ରାଜ୍ୟ |

୨୪ରେ ଓଡ଼ିଶା ଆସିବେ ମୋଦି: ଉପକୂଳ ଭୋଟ ଉପରେ ନଜର

୨୪ରେ ଓଡ଼ିଶା ଆସିବେ ମୋଦି: ଉପକୂଳ ଭୋଟ ଉପରେ ନଜର

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖରେ ଓଡ଼ିଶା ଆସିବେ। ଖୋର୍ଦ୍ଧାଠାରେ ଏକ ଜନସମାବେଶରେ ସେ ଯୋଗଦେବେ ବୋଲି ଭାଜପା ରାଜ୍ୟ ପ୍ରଭାରୀ ଅରୁଣ ସିଂ ଗୁରୁବାର ସୂଚନା ଦେଇଛନ୍ତି। ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ନେତୃବୃନ୍ଦଙ୍କ ଏକ ବୈଠକ ଅରୁଣ ସିଂଙ୍କ ଅଧ୍ୟକ୍ଷତାରେ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ମୋଦି କିଛି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ଶୁଣିବାକୁ ମିଳୁଥିଲେ ମଧ୍ୟ  କିଛି ସ୍ପଷ୍ଟ ହୋଇନାହିଁ। ସାଧାରଣ ନିର୍ବାଚନ ନିକଟତର ହୋଇଥିବାରୁ ମୋଦିଙ୍କ ଏହି ଗସ୍ତକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି। ପଶ୍ଚିମଓଡ଼ିଶା ପରେ ଏବେ ଭାଜପାର ନଜର ଉପକୂଳ ଓଡ଼ିଶାର ଭୋଟ ଉପରେ ରହିଥିବା କୁହାଯାଉଛି। ଗତ ସେପ୍ଟେମ୍ବର ୨୨ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ମୋଦି ଝାରସୁଗୁଡ଼ାର ଅମଲିପାଲିରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ। ଉକ୍ତ ସଭାରେ ସେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଉପକୂଳ ଜିଲାଗୁଡିକରେ ଭାଜପା ସଙ୍ଗଠନ ଦୁର୍ବଳ ଥିବାରୁ ମୋଦି ଏହି ଅଞ୍ଚଳକୁ ଗସ୍ତ କରି ଦଳର କର୍ମୀଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା କୁହାଯାଉଛି।

ସୂଚନାଯୋଗ୍ୟ ଯେ, ୨୦୧୪ରେ ଭାଜପା କେନ୍ଦ୍ରରେ କ୍ଷମତାସୀନ ହୋଇଥିଲେ ମଧ୍ୟ ପୂର୍ବ ଓ ଉତ୍ତରପୂର୍ବ ଭାରତରେ ନିଜର ପ୍ରଭାବ ବିସ୍ତାର କରିପାରି ନ ଥିଲା। ବର୍ତ୍ତମାନ ନିର୍ବାଚନ ଚାଲିଥିବା ୫ ରାଜ୍ୟ ମଧ୍ୟରୁ ମିଜୋରାମ ଏବଂ ତେଲେଙ୍ଗାନାକୁ ଛାଡ଼ଦେଲେ ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ଭାଜପା ସରକାରରେ ରହିଛି। ନିକଟରେ ଏହିସବୁ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେଣୁ ସେଠାରେ ଯଦି ଭାଜପା ଖରାପ ପ୍ରଦର୍ଶନ କରେ ତେବେ ଆସନ୍ତା ଲୋକ ସଭା ନିର୍ବାଚନରେ ଦଳ ଉପରେ ନୈରାଶ୍ୟଜନକ ପ୍ରଭାବ ପଡିବା ନିଶ୍ଚିତ। ତେଣୁ ଯେଉଁ ଆସନ ହରାଇବ ସେହି କ୍ଷତିଭରଣା ପାଇଁ ଭାଜପା ଜୋର୍‌ଦାର ପ୍ରୟାସ ଚଳାଇଛି। ଏହିକ୍ରମରେ ଆଞ୍ଚଳିକ ଦଳ ଶାସନରେ ଥିବା ରାଜ୍ୟ ତଥା ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ନିଜର ଭୋଟବ୍ୟାଙ୍କ ସୃଷ୍ଟି କରିବାକୁ ଭାଜପା ପ୍ରୟାସ କରୁଛି। 

ଗତ କିଛିବର୍ଷକୁ ଦେଖିଲେ, ଓଡିଶା ଦଖଲ ଲାଗି ଭାଜପା ଯଥା ଉଦ୍ୟମ କରିଆସୁଛି। ପଞ୍ଚାୟତ ନିର୍ବାଚନର ସାମୟିକ ସଫଳତା ପରେ ଓଡ଼ିଶାରେ ଦଳର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ୪ବର୍ଷ ପୂର୍ତ୍ତି ପ୍ରଥମେ କଟକରେ ସମାବେଶ ଆୟୋଜନ କରି ପାଳନ କରାଗଲା। ଏହିସବୁ ଭିତରେ ମୋଦି ପୁରୀରୁ ଲୋକ ସଭା ନିର୍ବାଚନ ଲଢ଼ିବା ନେଇ ମଧ୍ୟ ବିଭିନ୍ନସ୍ତରରେ ଚର୍ଚ୍ଚା ଜୋର୍‌ ଧରିଛି। ତେଣୁ ତାଙ୍କ ପୁନର୍ବାର ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିରେ ପୁଣି ଉତ୍କଣ୍ଠା ସୃଷ୍ଟି କରିଛି। ଉପକୂଳ ଓଡିଶାରେ ବିଜେଡିର ଭୋଟ୍‌ ବ୍ୟାଙ୍କ ଭାଙ୍ଗିବାକୁ ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ଦଳୀୟ ସୂତ୍ରରୁ ଜଣାପଡିଛି। ଅନ୍ୟପଟେ ମୋଦିଙ୍କ ଗସ୍ତକୁ ନେଇ ଓଡ଼ିଶାରେ କୌଣସି ପ୍ରଭାବ ପଡ଼ିବନାହିଁ ବୋଲି ଉଭୟ ବିଜେଡି ଏବଂ କଂଗ୍ରେସ ମତ ରଖିଛନ୍ତି। 

ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନୂଆକରି ଓଡ଼ିଶା ଆସୁନାହାନ୍ତି। ଏହା ଭିତରେ ବହୁବାର ଆସିଛନ୍ତି। ଓଡ଼ିଶା ପାଇଁ ଭାଜପାର ଅବଦାନ କ’ଣ ସେକଥା ସମସ୍ତେ ଜାଣନ୍ତି। ମୋଦିଙ୍କ ଆସିବାରେ ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ପାତ୍ର କହିଛନ୍ତି। 

ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି ଯେ, ମୋଦି  ଖୋର୍ଦ୍ଧା ଆସିଲେ କଂଗ୍ରେସର କିଛି କ୍ଷତି ହେବାର ନାହିଁ। କାରଣ ଭାରତରେ ସେ ନିଜର ଲୋକପ୍ରିୟତା ହରାଇଲେଣି। ରାଜସ୍ଥାନ, ଛତିଶଗଡ ନିର୍ବାଚନରେ ଭାଜପା ହାରିବ ବୋଲି ସେ ଜାଣିଲେଣି। ତେଣୁ ଯୁଆଡେ ଯାଉଛନ୍ତି ସେ ରାଗିଯାଉଛନ୍ତି। ଓଡ଼ିଶାକୁ ଯଦି କିଛି ପ୍ରକଳ୍ପ ନେଇ ଆସୁଛନ୍ତି ତେବେ ତାଙ୍କୁ ସ୍ବାଗତ। ନ ହେଲେ ସିଏ ନ ଆସନ୍ତୁ ବୋଲି ସୁରେଶ କହିଛନ୍ତି।

All Right Reserved By

ରାଜ୍ୟ |

ନାବାଳିକା ୯ ମାସର ଗର୍ଭବତୀ: ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

ନାବାଳିକା ୯ ମାସର ଗର୍ଭବତୀ: ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

ନବରଙ୍ଗପୁର,୧୯।୨(ବି.ପ୍ର)- ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳର ଜଣେ ନାବାଳିକା ୯ ମାସର ଗର୍ଭବତୀ ହୋଇଛନ୍ତି। ନାବାଳିକା ଜଣକ ଗତ ବର୍ଷ ଦଶମ ପାସ୍‌ କରିଥିବା ବେଳେ ବର୍ତ୍ତମାନ ଲୋକଲଜ୍ଜାରେ ଅଧିକ ପାଠ ପଢି ପାରୁ ନାହାନ୍ତି।

୬ଟି ଆର୍‌ଡିସି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କଂଗ୍ରେସର ଦାବି

୬ଟି ଆର୍‌ଡିସି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କଂଗ୍ରେସର ଦାବି

ଭୁବନେଶ୍ୱର, ୧୯।୨(ବ୍ୟୁରୋ): କେତେକ ଘଟଣାରେ ଆର.ଡି.ସି. ସ୍ତରୀୟ ତଦନ୍ତ ଘୋଷଣା କରିଥିବା ରାଜ୍ୟ ସରକାର ୬ଟି ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ ରିପୋର୍ଟକୁ ଏପର୍ଯ୍ୟନ୍ତ ସାର୍ବଜନୀନ ନ କରିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। 

ପୁଣି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୫ରେ ଆସିବେ

ପୁଣି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୫ରେ ଆସିବେ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ତୃତୀୟ ଥର ଲାଗି ପରିବର୍ତ୍ତନ ହୋଇଛି। ମାର୍ଚ୍ଚ ୨ତାରିଖରେ ରାହୁଲ ଓଡିଶା ଆସିବା ନେଇ ସୂଚନା ମିଳିଥିବା ବେଳେ ଏହା ମାର୍ଚ୍ଚ ୫କୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ରାହୁଲ ଚଳିତ ମାସ ୨୭ତାରିଖରେ ଓଡିଶା ଆସିବାର ଥିଲା। ତେବେ ରାହୁଲ ଦିନିକିଆ ଓଡିଶା ଗସ୍ତରେ ଆସି ବରଗଡ ଓ କୋରାପୁଟ ଜିଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। 

ତୁଳସୀ କ୍ଷେତାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ

ତୁଳସୀ କ୍ଷେତାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ

କେନ୍ଦ୍ରାପଡା ଅଫିସ, ୧୯।୨: ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ ବେଶ ରୀନିନୀତି ଅନୁସାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ମନ୍ଦିର ପହଡ଼ ଫିଟାଯିବା ପରେ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଥିଲା। ଶ୍ରୀଜୀଉଙ୍କ ନୀତି ସ୍ନାନ ପରେ ଗୋପାଳବଲ୍ଲଭ ଧୂପ ଓ ପରେ ଖେଚୁଡି ଧୂପ ଅନୁଷ୍ଠିତ ହୋଇଥିଲା।

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା ଅଫିସ୍‌, ୧୯।୨: ଟାଉନ ଥାନା ଅଧୀନ ସହରର ୩ ଲୁଟେରାଙ୍କୁ ସଦର ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନସଡିପୁର ଗ୍ରାମର ରଶ୍ମିରଞ୍ଜନ ଦାସ ଓରଫ ନିଉ, ନିର୍ମଳ ମଲ୍ଲିକ ଓରଫ ପିଣ୍ଟୁ ଓ ଭରତ ଚନ୍ଦ୍ର ସେଠୀ। ପୋଲିସ ସେମାନଙ୍କଠାରୁ ଏକ ବନ୍ଧୁକ ଜବତ କରିଛି।

ମିନି ଟ୍ରକ ଧକ୍କାରେ ବାଇକ ଚୁର୍‌ମାର୍‌, ୩ ଆହତ

ମିନି ଟ୍ରକ ଧକ୍କାରେ ବାଇକ ଚୁର୍‌ମାର୍‌, ୩ ଆହତ

ପରଜଙ୍ଗ,୧୯।୨(ଡି.ଏନ.ଏ.)- ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବାରିହାପୁର ବେଲ ବନ୍ଧ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମିନିଟ୍ରକ ସହିତ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ ଚାଳକ ଆମ୍ବପଳାସ ଗ୍ରାମର  ନଗେନ ସାହୁ ଓ ପଛରେ ବସିଥିବା କନ୍ତୁର ଗ୍ରାମର ଜଗବନ୍ଧୁ ଦେହୁରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର  କରି  ପରଜଙ୍ଗ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବାଲିଆପାଳ,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ଜଣେ ଅଟୋରିକ୍ସା ଚାଳକଙ୍କ ଦିବ୍ୟାଙ୍ଗ ଝିଅଙ୍କୁ ତପନ ମଣ୍ଡଳ ନାମକ ଜଣେ ଯୁବକ ମଙ୍ଗଳବାର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଥାନାରେ ଏକ ମାମଲା (ନଂ ୩୫/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଗୋପୀନାଥପୁର ଗ୍ରାମରେ ଅଗ୍ନିକାଣ୍ଡ,  ୪ ବଖରା ଜଳିଗଲା

ଗୋପୀନାଥପୁର ଗ୍ରାମରେ ଅଗ୍ନିକାଣ୍ଡ, ୪ ବଖରା ଜଳିଗଲା

ବନ୍ତ, ୧୯।୨ (ସ୍ବ.ପ୍ର.) - ବନ୍ତ ବ୍ଲକ ଆଗରପଡ଼ା ଥାନା ଅଧୀନ ଗୋପୀନାଥପୁର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିଯାଇଛି। ଗ୍ରାମର କାଙ୍ଗାଳି ଜେନା, ମାନସ ଜେନା, ସଞ୍ଜିନ ଜେନା ଓ ବାୟା ଜେନାଙ୍କର ବଖରାଏ ଲେଖାଏ ପୋଡ଼ି ଯାଇଛି। 

ଭଦ୍ରକରେ ପୁଣି କୋଇଲା ମାଫିଆ ସକ୍ରିୟ: ୪୨ ବସ୍ତା କୋଇଲା ସହ ଗାଡ଼ି ଓ ଟଙ୍କା ଜବତ;  ୫ ଅଭିଯୁକ୍ତ କୋର୍ଟ ଚାଲାଣ

ଭଦ୍ରକରେ ପୁଣି କୋଇଲା ମାଫିଆ ସକ୍ରିୟ: ୪୨ ବସ୍ତା କୋଇଲା ସହ ଗାଡ଼ି ଓ ଟଙ୍କା ଜବତ; ୫ ଅଭିଯୁକ୍ତ କୋର୍ଟ ଚାଲାଣ

ପଦ୍ମପୁର, ୧୯।୨ (ଡି.ଏନ.ଏ.) - ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ପୁଣି କୋଇଲା ମାଫିଆ ସକ୍ରିୟ ହୋଇଉଠିଛନ୍ତି। ଥାନାଧିକାରୀ ଦୟାନିଧି ଦାସଙ୍କ ନିର୍ଦ୍ଦେଶକ୍ରମେ ସାବରଙ୍ଗ ଫାଣ୍ଡି ପୋଲିସ ଚାନ୍ଦବାଲି-ଇଚ୍ଛାପୁର ରାସ୍ତାରେ ଚଢ଼ାଉ କରି ୪୨ ବସ୍ତା ଚୋରା କୋଇଲା ସହ ଗାଡି ଜବତ କରିଛି। ଏଥିସହ ଚୋରା ଚାଲାଣରେ ସମ୍ପୃକ୍ତ ୫ ଯୁବକଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। 

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଚାନ୍ଦବାଲି,୧୯ା୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ତଥା ମତୋ ପୋଲିସ ଫାଣ୍ଡି ଅଧୀନ ପ୍ରତାପପୁର ଗାଁ ରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।  

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ରାଜନଗର, ୧୯।୨(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଦିଆଯାଇଛି। 

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଯାଜପୁର ଅଫିସ/କୋରେଇ, ୧୯।୨(ସ୍ବ.ପ୍ର.): ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।