ଖେଳ |

ହକି ବିଶ୍ୱକପ: ସ୍ପେନ-ନ୍ୟୁଜିଲାଣ୍ଡ ମ୍ୟାଚ ଡ୍ର

ହକି ବିଶ୍ୱକପ: ସ୍ପେନ-ନ୍ୟୁଜିଲାଣ୍ଡ ମ୍ୟାଚ ଡ୍ର

ଭୁବନେଶ୍ୱର, ୬।୧୨(କ୍ରୀଡ଼ା ପ୍ରତିନିଧି)-
ଏକଦା ୦-୨ରେ ପଛୁଆ ରହିଥିବା ନ୍ୟୁଜିଲାଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରି ଶେଷ ୧୦ ମିନିଟରେ ୨ଟି ଗୋଲ ଦେଇ ସ୍ପେନ ବିପକ୍ଷ ମ୍ୟାଚକୁ ଡ୍ର ରଖିଛି।  ଚଳିତ ହକି ବିଶ୍ୱକପର କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ଏହି ପୁଲ୍‌‘ଏ’ ମ୍ୟାଚ୍‌ଟି ୨-୨ ଗୋଲରେ ଶେଷ ହୋଇଛି। ଫଳରେ ନ୍ୟୁଜିଲାଣ୍ଡ ସହ ସ୍ପେନ ପଏଣ୍ଟ ଭାଗ କରିବାକୁ ବାଧ୍ୟ ହୋଇଛି। ସ୍ପେନ ପକ୍ଷରୁ ଆଲବର୍ଟ ବେଲଟ୍ରାନ ୯ମ ଓ ଏନରିକ୍‌ ଗୋଞ୍ଜାଲେଜ ୨୭ତମ ମିନିଟରେ ଗୋଲ ଦେଇଥିବାବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ଫିଲିପ୍‌ ହେଡେନ ୫୦ ଓ ରସେଲ କେନ୍‌ ୫୬ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଖେଳ ପୂର୍ବରୁ ଭାରତର କିମ୍ବଦନ୍ତୀ ମହିଳା ଆଥଲେଟ୍‌ ଅଞ୍ଜୁ ବବି ଜର୍ଜ ଖେଳାଳିଙ୍କ ସହିତ ପରିଚିତ ହୋଇ ମ୍ୟାଚର ଶୁଭାରମ୍ଭ କରିଥିଲେ। ଶେଷରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅତିଥିଭାବେ ଯୋଗଦେଇ ସ୍ପେନର ରୋମେଉ ଜୋସେପଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ନ୍ୟୁଜିଲାଣ୍ଡ ଅଧିନାୟକ ବ୍ଲେଆର ଟରାଣ୍ଟ ଓ ସ୍ପେନ ଅଧିନାୟକ କୋର୍ଟେସ କ୍ବିକୋଙ୍କୁ ଫଳକ ଦେଇ ସମ୍ମାନିତ କରିଥିଲେ।
  ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତୁଳନାତ୍ମକଭାବେ ଦେଖିବାକୁ ଗଲେ ସ୍ପେନ ୪୫ ମିନିଟ ପର୍ଯ୍ୟନ୍ତ ପ୍ରଭାବୀ ରହିଥିଲା। ମ୍ୟାଚର ୯ମ ମିନିଟରେ ୨୨ ନମ୍ବର ଖେଳାଳି ଆଲବର୍ଟ ବେଲଟ୍ରାନ ଏକ ଫିଲ୍ଡ ଗୋଲ କରି ଦଳକୁ ଅଗ୍ରଣୀ କରାଇଥିଲେ। ୨୫ତମ ମିନିଟରେ ଦଳକୁ ପେନାଲ୍ଟି କର୍ନର ମିଳିଥିଲେ ହେଁ ଖେଳାଳିମାନେ ତାହାର ସଦୁପଯୋଗ କରିପାରି ନ ଥିଲେ। ୨୭ତମ ମିନିଟରେ ୯ ନମ୍ବର ଇଗ୍ଲେସିଆସ ଆଲଭାରୋ ଆଉ ଏକ ଫିଲ୍ଡ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୨-୦ରେ ଅଗ୍ରଣୀ ରହିଥିଲା। ତୃତୀୟ କ୍ବାର୍ଟରରେ ଗୋଲ ହୋଇ ନ ଥିଲେ ହେଁ ସ୍ପେନର ପ୍ରଭାବ ଜାରି ରହିଥିଲା। ଚାପରେ ରହିବା ସତ୍ତ୍ବେ ନ୍ୟୁଜିଲାଣ୍ଡ ଶେଷକ୍ବାର୍ଟରରେ ନିଜ ଦମ୍‌ ଦେଖାଇଥିଲା। ୧୦ ମିନିଟର ସଂଘର୍ଷପରେ ୫୦ତମ ମିନିଟରେ ଫିଲ୍ଡ ଗୋଲ ମାଧ୍ୟମରେ ଗୋଟିଏ ଗୋଲ ପରିଶୋଧ କରିିଥିଲେ ୩୧ ନମ୍ବର ଜର୍ସି ପରିହିତ ଫିଲିପ୍ସ ହେଡେନ। ଏହାପରେ ନ୍ୟୁଜିଲାଣ୍ଡ ଦଳରେ ଉତ୍ସାହ ଭରି ଯାଇଥିଲା। ଖେଳ ଶେଷ ହେବାକୁ ୮ ମିନିଟ ଥିବାବେଳେ ଗୋଲ ପୋଷ୍ଟ ଛାଡ଼ି ଦେଇ ଉପରେ ଖେଳିଥିଲେ ନ୍ୟୁଜିଲାଣ୍ଡ ଗୋଲକିପର ଜୋୟସ ରିଚାର୍ଡ। ଏହାର ଫାଇଦା ନ୍ୟୁଜିଲାଣ୍ଡକୁ ମିଳିଥିଲା। ଦଳ ଅଧିକ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରି ୫୬ତମ ମିିନିଟରେ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ୨୧ ନମ୍ବର ଖେଳଳିି ରସେଲ କେନ୍‌ ଏହାକୁ ଗୋଲରେ ପରିଣତ କରିବାରୁ ମ୍ୟାଚ ୨-୨ ସ୍ଥିତିକୁ ଚାଲି ଆସିଥିଲା। ମ୍ୟାଚ ସମାନ ସ୍ତରକୁ ଆସିବାପରେ ନ୍ୟୁଜିଲାଣ୍ଡ ଗୋଲକିପର ନିଜ ପୋଜିଶନକୁ ପଳାଇ ଆସିଥିଲେ। ଅବଶିଷ୍ଟ ୪ ମିନିଟରେ କେହି ଗୋଲ ଦେଇ ନ ପାରିବାରୁ ମ୍ୟାଚ ଡ୍ର ରହିଥିଲା।
ଗୋଲ ସ୍କୋରର
ସ୍ପେନ-୨
*ଆଲବର୍ଟ ବେଲଟ୍ରାନ: ୯ମ ମିନିଟ
*ଏନରିକ୍‌ ଗୋଞ୍ଜାଲେଜ ୨୭ତମ ମିନିଟ
ନ୍ୟୁଜିଲାଣ୍ଡ-୨
*ଫିଲିପ୍ସ ହେଡେନ ୫୦ତମ ମିନିଟ
*ରସେଲ କେନ୍‌ ୫୬ତମ ମିନିଟ

All Right Reserved By

ଖେଳ |

ଦିନିକିଆ ସିରିଜ: ଭାରତ ଆଗରେ ନୂଆ ଚ୍ୟାଲେଞ୍ଜ୍‌

ଦିନିକିଆ ସିରିଜ: ଭାରତ ଆଗରେ ନୂଆ ଚ୍ୟାଲେଞ୍ଜ୍‌

ନାପିୟର, ୨୨।୧(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ ଜିତି ଇତିହାସ ସୃଷ୍ଟି କରିବା ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ  ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଅବତୀର୍ଣ୍ଣ ହେବ।

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌  ସେମିରେ ନାଡ଼ାଲ, କ୍ୱିଟୋଭା

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେମିରେ ନାଡ଼ାଲ, କ୍ୱିଟୋଭା

ମେଲବୋର୍ନ,୨୨।୧(ଏଏଫପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ମଙ୍ଗଳବାର ନବମ ଦିବସରେ ପହଞ୍ଚତ୍ଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଦୁଇ ସିଡେଡ ଖେଳାଳି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସିଡ ନଡ଼ାଲ ଓ ଅଷ୍ଟମ ସିଡ ମାନ୍ୟତା ପାଇଥିବା ଚେକ ଗଣରାଜ୍ୟର ପେଟ୍ରା କ୍ୱିଟୋଭା ସେମିଫାଇନାଲ ଟିକେଟ ହାସଲ କରିଛନ୍ତି। 

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ମୁମ୍ବାଇ,୨୨।୧(ପି.ଟି.)- ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପ୍ରଥମ ଥର ଟେଷ୍ଟ ଓ ଦିନିକିଆ ସିରିଜ୍‌ ଜିତି ରେକର୍ଡ କରିଛି। ଏଥିନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଚୟନ କମିଟି ସଦସ୍ୟଙ୍କୁ ପୁରସ୍କୃତ କରିବା ଲାଗି ନିଷ୍ପତ୍ତି ନେଇଛି। 

ପନ୍ତ ଆଇସିସି ଏମର୍ଜିଂ କ୍ରିକେଟର

ପନ୍ତ ଆଇସିସି ଏମର୍ଜିଂ କ୍ରିକେଟର

ଦୁବାଇ,୨୨।୧(ପି.ଟି.)- ଭାରତର ଉଦୀୟମାନ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ନାମ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟର ପରିଷଦ (ଆଇସିସି) ପକ୍ଷରୁ ଏମିର୍ଜିଂ ପ୍ଲେୟର ଅଫ୍‌ ଇୟର ପୁରସ୍କାର ଲାଗି ଘୋଷଣା କରାଯାଇଛି। 

‘ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବେ କୋହଲି’

‘ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବେ କୋହଲି’

କରାଚୀ,୨୨।୧- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସମସ୍ତ ରେକର୍ଡକୁ ବିରାଟ କୋହଲି ଭାଙ୍ଗି ଦେବେ। ଏଭଳି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନ ପୂର୍ବତନ ବ୍ୟାଟ୍ସମ୍ୟାନ ଜାହିର ଆବାସ। 

ଜ୍ୟାକବଙ୍କ ସହାୟତା ଲାଗି ବ୍ଲାଙ୍କ ଚେକ୍‌

ଜ୍ୟାକବଙ୍କ ସହାୟତା ଲାଗି ବ୍ଲାଙ୍କ ଚେକ୍‌

ଭଦୋଦରା, ୨୨।୧- ମୃତ୍ୟୁ ସହ ସଂଘର୍ଷ କରୁଥିବା ପୂର୍ବତନ କ୍ରିକେଟର ଜ୍ୟାକବ ମାର୍ଟିନଙ୍କୁ ଆର୍ଥିକ ସହାୟତା କରିବା ଲାଗି ବହୁ  ବର୍ତ୍ତମାନ ଓ ପୂର୍ବତନ ଭାରତୀୟ କ୍ରିକେଟର ହାତ ବଢ଼ାଇଛନ୍ତି। 

କ୍ରିକେଟରେ ଅଜବ ରେକର୍ଡ: ଯାହା ଭାଙ୍ଗିବା କଷ୍ଟ

କ୍ରିକେଟରେ ଅଜବ ରେକର୍ଡ: ଯାହା ଭାଙ୍ଗିବା କଷ୍ଟ

ଖେଳରେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହେଉଥିବାର ନଜିର ରହିଛି। କିନ୍ତୁ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ରହିଛି ଯାହା ଆଜି ବି କାଏମ ରହିଛି। ସେମିତି କିଛି ରେକର୍ଡ ସମ୍ପର୍କରେ....

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ହେକି ଖଳାଳି ଭାବେ ମେଜର ଧ୍ୟାନ ଚାନ୍ଦ ଜଣାଶୁଣା। ଏହି କିମ୍ବଦନ୍ତୀ ଭାରତୀୟ ଖେଳାଳିଙ୍କୁ କେବଳ ଭାରତରେ ନୁହେଁ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ହକି ଗୁରୁ ଭାବେ ଗ୍ରହଣ କରାଯାଏ।

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଦୁବାଇ,୨୨।୧(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଆଇସିସି ବାର୍ଷିକ ପୁରସ୍କାରରେ କ୍ଲିନ ସୁଇପ୍‌ କରିଛନ୍ତି।

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଦୁବାଇ,୨୨।୧(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୨୦୧୮ ବର୍ଷର ଶ୍ରେଷ୍ଠ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଭାରତୀୟ ବ୍ୟାଟିଂ ବିଭାଗର ମେରୁଦଣ୍ଡ ବିରାଟ କୋହଲିଙ୍କୁ ଉଭୟ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି।  

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ମେଲବୋର୍ନ,୨୨।୧- କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଖେଳାଳି ରୋଜର ଫେଡରର ଆଗାମୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଖେଳିବେ।

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ (୫,୮୯୫ ମି/୧୯,୩୪୦ ଫୁଟ) ଆରୋହଣ କରିବେ ଓଡ଼ିଶାର ଦୁଇ ପର୍ବତାରୋହି ପ୍ରତିଭା କୁଶ ଆର୍ଲବ ଓ ଲିପିକା ସେଠ୍‌। ଏହି ଅଭିଯାନରେ କୋରାପୁଟ ଜିଲାର କୁଶ ଓ ବରଗଡ଼ର ଲିପିକା ସୋମବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛନ୍ତି। କୁଶ ଓ ଲିପିକାଙ୍କୁ ବିଦାୟ ଜଣାଇବା ପାଇଁ ଏଠାରେ ଏକ ଫ୍ଲାଗ୍‌ ଅଫ୍‌ ସେରିମନି ଆୟୋଜନ ହୋଇଥିଲା।