ସମ୍ପାଦକୀୟ |

ଆଜିର ଅର୍ଥନୀତି/ରେପୋ ଅପରିବର୍ତ୍ତିତ

 ଆଜିର ଅର୍ଥନୀତି/ରେପୋ ଅପରିବର୍ତ୍ତିତ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ହାର ୬.୫ ଓ ରିଭର୍ସ ରେପୋ ହାର ୬.୨ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି। କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ହ୍ରାସ ବା ବୃଦ୍ଧି କରିନାହାନ୍ତି। ମୁଦ୍ରାସ୍ଫୀତି ହ୍ରାସ ପାଇବା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ଅନେକ ଅର୍ଥନୈତିକ ବିଶ୍ଳେଷକ ଏହା ହିଁ ଆଶା କରିଥିଲେ। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ଖୁସି କରିଛି, କାରଣ ରେପୋ ହାର ବୃଦ୍ଧି ପାଇଥିଲେ ବ୍ୟାଙ୍କଗୁଡ଼ିକୁ ଅଧିକ ଋଣ ପ୍ରଦାନ କରିବାରେ ଅସୁବିଧା ହୋଇଥାନ୍ତା। ତେବେ ରିଜର୍ଭ ବ୍ୟାଙ୍କ ଏପରି ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା ଏବଂ ତାହା ଯୁକ୍ତିଯୁକ୍ତ ମଧ୍ୟ। 

ବାସ୍ତବରେ ଆର୍‌ବିଆଇ ପାଖରେ ଅନ୍ୟ କିଛି ବିକଳ୍ପ ନ ଥିଲା। ଖାଦ୍ୟଦ୍ରବ୍ୟର ଦର ଅପ୍ରତ୍ୟାଶିତ ଭାବେ ହ୍ରାସ ପାଇବା ଏବଂ ଭାରତ ପାଇଁ ଅର୍ନ୍ତଜାତୀୟ ତୈଳ ମୂଲ୍ୟ ଅତି କମ୍‌ ସମୟ ବ୍ୟବଧାନରେ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇବା ଯୋଗୁ ଏହାର ଅନୁକୂଳ ପ୍ରଭାବ ମଦ୍ରାସ୍ଫୀତି ଉପରେ ପଡ଼ିଥିଲା, ଯାହାଫଳରେ ରେପୋ ହାର ଅପରିବର୍ତ୍ତିତ ରଖିବାକୁ ବ୍ୟାଙ୍କ ନିଷ୍ପତ୍ତି ନେଲା। ଅଶୋଧିତ ତୈଳ ଦର ଅକ୍ଟୋବର ପ୍ରାରମ୍ଭରେ ବ୍ୟାରେଲ ପିଛା ୮୫ ଡଲାର ଥିବାବେଳେ ତାହା ନଭେମ୍ବର ଶେଷ ସୁଦ୍ଧା ୬୦ ଡଲାର ତଳକୁ ଖସିଯାଇଛି। ଭାରତୀୟ ମୁଦ୍ରାର ମୂଲ୍ୟ ମଧ୍ୟ ଡଲାର ତୁଳନାରେ ସାମାନ୍ୟ ବୃଦ୍ଧି ପାଇ ଆର୍‌ବିଆଇର କାମକୁ ସହଜ କରିଦେଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଦ୍ରାସ୍ଫୀତି ଆଗକୁ ଆହୁରି ହ୍ରାସ ପାଇବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପୂର୍ବାନୁମାନ କରିଛି। ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧ ପାଇଁ ମୁଦ୍ରାସ୍ଫୀତି ୪.୫ ପ୍ରତିଶତ ରହିବ ବୋଲି ଆର୍‌ବିଆଇ ପୂର୍ବରୁ ପୂର୍ବାନୁମାନ କରିଥିଲା ବେଳେ ଏବେ ତାହା ୩.୨ ପ୍ରତିଶତକୁ ଖସିଯିବ ବୋଲି ଆକଳନ କରିଛି। ଆସନ୍ତା ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଅର୍ଥାତ୍‌ ଏପ୍ରିଲରୁ ସେପ୍ଟେମ୍ବର ଭିତରେ ଦରଦାମ୍‌ ଆହୁରି ହ୍ରାସ ପାଇବ ବୋଲି ଏହା ପୂର୍ବାନୁମାନ କରିଛି। ଗତ ସପ୍ତାହରେ ପ୍ରକାଶିତ ନୈରାଶ୍ୟଜନକ ଅଭିବୃଦ୍ଧି ତଥ୍ୟ ମଧ୍ୟ ବ୍ୟାଙ୍କକୁ ଏପରି ନିଷ୍ପତ୍ତି ନେବା ଲାଗି ଅନୁପ୍ରେରିତ କରିଛି। କିଛିଦିନ ତଳେ ପ୍ରକାଶିତ ତଥ୍ୟ ଅନୁସାରେ, ଜୁଲାଇ-ସେପ୍ଟେମ୍ବର ତ୍ରିମାସୀରେ ଅଭିବୃଦ୍ଧି ଅପ୍ରତ୍ୟାଶିତ ଭାବେ ତଳକୁ ଖସିଯାଇଛି। ବାର୍ଷିକ ଅଭିବୃଦ୍ଧି ହାର ୭.୧ ପ୍ରତିଶତକୁ ଖସିଥିବା ବେଳେ ପୂର୍ବରୁ ଏହା ଦୁଇବର୍ଷର ସର୍ବୋଚ୍ଚ ସ୍ତର ୮.୨ ପ୍ରତିଶତ ଥିବା ଗତ ତ୍ରିମାସୀରେ ପ୍ରଦର୍ଶିତ ହୋଇଥିଲା।  ଆର୍ଥିକ ବ୍ୟବସ୍ଥାରେ ଲିକୁଇଡିଟି (ଚଳନିଧି) ହ୍ରାସ ପାଇବା ଯୋଗୁ ବ୍ୟାଙ୍କଗୁଡ଼ିକ ସୁଧହାର ବୃଦ୍ଧି କରିବାକୁ ବାଧ୍ୟ ହୋଇଛନ୍ତି। ଆଉ କେତେକ କାରଣ ଭିତରେ ଅଛି: ସରକାରଙ୍କୁ ଦିଆଯାଉଥିବା ବିକ୍ରି କର, ଋତୁ-ଭିତ୍ତିକ ଋଣ ନେବା ବୃଦ୍ଧି ଏବଂ ଟଙ୍କାର ଅବମୂଲ୍ୟାୟନକୁ ରୋକିବା ପାଇଁ ବିଦେଶୀ ମୁଦ୍ରା ବଜାରରେ କେନ୍ଦ୍ରୀୟ ବ୍ୟାଙ୍କ ହସ୍ତକ୍ଷେପ କରିବା ଇତ୍ୟାଦି। ଏହି ପୃଷ୍ଠଭୂମିରେ ପଲିସି ରେଟ୍‌ ବୃଦ୍ଧି କରିବା ଆର୍ଥିକ ଦୃଷ୍ଟିଭଙ୍ଗୀ ତଥା ବଜାର ମାନସିକତାକୁ ଶଙ୍କିତ କରିଥାନ୍ତା। 

ଏଇଠୁ ଅଧଃପତନର ବିପଦକୁ ଆମେ ଟାଳିଦେଇ ପାରିବା ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀର ଯେଉଁ ଅସ୍ବାଭାବିକ ଦର ହ୍ରାସ ଘଟିଛି, ତାହା ବେଶିଦିନ ରହି ନ ପାରେ। ଏହି ସାମଗ୍ରୀଗୁଡ଼ିକର ଦର ଆକସ୍ମିକ ଭାବେ ବୃଦ୍ଧିପାଇପାରେ।  କୃଷି ଉତ୍ପାଦଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟରେ ଯେଉଁ ବୃଦ୍ଧି ଘଟାଯାଇଛି, ତାହା କୃଷକମାନଙ୍କ ଆୟ ତଥା କ୍ରୟଶକ୍ତିକୁ ବୃଦ୍ଧି କରିପାରେ। ଫଳରେ ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି ପାଇବା ସହ ପରିଣତିରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇପାରେ। ଆହୁରି ମଧ୍ୟ ଅଶୋଧିତ ତୈଳର ଯେଉଁ ମଧ୍ୟବର୍ତ୍ତିକାଳୀନ ଦର ହ୍ରାସ ଘଟିଛି, ତାହା କେତେଦିନ ଅବ୍ୟାହତ ରହିବ କହିହେବ ନାହିଁ। ଆମେରିକା-ଚାଇନା ମଧ୍ୟରେ ଦେଖାଯାଇଥିବା ବାଣିଜି୍ୟକ ଯୁଦ୍ଧ, ଯାହା ସାମୟିକ ଭାବେ ଶାନ୍ତ ପଡ଼ିବା ସହ ଭୂ-ରାଜନୈତିକ ଉତ୍ତେଜନା ହ୍ରାସ ପାଇଛି, ତାହା ପୁଣି ତୀବ୍ର ହୋଇଉଠିପାରେ। ପରିବର୍ତ୍ତନଶୀଳ ବିଶ୍ୱ ଆର୍ଥିକ ପରିସ୍ଥିତି ଆମର ଅଭିବୃଦ୍ଧି ତଥା ମୁଦ୍ରାସ୍ଫୀତି ପ୍ରତି ପର୍ଯ୍ୟାପ୍ତ ବିପଦ ସୃଷ୍ଟି କରିପାରେ। ତା’ଛଡ଼ା ଓପେକ୍‌ (ତୈଳ ରପ୍ତାନିକାରୀ ଦେଶ ସଂଘ) କାରକ ମଧ୍ୟ ରହିଛି। ଏହାର ନିଷ୍ପତ୍ତି ତୈଳ ଯୋଗାଣକୁ ବିପର୍ଯ୍ୟସ୍ତ କରିପାରେ ଏବଂ ଭାରତ ହେଉଛି ଅଶୋଧିତ ତୈଳ ଦରରେ ହ୍ରାସ-ବୃଦ୍ଧି ଯୋଗୁ ସବୁଠୁ ପ୍ରଭାବିତ ହେଉଥିବା ଦେଶ। ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ଲାଗି ସରକାର ନିଜ ଉଦ୍ୟମରୁ କେବେ ବି ବିରତ ହେବା ଉଚିତ ନୁହେଁ। ଏଥିରେ ହ୍ରାସ ଘଟିଲେ ମୁଦ୍ରାସ୍ଫୀତି ବଢ଼ିବ ଏବଂ ଏହା ବଜାର ଅସ୍ଥିରତାକୁ ତ୍ୱରାନ୍ବିତ କରିବ।


All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ସ୍କାମ୍‌ ପ୍ରାୟ ବର୍ଷେ ପୂରଣ କରିବାକୁ ଯାଉଛି। ଇତିମଧ୍ୟରେ ଏହାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସିଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇପାରିଲା ନାହିଁ। ଚୋକ୍‌ସି ଆଣ୍ଟିଗୁଆ ନାଗରିକତ୍ୱ ଗ୍ରହଣ କରିସାରିଥିବାରୁ ୨୦୧୯ ଜାନୁୟାରୀ ୨୧ରେ ଭାରତୀୟ ପାସ୍‌ପୋର୍ଟ ସମର୍ପଣ କରିଦେଇଛନ୍ତି। ଭାରତୀୟ ବୈଦେଶିକ ନୀତି ଅନୁଯାୟୀ, ଯେତେବେଳେ ଜଣେ ନାଗରିକ ଅନ୍ୟ ଦେଶର ..

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

୨୦୧୯ ବର୍ଷର ଶେଷ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ନକାରାତ୍ମକତାର ପ୍ରସାର କରିବା ଅତି ସହଜ କିନ୍ତୁ ଲୋକେ ସକାରାତ୍ମକତାର ପ୍ରସାର ପାଇଁ ଆଗେଇ ଆସିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃସ୍ଥାନୀୟ ବ୍ୟକ୍ତି ଏଭଳି ସକାରାତ୍ମକତାର ବିଚାର ଦେବା ଅନେକ ଆଶା ଉଦ୍ରେକ କରାଏ। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ରେ ରଖିଥିବା ବିଚାରକୁ ନିଜ ଆଚାରରେ ପରିଣତ କରିପାରିଲେ ତାହା ସକାରାତ୍ମକତାର ଉଦାହରଣ ସୃଷ୍ଟିକରିବ। ନିଜ ବିଚାରକୁ ଆଚାରରେ ପରିଣତ କରି ବିରୋଧୀଙ୍କୁ ଟାହିଟାପରା କରିବାର ପ୍ରବୃତ୍ତିରୁ ନିଜକୁ ଦୂରେଇ ବା ବିରୋ..

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ଡ. ପ୍ରଫୁଲ୍ଲ କୁମାର ସାହୁ

ଉଚ୍ଚଶିକ୍ଷିତ ଭାରତୀୟଙ୍କ ପକ୍ଷରେ ଯେତେବେଳେ ଆଇସିଏସ୍‌ ଚାକିରି ଥିଲା ଶ୍ରେଷ୍ଠ ସଫଳତା, ସେତେବେଳେ ସୁଭାଷ ବୋଷ ଥିଲେ ପ୍ରଥମ ଭାରତୀୟ, ଯିଏ ଆଇସିଏସ୍‌ ପରୀକ୍ଷାରେ ସଫଳତା ଅର୍ଜନ କରି ମଧ୍ୟ ତାହାକୁ ପାଦରେ ଏଡ଼େଇ ଦେଇ କେମ୍ବ୍ରିଜ୍‌ରୁ ସ୍ବଦେଶ ଫେରି ଆସିଥିଲେ ଦେଶମାତୃକାକୁ ସ୍ବାଧୀନ କରିବାର ଦୃଢ଼ ସଂକଳ୍ପ ନେଇ। ସିଧାସଳଖ ବମ୍ବେରେ ମହାମତ୍ା ଗାନ୍ଧୀଙ୍କୁ ସାକ୍ଷାତ କରି (୨୦ଜୁଲାଇ ୧୯୨୧) ସେ କଂଗ୍ରେସରେ ଯୋଗଦେଲେ ଏବଂ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିଭିନ୍ନ ରାଜ୍ୟରେ ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ବିବାହ ବେଳେ କନ୍ୟା ଓ ବର ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ଲାଗି ସାଥୀ ହୋଇଥାଆନ୍ତି। ତେବେ ରାଜସ୍ଥାନର ଶ୍ରୀମାଲୀ ସମ୍ପ୍ରଦାୟରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ବିଭାଘର ବେଳେ ବର କନ୍ୟାକୁ କୋଳରେ ଧରି ଅଗ୍ନି ଚାରିପାଖରେ ସାତଥର ପ୍ରଦକ୍ଷିଣ କରିଥାଆନ୍ତି। ପୁରାଣରେ ଉଲ୍ଲେଖ ରହିଛି ପ୍ରଭୁ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ବିବାହ କରିବା ସମୟରେ ବିଘ୍ନ ..

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ।