ରାଜ୍ୟ |

କଂଗ୍ରେସ କନ୍ଦଳ: ପିସିସି ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନା ବାଦ୍‌

କଂଗ୍ରେସ କନ୍ଦଳ: ପିସିସି ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନା ବାଦ୍‌

ଭୁବନେଶ୍ୱର,୬।୧୨(ବ୍ୟୁରୋ)- ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତ ଜେନା ବାଦ୍‌ ପଡିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ପ୍ରସ୍ତାବକୁ ଏଆଇସିସିର ଅନୁମୋଦନ ମିଳିଛି। ତାଙ୍କ ବଦଳରେ ନିରଞ୍ଜନଙ୍କ ନିକଟତର ଗଣେଶ୍ୱର ବେହେରାଙ୍କୁ ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ଗଣେଶ୍ୱର ଏଥିପାଇଁ ପିସିସି ସଭାପତି ପଟ୍ଟନାୟକ ଏବଂ ଏଆଇସିସିକୁ ଧନ୍ୟବାଦ ଦେଇଛନ୍ତି। ସେହିପରି ଇସ୍ତାହାର କମିଟିର ସଂଯୋଜକ ଥିବା ଶରତ ରାଉତଙ୍କୁ ମଧ୍ୟ ପଦରୁ ହଟାଯାଇଛି। ପଶ୍ଚିମବଙ୍ଗର ପ୍ରଭାରୀ ଦାୟିତ୍ୱରେ ଥିବାରୁ ତାଙ୍କୁ ପଦରୁ ଅବ୍ୟାହତି ଦିଆଯାଇଥିବା ଶରତ କହିଛନ୍ତି। ସେହିପରି କଂଗ୍ରେସ ନେତା ଅଶୋକ ଗେହଲଟଙ୍କ ଜରିଆରେ ଜାରି କରାଯାଇଥିବା ଇସ୍ତାହାର କମିଟି ତାଲିକାକୁ ନେଇ ମଧ୍ୟ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ସେଥିରେ ଶ୍ରୀକାନ୍ତଙ୍କ ସ୍ଥାନରେ ଗଣେଶ୍ୱରଙ୍କୁ ଦାୟିତ୍ୱ ଯିବା ନେଇ ଉଲ୍ଲେଖ କରା ଯାଇଛି। ହେଲେ ନୂଆ ସଂଯୋଜକଙ୍କୁ କରାଯାଇଥିବା ବିସ୍ମୟ ମହାପାତ୍ରଙ୍କୁ ଶରତଙ୍କ ବଦଳରେ  କରାଯାଇଥିବା ଉଲ୍ଲେଖ ନାହିଁ।

ଜଣେ ପୂର୍ବତନ କଂଗ୍ରେସ ଏମ୍‌ପି କହିଛନ୍ତି ଯେ, ଲଗାତାର ଭାବେ ଖଣି ପ୍ରସଙ୍ଗ  ଉପସ୍ଥାପନ କରିବା ହିଁ ଶ୍ରୀକାନ୍ତଙ୍କୁ କାଳ ହେଲା। ସେହିପରି ଜଣେ ପଟ୍ଟନାୟକ ପରିବାରରୁ ପିସିସି ସଭାପତି ଥିବା ବେଳେ ବହୁଜନ ବର୍ଗରୁ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥି ଦାବି କରିବା ହିଁ ତାଙ୍କୁ ପଦଚ୍ୟୁତ କରିବାର ମୁଖ୍ୟ କାରଣ। ସେହିପରି ଶ୍ରୀକାନ୍ତଙ୍କ ବିଦା ହେବା ପରେ ନିରଞ୍ଜନ , ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଶିବିରରେ ଉତ୍ସାହ ବୃଦ୍ଧି ପାଇଛି। ଏହା ପରେ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଦଳରୁ ବିଦା କରିବା, ତାଙ୍କ ସମର୍ଥନରେ ଖୋଲାଖୋଲି ବାହାରି ଥିବା ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସଙ୍କୁ ଅଡୁଆରେ ପକାଇବା ପାଇଁ ଯୋଜନା ଚାଲିିଛି। ଦୁଇଦିନ ତଳେ ପିସିସି ପିଏମ୍‌ଓ ଗସ୍ତ କରିବା ବାହାନାରେ ଦିଲ୍ଲୀରେ ଏହି ସବୁ  ଆଲୋଚନା ହୋଇଥିବା ଜନୈକ ସମ୍ପାଦକ କହିଛନ୍ତି। ଉକ୍ତ କମିିଟିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର, ଶ୍ୟାମସୁନ୍ଦର ହାଁସଦା, ମେରୀ ସୂରିନ୍‌ , ନଟବର ଖୁଣ୍ଟିଆ, ଲିୟାକତ ଅଲ୍ଲା, ସତ୍ୟପ୍ରକାଶ ନାୟକ ଏବଂ ସୁଦର୍ଶନ ଦାସ ପ୍ରମୁଖ ସ୍ଥାନ ପାଇଛନ୍ତି। ୫ଟି ରାଜ୍ୟର ଫଳାଫଳ ପରେ କୃଷ୍ଣ ଏବଂ ଶ୍ରୀକାନ୍ତଙ୍କୁ ଦଳରୁ ବିଦା କରିବା ପାଇଁ ଯୋଜନାରେ ଚୂଡାନ୍ତ ରୂପ ଦିଆଯିବ। ରାଜସ୍ଥାନ ନିର୍ବାଚନରେ ବ୍ୟସ୍ତ ଥିବା ଜିତେନ୍ଦ୍ରଙ୍କ ପ୍ରତ୍ୟାବର୍ତ୍ତନ ପରେ ଏହି ସବୁ କାର୍ଯ୍ୟ କରାଯିବ ବୋଲି ସୂତ୍ରରୁ ପ୍ରକାଶ। ଇସ୍ତାହାର କମିଟିରୁ ବିଦା ହେବା ପରେ ଶ୍ରୀକାନ୍ତ କହିଛନ୍ତି ଯେ, ପଦପଦବୀ ମୋତେ ପରିଚୟ ଦେଇନି। ବହୁଜନଙ୍କ ରାଜନୈତିକ ଅଧିକାର ,ଖଣି ମାଫିଆଙ୍କ ଗିରଫଦାରୀ ଏବଂ ସମ୍ପତ୍ତି ବ୍ୟାଜାପ୍ତି କଥା ଇସ୍ତାହାରରେ ରଖିବା ପାଇଁ କହିଥିଲି। ୫୨ ପ୍ରତିଶତ ପଛୁଆ ବର୍ଗଙ୍କ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲି। ଏହା  ଯଦି ଭୁଲ୍‌ ତେବେ ଅଧ୍ୟକ୍ଷ ପଦ ଯିବା ତାଙ୍କ ନୈତିକତା ଦୃଷ୍ଟିରୁ ଗ୍ରହଣୀୟ ବୋଲି ଶ୍ରୀକାନ୍ତ କହିଛନ୍ତି।

All Right Reserved By

ରାଜ୍ୟ |

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ଜାତୀୟ ରାଜପଥ ୫୨୦ର ରିମୁଳିଠାରୁ କୋଇଡା ପର୍ଯ୍ୟନ୍ତ ଚାରିଲେନ୍‌ ରାସ୍ତା କାମ ଚାଲୁ ରହିଛି। ଏହି କାମ ପାଇଁ ପ୍ରଥମେ ୨୦୧୧ ମସିହାରେ ଟେଣ୍ଡର ହୋଇଥିଲା।

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ମୌଳିକ ସୁବିଧାରୁ ବଞ୍ଚିତ ବାଂଶପାଳ ବ୍ଲକର କେନ୍ଦୁଘାଟି ଓ କାଶିଆ ଗ୍ରାମର ଲୋକମାନେ ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବା ସହ ପ୍ରଚାର ପାଇଁ ନେତାଙ୍କୁ ଗ୍ରାମରେ ପୂରାଇ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି। 

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

କପ୍ତିପଦା,୨୦ା୩ (ଡି.ଏନ.ଏ)- ମଣ୍ଡି ଠିକ୍‌ ସମୟରେ ଖୋଲୁନି। ଖୋଲିଲେ ବି ଚାଷୀଙ୍କ ଧାନ କିଣାଯାଉନି। ମିଲର ଏବଂ ପ୍ରଶାସନର ଭିତିରି ସମ୍ପର୍କ ହେତୁ ଚାଷୀଙ୍କ ଧାନ ମଣ୍ଡିରେ କିଣାଯାଉନି ।

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ତିହିଡ଼ି, ୨୦।୩ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସେବା ସମବାୟ ସମିତିରେ ୧ ହଜାର ବସ୍ତା ଧାନ ପଡ଼ିରହିଛି। ମିଲର ଧାନ ଉଠାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।

ସ୍ବଂୟ ସହାୟିକା ସଭାନେତ୍ରୀଙ୍କଠାରୁ ଟଙ୍କା ଲୁଟ୍‌

ସ୍ବଂୟ ସହାୟିକା ସଭାନେତ୍ରୀଙ୍କଠାରୁ ଟଙ୍କା ଲୁଟ୍‌

ବଇଣ୍ଡା, ୨୦ା୩(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ବଇଣ୍ଡା ଚନ୍ଦନ ପୋଖରୀ ନିକଟରେ ଥିବା ସାହୁ ଲେଡିଜ କର୍ଣ୍ଣରଠାରୁ ଆନନ୍ଦମୁଣ୍ଡା ଗ୍ରାମ ମା’ ମହାଲକ୍ଷ୍ମୀ ସ୍ବଂୟ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଲକିନ ସାହୁ(୨୪)ଙ୍କଠାରୁ ୧ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ହୋଇଛି। 

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ବଳଙ୍ଗା,୨୦।୩(ଡି.ଏନ୍‌.ଏ.): ବଳଙ୍ଗା ଥାନା ଅନ୍ତର୍ଗତ ସାଇଁଶଶାସନ ପଞ୍ଚାୟତ ଭଗବତୀପୁର ଗ୍ରାମର ଶରତ କୁମାର ରଥ (ଟୁଟୁ) ୫୨ ବର୍ଷ ଧାନକଳ ଚଳାଉ ଥିବାବେଳେ  ଅସାବଧାନତା ବଶତଃ କଳ ଫିତାରେ ହାତ ଏବଂ ମୁଣ୍ଡ ପଶିଯାଇଥିଲା।

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ବାଲିଅନ୍ତା,୨୦।୩(ଡି.ଏନ୍‌.ଏ.):  ବାଲିଅନ୍ତା ଥାନା ଅଧୀନ ବେଣୁପୁର ମୌଜା ବିଲଗହୀରରେ ମାଟି ଖୋଳା କାର୍ଯ୍ୟରେ ନିୟୋଜିତ ଥିବା ଏକ ଜେସିବି ମେଶିନକୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। 

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଲୋଇସିଂହା,୨୦।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। 

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ରିଆମାଳ,୨୦।୩ (ଡି.ଏନ.ଏ.): ଦେବଗଡ଼ ଜିଲା ରିଆମାଳ ହାଟ ପଡ଼ିଆଠାରେ ବିଜେଡି ପକ୍ଷରୁ ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା