ରାଜ୍ୟ |

ସିଏମ୍‌ସିର ୩୮ତମ କାଉନ୍‌ସିଲ ବୈଠକ: ସମସ୍ୟାକୁ ନେଇ ଉଠିଲା ମିଳିତ ସ୍ବର

ସିଏମ୍‌ସିର ୩୮ତମ କାଉନ୍‌ସିଲ ବୈଠକ: ସମସ୍ୟାକୁ ନେଇ ଉଠିଲା ମିଳିତ ସ୍ବର

କଟକ ଅଫିସ,୬।୧୨- କଟକ ମହାନଗର ନିଗମ (ସିଏମ୍‌ସି)ର ୩୮ତମ କାଉନ୍‌ସିଲ ବୈଠକ ଗୁୁରବାର ଚୌଧୁରୀ ବଜାରସ୍ଥିତ ବିଜୁ ଭବନରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବଠାରୁ ଏହି ବୈଠକ ସମ୍ପୂର୍ଣ୍ଣ ଭିନ୍ନ ଥିଲା। କାର୍ଯ୍ୟକାଳ ସରି ଆସୁଥିବାବେଳେ ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏହାକୁ ନେଇ ବୈଠକ ଆରମ୍ଭରୁ ବେଶ୍‌ ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ଏହା ଭିତରେ ବିଭିନ୍ନ ସମସ୍ୟାକୁ ନେଇ ଉଠିଥିଲା ମିଳିତ ସ୍ବର। ଶାସକ ଓ ବିରୋଧୀ ଦଳର କର୍ପୋରେଟରମାନେ ଶୌଚାଳୟ, ରାଶନ କାର୍ଡ, ଏଲ୍‌ଇଡି ଲାଇଟ୍‌, ଜାଇକା ପ୍ରକଳ୍ପ ଆଦି ବିଷୟରେ ବହୁ ଅଭିଯୋଗ ଆଣିଥିଲେ। ବିଶେଷକରି ଅଧପନ୍ତରିଆ ରହିଥିବା ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏସବୁର ଲମ୍ବା ତାଲିକା ମେୟର ଓ କମିଶନରଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଏହା ଉପରେ ବହୁ ସମୟ ଧରି ଆଲୋଚନା ହୋଇଥିଲା। ତେବେ ବେଆଇନ ହୋର୍ଡିଂକୁ ନେଇ ଅଳ୍ପ କିଛି ସମୟ ପାଇଁ ଗରମାଗରମ ଆଲୋଚନା ହୋଇଥିଲା। ସିଏମ୍‌ସି ଲାଇସେନ୍ସ ଷ୍ଟାଣ୍ଡିଂ କମିଟି କର୍ମକର୍ତ୍ତା ଓ ହୋର୍ଡିଂ ଏଜେନ୍ସି କର୍ମଚାରୀଙ୍କ ଭିତିରି ବୁଝାମଣା ଯୋଗୁ ସହରସାରା ବେଆଇନ ହୋର୍ଡିଂ ଲାଗୁଛି। ଏବାବଦରେ ସିଏମ୍‌ସି କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି ବୋଲି କଂଗ୍ରେସ କର୍ପୋରେଟରମାନେ ଅଭିଯୋଗ ଆଣିଥିଲେ। ମେୟର ମିନାକ୍ଷୀ ବେହେରା ଅଭିଯୋଗକୁ ଗୁରୁତ୍ୱ ଦେବା ସହ କହିଲେ, ଆସନ୍ତା ୫ ତାରିଖ ମଧ୍ୟରେ ବେଆଇନ ହୋର୍ଡିଂକୁ ସିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯିବ।  ନିୟମ ଖିଲାପକାରୀ ସଂସ୍ଥାଗୁଡିକୁ ହୋର୍ଡିଂ ଟେଣ୍ଡର ପ୍ରକ୍ରିୟାରୁ ବାଦ୍‌ ଦିଆଯିବ ବୋଲି କହିଥିଲେ।

ତେବେ ଏହି ଆଲୋଚନା ଭିତରେ ଡେପୁଟି ମେୟର ଅଜୟ ବାରିକଙ୍କ ବଣଭୋଜି ପ୍ରସ୍ତାବ ବୈଠକକୁ ରୋଚକ ମୋଡ଼ ଦେଇଥିଲା। କାର୍ଯ୍ୟକାଳ ଶେଷ ହୋଇ ଆସିଲାଣି, ତେଣୁ ସମସ୍ତେ ମିଶି ବଣଭୋଜି କରିବା ସହ ଗ୍ରୁପ ଫଟୋ ସେଶନ କରିବାକୁ ପ୍ରସ୍ତାବ ରଖିଥିଲେ। କିନ୍ତୁ କାର୍ଯ୍ୟକାଳ ସରିବାଟା ଚିନ୍ତା ନୁହେଁ, ବରଂ ବର୍ଷ ବର୍ଷ ଧରି ସମସ୍ୟା ଦୂର ହେଉ ନ ଥିବାରୁ ଆସନ୍ତା ନିର୍ବାଚନରେ ପୁଣି ଭୋଟ ମାଗିବାକୁ ଗଲେ ଲୋକେ କିପରି ଦୃଷ୍ଟିରେ ଦେଖିବେ ବୋଲି ବହୁ କର୍ପୋରେଟରଙ୍କୁ ଚିନ୍ତା ଘାରିଥିବା କର୍ପୋରେଟର ଗିରିବାଳା ବେହେରା କହିଥିଲେ। ଏହି ବୈଠକରେ ଆଉ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ପୂର୍ବର ବୈଠକରେ ସବୁବେଳେ ମୁହାଁମୁହିଁ ହେଉଥିବା ବିଜେଡି କର୍ପୋରେଟର

ରମଜାନ ଖାନ୍‌ ଏବଂ କଂଗ୍ରେସ କର୍ପୋରେଟର ଅରୁଣ ସେଠୀ ଏଥର ସମସ୍ୟା ଓ ଦୁର୍ନୀତି ବିରୋଧରେ ଏକାଠି ସ୍ବର ଉଠାଇଥିଲେ। 

All Right Reserved By

ରାଜ୍ୟ |

ଠିକା ସଂସ୍ଥା ସାମଗ୍ରୀ ଚୋରି, ଅଭିଯୁକ୍ତ ଗିରଫ

ଠିକା ସଂସ୍ଥା ସାମଗ୍ରୀ ଚୋରି, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୮ା୧(ବ୍ୟୁରୋ)- ଖାରବେଳନଗର ଥାନା ଅଞ୍ଚଳରେ ଏକ ଠିକାସଂସ୍ଥାର କାମ ଚାଲିଥିବା ବେଳେ ଇଲେକ୍ଟ୍ରି କେବୁଲ ଏବଂ ଯନ୍ତ୍ରପାତି ଚୋରି କରିନେଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। 

ନିଅଁ।ରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ଡାକ୍ତରଖାନା ନେବାରେ ଅବହେଳା କରିଥିବାରୁ ସ୍ବାମୀ ଗିରଫ

ନିଅଁ।ରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ଡାକ୍ତରଖାନା ନେବାରେ ଅବହେଳା କରିଥିବାରୁ ସ୍ବାମୀ ଗିରଫ

ଭୁବନେଶ୍ୱର, ୧୮।୧(ବ୍ୟୁରୋ)- ଚନ୍ଦ୍ରଶେଖରପୁର ଥାନା ବିରୁବାସା ବସ୍ତିରେ କୁକୁଡ଼ା ପୋଡ଼ୁଥିବାବେଳେ ମାନି ପ୍ରଧାନ ନାମ୍ନୀ ମହିଳା ନିଅଁାରେ ପୋଡ଼ିଯାଇ ପ୍ରାଣ ହରାଇଥିଲେ।

‘ମୋ ସ୍କୁଲ’ ଯୋଜନା: ୧୬ ଜିଲାର ୧୩୯୮ ବିଦ୍ୟାଳୟ ସାମିଲ

‘ମୋ ସ୍କୁଲ’ ଯୋଜନା: ୧୬ ଜିଲାର ୧୩୯୮ ବିଦ୍ୟାଳୟ ସାମିଲ

ଭୁବନେଶ୍ୱର, ୧୮।୧(ବ୍ୟୁରୋ)- ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ-ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ଯୋଜନାର ସପ୍ତମ ପର୍ଯ୍ୟାୟରେ ୧୬ ଜିଲାର ୧୩୯୮ ବିଦ୍ୟାଳୟ ସାମିଲ ହୋଇଛନ୍ତି।

‘ପିଠା’ କାର୍ଯ୍ୟକ୍ରମର ସ୍ଥାନ ନିରୂପଣକୁ ନେଇ ବିବାଦ: ସରପଞ୍ଚଙ୍କୁ ଉପେକ୍ଷା ଅଭିଯୋଗ

‘ପିଠା’ କାର୍ଯ୍ୟକ୍ରମର ସ୍ଥାନ ନିରୂପଣକୁ ନେଇ ବିବାଦ: ସରପଞ୍ଚଙ୍କୁ ଉପେକ୍ଷା ଅଭିଯୋଗ

ଆରଡ଼ି, ୧୮।୧ (ଡି.ଏନ.ଏ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ପାଳସାହି ପଞ୍ଚାୟତରେ ‘ପିଠା’ କାର୍ଯ୍ୟକ୍ରମକୁ ନେଇ ବିବାଦ ଦେଖାଦେଇଛି। ଶୁକ୍ରବାର କାର୍ଯ୍ୟକ୍ରମରେ ବିଭ୍ରାଟ ସୃଷ୍ଟି ହୋଇଛି। 

କୃଷିଜାତ ଦ୍ରବ୍ୟ ପ୍ରଦର୍ଶନ କଲେ ୨୨୭ଚାଷୀ

କୃଷିଜାତ ଦ୍ରବ୍ୟ ପ୍ରଦର୍ଶନ କଲେ ୨୨୭ଚାଷୀ

ଗୁଡ଼ଭେଲା,୧୮।୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଳକ ଅର୍ନ୍ତଗତ ତେନ୍ତୁଲିଖୁଣ୍ଟି ଗ୍ରାମ ମକର ମେଳା ପଡ଼ିଆରେ ଗତ ଛଅ ଦିନ ଧରି ଚାଲିଥିବା  ୫୨ତମ ଗା୍ରମ ପଞ୍ଚାୟତସ୍ତରୀୟ ମକର ମେଳା ଗୁରୁବାର ରାତିରେ ଉଦଯାପିତ ହୋଇଯାଇଛି ।

କଂଗ୍ରେସ ନିରଞ୍ଜନଙ୍କ ପୈତୃକ ସମ୍ପତ୍ତି ନୁହେଁ, ସେ ଦଳକୁ ଶେଷ କରିବାକୁ ଚାହୁଁଛନ୍ତି: ଶଗରିଆ

କଂଗ୍ରେସ ନିରଞ୍ଜନଙ୍କ ପୈତୃକ ସମ୍ପତ୍ତି ନୁହେଁ, ସେ ଦଳକୁ ଶେଷ କରିବାକୁ ଚାହୁଁଛନ୍ତି: ଶଗରିଆ

ଭୁବନେଶ୍ୱର,୧୮।୧(ବ୍ୟୁରୋ): କଂଗ୍ରେସ ଦଳ ଭିତରେ କନ୍ଦଳ ବଢ଼ିବାରେ ଲାଗିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟରେ ବିବାଦ ଥମିବାର ନା’ ନେଉନାହିଁ। ଉଭୟ ଏବେ ମୁହାଁମୁହିଁ ହୋଇଛନ୍ତି। ବିଶୃଙ୍ଖଳିତ ଆଚରଣ ଲାଗି ଆସନ୍ତା ନିର୍ବାଚନରେ ସଗରିଆଙ୍କୁ ଦଳୀୟ ଟିକେଟ ମିଳିବ ନାହିଁ ବୋଲି ନିରଞ୍ଜନ କହିବା ପରେ ସଗରିଆ ଶୁକ୍ରବାର ନିଜର ମତ ରଖିଛନ୍ତି। 

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧ,ବାସଭବନରେ ବାନ୍ଧିଲେ ଚୁଡ଼ି

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧ,ବାସଭବନରେ ବାନ୍ଧିଲେ ଚୁଡ଼ି

ଭୁବନେଶ୍ୱର,୧୮।୧(ବ୍ୟୁରୋ): ପିପିଲି ଗଣବଳାତ୍କାର ମାମଲା ଓ ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନାକୁ ବିରୋଧ କରିଆସୁଛି ଭାଜପା। ଏହି କ୍ରମରେ ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଅଭିନବ ଉପାୟରେ ବିରୋଧ କରାଯାଇଛି।

କୋଣାର୍କ ସୂର୍ଯ୍ୟମନ୍ଦିର ହାତୀ ଦ୍ୱାରରୁ ଖସି ପଡ଼ି ପର୍ଯ୍ୟଟକ ଗୁରୁତର

କୋଣାର୍କ ସୂର୍ଯ୍ୟମନ୍ଦିର ହାତୀ ଦ୍ୱାରରୁ ଖସି ପଡ଼ି ପର୍ଯ୍ୟଟକ ଗୁରୁତର

କୋଣାର୍କ,୧୮।୧(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା ଛତିଶଗଡ଼ କବିର ଜିଲାର ଜଣେ ପର୍ଯ୍ୟଟକ ମନ୍ଦିର ହାତୀ ଦ୍ୱାରରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଭାଗେଲାରାମ।

ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ, ନଷ୍ଟକଲେ ଅମଳ ଫସଲ

ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ, ନଷ୍ଟକଲେ ଅମଳ ଫସଲ

ହିଞ୍ଜିଳିକାଟୁ,୧୮।୧(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ବ୍ଲକ ପଲ୍ଲୀ ପଦ୍ମନାଭପୁର ଗ୍ରାମରେ ଶୁକ୍ରବାର ସକାଳେ ୧୨ଟି ବଣୁଆ ହାତୀ ପ୍ରବେଶ କରିଛନ୍ତି। ଦିଗପହଣ୍ଡି ରେଞ୍ଜ ବନାଞ୍ଚଳରୁ ଏହି ହାତୀପଲ ଗୁରୁବାର ରାତିରେ ପ୍ରବେଶ କରିଥିବା ବନ ବିଭାଗ କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ଶ୍ରୀମନ୍ଦିର ସୁରକ୍ଷା ପାଇଁ ୩ ଥାକିଆ ସାହାଯ୍ୟ ବ୍ୟବସ୍ଥା

ଶ୍ରୀମନ୍ଦିର ସୁରକ୍ଷା ପାଇଁ ୩ ଥାକିଆ ସାହାଯ୍ୟ ବ୍ୟବସ୍ଥା

ପୁରୀ ଅଫିସ, ୧୮।୧: ଶ୍ରୀମନ୍ଦିର ନୀତିକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିବା ଲାଗି ମନ୍ଦିର ପ୍ରଶାସନ ତିନି ଥାକିଆ ତଦାରଖ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। 

କଂଗ୍ରେସ ଛାଡିଲେ ଯୋଗେଶ ସିଂହ

କଂଗ୍ରେସ ଛାଡିଲେ ଯୋଗେଶ ସିଂହ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂହ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଗୁରୁବାର ତାଙ୍କୁ ଏଆଇସିସି ନିଷ୍ପତ୍ତିକ୍ରମେ ପିସିସି ଶୃଙ୍ଖଳା କମିଟି ତାଙ୍କୁ ନିଲମ୍ବନ କରିଥିଲା।

ଚକୋଲେଟ ଦେବାକୁ ଡାକିନେଇ  ୭ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କଲେ ଦାଦା

ଚକୋଲେଟ ଦେବାକୁ ଡାକିନେଇ ୭ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କଲେ ଦାଦା

ଛେଣ୍ଡିପଦା,୧୮।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା  ଅଞ୍ଚଳରେ ଜଣେ ୭ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କରାଯାଇଥିବା ନେଇ ଗୁରୁବାର ଥାନାରେ ଅଭିଯୋଗ ହୋଇଛି।