ଖେଳ | ବାଲେଶ୍ୱର

କ୍ରିକେଟ ଟୁର୍ନାମେଣ୍ଟ: ଷାଠିବାଙ୍କୁଡ଼ା ରାଇଜିଂଷ୍ଟାରକୁ ଟ୍ରଫି

କ୍ରିକେଟ ଟୁର୍ନାମେଣ୍ଟ: ଷାଠିବାଙ୍କୁଡ଼ା ରାଇଜିଂଷ୍ଟାରକୁ ଟ୍ରଫି

ଆରଡ଼ି, ୬।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡ଼ି ସନ୍ନିକଟ କୁଳେଇପଦା ଖେଳପଡ଼ିଆରେ ଦୁଇଦିନ ଧରି ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଥିଲା ଫାଇନାଲ ମ୍ୟାଚ୍‌। କେ.କେ. ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ ୧୬ ଟିମ୍‌ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ୍‌ରେ ଷାଠିବାଙ୍କୁଡାର ରାଇଜିଂଷ୍ଟାର ଟିମ୍‌ ବିଜୟୀ ହୋଇଛି। ମଙ୍ଗଳପୁର ୟୁବା ଓ୍ବାରିୟର୍‌ସ ଓ ରାଇଜିଂଷ୍ଟାର ଟିମ୍‌ ମଧ୍ୟରେ ଫାଇନାଲ ମ୍ୟାଚ୍‌ ହୋଇଥିଲା। ରାଇଜିଂଷ୍ଟାର ୪୦ ରନ୍‌ ସଂଗ୍ରହ କରିଥିଲା। ୪୧ ରନ୍‌ ବିଜୟ ଲକ୍ଷ୍ୟରେ ମଙ୍ଗଳପୁର ୧୭ ରନ୍‌ରେ ସମସ୍ତ ଉଇକେଟ ହରାଇ ପରାଜିତ ହୋଇଥିଲା। ପରେ କ୍ଲବର ବରିଷ୍ଠ ସଭ୍ୟ ଅମରେନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା। କ୍ରିକେଟର ଜୟନ୍ତ ନାୟକ ଶୁଭମ ନାୟକଙ୍କୁ ‘ମ୍ୟାନ ଅଫ୍‌ ଦି ସିରିଜ୍‌’ ଟ୍ରଫି ପ୍ରଦାନ କରିଥିଲେ। ସାମାଜିକ କର୍ମୀ ଦୀପ୍ତିରଞ୍ଜନ ନାୟକ ମଙ୍ଗଳପୁର ଟିମ୍‌କୁ ରନର୍ସଅପ୍‌ ଓ ଆରଡ଼ି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ ରାଇଜିଂଷ୍ଟାରକୁ ଉଇନର ଟ୍ରଫି ପ୍ରଦାନ କରିଥିଲେ। କ୍ଲବ ତରଫରୁ ସଞ୍ଜୟ ବାରିକ ଓ ସ୍ମୃତିରଞ୍ଜନ ବିଶ୍ୱାଳ ମ୍ୟାଚ୍‌ ପରିଚାଳନା କରିଥିଲେ। ଅମରେନ୍ଦ୍ର ବିଶ୍ୱାଳ, ଜ୍ୟୋତିପ୍ରକାଶ ବିଶ୍ୱାଳ, ଦିଲୀପ ଶେଖର ନାୟକ, ଆକାଶ ନାୟକ, ଭବାନୀ ଶଙ୍କର ନାୟକ, ସୁବ୍ରତ ନାୟକ, ଜୀବନ ବିଶ୍ୱାଳ ପ୍ରମୁଖ ସହାୟତା କରିଥିଲେ।

All Right Reserved By

ଖେଳ | ବାଲେଶ୍ୱର

ହକି ବିଶ୍ୱକପ କ୍ବାର୍ଟର ଫାଇନାଲ:  ଭାରତର ପ୍ରତିଦ୍ୱନ୍ଦ୍ୱୀ ନେଦରଲାଣ୍ଡ୍ସ

ହକି ବିଶ୍ୱକପ କ୍ବାର୍ଟର ଫାଇନାଲ: ଭାରତର ପ୍ରତିଦ୍ୱନ୍ଦ୍ୱୀ ନେଦରଲାଣ୍ଡ୍ସ

ଭୁବନେଶ୍ୱର, ୧୧।୧୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର କ୍ବାର୍ଟର ଫାଇନାଲରେ ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ମୁକାବିଲା ହେବ। ପୁଲ୍‌ ‘ସି’ର ଶୀର୍ଷ ଦଳଭାବେ ଭାରତ ସିଧାସଳଖ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବାବେଳେ ମଙ୍ଗଳବାର ଅନୁଷ୍ଠିତ ଅନ୍ତିମ କ୍ରସ୍‌ ଓଭର ମ୍ୟାଚରେ ନେଦରଲାଣ୍ଡ୍ସ ୫-୦ ଗୋଲରେ କାନାଡ଼ାକୁ ହରାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ଫଳରେ କାନାଡ଼ାର ଅଭିଯାନ ଶେଷ ହୋଇଛି। କ୍ରସ୍‌ ଓଭର ମ୍ୟାଚ ଶେଷ ହେବାପରେ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ ଲାଇନ୍‌ଅପ୍‌ ହୋଇ ଯାଇଛି। ଡିସେମ୍ବର ୧୨ରେ ଆର୍ଜେଣ୍ଟିନା-ଇଂଲଣ୍ଡ ପ୍ରଥମ, ଅଷ୍ଟ୍ରେଲିଆ-ଫ୍ରାନ୍ସ ଦ୍ୱିତୀୟ ଏବଂ ଡିସେମ୍ବର ୧୩ରେ ଭାରତ-ନେଦରଲାଣ୍ଡ୍ସ ତୃତୀୟ ଓ ଜର୍ମାନୀ-ବେଲଜିୟମ ମଧ୍ୟରେ ୪ର୍ଥ କ୍ବାର୍ଟର ଫାଇନାଲ ଅନୁଷ୍ଠିତ ହେବ।

ହକି ବିଶ୍ୱକପ୍‌ କ୍ରସ୍‌ଓଭର: ପାକିସ୍ତାନର ବିଦାୟ, ବେଲଜିୟମ-ଜର୍ମାନୀ କ୍ବାର୍ଟର ଫାଇନାଲ

ହକି ବିଶ୍ୱକପ୍‌ କ୍ରସ୍‌ଓଭର: ପାକିସ୍ତାନର ବିଦାୟ, ବେଲଜିୟମ-ଜର୍ମାନୀ କ୍ବାର୍ଟର ଫାଇନାଲ

ଭୁବନେଶ୍ୱର, ୧୧।୧୨(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ମଙ୍ଗଳବାର ଅନୁଷ୍ଠିତ କ୍ରସ୍‌ ଓଭର ମ୍ୟାଚରେ ବେଲଜିୟମ ୫-୦ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଫଳରେ ପାକିସ୍ତାନର ଅଭିଯାନ ଏହିଠାରୁ ଶେଷ ହୋଇଛି ଏବଂ ବେଲଜିୟମ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ଡିସେମ୍ବର ୧୩ରେ ବେଲଜିୟମ ଓ ଜର୍ମାନୀ ମଧ୍ୟରେ କ୍ବାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ପୁଲ୍‌‘ଡି’ରେ ଶୀର୍ଷସ୍ଥାନରେ ରହିଥିବାରୁ ଜର୍ମାନୀ ସିଧାସଳଖ କ୍ବାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ପାକିସ୍ତାନ ଗୋଟିଏ ହେଲେ ମ୍ୟାଚ ଜିତି ନ ପାରି ପ୍ରତିଯୋଗିତାରୁ ବିଦାୟ ନେଇଛି। ପୁଲ୍‌ ପର୍ଯ୍ୟାୟରେ ଦଳ ୩ଟି ମ୍ୟାଚ ଖେଳିଥିବାବେଳେ ୨ଟିରେ ପରାଜିତ ହୋଇଥିଲା ଏବଂ ଗୋଟିଏ ମ୍ୟାଚ ଡ୍ର ରଖିବାକୁ ସକ୍ଷମ ହୋଇଥିଲା।

ବିଜୁ ଯୁବ ବାହିନୀ କ୍ରିକେଟ : ବାନିପାଲି ଚାମ୍ପିୟନ

ବିଜୁ ଯୁବ ବାହିନୀ କ୍ରିକେଟ : ବାନିପାଲି ଚାମ୍ପିୟନ

ଲୋଇସିଂହା,୧୧।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବିଜୁ ଯୁବବାହିନୀ ପକ୍ଷରୁ ଲୋଇସିଂହା କଲେଜ ଖେଳ ପଡିଆରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟ  ଉଦ୍‌ଯାପିତ ହୋଇଯାଇଛି ।  ବିଜୁ ଯୁବ ବାହିନୀ ପକ୍ଷରୁ  ବ୍ଲକର ୨ ଗୋଟି ପଞ୍ଚାୟତର ୨୦ଟି କ୍ରିକେଟ ଦଳକୁ ନେଇ ସୋମବାରଠାରୁ ପ୍ରତିଯୋଗୀତା ଆରମ୍ଭ  ହୋଇଥିଲା ।

ତୀରନ୍ଦାଜ ଦୀପିକା-ଅତନୁଙ୍କ ନିର୍ବନ୍ଧ

ତୀରନ୍ଦାଜ ଦୀପିକା-ଅତନୁଙ୍କ ନିର୍ବନ୍ଧ

ରାଞ୍ଚି,୧୧।୧୨(ପି.ଟି.)- ଭାରତୀୟ ଆର୍ଚର ଦୀପିକା କୁମାରୀ ଓ ଅତନୁ ଦାସ ନିର୍ବନ୍ଧ ହୋଇଯାଇଛି। 

ଧୋନୀଙ୍କୁ ସମ୍ମାନିତ କଲେ ପନ୍ତ

ଧୋନୀଙ୍କୁ ସମ୍ମାନିତ କଲେ ପନ୍ତ

ପର୍ଥ,୧୧।୧୨(ପି.ଟି.)- ରେକର୍ଡଧାରୀ ଭାରତୀୟ ଉଇକେଟକିପର ରିଶଭ ପନ୍ତ ଭେଟେରାନ ମହେନ୍ଦ୍ର ସିଂ ଧୋନୀଙ୍କୁ ସମ୍ମାନିତ କରିଛନ୍ତି।

ବିରୁଷ୍କାଙ୍କ ବିବାହ ବାର୍ଷିକୀ

ବିରୁଷ୍କାଙ୍କ ବିବାହ ବାର୍ଷିକୀ

ମୁମ୍ବାଇ,୧୧।୧୨- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ମଙ୍ଗଳବାର ଏକ ବର୍ଷ ପୂରିଛି। 

ଭାରତ ଏ’ ଦଳର କ୍ଲିନ ସୁଇପ୍‌

ଭାରତ ଏ’ ଦଳର କ୍ଲିନ ସୁଇପ୍‌

ମାଉଣ୍ଟ ମାଉଙ୍ଗାନୁଇ,୧୧।୧୨- ଏଠାରେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ଭାରତ ଏ’ ୭୫ ରନ୍‌ରେ ଜିତି ନେଇଛି। 

ଶ୍ରୀଲଙ୍କା ଅଫ୍‌ ସ୍ପିନର ଦନଞ୍ଜୟ ବାସନ୍ଦ

ଶ୍ରୀଲଙ୍କା ଅଫ୍‌ ସ୍ପିନର ଦନଞ୍ଜୟ ବାସନ୍ଦ

ଦୁବାଇ,୧୧।୧୨- ଶ୍ରୀଲଙ୍କା ଦଳର ଅଫ୍‌ ସ୍ପିନର ଆକିଲା ଦନଞ୍ଜୟଙ୍କୁ ତ୍ରୁଟିପୂର୍ଣ୍ଣ ବୋଲିଂ ଶୈଳୀ ଯୋଗୁ ବାସନ୍ଦ କରାଯାଇଛି। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସୋମବାର କୁହାଯାଇଛି। 

ରୁଟ୍‌ଙ୍କୁ ଅତିକ୍ରମ କଲେ ପୂଜାରା

ରୁଟ୍‌ଙ୍କୁ ଅତିକ୍ରମ କଲେ ପୂଜାରା

ଦୁବାଇ,୧୧।୧୨- ଆଡିଲେଡ୍‌ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଶେଷ ହେବା ପରେ ଆଇସିସି ପକ୍ଷରୁ ଖେଳାଳିଙ୍କ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। 

ବିବିଏଲ୍‌ରେ ସ୍ବତନ୍ତ୍ର ଟସ୍‌  ବ୍ୟବସ୍ଥା

ବିବିଏଲ୍‌ରେ ସ୍ବତନ୍ତ୍ର ଟସ୍‌ ବ୍ୟବସ୍ଥା

ମେଲବୋର୍ନ,୧୧।୧୨- ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ଟୁର୍ନାମେଣ୍ଟ ତଥା ବିଗ୍‌ ବାଶ ଲିଗ୍‌ (ବିବିଏଲ)ର ଆୟୋଜକମାନେ ଏକ କୌତୂହଳପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 

ରାଜ୍ୟସ୍ତରୀୟ ଥ୍ରୋ ବଲ୍‌  ପ୍ରତିଯୋଗିତା ଉଦ୍‌ଯାପିତ

ରାଜ୍ୟସ୍ତରୀୟ ଥ୍ରୋ ବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ

ଜଟଣୀ,୧୧।୧୨(ଡି.ଏନ୍‌.ଏ): ଜଟଣୀ କୁଦିଆରୀରେ ଆୟୋଜିତ ରାଜ୍ୟସ୍ତରୀୟ ମହିଳାପୁରୁଷ ଥ୍ରୋ ବଲ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟ ଓ ଜଟଣୀ ଥ୍ରୋ ବଲ୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ୨୦ଟି ଜିଲାରୁ ପୁରୁଷ ଓ ୧୬ଟି ଜିଲାରୁ ମହିଳା ଥ୍ରୋ ବଲ ଦଳ ଅଂଶଗ୍ରହଣ କରିଥିଲେ। 

ସିକେ ନାଇଡୁ ଟ୍ରଫି: ରେଲୱେର ବିଶାଳ ସ୍କୋର : ସହିମ୍‌,ଦିନେଶଙ୍କ ଅପରାଜିତ ଶତକ

ସିକେ ନାଇଡୁ ଟ୍ରଫି: ରେଲୱେର ବିଶାଳ ସ୍କୋର : ସହିମ୍‌,ଦିନେଶଙ୍କ ଅପରାଜିତ ଶତକ

ସମ୍ବଲପୁର, ୧୧।୧୨ (ବ୍ୟୁରୋ)ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫି କ୍ରିକେଟ ମ୍ୟାଚର ତୃତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଭ୍ରମଣକାରୀ ରେଲୱେ ଦଳ ୩ ଉଇକେଟରେ ୪୦୨ ରନ ସଂଗ୍ରହ କରି ଦୃଢ଼ ସ୍ଥିତିରେ ରହିଛି ।