ରାଜ୍ୟ |

ନାମ ବଦଳାଇ ୨ଥର ମାଟ୍ରିକ ପରୀକ୍ଷାଦେଇ ଛାତ୍ର ପାସ୍‌, ଚିନ୍ତାରେ କଲେଜ କର୍ତ୍ତୃପକ୍ଷ

ନାମ ବଦଳାଇ ୨ଥର ମାଟ୍ରିକ ପରୀକ୍ଷାଦେଇ ଛାତ୍ର ପାସ୍‌, ଚିନ୍ତାରେ କଲେଜ କର୍ତ୍ତୃପକ୍ଷ

କଣ୍ଟାପଡ଼ା,୬।୧୨(ଡି.ଏନ୍‌.ଏ.): କଣ୍ଟାପଡା ବ୍ଲକ ଗୋବିନ୍ଦପୁର ଥାନା ଅଞ୍ଚଳର ଜନୈକ ଛାତ୍ର ନିଜ ନାମ ବଦଳାଇ ୨ଥର ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସମୃକ୍ତ ଛାତ୍ର ୨ଟି ନାମରେ ଗୋବିନ୍ଦପୁର ମହାବିଦ୍ୟାଳୟର +୨ଛାତ୍ରଭାବେ ନାମ ଲେଖାଇଥିଲେ। କଲେଜ କର୍ତ୍ତୃପକ୍ଷ ଏହା ଜାଣିବାପରେ ଚିନ୍ତାରେ ପଡ଼ିଯାଇଛନ୍ତି।  

ପ୍ରକାଶ ଯେ, ୨୦୧୦ ମସିହାରେ ସମୃକ୍ତ ଛାତ୍ର ସାଇଲୋ ଝାରପଡ଼ା ହାଇସ୍କୁଲରେ  ନିୟମିତ ପରୀକ୍ଷାର୍ଥିଭାବେ ମାଟ୍ରିକ ପରୀକ୍ଷା ଦେଇଥିଲେ। କୃତକାର୍ଯ୍ୟ ହେବାପରେ ସେ ଗୋବିନ୍ଦପୁର କଲେଜରେ +୨ କଳା ପ୍ରଥମ ବର୍ଷରେ ନାମ ଲେଖାଇଥିଲେ। ୨୦୧୨ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଫାଇନାଲ ପରୀକ୍ଷା ଦେଇଥିଲେ ମଧ୍ୟ ଅକୃତକାର୍ଯ୍ୟ ହୋଇଥିଲେ। ୨୦୧୩ରେ ପୁନର୍ବାର ପରୀକ୍ଷା ଦେଇ ପାସ କରିବାପରେ ସେହି ମହାବିଦ୍ୟାଳୟରେ +୩ରେ ନାମ ଲେଖାଇଥିଲେ। ନାମ ଲେଖାଇବାର କିଛିଦିନ ପରେ ସେ କେଉଁଆଡେ ଉଭାନ ହୋଇ ଯାଇଥିଲେ। ଉକ୍ତ ଛାତ୍ର ପତ୍ର ବିନିମୟ ପାଠ୍ୟକ୍ରମରେ ମାଟ୍ରିକ ପରୀକ୍ଷାଦେଇ ୨୦୧୮ ମସିହାରେ କୃତକାର୍ଯ୍ୟ ହୋଇଥିଲେ। କିନ୍ତୁ ପରୀକ୍ଷାବେଳେ ନାମ ବଦଳାଇ ଦେଇଥିଲେ। ଏବେ ସେ ଉକ୍ତ କଲେଜରେ +୨ କଳାଶ୍ରେଣୀର ଛାତ୍ର। ଜଣେ ଛାତ୍ର ନାମ ବଦଳାଇ ୨ଥର ମାଟ୍ରିକ ପରୀକ୍ଷା ଦେବା ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟିକରିଛି। ପତ୍ର ବିନିମୟ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଜାଲ୍‌ ବିଦ୍ୟାଳୟ ପରିତ୍ୟାଗ ସାର୍ଟିଫିକେଟ ବ୍ୟବହାର କରାଯାଇଥିବା ଅନୁମାନ କରାଯାଉଛି। ଏହି ଜାଲ ସାର୍ଟିଫିକେଟ ଢେଙ୍କାନାଳ ଜିଲାର ଭକ୍ତପୁର ଅଞ୍ଚଳର ଏକ ହାଇସ୍କୁଲରେ କରାଯାଇଥିବା ପ୍ରମାଣ ମିଳିଛି। ଏ ସମ୍ପର୍କରେ ଗୋବିନ୍ଦପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଗଗନ ବେଉରାଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସେ ଅବଗତ ଥିବା କହିଥିଲେ। ପୁରୁଣା ଓ ନୂଆ ନାମଲେଖା ରେକର୍ଡକୁ ଯାଞ୍ଚକଲାପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ବେଉରା କହିଛନ୍ତି। 

All Right Reserved By

ରାଜ୍ୟ |

ନାବାଳିକା ୯ ମାସର ଗର୍ଭବତୀ: ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

ନାବାଳିକା ୯ ମାସର ଗର୍ଭବତୀ: ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

ନବରଙ୍ଗପୁର,୧୯।୨(ବି.ପ୍ର)- ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳର ଜଣେ ନାବାଳିକା ୯ ମାସର ଗର୍ଭବତୀ ହୋଇଛନ୍ତି। ନାବାଳିକା ଜଣକ ଗତ ବର୍ଷ ଦଶମ ପାସ୍‌ କରିଥିବା ବେଳେ ବର୍ତ୍ତମାନ ଲୋକଲଜ୍ଜାରେ ଅଧିକ ପାଠ ପଢି ପାରୁ ନାହାନ୍ତି।

୬ଟି ଆର୍‌ଡିସି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କଂଗ୍ରେସର ଦାବି

୬ଟି ଆର୍‌ଡିସି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କଂଗ୍ରେସର ଦାବି

ଭୁବନେଶ୍ୱର, ୧୯।୨(ବ୍ୟୁରୋ): କେତେକ ଘଟଣାରେ ଆର.ଡି.ସି. ସ୍ତରୀୟ ତଦନ୍ତ ଘୋଷଣା କରିଥିବା ରାଜ୍ୟ ସରକାର ୬ଟି ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ ରିପୋର୍ଟକୁ ଏପର୍ଯ୍ୟନ୍ତ ସାର୍ବଜନୀନ ନ କରିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। 

ପୁଣି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୫ରେ ଆସିବେ

ପୁଣି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୫ରେ ଆସିବେ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ତୃତୀୟ ଥର ଲାଗି ପରିବର୍ତ୍ତନ ହୋଇଛି। ମାର୍ଚ୍ଚ ୨ତାରିଖରେ ରାହୁଲ ଓଡିଶା ଆସିବା ନେଇ ସୂଚନା ମିଳିଥିବା ବେଳେ ଏହା ମାର୍ଚ୍ଚ ୫କୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ରାହୁଲ ଚଳିତ ମାସ ୨୭ତାରିଖରେ ଓଡିଶା ଆସିବାର ଥିଲା। ତେବେ ରାହୁଲ ଦିନିକିଆ ଓଡିଶା ଗସ୍ତରେ ଆସି ବରଗଡ ଓ କୋରାପୁଟ ଜିଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। 

ତୁଳସୀ କ୍ଷେତାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ

ତୁଳସୀ କ୍ଷେତାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ

କେନ୍ଦ୍ରାପଡା ଅଫିସ, ୧୯।୨: ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ ବେଶ ରୀନିନୀତି ଅନୁସାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ମନ୍ଦିର ପହଡ଼ ଫିଟାଯିବା ପରେ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଥିଲା। ଶ୍ରୀଜୀଉଙ୍କ ନୀତି ସ୍ନାନ ପରେ ଗୋପାଳବଲ୍ଲଭ ଧୂପ ଓ ପରେ ଖେଚୁଡି ଧୂପ ଅନୁଷ୍ଠିତ ହୋଇଥିଲା।

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା ଅଫିସ୍‌, ୧୯।୨: ଟାଉନ ଥାନା ଅଧୀନ ସହରର ୩ ଲୁଟେରାଙ୍କୁ ସଦର ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନସଡିପୁର ଗ୍ରାମର ରଶ୍ମିରଞ୍ଜନ ଦାସ ଓରଫ ନିଉ, ନିର୍ମଳ ମଲ୍ଲିକ ଓରଫ ପିଣ୍ଟୁ ଓ ଭରତ ଚନ୍ଦ୍ର ସେଠୀ। ପୋଲିସ ସେମାନଙ୍କଠାରୁ ଏକ ବନ୍ଧୁକ ଜବତ କରିଛି।

ମିନି ଟ୍ରକ ଧକ୍କାରେ ବାଇକ ଚୁର୍‌ମାର୍‌, ୩ ଆହତ

ମିନି ଟ୍ରକ ଧକ୍କାରେ ବାଇକ ଚୁର୍‌ମାର୍‌, ୩ ଆହତ

ପରଜଙ୍ଗ,୧୯।୨(ଡି.ଏନ.ଏ.)- ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବାରିହାପୁର ବେଲ ବନ୍ଧ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମିନିଟ୍ରକ ସହିତ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ ଚାଳକ ଆମ୍ବପଳାସ ଗ୍ରାମର  ନଗେନ ସାହୁ ଓ ପଛରେ ବସିଥିବା କନ୍ତୁର ଗ୍ରାମର ଜଗବନ୍ଧୁ ଦେହୁରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର  କରି  ପରଜଙ୍ଗ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବାଲିଆପାଳ,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ଜଣେ ଅଟୋରିକ୍ସା ଚାଳକଙ୍କ ଦିବ୍ୟାଙ୍ଗ ଝିଅଙ୍କୁ ତପନ ମଣ୍ଡଳ ନାମକ ଜଣେ ଯୁବକ ମଙ୍ଗଳବାର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଥାନାରେ ଏକ ମାମଲା (ନଂ ୩୫/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଗୋପୀନାଥପୁର ଗ୍ରାମରେ ଅଗ୍ନିକାଣ୍ଡ,  ୪ ବଖରା ଜଳିଗଲା

ଗୋପୀନାଥପୁର ଗ୍ରାମରେ ଅଗ୍ନିକାଣ୍ଡ, ୪ ବଖରା ଜଳିଗଲା

ବନ୍ତ, ୧୯।୨ (ସ୍ବ.ପ୍ର.) - ବନ୍ତ ବ୍ଲକ ଆଗରପଡ଼ା ଥାନା ଅଧୀନ ଗୋପୀନାଥପୁର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିଯାଇଛି। ଗ୍ରାମର କାଙ୍ଗାଳି ଜେନା, ମାନସ ଜେନା, ସଞ୍ଜିନ ଜେନା ଓ ବାୟା ଜେନାଙ୍କର ବଖରାଏ ଲେଖାଏ ପୋଡ଼ି ଯାଇଛି। 

ଭଦ୍ରକରେ ପୁଣି କୋଇଲା ମାଫିଆ ସକ୍ରିୟ: ୪୨ ବସ୍ତା କୋଇଲା ସହ ଗାଡ଼ି ଓ ଟଙ୍କା ଜବତ;  ୫ ଅଭିଯୁକ୍ତ କୋର୍ଟ ଚାଲାଣ

ଭଦ୍ରକରେ ପୁଣି କୋଇଲା ମାଫିଆ ସକ୍ରିୟ: ୪୨ ବସ୍ତା କୋଇଲା ସହ ଗାଡ଼ି ଓ ଟଙ୍କା ଜବତ; ୫ ଅଭିଯୁକ୍ତ କୋର୍ଟ ଚାଲାଣ

ପଦ୍ମପୁର, ୧୯।୨ (ଡି.ଏନ.ଏ.) - ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ପୁଣି କୋଇଲା ମାଫିଆ ସକ୍ରିୟ ହୋଇଉଠିଛନ୍ତି। ଥାନାଧିକାରୀ ଦୟାନିଧି ଦାସଙ୍କ ନିର୍ଦ୍ଦେଶକ୍ରମେ ସାବରଙ୍ଗ ଫାଣ୍ଡି ପୋଲିସ ଚାନ୍ଦବାଲି-ଇଚ୍ଛାପୁର ରାସ୍ତାରେ ଚଢ଼ାଉ କରି ୪୨ ବସ୍ତା ଚୋରା କୋଇଲା ସହ ଗାଡି ଜବତ କରିଛି। ଏଥିସହ ଚୋରା ଚାଲାଣରେ ସମ୍ପୃକ୍ତ ୫ ଯୁବକଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। 

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଚାନ୍ଦବାଲି,୧୯ା୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ତଥା ମତୋ ପୋଲିସ ଫାଣ୍ଡି ଅଧୀନ ପ୍ରତାପପୁର ଗାଁ ରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।  

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ରାଜନଗର, ୧୯।୨(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଦିଆଯାଇଛି। 

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଯାଜପୁର ଅଫିସ/କୋରେଇ, ୧୯।୨(ସ୍ବ.ପ୍ର.): ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।