ରାଜ୍ୟ |

ରାହୁଲଙ୍କୁ ଅପେକ୍ଷା

ରାହୁଲଙ୍କୁ ଅପେକ୍ଷା

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ସମ୍ପ୍ରତି ଓଡ଼ିଶାରେ କଂଗ୍ରେସ ସ୍ଥିତି  ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପା ଅପେକ୍ଷା ଦୁର୍ବଳ ହୋଇପଡିଛି। ଫଳରେ ଦଳୀୟ କର୍ମୀ ମହଲରେ ନିରୁତ୍ସାହ ଭାବ ପରିଲକ୍ଷିତ ହେଲାଣି। ଏଭଳି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ନ ଆସିବା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟରେ ଦୀର୍ଘବର୍ଷ ଧରି ଦୁର୍ବଳ ସ୍ଥିତିରେ ଥିବା ଭାଜପା କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକାଧିକଥର ରାଜ୍ୟ ଗସ୍ତରେ ଆସୁଛନ୍ତି। ରାହୁଲଙ୍କ ଓଡ଼ିଶା ଗସ୍ତ ନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ସମୟ ଦେଇଥିଲେ ସୁଦ୍ଧା ରାହୁଲଙ୍କ ଦେଖା ମିଳି ନ ଥିଲା। ଏସବୁ ଭିତରେ ଗୁରୁବାର ନିରଞ୍ଜନ ଚଳିତ ମାସରେ ରାହୁଲଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ନେଇ ପୁଣିଥରେ ସୂଚନା ଦେଇଛନ୍ତି। ରାହୁଲ ଚଳିତ ମାସ ଶେଷ ସୁଦ୍ଧା ଦୁଇ ଦିନିଆ ଗସ୍ତରେ ଆସିବେ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲିବେ ବୋଲି ସେ କହିଛନ୍ତି। ମାତ୍ର ଏହାର କୌଣସି ନର୍ଦ୍ଦିଷ୍ଟ ସୂଚନା ସେ ଦେଇପାରି ନାହାନ୍ତି। ନିରଞ୍ଜନଙ୍କ ସହ କଂଗ୍ରେସର ଆଉ କେତେଜଣ ନେତା ମଧ୍ୟ ପୂର୍ବରୁ ସମାନ କଥା କହିଛନ୍ତି। ନିରଞ୍ଜନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚନାକୁ ଦୃଷ୍ଟିରେ ରଖି ବିଗତଦିନ ଭଳି ଏପରି କହିଥାଇପାରନ୍ତି ବୋଲି ଦଳର ଜଣେ ନେତା ମତ ରଖିଛନ୍ତି। 

ନିରଞ୍ଜନ ଦାୟିତ୍ୱ ନେବା ପରେ ”ଉଠିବ କଂଗ୍ରେସ ଏବଂ ହସିବ ଓଡ଼ିଶା“ର ସ୍ଲୋଗାନ ଦିଆଯାଉଛି। ହେଲେ ୭ ମାସ ବିତିଯାଇଥିଲେ ମଧ୍ୟ ଦଳର ସଙ୍ଗଠନରେ ସେପରି କିଛି ଆଖିଦୃଶିଆ ସୁଧାର ଆସିନାହିଁ। ଓଲଟି ବିଭିନ୍ନ କାରଣରୁ ପିସିସି ନେତୃତ୍ୱକୁ ଲୋକହସା ହେବାକୁ ପଡିଛି ବୋଲି ଚର୍ଚ୍ଚା ହେଉଛି।  ବିଧାନସଭା ନିର୍ବାଚନ ପାଇଁ ଆଗୁଆ ୫୦ ପ୍ରାର୍ଥୀଙ୍କ ନାମ ଘୋଷଣା ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ ନିରଞ୍ଜନ ଦେଇଥିବା ମତ ବାରମ୍ବାର ଭୁଲ୍‌ ପ୍ରମାଣିତ ହେବାରେ ଲାଗିଛି। ଅନ୍ୟପଟେ ରାଜ୍ୟ ନେତୃବୃନ୍ଦଙ୍କ ତ୍ରୁଟି କାରଣରୁ ରାହୁଲ ଓଡ଼ିଶା ଗସ୍ତରେ ଆସିପାରୁ ନ ଥିବା ବର୍ତ୍ତମାନ ରାଜନୈତିକ ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି। ଏହାସହ ତାଙ୍କର ଦାୟିତ୍ୱ ଗ୍ରହଣର ଖୁବ୍‌ କମ୍‌ଦିନ ମଧ୍ୟରେ ଦଳୀୟ କନ୍ଦଳ ମଧ୍ୟ ଉଗ୍ରରୂପ ନେବାରେ ଲାଗିଛି। 

କିଛିଦିନ ତଳେ ନିରଞ୍ଜନ କହିଥିଲେ ଯେ, ରାହୁଲ ଅକ୍ଟୋବର ଏବଂ ନଭେମ୍ବରରେ ଦୁଇଥର ରାଜ୍ୟ ଗସ୍ତରେ ଆସିବେ। ସେହିପରି ବିଗତଦିନରେ ମଧ୍ୟ ନିରଞ୍ଜନ ରାହୁଲଙ୍କ ଗସ୍ତ ନେଇ ସମୟ ଦେଇଥିଲେ। ଅଗଷ୍ଟରେ ରାହୁଲ ଆସିବେ ବୋଲି ସେ ପ୍ରଥମେ କହିଥିଲେ। ଯେତେବେଳେ ସେହି ସମୟ ଅତିବାହିତ ହୋଇଗଲା ତା’ପରେ ସେ ସେପ୍ଟେମ୍ବର ଶେଷ ସପ୍ତାହରେ ରାହୁଲ ଆସିବେ ବୋଲି କହିଥିଲେ। କେବଳ ନିରଞ୍ଜନ ନୁହନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଏବଂ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ମଧ୍ୟ ରାହୁଲ ଓଡ଼ିଶା ଆସିବାକୁ ଚାହୁଁଛନ୍ତି ବୋଲି କହିଥିବାବେଳେ କେବେ ଆସିବେ ସେନେଇ ସ୍ପଷ୍ଟ ସୂଚନା ଦେଇପାରି ନ ଥିଲେ। ସେତେବେଳେ ଏନେଇ ପ୍ରଦୀପ ମାଝିଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବିଭିନ୍ନ ରାଜ୍ୟରେ ନିର୍ବାଚନ ଚାଲିଥିବାରୁ ରାହୁଲ ଓଡ଼ିଶା ଆସିପାରୁ ନାହାନ୍ତି। ସେ ବହୁ ପୂର୍ବରୁ ଆସି ସାରନ୍ତେଣି, ଯେହେତୁ ଆମ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇପାରୁ ନାହିଁ ସେଥିପାଇଁ ରାହୁଲ ଆସିପାରୁ ନାହାନ୍ତି ବୋଲି ପ୍ରଦୀପ ମତ ରଖିଛନ୍ତି।

ନିରଞ୍ଜନ କୁଆଡ଼େ ସବୁ ନେତାଙ୍କୁ ଏକାଠି ନ କରିବାର ଖବର ପାଇ ରାହୁଲ ଓଡ଼ିଶା ଗସ୍ତରୁ ପଛଘୁଞ୍ଚା ଦେଉଛନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। କେନ୍ଦ୍ରୀୟ ନେତାଙ୍କ ମନରେ ରାହୁଲଙ୍କ ଗସ୍ତର ସଫଳତା ବିଷୟରେ ରାଜ୍ୟ ନେତୃବୃନ୍ଦ ବିଶ୍ୱାସ ଜନ୍ମାଇପାରୁ ନାହାନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଏନେଇ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି କହିଛନ୍ତି ଯେ, ରାହୁଲ ଓଡ଼ିଶା ଆସିବା ଜରୁରୀ। ତାଙ୍କ ଗସ୍ତନେଇ ସଭାପତି ପୂର୍ବରୁ ଦେଇଥିବା ମତ ଭୁଲ୍‌ ପ୍ରମାଣିତ ହେଲେ ଦଳର କର୍ମୀମାନଙ୍କ ଉପରେ କୌଣସି ପ୍ରଭାବ ପଡିବନାହିଁ। ମାତ୍ର ତାଙ୍କର ତୁରନ୍ତ ରାଜ୍ୟ ଗସ୍ତରେ ଆସିବା ଜରୁରୀ ବୋଲି ଅଂଶୁମାନ କହିଛନ୍ତି।

All Right Reserved By

ରାଜ୍ୟ |

ନାବାଳିକା ୯ ମାସର ଗର୍ଭବତୀ: ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

ନାବାଳିକା ୯ ମାସର ଗର୍ଭବତୀ: ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

ନବରଙ୍ଗପୁର,୧୯।୨(ବି.ପ୍ର)- ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳର ଜଣେ ନାବାଳିକା ୯ ମାସର ଗର୍ଭବତୀ ହୋଇଛନ୍ତି। ନାବାଳିକା ଜଣକ ଗତ ବର୍ଷ ଦଶମ ପାସ୍‌ କରିଥିବା ବେଳେ ବର୍ତ୍ତମାନ ଲୋକଲଜ୍ଜାରେ ଅଧିକ ପାଠ ପଢି ପାରୁ ନାହାନ୍ତି।

୬ଟି ଆର୍‌ଡିସି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କଂଗ୍ରେସର ଦାବି

୬ଟି ଆର୍‌ଡିସି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କଂଗ୍ରେସର ଦାବି

ଭୁବନେଶ୍ୱର, ୧୯।୨(ବ୍ୟୁରୋ): କେତେକ ଘଟଣାରେ ଆର.ଡି.ସି. ସ୍ତରୀୟ ତଦନ୍ତ ଘୋଷଣା କରିଥିବା ରାଜ୍ୟ ସରକାର ୬ଟି ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ ରିପୋର୍ଟକୁ ଏପର୍ଯ୍ୟନ୍ତ ସାର୍ବଜନୀନ ନ କରିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। 

ପୁଣି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୫ରେ ଆସିବେ

ପୁଣି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୫ରେ ଆସିବେ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ତୃତୀୟ ଥର ଲାଗି ପରିବର୍ତ୍ତନ ହୋଇଛି। ମାର୍ଚ୍ଚ ୨ତାରିଖରେ ରାହୁଲ ଓଡିଶା ଆସିବା ନେଇ ସୂଚନା ମିଳିଥିବା ବେଳେ ଏହା ମାର୍ଚ୍ଚ ୫କୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ରାହୁଲ ଚଳିତ ମାସ ୨୭ତାରିଖରେ ଓଡିଶା ଆସିବାର ଥିଲା। ତେବେ ରାହୁଲ ଦିନିକିଆ ଓଡିଶା ଗସ୍ତରେ ଆସି ବରଗଡ ଓ କୋରାପୁଟ ଜିଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। 

ତୁଳସୀ କ୍ଷେତାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ

ତୁଳସୀ କ୍ଷେତାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ

କେନ୍ଦ୍ରାପଡା ଅଫିସ, ୧୯।୨: ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ ବେଶ ରୀନିନୀତି ଅନୁସାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ମନ୍ଦିର ପହଡ଼ ଫିଟାଯିବା ପରେ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଥିଲା। ଶ୍ରୀଜୀଉଙ୍କ ନୀତି ସ୍ନାନ ପରେ ଗୋପାଳବଲ୍ଲଭ ଧୂପ ଓ ପରେ ଖେଚୁଡି ଧୂପ ଅନୁଷ୍ଠିତ ହୋଇଥିଲା।

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା ଅଫିସ୍‌, ୧୯।୨: ଟାଉନ ଥାନା ଅଧୀନ ସହରର ୩ ଲୁଟେରାଙ୍କୁ ସଦର ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନସଡିପୁର ଗ୍ରାମର ରଶ୍ମିରଞ୍ଜନ ଦାସ ଓରଫ ନିଉ, ନିର୍ମଳ ମଲ୍ଲିକ ଓରଫ ପିଣ୍ଟୁ ଓ ଭରତ ଚନ୍ଦ୍ର ସେଠୀ। ପୋଲିସ ସେମାନଙ୍କଠାରୁ ଏକ ବନ୍ଧୁକ ଜବତ କରିଛି।

ମିନି ଟ୍ରକ ଧକ୍କାରେ ବାଇକ ଚୁର୍‌ମାର୍‌, ୩ ଆହତ

ମିନି ଟ୍ରକ ଧକ୍କାରେ ବାଇକ ଚୁର୍‌ମାର୍‌, ୩ ଆହତ

ପରଜଙ୍ଗ,୧୯।୨(ଡି.ଏନ.ଏ.)- ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବାରିହାପୁର ବେଲ ବନ୍ଧ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମିନିଟ୍ରକ ସହିତ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ ଚାଳକ ଆମ୍ବପଳାସ ଗ୍ରାମର  ନଗେନ ସାହୁ ଓ ପଛରେ ବସିଥିବା କନ୍ତୁର ଗ୍ରାମର ଜଗବନ୍ଧୁ ଦେହୁରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର  କରି  ପରଜଙ୍ଗ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବାଲିଆପାଳ,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ଜଣେ ଅଟୋରିକ୍ସା ଚାଳକଙ୍କ ଦିବ୍ୟାଙ୍ଗ ଝିଅଙ୍କୁ ତପନ ମଣ୍ଡଳ ନାମକ ଜଣେ ଯୁବକ ମଙ୍ଗଳବାର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଥାନାରେ ଏକ ମାମଲା (ନଂ ୩୫/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଗୋପୀନାଥପୁର ଗ୍ରାମରେ ଅଗ୍ନିକାଣ୍ଡ,  ୪ ବଖରା ଜଳିଗଲା

ଗୋପୀନାଥପୁର ଗ୍ରାମରେ ଅଗ୍ନିକାଣ୍ଡ, ୪ ବଖରା ଜଳିଗଲା

ବନ୍ତ, ୧୯।୨ (ସ୍ବ.ପ୍ର.) - ବନ୍ତ ବ୍ଲକ ଆଗରପଡ଼ା ଥାନା ଅଧୀନ ଗୋପୀନାଥପୁର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିଯାଇଛି। ଗ୍ରାମର କାଙ୍ଗାଳି ଜେନା, ମାନସ ଜେନା, ସଞ୍ଜିନ ଜେନା ଓ ବାୟା ଜେନାଙ୍କର ବଖରାଏ ଲେଖାଏ ପୋଡ଼ି ଯାଇଛି। 

ଭଦ୍ରକରେ ପୁଣି କୋଇଲା ମାଫିଆ ସକ୍ରିୟ: ୪୨ ବସ୍ତା କୋଇଲା ସହ ଗାଡ଼ି ଓ ଟଙ୍କା ଜବତ;  ୫ ଅଭିଯୁକ୍ତ କୋର୍ଟ ଚାଲାଣ

ଭଦ୍ରକରେ ପୁଣି କୋଇଲା ମାଫିଆ ସକ୍ରିୟ: ୪୨ ବସ୍ତା କୋଇଲା ସହ ଗାଡ଼ି ଓ ଟଙ୍କା ଜବତ; ୫ ଅଭିଯୁକ୍ତ କୋର୍ଟ ଚାଲାଣ

ପଦ୍ମପୁର, ୧୯।୨ (ଡି.ଏନ.ଏ.) - ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ପୁଣି କୋଇଲା ମାଫିଆ ସକ୍ରିୟ ହୋଇଉଠିଛନ୍ତି। ଥାନାଧିକାରୀ ଦୟାନିଧି ଦାସଙ୍କ ନିର୍ଦ୍ଦେଶକ୍ରମେ ସାବରଙ୍ଗ ଫାଣ୍ଡି ପୋଲିସ ଚାନ୍ଦବାଲି-ଇଚ୍ଛାପୁର ରାସ୍ତାରେ ଚଢ଼ାଉ କରି ୪୨ ବସ୍ତା ଚୋରା କୋଇଲା ସହ ଗାଡି ଜବତ କରିଛି। ଏଥିସହ ଚୋରା ଚାଲାଣରେ ସମ୍ପୃକ୍ତ ୫ ଯୁବକଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। 

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଚାନ୍ଦବାଲି,୧୯ା୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ତଥା ମତୋ ପୋଲିସ ଫାଣ୍ଡି ଅଧୀନ ପ୍ରତାପପୁର ଗାଁ ରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।  

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ରାଜନଗର, ୧୯।୨(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଦିଆଯାଇଛି। 

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଯାଜପୁର ଅଫିସ/କୋରେଇ, ୧୯।୨(ସ୍ବ.ପ୍ର.): ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।