଟଙ୍କା ଚୋରି କରିଥିବା ଜଣାପଡ଼ିଛି। ତେବେ କେତେ ଟଙ୍କା ଚୋରି ହୋଇଛି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ଖବର ପାଇଁ ନୀଳଗିରି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଉପସ୍ଥିତ ରହିଛନ୍ତି।

All Right Reserved By

ଅପରାଧ | ବାଲେଶ୍ୱର

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା ଅଫିସ୍‌, ୧୯।୨: ଟାଉନ ଥାନା ଅଧୀନ ସହରର ୩ ଲୁଟେରାଙ୍କୁ ସଦର ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନସଡିପୁର ଗ୍ରାମର ରଶ୍ମିରଞ୍ଜନ ଦାସ ଓରଫ ନିଉ, ନିର୍ମଳ ମଲ୍ଲିକ ଓରଫ ପିଣ୍ଟୁ ଓ ଭରତ ଚନ୍ଦ୍ର ସେଠୀ। ପୋଲିସ ସେମାନଙ୍କଠାରୁ ଏକ ବନ୍ଧୁକ ଜବତ କରିଛି।

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବାଲିଆପାଳ,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ଜଣେ ଅଟୋରିକ୍ସା ଚାଳକଙ୍କ ଦିବ୍ୟାଙ୍ଗ ଝିଅଙ୍କୁ ତପନ ମଣ୍ଡଳ ନାମକ ଜଣେ ଯୁବକ ମଙ୍ଗଳବାର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଥାନାରେ ଏକ ମାମଲା (ନଂ ୩୫/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଭଦ୍ରକରେ ପୁଣି କୋଇଲା ମାଫିଆ ସକ୍ରିୟ: ୪୨ ବସ୍ତା କୋଇଲା ସହ ଗାଡ଼ି ଓ ଟଙ୍କା ଜବତ;  ୫ ଅଭିଯୁକ୍ତ କୋର୍ଟ ଚାଲାଣ

ଭଦ୍ରକରେ ପୁଣି କୋଇଲା ମାଫିଆ ସକ୍ରିୟ: ୪୨ ବସ୍ତା କୋଇଲା ସହ ଗାଡ଼ି ଓ ଟଙ୍କା ଜବତ; ୫ ଅଭିଯୁକ୍ତ କୋର୍ଟ ଚାଲାଣ

ପଦ୍ମପୁର, ୧୯।୨ (ଡି.ଏନ.ଏ.) - ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ପୁଣି କୋଇଲା ମାଫିଆ ସକ୍ରିୟ ହୋଇଉଠିଛନ୍ତି। ଥାନାଧିକାରୀ ଦୟାନିଧି ଦାସଙ୍କ ନିର୍ଦ୍ଦେଶକ୍ରମେ ସାବରଙ୍ଗ ଫାଣ୍ଡି ପୋଲିସ ଚାନ୍ଦବାଲି-ଇଚ୍ଛାପୁର ରାସ୍ତାରେ ଚଢ଼ାଉ କରି ୪୨ ବସ୍ତା ଚୋରା କୋଇଲା ସହ ଗାଡି ଜବତ କରିଛି। ଏଥିସହ ଚୋରା ଚାଲାଣରେ ସମ୍ପୃକ୍ତ ୫ ଯୁବକଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। 

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଚାନ୍ଦବାଲି,୧୯ା୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ତଥା ମତୋ ପୋଲିସ ଫାଣ୍ଡି ଅଧୀନ ପ୍ରତାପପୁର ଗାଁ ରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।  

ଗାଁ ଦାଣ୍ଡରେ ଯୁବକଙ୍କୁ ହାଣି ହତ୍ୟା:୩ ଦିନ ପରେ ହୋଇଥାଆନ୍ତା ବାହାଘର

ଗାଁ ଦାଣ୍ଡରେ ଯୁବକଙ୍କୁ ହାଣି ହତ୍ୟା:୩ ଦିନ ପରେ ହୋଇଥାଆନ୍ତା ବାହାଘର

ବେଗୁନିଆ/ବୋଲଗଡ଼,୧୯ା୨ (ଡି.ଏନ.ଏ.) - ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଦେଉଳି ନୂଆସାହିରେ ସୋମବାର ମଧ୍ୟାହ୍ନରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଜଣେ ଯୁବକଙ୍କୁ ତାଙ୍କ ବଡ଼ବାପା ପୁଅ ଗାଁ ଦାଣ୍ଡ ରାସ୍ତାରେ ଗୋଡେଇ ଗୋଡେଇ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି।

 ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ବେଗୁନିଆ/ବୋଲଗଡ଼,୧୮।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ ଅଧୀନ ଦେଉଳି ଗ୍ରାମରେ ସୋମବାର ଏକ ଭିଭତ୍ସ ହତ୍ୟାକାଣ୍ଡ ଘଟିଛି।

ଗୁପ୍ତେଶ୍ୱର ମନ୍ଦିରରୁ ଆସବାବପତ୍ର ଚୋରି

ଗୁପ୍ତେଶ୍ୱର ମନ୍ଦିରରୁ ଆସବାବପତ୍ର ଚୋରି

ଦିଗପହଣ୍ଡି,୧୬।୨(ଡି.ଏନ.ଏ.)- ଦିଗପହଣ୍ଡି-ଚିକିଟି ଲେନରେ ଅବସ୍ଥିତ ଗୁପ୍ତେଶ୍ୱର ଶୈବ ମନ୍ଦିରରୁ ଶୁକ୍ରବାର ମଧ୍ୟରାତ୍ରିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ଲୁଟି ନେଇଛନ୍ତି। ଘଟଣା ସମ୍ପର୍କରେ ମନ୍ଦିର କମିଟି ସଭାପତି ବିଚିତ୍ର ପଟ୍ଟନାୟକ ଜାଣିପାରି ଏ ନେଇ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଥାନା ପକ୍ଷରୁ ତଦନ୍ତ ଜାରି ରହିିଛି। ଶୁକ୍ରବାର ମଧ୍ୟରାତ୍ରିରେ ମନ୍ଦିର ପରିସରରେ ରାତ୍ରି ଜଗୁଆଳି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ପଶିଥିଲେ। ମନ୍ଦିର ପରିସରରେ ଥିବା ଚାରୋଟି କୋଠାରି  ତାଲା ଭାଙ୍ଗି ପାଣି ମୋଟର, ବେତାର ଯନ୍ତ୍ର ଓ ପୂଜା ପିତଳ ସାମଗ୍ରୀ ଏହିପରି ଭାବେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଚୋରି କରି ନେଇଛନ୍ତି ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର ଅଫିସ, ୧୬।୨- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଶନିବାର ବଲାଙ୍ଗୀର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଦୀର୍ଘ ୧୦ ଦିନ ହେଲା ଅନଶନ କରିବା ହେତୁ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସ୍ବାମୀଙ୍କ ଚୋରାପ୍ରୀତିକୁ ବିରୋଧ କରିବାରୁ ...

ସ୍ବାମୀଙ୍କ ଚୋରାପ୍ରୀତିକୁ ବିରୋଧ କରିବାରୁ ...

ତିହିଡ଼ି,୧୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ କଁାପଡ଼ାବିନ୍ଧା ଗ୍ରାମରେ ଜଣେ ମହିଳାଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର ବିନି ଦାସ। ବିନିଙ୍କର ଗତବର୍ଷ ବିବାହ ହୋଇଥିଲା। କିନ୍ତୁ ତାଙ୍କ ସ୍ବାମୀଙ୍କର ଅନ୍ୟ ଝିଅ ସହ ପରକୀୟା ପ୍ରୀତି ଥିବା ଜାଣିପାରି ବିନି ଏହାକୁ ବିରୋଧ କରୁଥିଲେ।

କାନ୍ଥତାଡ଼ି ୩୦ ଲକ୍ଷର ମୋବାଇଲ, ଗ୍ରୋସେରି ସାମଗ୍ରୀ ଚୋରି

କାନ୍ଥତାଡ଼ି ୩୦ ଲକ୍ଷର ମୋବାଇଲ, ଗ୍ରୋସେରି ସାମଗ୍ରୀ ଚୋରି

ବେଦବ୍ୟାସ,୧୬।୨: ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଥିବା ଏକ ତେଜରାତି ଦୋକାନ ସହ ମୋବାଇଲ ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୋକାନର କାନ୍ଥ ତାଡ଼ି ଚୋରମାନେ ୩୦ଲକ୍ଷ ଟଙ୍କାର ମୋବାଇଲ ସମେତ ଗ୍ରୋସେରୀ ସାମଗ୍ରୀ ଚୋରି କରି ନେଇଛନ୍ତି। ଏ ନେଇ ଥାନାରେ ପୃଥକ୍‌ ପୃଥକ୍‌ ମାମଲା ରୁଜୁ ହୋଇଛି। 

ଚୋରା କାଠ ବୋଝେଇ ୪୦୭ ଜବତ

ଚୋରା କାଠ ବୋଝେଇ ୪୦୭ ଜବତ

ଭଦ୍ରକ ଅଫିସ,୧୬।୨: ଭଦ୍ରକ ବନ ବିଭାଗ ରେଞ୍ଜରଙ୍କ ଦ୍ୱାରା ଶୁକ୍ରବାର ବିଳମ୍ବିତ ରାତିରେ ଭଦ୍ରକ ହଳଦୀଡ଼ିହ ବାଇପାସ୍‌ ନିକଟରୁ ଚୋରାକାଠ ବୋଝେଇ ୪୦୭କୁ ଜବତ କରାଯାଇଛି। ବନବିଭାଗ କର୍ମଚାରୀଙ୍କୁ ଦେଖି ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲେ। ବନବିଭାଗ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି। ଗାଡ଼ିଟି ଭଦ୍ରକରୁ ଧାମରା ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

୨ ନାବାଳିକା ଭଉଣୀଙ୍କୁ ଅପହରଣ ଘଟଣା: ଉଦ୍ଧାର ପରେ ମା’ ପାଖରେ ରହିଲେନି ବଡ଼ଝିଅ

୨ ନାବାଳିକା ଭଉଣୀଙ୍କୁ ଅପହରଣ ଘଟଣା: ଉଦ୍ଧାର ପରେ ମା’ ପାଖରେ ରହିଲେନି ବଡ଼ଝିଅ

କଟକ ଅଫିସ, ୧୬।୨: ସିଡିଏ କାଠଯୋଡ଼ି ବିହାର ଅଞ୍ଚଳର ୨ ନାବାଳିକା ଭଉଣୀଙ୍କୁ ଅପହରଣ ଘଟଣା ଦୈନିକ ନୂଆମୋଡ଼ ନେବାରେ ଲାଗିଛି। ସାନଭଉଣୀ ଘରକୁ ଫେରି ମା’ଙ୍କ ସହ ମର୍କତନଗର ଥାନାକୁ ଯାଇ ଅପହରଣ ଅଭିଯୋଗ କରିଥିଲେ। ଏହାର ୧୨ ଘଣ୍ଟା ମଧ୍ୟରେ ସେ ଆତ୍ମହତ୍ୟା କରିଥିଲେ। ଗୁରୁବାର ତାଙ୍କ ବଡ଼ଭଉଣୀ ଉଦ୍ଧାର ହେବା ପରେ ମା’ ପାଖରେ ରହିବାକୁ ରାଜି ହୋଇନାହାନ୍ତି।