ସମ୍ପାଦକୀୟ |

ଟେକାଟିଏ ମାରିଲେ ପଥରଟିଏ ଅଛି

 ଟେକାଟିଏ ମାରିଲେ ପଥରଟିଏ ଅଛି

ଡ. ସିଦ୍ଧାର୍ଥ କାନୁନ୍‌ଗୋ

କୌଣସି ଲୋକ ଅନ୍ୟ ପ୍ରତି ଜାଣିଶୁଣି ଅନ୍ୟାୟ କରୁଥିଲେ, ସଚେତନ ଲୋକ ତାକୁ ସତର୍କ କରାଇ କହନ୍ତି- ବାବୁ! ଟେକାଟିଏ ମାଇଲେ ପଥରଟିଏ ଅଛି। ବିଜ୍ଞାନ ମତରେ ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ଅଛି। ଆମେ ଭଲ କର୍ମ କଲେ ତା’ର ଯେପରି ସୁଫଳ ଅଛି, କୁକର୍ମ କଲେ ତା’ର ପ୍ରତିଫଳ ମଧ୍ୟ ପାଇବା। ଏ ଜନ୍ମରେ ନ ହେଲେ ମଧ୍ୟ ଆରଜନ୍ମରେ ଆମେ କରୁଥିବା ପାପ ଓ ପୁଣ୍ୟର ଫଳ ଭୋଗ କରିବା।

ଏଠାରେ ଗୋଟିଏ ସତ୍ୟ ଘଟଣାର ଅବତାରଣା କରିବା ପ୍ରାସଙ୍ଗିକ ହେବ। ବଲାଙ୍ଗୀର ସହରରେ ଜଣେ ଓକିଲ ଥିଲେ। ଫୌଜଦାରି ମକଦ୍ଦମା ପରିଚାଳନାରେ ତାଙ୍କର ଦକ୍ଷତା ଦେଖି ଜଜ୍‌ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ସ୍ପଷ୍ଟ ଦିବାଲୋକରେ ହତ୍ୟା ଅପରାଧୀମାନଙ୍କୁ ମଧ୍ୟ ସେ ନିଜର ଅକାଟ୍ୟ ଯୁକ୍ତି ଦ୍ୱାରା ନିର୍ଦ୍ଦୋଷରେ ଖଲାସ କରିପାରୁଥିଲେ। ଏଥିପାଇଁ ତାଙ୍କର ଯଥେଷ୍ଟ ଖ୍ୟାତି ଥିଲା। ସେ ମଧ୍ୟ ପ୍ରଚୁର ଅର୍ଥ ଉପାର୍ଜନ କରୁଥିଲେ। ଦିନକର କଥା, ଓକିଲ ବାବୁ କଚେରିକୁ ଯିବା ପାଇଁ ବାହାରିଛନ୍ତି। ଏହି ସମୟରେ ତାଙ୍କ ଜୁନିୟର ଆସି ଖବର ଦେଲା ଯେ, ଜଣେ ଲୋକ ତାଙ୍କୁ ସାକ୍ଷାତ କରିବାକୁ ଚାହୁଁଛି। ତା’ ଦେହରେ ଘା’ଘାଉଡ଼ ହୋଇଯାଇଛି। ଦେହରୁ ଦୁର୍ଗନ୍ଧ ମଧ୍ୟ ବାହାରୁଛି। ଓକିଲ ବାବୁ ଏହା ଶୁଣି ଭାବିଲେ କୌଣସି ଏକ ଭିକାରି ତାଙ୍କ ପାଖକୁ ଭିକ ମାଗିବାକୁ ଆସିଥିବ। ସେ ଲୋକଟିକୁ ଦେଖା ନ କରି ନିଜ ଜୁନିୟର ହାତରେ ୧୦ ଟଙ୍କା ପଠାଇ ତାକୁ ଦେଇଦେବାକୁ କହିଲେ। ଜୁନିୟର ଜଣକ ସେହି ଲୋକକୁ ଯେତେବେଳେ ୧୦ ଟଙ୍କା ଯାଚିଲେ, ସେ ତତ୍‌କ୍ଷଣାତ୍‌ କହିଲେ, ମୁଁ ଓକିଲ ବାବୁଙ୍କଠାରୁ ଟଙ୍କା ନେବା ପାଇଁ ଆସିନାହିଁ ବରଂ ତାଙ୍କୁ ଟଙ୍କା ଦେବା ପାଇଁ ଆସିଛି। ମୁଁ ବେଶି ସମୟ ନେବିନାହିଁ। ତାଙ୍କୁ କୁହ, ମୁଁ ମାତ୍ର ୫ ମିନିଟ ପାଇଁ ତାଙ୍କୁ ହଇରାଣ କରିବି। ଏ କଥା ଶୁଣି ଓକିଲ ବାବୁ ଯେତେବେଳେ ବାହାରକୁ ଆସନ୍ତି ଲୋକଟି ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲା ଏବଂ ଟଙ୍କା ମୁଣିଟିଏ ତାଙ୍କ ଆଗରେ ଥୋଇ କହିଲା- ହଜୁର! ଏଥିରେ ୨ଲକ୍ଷ ଟଙ୍କା ଅଛି। ଏହା ହିଁ ଆପଣଙ୍କ ପ୍ରାପ୍ୟ। 

ଓକିଲ ବାବୁ ହଠାତ୍‌ କିଛି ବୁଝିପାରିଲେ ନାହିଁ। ଲୋକଟି ତାଙ୍କୁ ମନେପକାଇ କହିଲା- ସାର୍‌! ଆପଣ ମୋତେ ଚିହ୍ନିପାରୁନାହାନ୍ତି। ଆପଣ ମୋତେ ନରହତ୍ୟା ଅପରାଧରୁ ମୁକୁଳାଇଥିଲେ। ମୁଁ କିଛିବର୍ଷ ତଳେ ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା କରିଥିଲି। ମକଦ୍ଦମା ଚାଲିଲା, ଚୁକ୍ତି ଅନୁସାରେ ମୁଁ ଆପଣଙ୍କୁ ୫ ଲକ୍ଷ ଟଙ୍କା ଦେବାର ଥିଲା। ମୁଁ ସେତେବେଳେ ଆପଣଙ୍କୁ ୩ ଲକ୍ଷ ଟଙ୍କା ଦେଇଥିଲି ଏବଂ ପରେ ଆଉ ୨ ଲକ୍ଷ ଦେବି ବୋଲି କହିଥିଲି। ଆପଣ ମଧ୍ୟ ରାଜି ହୋଇ ମୋ ପାଇଁ କୋର୍ଟରେ ଜବାବସୁଆଲ କଲେ ଏବଂ ମୁଁ ନିର୍ଦ୍ଦୋଷରେ ଖଲାସ ହେଲି। କିନ୍ତୁ ଆଜି ଭାବୁଛି, ମୁଁ ସିନା ବିଚାରପତିଙ୍କ ହାତରୁ ରକ୍ଷା ପାଇଗଲି କିନ୍ତୁ ଉପରର ବିଚାରପତିଙ୍କ ହାତରୁ ମୋତେ ନିସ୍ତାର ମିଳିଲା ନାହିଁ। ମୋ ପରିବାରର ସମସ୍ତ ସଦସ୍ୟ ଘଟଣାକ୍ରମେ ଇହଲୀଳା ସମ୍ବରଣ କରିଛନ୍ତି ଏବଂ ମୁଁ ମଧ୍ୟ ଆଜି କୁଷ୍ଠ ରୋଗାଗ୍ରାନ୍ତ। ଆଜି ମୋର ଯେଉଁ ଅବସ୍ଥା, ତାହା ମୋ କୃତକର୍ମର ଫଳ। କିନ୍ତୁ ବର୍ତ୍ତମାନ ଅନୁଶୋଚନା କରି କିଛି ଲାଭ ନାହିଁ। ଆପଣ ଉକ୍ତ ଟଙ୍କା ରଖନ୍ତୁ। ଓକିଲ ଏ କଥା ଶୁଣି ହତବାକ୍‌ ହେଲେ ଏବଂ ତାଙ୍କର ମଧ୍ୟ ଭାବାନ୍ତର ହେଲା। ସେ ଉକ୍ତ ବ୍ୟକ୍ତିର ସେହି ଟଙ୍କା ରଖିବାକୁ ରାଜି ହେଲେ ନାହିଁ। କିନ୍ତୁ ଲୋକଟି ନଛୋଡ଼ବନ୍ଧା। ଲୋକଟି କହିଲା ଯେ, ମୁଁ କୃତକର୍ମର ଫଳ ଭୋଗ କରୁଛି। ପୁଣି ବଚନଭଙ୍ଗ ହୋଇ ଆହୁରି କାହିଁ ପାପ କରିବି? ଆପଣ ଏ ପଇସା ରଖିପାରନ୍ତି କିମ୍ବା କୌଣସି ଦାତବ୍ୟ ଅନୁଷ୍ଠାନକୁ ଦାନ କରପାରନ୍ତି। ମୋର କିନ୍ତୁ ଏ ଟଙ୍କା ରଖିବାର ନାହିଁ। ଏତିକି କହି ଲୋକଟି ଓକିଲଙ୍କ ଘରୁ ଚାଲିଗଲା।

ଆଉ ଏକ ଘଟଣା ହେଉଛି ମହାଭାରତ ଯୁଦ୍ଧ ପରବର୍ତ୍ତୀ ସମୟର। ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଲେ- ବାସୁଦେବ! ତୁମେ ଚାହିଁଥିଲେ ଏ ଯୁଦ୍ଧ ଏଡ଼ାଯାଇ ପାରିଥାଆନ୍ତା। ତୁମ ଯୋଗୁ ମୋର ଶତପୁତ୍ର ମୃତ୍ୟୁବରଣ କଲେ। ମୁଁ ମଧ୍ୟ ତୁମକୁ ଅଭିଶାପ ଦେଉଛି, ତୁମ ବଂଶ ନାଶ ହେଉ। ଶ୍ରୀକୃଷ୍ଣ ଏହାକୁ ସ୍ବୀକାର କରିନେଲେ। ଏହା ପରେ ଗାନ୍ଧାରୀଙ୍କର ଭାବାନ୍ତର ହେଲା। ସେ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇଥିବା କଥାକୁ ସ୍ମରଣ କରି ଅନୁତାପ କଲେ। ଶ୍ରୀକୃଷ୍ଣ ତାଙ୍କୁ ବୁଝାଇ କହିଲେ- ମା! ଏହା ନିଶ୍ଚୟ ଘଟିବ। ଏଥିରେ ତୁମର କିଛି ଭୁଲ୍‌ ନାହିଁ। ତୁମେ କେବଳ ମାଧ୍ୟମ ମାତ୍ର। ଯଦୁବଂଶୀମାନେ ବର୍ତ୍ତମାନ ପାପକର୍ମରେ ଲିପ୍ତ। ତେଣୁ ଖୁବ୍‌ଶୀଘ୍ର ଯଦୁବଂଶ ଧ୍ୱଂସ ପାଇବ। ଏହାପରେ ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ, ମୋର କେଉଁ ଭୁଲ୍‌ ପାଇଁ ଶହେପୁତ୍ରଙ୍କୁ ହରାଇବାକୁ ପଡ଼ିଲା? ମୁଁ ତ ଏ ଜନ୍ମରେ କିଛି ଭୁଲ୍‌ କରିନାହିଁ। ଶ୍ରୀକୃଷ୍ଣ ତାଙ୍କୁ ଅତୀତର ଗୋଟିଏ ଜନ୍ମର କଥା ସ୍ମରଣ କରାଇଦେଲେ। ଗାନ୍ଧାରୀ ଦେଖୁଛନ୍ତି, ସେହି ଜନ୍ମରେ ସେ ରାଜକୁମାରୀ ହୋଇ ଜନ୍ମ ହୋଇଛନ୍ତି। କୌତୂହଳବଶତଃ ଶହେଟି କୁମ୍ଭୀର ଅଣ୍ଡାକୁ ଫୁଟାଇ ଦେଇଛନ୍ତି। ଏହା ଦେଖିଲା ପରେ ଗାନ୍ଧାରୀଙ୍କ ମନରୁ ସଂଶୟ ଦୂର ହେଲା ଏବଂ ସେ କହିଲେ ପ୍ରଭୁ! ମୁଁ ମୋ ଉତ୍ତର ପାଇଗଲି।

ହିନ୍ଦୁ, ବୌଦ୍ଧ, ଜୈନ ଆଦି ଅନେକ ଧର୍ମ କର୍ମଫଳ ଉପରେ ବିଶ୍ୱାସ କରନ୍ତି। ସୁତରାଂ ଆଜି ନ ହେଲେ ବି କାଲି ବା ଆରଜନ୍ମରେ ଆମକୁ ନିଶ୍ଚୟ ଆମର କର୍ମଫଳ ଭୋଗ କରିବାକୁ ପଡ଼ିବ। ହୁଏତ ଆମେ ନାନା ପାପ କରୁଥିଲେ ମଧ୍ୟ ଏ ଜନ୍ମରେ ତାକୁ ଭୋଗ କରିପାରୁନାହୁଁ। କିନ୍ତୁ ଏହା ନିଶ୍ଚିତ ଯେ, ଆଗାମୀ ଜନ୍ମରେ ଆମକୁ ଏ ସବୁ ଭୋଗ କରିବାକୁ ପଡ଼ିବ।

ଭୁବନେଶ୍ୱର, ମୋ: ୯୪୩୮୦୭୨୮୪୦

All Right Reserved By

ସମ୍ପାଦକୀୟ |

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା