ଅପରାଧ | ଉପକୂଳ ଓଡିଶା

ବନ୍ୟପ୍ରାଣୀ ବିଭାଗ ତରଫରୁ ଚଢ଼ାଉ: ୩ ମୃତ ବିଦେଶୀ ପକ୍ଷୀ ଜବତ, ୨ ଗିରଫ

ବନ୍ୟପ୍ରାଣୀ ବିଭାଗ ତରଫରୁ ଚଢ଼ାଉ: ୩ ମୃତ ବିଦେଶୀ ପକ୍ଷୀ ଜବତ, ୨  ଗିରଫ

ଟାଙ୍ଗୀ(ଖୋର୍ଦ୍ଧା),୬ା୧୨(ଡି.ଏନ.ଏ.)-ଚିଲିକା ଉପକୂଳ ଭୁଷଣ୍ଡପୁର ରିଙ୍ଗ୍‌ ବନ୍ଧରେ ବନ୍ୟପ୍ରାଣୀ ବିଭାଗ ତରଫରୁ ଗୁରୁବାର ଅପରାହ୍ନରେ ଚଢ଼ାଉ  କରାଯାଇ ବନ୍ଧୁକ ସହ ୩ ମୃତ ପକ୍ଷୀ ଜବତ କରାଯାଇଛି । ଏ ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଜଣେ ହେଲେ ଆନ୍ଧ୍ରର ଇଛାପୁରମ୍‌ ଅଞ୍ଚଳର ଜନଥା ଆଜୁବ୍‌ ଓ ଅନ୍ୟଜଣକ ହେଉଛନ୍ତି ଗଞ୍ଜାମ ଜିଲା ଭିକାରୀପଲ୍ଲୀ ଅଞ୍ଚଳର ପି. ଗଣେଶ। ଭୁଷଣ୍ଡପୁର ବନ୍ୟପ୍ରାଣୀ ବିଭାଗର ବନପାଳ ମୀନା କୁମାରୀ ନାୟକ, ବନରକ୍ଷୀ ଭାନୁମତୀ ବେହେରା ଓ କର୍ମଚାରୀମାନେ ଚଢ଼ାଉରେ ସାମିଲ 

ଥିଲେ। ବିଦେଶୀ ପକ୍ଷୀଙ୍କ ମୃତଦେବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ୨ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯିବ ବନ୍ୟପ୍ରାଣୀ ଅଧିକାରୀ ସୁବାସ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। 

All Right Reserved By

ଅପରାଧ | ଉପକୂଳ ଓଡିଶା

ବାରିପଦା ସହରରେ ବଢ଼ୁଛି ଚୋରି ଓ ଲୁଟ ଘଟଣା: ସନ୍ଦେହରେ ୯ ଅଟକ

ବାରିପଦା ସହରରେ ବଢ଼ୁଛି ଚୋରି ଓ ଲୁଟ ଘଟଣା: ସନ୍ଦେହରେ ୯ ଅଟକ

ବାରିପଦା ଅଫିସ,୧୭।୧: ବାରିପଦା ସହରରେ କିଛି ଦିନ ହେବ ଚୋରି ଓ ଲୁଟ ମାମଲା ବୃଦ୍ଧି ପାଇଛି। ଟାଉନ ପୋଲିସ ପକ୍ଷରୁ ପାଟ୍ରୋଲିଂ ହେଉ ନ ଥିବାରୁ ଏଭଳି ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ ହେଉଥିଲା। ଏହାପରେ ପୋଲିସ ପକ୍ଷରୁ ସହରରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବା ପରେ ବୁଧବାର ରାତିରେ ପୋଲିସକୁ ସଫଳତା ମିଳିଛି। 

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ)- କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। 

କାନ୍ଦିବାରୁ ପ୍ରେମିକାଙ୍କ ଶିଶୁକୁ ପିଟିପିଟି ମାରିଦେଲେ ପ୍ରେମିକ

କାନ୍ଦିବାରୁ ପ୍ରେମିକାଙ୍କ ଶିଶୁକୁ ପିଟିପିଟି ମାରିଦେଲେ ପ୍ରେମିକ

ନୂଆଦିଲ୍ଲୀ, ୧୬।୧: ରାଜଧାନୀ ଦିଲ୍ଲୀର କାପସହେଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ୫ ବର୍ଷର ଶିଶୁ କାନ୍ଦିବାରୁ ତାଙ୍କ ମା’ଙ୍କ ପ୍ରେମିକ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣାକୁ ଚପାଇଦେବା ପାଇଁ ଯୁବକ ଜଣଙ୍କ ଶିଶୁଟିକୁ ଡାକ୍ତରଖାନା ନେଇଥିଲେ। 

ପତ୍ନୀଙ୍କ ସହ ହସିକି କଥା ହେବାରୁୁ ପରିବା ବିକ୍ରେତାଙ୍କ ବେକ କାଟିଲେ ସ୍ବାମୀ

ପତ୍ନୀଙ୍କ ସହ ହସିକି କଥା ହେବାରୁୁ ପରିବା ବିକ୍ରେତାଙ୍କ ବେକ କାଟିଲେ ସ୍ବାମୀ

ଜୟପୁର, ୧୬।୧: ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ସହ ଜଣେ ପରିବା ବିକ୍ରେତା ହସିକି ପଦେ କଥା ହେବାରୁ ତାଙ୍କ ବେକ କାଟି ଦେଇଛନ୍ତି ସ୍ବାମୀ। ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଘଟଣା: ତାରାତାରିଣୀ ପୀଠ ନିକଟ ଜଙ୍ଗଲରୁ ମିଳିଲା ମୃତଦେହ, ପଥରରେ ଛେଚି ହତ୍ୟା କରି ଫିଙ୍ଗିଥିଲେ ଅଭିଯୁକ୍ତ

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଘଟଣା: ତାରାତାରିଣୀ ପୀଠ ନିକଟ ଜଙ୍ଗଲରୁ ମିଳିଲା ମୃତଦେହ, ପଥରରେ ଛେଚି ହତ୍ୟା କରି ଫିଙ୍ଗିଥିଲେ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୧୬।୧: ଗଞ୍ଜାମ ଜିଲା ତାରାତାରିଣୀ ଶକ୍ତି ପୀଠ ନିକଟସ୍ଥ ଜଙ୍ଗଲରୁ ବ୍ରହ୍ମପୁର ଗୋଶାଣୀନୂଆଗାଁ ଥାନା ସଦାନନ୍ଦ ବିହାର ୭ମ ଲେନରୁ ଅପହୃତା ଅଂଶୁମାନ ଆଚାର୍ଯ୍ୟ(୭)ଙ୍କ ମୃତଦେହ ବୁଧବାର ପୋଲିସ ଉଦ୍ଧାର କରିଛି। 

ପ୍ରେମ ସମ୍ପର୍କକୁ ନେଇ ନାବାଳକଙ୍କୁ ହତ୍ୟା, ରାଜ୍ୟ ରାଜପଥ କଡ଼ରୁ ମିଳିଲା ମୃତଦେହ

ପ୍ରେମ ସମ୍ପର୍କକୁ ନେଇ ନାବାଳକଙ୍କୁ ହତ୍ୟା, ରାଜ୍ୟ ରାଜପଥ କଡ଼ରୁ ମିଳିଲା ମୃତଦେହ

ମାଲକାନଗିରି,୧୬।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ କଦମଗୁଡ଼ା ପଞ୍ଚାୟତ ସଦର ଗ୍ରାମର ଜଣେ ନାବାଳକଙ୍କୁ ମଙ୍ଗଳବାର ବିଳମ୍ବିତ ରାତ୍ରରେ ହତ୍ୟା କରାଯାଇଛି। ୪୭ନଂ ରାଜ୍ୟ ରାଜପଥର ମଣିପୁରିଆଗୁଡ଼ାଠାରେ ତାଙ୍କର ମୃତଦେହକୁ ବୁଧବାର ଉଦ୍ଧାର କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର ଶିକ୍ଷକ ବୁଦ୍ଧଦେବ ଖିଲଙ୍କ ପୁଅ ପବିତ୍ର ଖିଲ(୧୭)।

ସ୍କୁଲରେ ଛାଡ଼ିବାକୁ ଯାଇ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା: ଅଭିଯୁକ୍ତ ଅଟକ, ପୋଲିସର ତନାଘନା

ସ୍କୁଲରେ ଛାଡ଼ିବାକୁ ଯାଇ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା: ଅଭିଯୁକ୍ତ ଅଟକ, ପୋଲିସର ତନାଘନା

ବ୍ରହ୍ମପୁର ଅଫିସ,୧୬ା୧: ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ଅଧିନସ୍ଥ ସଦାନନ୍ଦ ବିହାର ସପ୍ତମ ଲେନ୍‌ର ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ପୋଲିସ ମଙ୍ଗଳବାର ସ୍ପଷ୍ଟ କରିଛି। ସମ୍ପୃକ୍ତ ଅଭିଯୁକ୍ତ ଦେବାଶିଷ ପଣ୍ଡାଙ୍କୁ ପୋଲିସ ଚିହ୍ନଟ କରିବା ପରେ ଥାନାକୁ ଆଣି ଅଟକ ରଖି କ୍ରମାଗତ ଜେରା କରୁଥିବା ଜଣାପଡିଛି। 

ଇତୀଶ୍‌ ପ୍ରଧାନଙ୍କ ନାମରେ ପୋଲିସ ଲଗାଇଲା ୧୧୦ ଦଫା

ଇତୀଶ୍‌ ପ୍ରଧାନଙ୍କ ନାମରେ ପୋଲିସ ଲଗାଇଲା ୧୧୦ ଦଫା

ଭୁବନେଶ୍ୱର, ୧୬।୧ (ବ୍ୟୁରୋ)- ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଇତୀଶ୍‌ ପ୍ରଧାନଙ୍କ ବିରୋଧରେ ପୋଲିସ ୧୧୦ ଦଫା ଲାଗୁ କରିଛି। ଅଭ୍ୟାସଗତ ଆପରାଧିକ କାର୍ଯ୍ୟରେ ଇତୀଶ ବାରମ୍ବାର ସମ୍ପୃକ୍ତ ଥିବା ଦର୍ଶାଇ ତାଙ୍କ ବିରୋଧରେ ପୋଲିସ ଏହି ଦଫା ଲଗାଇଛି।

ପ୍ରେମ ବିବାହ କରି ହରଡ଼ଘଣାରେ ପଡ଼ିଲେ ଯୁବକ , ପୁଅ ନାଁରେ ଚୋରି ଅଭିଯୋଗ ଆଣିଲେ ବାପା

ପ୍ରେମ ବିବାହ କରି ହରଡ଼ଘଣାରେ ପଡ଼ିଲେ ଯୁବକ , ପୁଅ ନାଁରେ ଚୋରି ଅଭିଯୋଗ ଆଣିଲେ ବାପା

ଭୁବନେଶ୍ୱର, ୧୬।୧(ବ୍ୟୁରୋ)- ଗଞ୍ଜାମ ଅଞ୍ଚଳର ଜଣେ ଯୁବକ କ୍ୟାପିଟାଲ ଥାନା ୟୁନିଟ୍‌-୬ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି ହରଡ଼ଘଣାରେ ପଡିଛନ୍ତି। ଯୁବକଙ୍କ ବାପା ତାଙ୍କ ନାଁରେ ଚୋରି ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି। ପୁଅ ଘରୁ ସୁନା ଗ୍ରହଣା, ଟଙ୍କା ଓ ବାଇକ ଧରି ପଳାଇ ଆସିଥିବା ଅଭିଯୋଗରେ ଦର୍ଶାଯାଇଛି। ପୋଲିସ ଉଭୟଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି।

ଗଛ କାଟି ଅସ୍ତରଙ୍ଗ ରେଞ୍ଜର ନିଲମ୍ବିତ: ନର୍ସରିରୁ କଟାଯାଇଛି ୩୧ ପୁରାତନ ଆକାଶିଆ ଗଛ

ଗଛ କାଟି ଅସ୍ତରଙ୍ଗ ରେଞ୍ଜର ନିଲମ୍ବିତ: ନର୍ସରିରୁ କଟାଯାଇଛି ୩୧ ପୁରାତନ ଆକାଶିଆ ଗଛ

ପୁରୀ ଅଫିସ/କାକଟପୁର,(ଡି.ଏନ.ଏ.)୧୬ା୧: ପୁରୀ ବନଖଣ୍ଡ ଅଧୀନ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ (ରେଞ୍ଜର) ସୁବାସ ଚନ୍ଦ୍ର ନାୟକଙ୍କୁ ବିନା ଅନୁମତିରେ ନର୍ସରିରୁ ଗଛ କାଟିବା ମହଙ୍ଗା ପଡ଼ିଛି। ଏ ନେଇ ତାଙ୍କୁ ମଙ୍ଗଳବାର ରାଜ୍ୟ ପ୍ରଧାନ ବନ ସଂରକ୍ଷକ (ପିସିସିଏଫ୍‌) ଚାକିରିରୁ ନିଲମ୍ବିତ କରିଛନ୍ତି। ତାଙ୍କ ସ୍ଥାନରେ ଡେପୁଟି ରେଞ୍ଜର ଯୋଗେନ୍ଦ୍ର ନାଥ ପାତ୍ରଙ୍କୁ କାର୍ଯ୍ୟକାରୀ ବନାଞ୍ଚଳ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ସନ୍ଧ୍ୟାରେ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି।

ନିକିତା ମୃତ୍ୟୁ ମାମଲା: ହାଜର ହେବାକୁ ସମୟ ମାଗିଲେ ଶାଶୁ, ଶ୍ୱଶୁର

ନିକିତା ମୃତ୍ୟୁ ମାମଲା: ହାଜର ହେବାକୁ ସମୟ ମାଗିଲେ ଶାଶୁ, ଶ୍ୱଶୁର

କଟକ ଅଫିସ,୧୬।୧- ଅଭିନେତ୍ରୀ ନିକିତା ଓରଫ୍‌ ଲକ୍ଷ୍ମୀପ୍ରିୟା ବେହେରାଙ୍କ ମୃତ୍ୟୁ ମାମାଲାକୁ ନେଇ ଚାଉଳିଆଗଞ୍ଜ ପୋଲିସ ତାଙ୍କ ଶାଶୁ କୁନ୍ତଳା ସାହୁ ଓ ଶ୍ୱଶୁର ଲିଙ୍ଗରାଜ ସାହୁଙ୍କୁ ବିରୋଧରେ ରବିବାର ଲଟ୍‌କା ଜାରି କରିଥିଲା।  ପୋଲିସ ତାଙ୍କ ଘରକୁ ଦୁଇଥର ଯାଇଥିଲେ ମଧ୍ୟ ସେମାନେ ଘରେ ନ ଥିବାରୁ ଖାଲି ହାତରେ ଫେରିଥିଲା।

ମହିଳା ଚାଲାଣ, ବିକ୍ରିକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ମାମଲା: ଓଡ଼ିଶା, ମଧ୍ୟପ୍ରଦେଶ ସରକାରଙ୍କୁ ସମନ; ପୁରୀରେ ସକ୍ରିୟ ରହିଛି ର଼୍ୟାକେଟ

ମହିଳା ଚାଲାଣ, ବିକ୍ରିକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ମାମଲା: ଓଡ଼ିଶା, ମଧ୍ୟପ୍ରଦେଶ ସରକାରଙ୍କୁ ସମନ; ପୁରୀରେ ସକ୍ରିୟ ରହିଛି ର଼୍ୟାକେଟ

କଟକ ଅଫିସ, ୧୬।୧- ପୁରୀ ଜିଲାର ଜଣେ ମହିଳାଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ମଧ୍ୟପ୍ରଦେଶରେ ବିକ୍ରି କରାଯାଇଥିଲା। ଗତ ଅକ୍ଟୋବର ୨୮ରେ କ୍ରାଇମବ୍ରାଞ୍ଚ ଯୁବତୀ ଓ ମହିଳାଙ୍କୁ ଚାଲାଣ କରୁଥିବା ଏକ ଗ୍ୟାଙ୍ଗକୁ ଠାବ କରିବା ସହିତ ୫ ଜଣଙ୍କୁ ଗିରଫ କରିଥିଲା।