ସମ୍ପାଦକୀୟ |

ନାମ୍ବି: ଆଉ ଜଣେ ଗାଲିଲିଓ

 ନାମ୍ବି: ଆଉ ଜଣେ ଗାଲିଲିଓ

ଡ. ରମେଶ ଚନ୍ଦ୍ର ପରିଡ଼ା 

ବୈଜ୍ଞାନିକମାନେ ହିଁ ଏ ଯୁଗର ଋଷି। ସେମାନଙ୍କ ପାଇଁ ଆମେ ଆଜି ସ୍ବାବଲମ୍ବୀ ହୋଇପାରିଛୁ ଖାଦ୍ୟ ଓ ସ୍ବାସ୍ଥ୍ୟଠାରୁ ଆରମ୍ଭକରି ପ୍ରତିରକ୍ଷା, ମହାକାଶ ବା ପରମାଣୁ ଗବେଷଣା ଅଥବା କୃତ୍ରିମ ମେଧା ପର୍ଯ୍ୟନ୍ତ ପ୍ରାୟ ସବୁ କ୍ଷେତ୍ରରେ। ତେବେ ଏଠାରେ ସେମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ତାଙ୍କ ଅବଦାନର ଅନୁରୂପ ନୁହେଁ। କାରଣ ସେମାନଙ୍କର ନ ଥାଏ ପ୍ରଶାସନିକ କିମ୍ବା ରାଜନୈତିକ ଶକ୍ତି ଅଥବା ଅର୍ଥବଳ। ସେଥିପାଇଁ ତାଙ୍କୁ ଅନେକ ସମୟରେ ଅବିଚାରର ଶିକାର ହେବାକୁ ପଡ଼େ ଏବଂ ନିଜର ନିର୍ଭୀକତା ଓ ନିରପେକ୍ଷତା ପାଇଁ ମୂଲ୍ୟ ଦେବାକୁ ପଡ଼େ। ଇତିହାସରେ ଗାଲିଲିଓ ଯୁଗରୁ ରହି ଆସିଥିବା ଭୁରି ଭୁରି ଉଦାହରଣ ମଧ୍ୟରୁ ସଦ୍ୟତମ ହେଲେ ନାମ୍ବି ନାରାୟଣନ୍‌। ସେ ମଧ୍ୟ ତାଙ୍କରି ଭଳି ଶାସକଙ୍କ ବିଷ ଦୃଷ୍ଟିରେ ପଡ଼ି ଜୀବନବ୍ୟାପୀ ସହ୍ୟ କରିଛନ୍ତି ଅଶେଷ ଯନ୍ତ୍ରଣା। ଏଣୁ ତାଙ୍କୁ ଆଉ ଜଣେ ଗାଲିଲିଓ କହିଲେ ଚଳିବ।

ନାମ୍ବି ଥିଲେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋର ଅନ୍ୟତମ ପ୍ରମୁଖ ବୈଜ୍ଞାନିକ। ଭାରତ ପରମାଣୁ ବୋମା ପରୀକ୍ଷା କଲା ପରେ ଆମେରିକା ଚାପରେ ରୁଷିଆ ଅତି ନିମ୍ନତାପରେ କାର୍ଯ୍ୟ କରୁଥିବା ତଥା ମହାକାଶ ଗବେଷଣା ପାଇଁ ଅତ୍ୟାବଶ୍ୟକ ଶକ୍ତିଶାଳୀ କ୍ରାୟୋଜେନିକ୍‌ ଇଞ୍ଜିନ୍‌ ଯୋଗାଇବା ଚୁକ୍ତିରୁ ଓହରିଗଲା। ଏହାପରେ ଆମ ବୈଜ୍ଞାନିକମାନେ ନିଜସ୍ବ ଜ୍ଞାନକୌଶଳରେ ତାହା ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଲେ। ସେଥିପାଇଁ ଇସ୍ରୋରେ ଆରମ୍ଭ ହୋଇଥିବା ପ୍ରକଳ୍ପର ମୁଖ୍ୟ ଥିଲେ ନାମ୍ବି। ତେବେ ୧୯୯୪ ନଭେମ୍ବର ୪ରେ ତାଙ୍କୁ ହଠାତ୍‌ ଗିରଫ କଲା ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ବା ଏସ୍‌ଆଇଟି। ତାଙ୍କ ବିରୋଧରେ ଅଣାଗଲା ଆମ ଦେଶର ମହାକାଶ ବିଜ୍ଞାନ ସମ୍ପର୍କିତ ଗୋପନ ତଥ୍ୟ ସବୁ ବିଦେଶୀ ଶତ୍ରୁ ରାଷ୍ଟ୍ରକୁ ହସ୍ତାନ୍ତର କରିବାର ଅଭିଯୋଗ।

ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୫୦ ବର୍ଷ। ବିକାଶୋନ୍ମୁଖୀ ତଥା ସୁଦୂରପ୍ରସାରୀ ଭବିଷ୍ୟତଯୁକ୍ତ କ୍ରାୟୋଜେନିକ୍ସ ବିଜ୍ଞାନରେ ତାଙ୍କର ବେଶ୍‌ ପାରଦର୍ଶିତା ଥିଲା। ଏହି ଦୁଃଖଦ ଘଟଣାଟି ଘଟି ନ ଥିଲେ ସେ ହୁଏତ ଜଣେ ବିଶ୍ୱସ୍ତରୀୟ ବୈଜ୍ଞାନିକ ରୂପେ ଖ୍ୟାତି ଅର୍ଜନ କରିପାରିଥାନ୍ତେ ଏବଂ ତାଙ୍କ ପ୍ରଚେଷ୍ଟାରେ ଭାରତ ଯଥାଶୀଘ୍ର କ୍ରାୟୋଜେନିକ୍‌ ଇଞ୍ଜିନ୍‌ର ଅଧିକାରୀ ହୋଇପାରିଥାନ୍ତା। ଫଳରେ ଏହାର ମହାକାଶ ବିଜ୍ଞାନ ଖୁବ୍‌ ଶୀଘ୍ର ଏକ ନୂତନ ଉଚ୍ଚତାରେ ପହଞ୍ଚି ପାରିଥାନ୍ତା, ଯାହାକି ବେଶ୍‌ ବିଳମ୍ବିତ ହୋଇଗଲା।

ନାମ୍ବିଙ୍କୁ କାହିଁିକି ହଠାତ୍‌ ଜଣେ ଦେଶଦ୍ରୋହୀ ରୂପେ ଚିତ୍ରିତ କରାଗଲା, ତାହାର ଠିକ୍‌ ଜବାବ ଏବେ କାହାରି ପାଖରେ ନାହିଁ। ଗତ ସେପ୍ଟେମ୍ବର ୨୦୧୮ରେ ତାଙ୍କୁ ଦୋଷମୁକ୍ତ କରିଛନ୍ତି ଉଚ୍ଚତମ ନ୍ୟାୟାଳୟର ତଦାନୀନ୍ତନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ। ଏହି ରାୟରେ ସେମାନେ ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସୂଚାଇଛନ୍ତି, କୌଣସି ଖିଆଲ ବା ଅସ୍ପଷ୍ଟ ଧାରଣାର ବଶବର୍ତ୍ତୀ ହୋଇ ତାଙ୍କୁ ଏକ ଆପରାଧିକ ମିଥ୍ୟା ପ୍ରମାଣର ଶିକାର କରାଯାଇଥିଲା।

ଏସ୍‌ଆଇଟି ନାମ୍ବିଙ୍କ ବିରୋଧରେ ଆଣିଥିବା ଅଭିଯୋଗ ଏହି ପ୍ରକାର ଥିଲା- ମାଳଦ୍ୱୀପର ମାରିୟମ ରସିଦା ନାମ୍ନୀ ଜଣେ ସୁନ୍ଦରୀ ଯୁବତୀ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ପାଇଁ କାମ କରୁଥିଲା। ଆମ ରକେଟ୍‌ ପ୍ରଯୁକ୍ତିବିଦ୍ୟା ଚୋରାଇବା ପାଇଁ ସେ ସମ୍ପର୍କ ସ୍ଥାପନ କରିଥିଲା ଇସ୍ରୋର କିଛି ବୈଜ୍ଞାନିକଙ୍କ ସହିତ। ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ନାମ୍ବି। ତେବେ ସେହି ଯୁବତୀର ନିର୍ଦ୍ଦିଷ୍ଟ ପରିଚୟ ଏବଂ ତା’ ସହିତ ଆଉ କେଉଁ ବୈଜ୍ଞାନିକଙ୍କର ସମ୍ପର୍କ ଥିଲା କିମ୍ବା କି ତଥ୍ୟ ଚୋରି ହୋଇଥିଲା ସେ ସମ୍ପର୍କରେ ଠିକ୍‌ ସୂଚନା ଦେବାକୁ ଏସ୍‌ଆଇଟି କିମ୍ବା ଏହାପରେ ଏହି ଅନୁସନ୍ଧାନର ଦାୟିତ୍ୱ ନେଇଥିବା ସିବିଆଇ କେହି ସମର୍ଥ ହୋଇପାରିନାହାନ୍ତି। ଅଭିଯୋଗ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜନସାଧାରଣଙ୍କ କ୍ରୋଧ କେନ୍ଦ୍ରୀଭୂତ ହୋଇଥିଲା ନାମ୍ବିଙ୍କ ଉପରେ। ସେ ଏବେ ଅଶ୍ରୁଳ ନୟନରେ ବର୍ଣ୍ଣନା କରନ୍ତି ସେଦିନର ଅନୁଭୂତି- ତାଙ୍କୁ ଟାଣି ଟାଣି ନେଇ ପୋଲିସ ଗାଡ଼ିରେ ବସାଗଲା ଏବଂ ନିଆଗଲା ଥିରୁଭାନନ୍ତପୁରମ୍‌ ମାଜିଷ୍ଟ୍ରେଟଙ୍କ ବିଚାରାଳୟକୁ। ସେତେବେଳେ ସେଠାରେ ଜମାହୋଇ ସାରିଥାନ୍ତି ଅନେକ ଲୋକ। ଗାଡ଼ିରୁ ଓହ୍ଲାଇବା ମାତ୍ରେ ସେମାନେ ତାଙ୍କୁ ଆରମ୍ଭକରିଦେଲେ ଗାଳି ଓ ଟେକାପଥର ମାଡ଼। ଏଣୁ ପୋଲିସ ତାଙ୍କୁ ଘେର ଭିତରେ ମାଜିଷ୍ଟ୍ରେଟଙ୍କ ନିକଟକୁ ନେଲା। ତାଙ୍କ ମତରେ ଏହା ଥିଲା ତାଙ୍କ ଜୀବନର ସବୁଠାରୁ ଦୁଃଖଦ ଓ ଲଜ୍ଜାଜନକ ଘଟଣା।

ତା’ପରେ ତାଙ୍କୁ ଜେଲରେ ରଖାଗଲା ଏବଂ ଦିଆଗଲା ଶାରୀରିକ ଓ ମାନସିକ ଯନ୍ତ୍ରଣା। କେତେବେଳେ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଠିଆକରି ରଖାଯାଉଥିଲା ତ ଆଉ କେତେବେଳେ ଦିନ ଦିନ ଧରି ଅନିଦ୍ରା ରଖାଯାଉଥିଲା, ଏପରିକି ଶୋଷ ହେଲେ ପାଣି ମଧ୍ୟ ଦିଆଯାଉ ନ ଥିଲା। ପୁନଶ୍ଚ ପୋଲିସର କହିବା ମୁତାବକ ଦୋଷ ସ୍ବୀକାର ନ କଲେ ତାଙ୍କ ପରିବାରବର୍ଗ ଓ ସହକର୍ମୀମାନଙ୍କୁ ମଧ୍ୟ ଏଥିରେ ସମ୍ପୃକ୍ତ କରିବାର ଧମକ ଦିଆଯାଉଥିଲା। ବିଜ୍ଞାନାଗାରରେ ଜୀବନ କଟାଇ ଆସିଥିବା ଲୋକଟି ଏହିଭଳି ଯନ୍ତ୍ରଣା ମଧ୍ୟରେ ଜଣେ ବିଚାରାଧୀନ ବନ୍ଦୀ ରୂପେ ଜେଲରେ ବିତାଇଥିଲେ ୫୦ ଦିନ। ତା’ ପରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରମାଣ ଯୋଗାଇବାରେ ପୋଲିସ ବିଫଳ ହେବାରୁ ତାଙ୍କୁ ଜାମିନ ମିଳିଲା।

ଜେଲରୁ ମୁକୁଳିଲା ପରେ ନାମ୍ବି ସାମ୍ବାଦିକ ସମ୍ମିଳନୀଟିଏ ଡାକି ପୋଲିସ, ପ୍ରଶାସନ ଏବଂ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ କିଛି ପ୍ରଶ୍ନ -(୧) ଯେତେବେଳେ (୧୯୯୪ ମସିହାରେ) ଭାରତରେ ଏହି ଟେକ୍ନୋଲୋଜି (କ୍ରାୟୋଜେନିକ୍‌)ର ସ୍ଥିତି ପ୍ରାୟ ନ ଥିଲା, ମୁଁ ତାକୁ ବିକ୍ରୟ କଲି କିପରି ଏବଂ (୨) ଅନ୍ୟ କେତେକ ଦେଶରେ ଏହା ମୁକ୍ତ ଭାବେ ମିଳିପାରୁଥିଲା ବେଳେ କୌଣସି ସଂସ୍ଥା ତାହା ଲାଭ କରିବା ପାଇଁ ମୋତେ ଗୁପ୍ତଚର ଭାବେ ନିଯୁକ୍ତି ଦେବ କାହିଁକି?

ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା କିମ୍ବା ତଦନ୍ତ କରୁଥିବା ସଂସ୍ଥା ପାଖରେ ଏହାର ଜବାବ ନ ଥିଲା। ତଥାପି ଏହାପରେ ମାମଲାଟାକୁ ପୁନର୍ବାର ତଦନ୍ତ କରିବାକୁ ସିବିଆଇକୁ କୁହାଗଲା। କିନ୍ତୁ ଏ ସଂସ୍ଥା ୧୯୯୬ ମସିହାରେ ପ୍ରମାଣ ଅଭାବରୁ ମାମଲାକୁ ବନ୍ଦ କରିଦେଲା ଏବଂ ଏଥିସହିତ ଦେଇଥିବା ରିପୋର୍ଟରେ ପୋଲିସର ନିନ୍ଦନୀୟ ଦୋଷାରୋପ ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ସ୍ଥାନୀୟ ଅନୁସନ୍ଧାନକାରୀମାନେ (ଏସ୍‌ଆଇଟି) ସେମାନଙ୍କ ମନଗଢ଼ା ଅଭିଯୋଗକୁ ସତ୍ୟ ବୋଲି ଉପସ୍ଥାପିତ କରିବା ଲାଗି ଅନୁସରଣ କରିଥିବା ସନ୍ଦେହଜନକ ପଦ୍ଧତିଗୁଡ଼ିକୁ ନେଇ ପ୍ରଶ୍ନ ଉଠାଇଲା।

ଏହା ପରେ ନାମ୍ବି ତାଙ୍କ ହୃତଗୌରବର ପୁନରୁଦ୍ଧାର ଏବଂ ତାଙ୍କୁ ବିନାଦୋଷରେ ଅପରାଧୀ ସଜାଇଥିବା ଅଭିଯୋଗକାରୀଙ୍କ ବିରୋଧରେ ପଦକ୍ଷେପ ଆରମ୍ଭ କଲେ। ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଥମେ ସେ କେରଳ ସରକାରଙ୍କୁ ଅନୁରୋଧ କଲେ। କିନ୍ତୁ କେହି ତାଙ୍କ ପ୍ରତି କର୍ଣ୍ଣପାତ କଲେ ନାହିଁ। ବରଂ ସିବିଆଇ ଦ୍ୱାରା ବନ୍ଦ କରିଦିଆଯାଇଥିବା ମାମଲାଟିକୁ ପୁନର୍ବାର ଉନ୍ମୁକ୍ତ କରି ତାଙ୍କ ବିରୋଧରେ ନୂଆ ଅନୁସନ୍ଧାନ ପାଇଁ ଉଦ୍ୟମ ଚାଲିଲା। ଏଣୁ ନାମ୍ବି ବାଧ୍ୟହୋଇ ନ୍ୟାୟାଳୟର ଆଶ୍ରୟ ନେଲେ ଏବଂ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ ଏଥିରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଲେ।

ଏହାପରେ ମାମଲାଟି ଚାଲିଲା ଏବଂ ଦୀର୍ଘ ୨୪ ବର୍ଷ ପରେ ଏବେ ତାଙ୍କୁ ନ୍ୟାୟ ମିଳିଛି। ଏଥିରେ ତାଙ୍କୁ କେବଳ ଦୋଷମୁକ୍ତ କରାଯାଇନାହିଁ, ଉଚ୍ଚତମ ନ୍ୟାୟାଳୟ ନ୍ୟାୟାଧୀଶ ଡି.କେ. ଜୈନଙ୍କ ଅଧ୍ୟକ୍ଷତାରେ ଏଥିସହିତ ସମ୍ପୃକ୍ତ ଦୋଷୀ କର୍ମଚାରୀମାନଙ୍କୁ କୈଫିୟତଯୋଗ୍ୟ କରିବାକୁ ଉପାୟ ନିର୍ଦ୍ଧାରଣ ଲାଗି ଏକ କମିଟି ଗଠନ କରିଛି। ତତ୍‌ ସଙ୍ଗେ ସଙ୍ଗେ ଏହା ନାମ୍ବିଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ଲାଗି ମଧ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ତାଙ୍କ ମତରେ ମାମଲାଟିର ଏହିଠାରୁ ସମାପ୍ତି ଘଟିନାହିଁ। ଜୈନ କମିଟି ତାଙ୍କ ଜୀବନ ନଷ୍ଟ କରିବା ସଙ୍ଗେ ସମ୍ମାନକୁ ଧରାଶାୟୀ କରିଥିବା ଏବଂ ଦେଶର ମହାକାଶ ଗବେଷଣାକୁ ଘୋର କ୍ଷତି ପହଞ୍ଚାଇଥିବା ଏହି ଷଡ଼ଯନ୍ତ୍ରର ରହସ୍ୟ ଉଦ୍‌ଘାଟନ କରିବ ବୋଲି ସେ ଆଶା କରନ୍ତି। ତା’ ହେଲେ ଆଗକୁ ଆହୁରି ଅନେକ ନିଷ୍ପାପଙ୍କ ଜୀବନ ଓ ସମ୍ମାନ ତଥା ଦେଶ ପ୍ରତି ତାଙ୍କର ଅବଦାନର ସମ୍ମାନକୁ ନଷ୍ଟ କରିବା ଲାଗି ଷଡ଼ଯନ୍ତ୍ର କରିବା ଆଗରୁ କ୍ଷମତାସୀନମାନେ ଅନ୍ତତଃ ଦୁଇଥର ଚିନ୍ତା କରିବେ।

ଶେଷରେ ନାମ୍ବି ବିଜୟୀ ହେଲେ ଠିକ୍‌ ଗାଲିଲିଓଙ୍କ ଭଳି। ପୁନର୍ବାର ସତ୍ୟର ବିଜୟ ଘଟିଲା। ତେବେ ଫରକ ଏତିକି ଯେ ସେ ଏହା ପ୍ରାପ୍ତ ହେଲେ ତାଙ୍କର ଜୀବନକାଳ ମଧ୍ୟରେ। ଗାଲିଲିଓଙ୍କ ଭାଗ୍ୟରେ ତାହା ଜୁଟି ନ ଥିଲା।

ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ-୯୯୩୭୯୮୫୭୬୭

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା