
ଚାଇନାର ଜେନାନ ପ୍ରଦେଶରେ ଥିବା ହୋଟେଲଗୁଡ଼ିକରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବର୍ଷସାରା ବିଭିନ୍ନ ଅଫର ଜାରି ରହିଥାଏ। ଏହି ଅଫର ଅନ୍ତର୍ଗତ ହୋଟେଲକୁ ଆସୁଥିବା ମହିଳାଙ୍କ ସ୍କଟ୍ ମାପ ନିଆଯାଏ। ଛୋଟ ସ୍କଟ୍ ପିନ୍ଧିଥିବା ମହିଳାଙ୍କୁ ହୋଟେଲରେ ମାଗଣା ଖାଇବା ପିଇବାକୁ ଯୋଗାଇ ଦିଆଯାଇଥାଏ। ସ୍କଟ୍ର ଲମ୍ବ ୧୨ ଇଞ୍ଚ ହେଲେ ୯୦ ପ୍ରତିଶତ ରିହାତି ପ୍ରଦାନ କରାଯାଇଥାଏ। ସେହିପରି ଏହାଠାରୁ ଛୋଟ ସ୍କଟ୍ ହେଲେ ମହିଳାଙ୍କଠାରୁ କୌଣସି ଦେୟ ନିଆଯାଏ ନାହିଁ। ହୋଟେଲରେ ଜାରି ରହିଥିବା ଏଭଳି ଅଫର ପାଇଁ ଅନେକ ଗ୍ରାହକ ଆସିଥାନ୍ତି। ଫଳରେ କାରବାର ବେଶ୍ ଭଲ ହୋଇଥାଏ। ବର୍ଷର ଅନେକ ସମୟରେ ଏଭଳି ଅଫର ଗ୍ରାହକଙ୍କୁ ପ୍ରଦାନ କରାଯାଇଥାଏ। ତେବେ ମହିଳାଙ୍କ ସହିତ ଆସୁଥିବା ଅନ୍ୟ ସଦସ୍ୟଙ୍କଠାରୁ ଦେୟ ନିଆଯାଇଥାଏ।